ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ: ୫ରୁ ନୃତ୍ୟ, ସଙ୍ଗୀତର ମହାକୁମ୍ଭ

ଭୁବନେଶ୍ୱର,୨୭।୮(ବ୍ୟୁରୋ):ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତର ମହାକୁମ୍ଭ ‘ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ’ ଆସନ୍ତା ସେପ୍ଟେମ୍ବର ୫ ରୁ ୧୧ ତାରିଖ ପର୍ଯ୍ୟନ୍ତ ୭ଦିନ ଧରି ରବୀନ୍ଦ୍ରମଣ୍ଡପଠାରେ ଆୟୋଜିତ ହେବ। ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବରେ ଏଥର ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ସହ ଦେଶର ବିଭିନ୍ନ ପ୍ରାନ୍ତର ଶାସ୍ତ୍ରୀୟ ସଙ୍ଗୀତ, ଗଜଲ ଓ ମ୍ୟୁଜିକାଲ ଫ୍ୟୁଜନ୍‌ ଆକର୍ଷଣ ରହିବ। ସବୁବର୍ଷ ପରି ଏବର୍ଷ ମଧ୍ୟ ନୃତ୍ୟ ଏବଂ ସଙ୍ଗୀତ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବ। ଚଳିତବର୍ଷ ୨୫ବର୍ଷରେ ପଦାର୍ପଣ କରିଥିବା ଏହି ପୁରସ୍କାର ଉତ୍ସବ ଏଥର ରୌପ୍ୟ ଜୟନ୍ତୀ ପାଳନ କରୁଥିବାବେଳେ ୫ଜଣଙ୍କୁ ‘ନାଲ୍‌କୋ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର’ ଏବଂ ୫ଜଣ ଯୁବ କଳାକାରଙ୍କୁ ‘ନାଲ୍‌କୋ ଗୁରୁ କେଳୁଚରଣ ମହାପାତ୍ର ଯୁବପ୍ରତିଭା ସମ୍ମାନ’ ପ୍ରଦାନ କରାଯିବ। ବିଶିଷ୍ଟ ତବଲା ବାଦକ ଗୁରୁ ହରମୋହନ ଖୁଣ୍ଟିଆ, ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀର, ନୃତ୍ୟ ସମାଲୋଚକ ତଥା ଲେଖକ ପଦ୍ମ୍ମଶ୍ରୀ ଡ. ସୁନୀଲ କୋଠାରୀ, ନୃତ୍ୟ ସମୀକ୍ଷିକା ଲୀଲା ଭେଙ୍କଟରମଣ ଏବଂ ଖ୍ୟାତନାମା ଆର୍ଟ ଫଟୋଗ୍ରାଫର ଅବିନାଶ ପଶ୍ରିଚାଙ୍କୁ ୨୦୧୯ ମସିହା ଲାଗି ନାଲ୍‌କୋ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ସ୍ବରୂପ ସେମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ଅର୍ଥରାଶି ସହ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରାଯିବ। ସେହିଭଳି ଓଡ଼ିଶୀ ନୃତ୍ୟଶିଳ୍ପୀ ସ୍ବପ୍ନକଳ୍ପା ଦାସଗୁପ୍ତା, ରାହୁଲ ଆଚାର୍ଯ୍ୟ ଓ ରାଜଶ୍ରୀ ପ୍ରହରାଜ, ସତ୍ରୀୟା ନୃତ୍ୟଶିଳ୍ପୀ ଅନ୍ବେଷା ମହାନ୍ତ ଏବଂ ଓଡ଼ିଶୀ ସଙ୍ଗୀତଶିଳ୍ପୀ ସତ୍ୟବ୍ରତ କାଠଙ୍କୁ ଏହିବର୍ଷ ଲାଗି ନାଲ୍‌କୋ ଗୁରୁ କେଳୁଚରଣ ମହାପାତ୍ର ଯୁବପ୍ରତିଭା ସମ୍ମାନ ପ୍ରଦାନ କରାଯିବ। ସେମାନଙ୍କୁ ୨୫ହଜାର ଟଙ୍କା ଲେଖାଏ ଅର୍ଥରାଶି ପ୍ରଦାନ କରାଯିବ ବୋଲି ‘ସୃଜନ’ର ନିର୍ଦ୍ଦେଶକ ରତିକାନ୍ତ ମହାପାତ୍ର ଓ ଦେବୀପ୍ରସାଦ ମିଶ୍ର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

୭ ଦିନରେ ୪୦୦ କଳାକାରଙ୍କ କଳା ପ୍ରଦର୍ଶନ
୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ଏଥର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ। ୭ଦିନରେ ଦେଶ ବିଦେଶର ୪୦୦ରୁ ଊର୍ଦ୍ଧ୍ୱ କଳାକାର ଏହି ମଞ୍ଚରେ ନୃତ୍ୟ ଏବଂ ସଙ୍ଗୀତ ପରିବେଷଣ କରିବେ। ଉଦ୍‌ଘାଟନୀ ସନ୍ଧ୍ୟାରେ ଖ୍ୟାତନାମା କଣ୍ଠଶିଳ୍ପୀ ଅନୁପ ଜଲୋଟାଙ୍କ କଣ୍ଠରୁ ଗଜଲ ଶୁଣିବାକୁ ମିଳିବ। ଏହାସହ ଗୁରୁ ମୀରା ଦାସଙ୍କ ‘ଗୁଞ୍ଜନ ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସମବେତ ଓଡ଼ିଶୀ ପରିବେଷଣ କରାଯିବ। ଦ୍ୱିତୀୟ ସନ୍ଧ୍ୟାରେ ଅନ୍ତର୍ଜାତୀୟ ସ୍ତରୀୟ ବାଦ୍ୟଶିଳ୍ପୀଙ୍କ ଦ୍ୱାରା ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଫ୍ୟୁଜନ୍‌ ପରିବେଷଣ ହେବ। ଏହିଦିନର ଅନ୍ୟତମ ଆକର୍ଷଣ ରହିବ ଗୁରୁ ପୀତାମ୍ବର ବିଶ୍ୱାଳଙ୍କ ‘ସୁରଭି’ ଏବଂ ଗୁରୁ ଅରୁଣା ମହାନ୍ତିଙ୍କ ‘ଓଡ଼ିଶୀ ଡ୍ୟାନ୍ସ ଏକାଡେମୀ’ ଦ୍ୱାରା ପରିବେଷିତ ହେବାକୁ ଥିବା ଦଳଗତ ଓଡ଼ିଶୀ ନୃତ୍ୟ। ୩ୟ ସନ୍ଧ୍ୟାରେ ପ୍ରଥମଥର ପାଇଁ ଭୁବନେଶ୍ୱରବାସୀ ଏକକ ସାରଙ୍ଗୀ ବାଦନ ଦେଖିବାର ଅବସର ପାଇବେ। ବମ୍ବେର ଉସ୍ତାଦ୍‌ ସବୀର୍‌ ଖାନ୍‌ଙ୍କ ସାରଙ୍ଗୀ ସହ ତାଳଦେବେ ତବଲାବାଦକ ଈଶାନ ଘୋଷ। ଏହାସାଙ୍ଗକୁ ଆମେରିକାରେ ରହୁଥିବା ଗୁରୁଜୀଙ୍କ ଶିଷ୍ୟା ନୀହାରିକା ମହାନ୍ତି ଏକକ ଓଡ଼ିଶୀ ଏବଂ ଗୁରୁ ବିଚିତ୍ରାନନ୍ଦ ସ୍ବାଇଁଙ୍କ ‘ରୁଦ୍ରାକ୍ଷ ଫାଉଣ୍ଡେଶନ୍‌’ର କଳାକାରମାନେ ସମବେତ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ। ୪ର୍ଥ ସନ୍ଧ୍ୟାରେ କଲିକତାର ଇନ୍ଦ୍ରାଣୀ ମୁଖାର୍ଜୀ ହିନ୍ଦୁସ୍ଥାନୀ ସଙ୍ଗୀତ, ଗୁରୁ ଜ୍ୟୋତ୍ସ୍ନାରାଣୀ ସାହୁଙ୍କ ‘ସୁରମନ୍ଦିର’ ଏବଂ ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ‘ତ୍ରିଧାରା’ ପକ୍ଷରୁ ଦଳଗତ ଓଡ଼ିଶୀ ପରିବେଷଣ କରାଯିବ। ୫ମ ସନ୍ଧ୍ୟାରେ କଲିକତାର ମହିଳା ସରୋଦ ବାଦିକା ଦେବସ୍ମିତା ଭଟ୍ଟାଚାର୍ଯ୍ୟ ସରୋଦ ବାଦନ କରିବେ ଏବଂ ଗୁରୁ ନିରଞ୍ଜନ ରାଉତଙ୍କ ‘ନୂପୁର’ ଏବଂ ଗୁରୁ ଇଲିଆନା ଚିତାରିସ୍ତିଙ୍କ ‘ଆର୍ଟ ଭିଜନ’ ପକ୍ଷରୁ ଦଳଗତ ଓଡ଼ିଶୀ ନୃତ୍ୟ ମଞ୍ଚସ୍ଥ କରାଯିବ। ୬ଷ୍ଠ ସନ୍ଧ୍ୟାରେ ଗୁରୁ ଡ. ବିଜୟ କୁମାର ଜେନା ଓଡ଼ିଶୀ ସଙ୍ଗୀତ ପରିବେଷଣ କରିବେ। ଅଶୋକ ଓ ବନ୍ଦିତା ଘୋଷାଲଙ୍କ ଦ୍ୱାରା ଦ୍ୱୈତ ଓଡ଼ିଶୀ ଏବଂ ଗୁରୁ ଦୁର୍ଗାଚରଣ ରଣବୀରଙ୍କ ‘ନୃତ୍ୟାୟନା’ ଅନୁଷ୍ଠାନ ଦ୍ବାରା ଦଳଗତ ଓଡ଼ିଶୀ ପ୍ରଦର୍ଶିତ ହେବ। ଶେଷ ସନ୍ଧ୍ୟାରେ ଗଙ୍ଗା ପ୍ରଦୂଷଣକୁ ଆଧାର କରି ‘ସୃଜନ’ ତରଫରୁ ଗୁରୁ ରତିକାନ୍ତ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନୃତ୍ୟନାଟିକା ‘ନମାମିଗଙ୍ଗେ’ ପରିବେଷିତ ହେବ। ଉଦ୍‌ଯାପନୀ ଉତ୍ସବରେ ଅତିଥିଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଯୋଗଦେଇ ପୁରସ୍କାର ବିତରଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?