ରାସ୍ତା ପାଇଁ କାଟିଦେଲେ ୭୧୧ ଗଛ

ବାସୁଦେବପୁର,୬।୩(ନାରାୟଣ ପ୍ରସାଦ ବାରିକ୍‌): ବାସୁଦେବପୁର-ବାଲିଛନ୍ଦା ଘାଟ ରାସ୍ତାର ବାସୁଦେବପୁର ବଜାରଠାରୁ ସୁଦର୍ଶନପୁର ପଞ୍ଚାୟତର ମାଛହାଟ ଛକ ପର୍ଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ବାସୁଦେବପୁରରୁ ବାଲେଶ୍ୱରକୁ ସଂଯୋଗ କରୁଥିବା ପ୍ରାୟ ୪ କିଲୋମିଟର ରାସ୍ତା ପ୍ରଶସ୍ତୀକରଣ ପାଇଁ ୭୧୧ଟି ଗଛକୁ ବନ ବିଭାଗର ଅନୁମୋଦନକ୍ରମେ କଟାଯାଇଛି। ରାସ୍ତାର ଉଭୟପାର୍ଶ୍ୱରେ ପ୍ରାୟ ୧୦ ବର୍ଷ ପୂର୍ବେ ୭ଶହରୁ ଊର୍ଦ୍ଧ୍ୱ ଗଛ ବନ ବିଭାଗ ପକ୍ଷରୁ ଲଗାଯାଇ ଏହାର ରକ୍ଷଣାବେକ୍ଷଣ ଓ ଯନତ୍ ନିଆଯାଇଥିଲା। କଟାଯାଇଥିବା ଗଛ ମଧ୍ୟରେ ୧୧ରୁ ଊର୍ଦ୍ଧ୍ୱ ପୁରାତନ ବୃକ୍ଷ ବର ଓ ଅଶ୍ୱତ୍ଥ ପ୍ରାୟ ୨ଶହ ବର୍ଷରୁ ଊର୍ଦ୍ଧ୍ୱ ହେବ ରାସ୍ତାକଡ଼ରେ ଥିବା ଗଛକୁ କାଟି ଦିଆଯାଇଛି। ଫଳରେ ଏହି ରାସ୍ତା ଏବେ ବୃକ୍ଷଶୂନ୍ୟ ହୋଇଯାଇଛି।
ଆଗକୁ ଗ୍ରୀଷ୍ମଦିନ ଆସୁଥିବା ବେଳେ ଏହି ରାସ୍ତାରେ ଯାତ୍ରୀ ଓ ପଶୁପକ୍ଷୀଙ୍କ ପାଇଁ ଛାଇ ତଥା ଆଶ୍ରୟ ମିଳିବା କଷ୍ଟକର ହୋଇପଡ଼ିବ। ରାସ୍ତାପାର୍ଶ୍ୱରେ ଥିବା କଦମ୍ବ, ଶାଗୁଆନ, ରାଧାଚୁଡ଼ା, କରଞ୍ଜ, ଚାକୁନ୍ଦା, ଆମ୍ବ, ଶିମିଳି, ନିମ୍ବ, ଅଶ୍ୱତ୍‌ଥ, ବର, ଆକାଶିଆ ମେନଜିୟମ, ଆକାଶୀ ଆଦି ବହୁ କିସମର ଗଛକୁ କଟାଯାଇ ରାଜ୍ୟ ବନ ଉନ୍ନୟନ ନିଗମକୁ ଏହାର କାଠ ସରକାରୀ ଭାବେ ହସ୍ତାନ୍ତର କରାଯାଇଥିବା ବାସୁଦେବପୁର ରେଞ୍ଜର କପିଳେନ୍ଦ୍ର ପ୍ରଧାନ କହିଛନ୍ତି। ରାଜସ୍ବ, ବନ ବିଭାଗ, ଆର୍‌ ଆଣ୍ଡ୍‌ ବି, ରାଜ୍ୟ ବନ ଉନ୍ନୟନ ନିଗମ ଆଦି ବିଭାଗର ମିଳିତ କ୍ଷେତ୍ରୀୟ ତଦନ୍ତ ପରେ ଗଛ କଟା ଯାଇଥିଲା। ରାସ୍ତା କାର୍ଯ୍ୟ କରୁଥିବା ଠିକାଦାର ବନ ବିଭାଗ ପାଖରେ ମଧ୍ୟ ୪୦ ଲକ୍ଷ ଟଙ୍କା ଡିପୋଜିଟ କରିଛନ୍ତି। ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ୨ ବର୍ଷ ମଧ୍ୟରେ ପୁଣି ବନ ବିଭାଗ ପକ୍ଷରୁ ପୂର୍ବପରି ରାସ୍ତାପାର୍ଶ୍ୱରେ ଚାରାରୋପଣ କରାଯିବ ବୋଲି ରେଞ୍ଜର ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri