Posted inଜାତୀୟ

ଦିଲ୍ଲୀ ସରକାରଙ୍କୁ ୧୦ ବର୍ଷରେ ୭୦୨ କୋଟି ଦେଇଛନ୍ତି ଟ୍ରାଫିିକ୍‌ ପୋଲିସ…

ନୂଆଦିଲ୍ଲୀ,୩।୭: ଜରିମାନା ଆଦାୟ କରି ଦିଲ୍ଲୀ ସରକାରଙ୍କ ରାଜସ୍ବ ସଂଗ୍ରହରେ ଟ୍ରାଫିକ ପୋଲିସଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଗତ ୧୦ ବର୍ଷ ମଧ୍ୟରେ ଟ୍ରାଫିକ୍‌ ପୋଲିସ ଦିଲ୍ଲୀ ସରକାରଙ୍କୁ ୭୦୨ କୋଟି ଟଙ୍କା ଜରିମାନା ବାବଦରେ ଲୋକଙ୍କଠାରୁ ଆଦୟ କରି ପ୍ରଦାନ କରିଛନ୍ତି। ସରକାରଙ୍କ ରୋଜଗାରିଆ ପୁଅ ଭାବେ ଦିଲ୍ଳୀ ଟ୍ରାଫିକ ପୋଲିସ ଏବେ ଆଗ ଧାଡ଼ିରେ ରହିଛନ୍ତି। ସୂଚନା ଅଧିକାର ଆଇନ ଅନ୍ତର୍ଗତ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏଭଳି ରିପୋର୍ଟ ପ୍ରଦାନ କରାଯାଇଛି। ଆଦାୟ ହୋଇଥିବା ଜରିମାନା ଟଙ୍କା ଦିଲ୍ଲୀ ଟ୍ରାଫିକ୍‌ ପୋଲିସ ଗତ ୧୦ ବର୍ଷ ମଧ୍ୟରେ ହୋଇଥିବା ଖର୍ଚ୍ଚର ୨୦ ପ୍ରତିଶତ। ପ୍ରତିବର୍ଷ ଦିଲ୍ଲୀ ଟ୍ରାଫିକ୍‌ ପୋଲିସର ଖର୍ଚ୍ଚ ୩୦୬ରୁ ୫୨୫ କୋଟି ଟଙ୍କା ମଧ୍ୟରେ ହୋଇଥାଏ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୧୯-୨୦ରେ ଏହା ୫୨୬.୭୭ କୋଟି ଥିଲା। ଦିଲ୍ଲୀ ଟ୍ରାଫିକ୍‌ ପୋଲିସର ପିଆଇଓ ମନ୍ଦୀପ୍‌ ସିଂ ରନ୍ଧଓ୍ବାଙ୍କ ଅନୁସାରେ ୨୦୧୮-୧୯ରେ ଟ୍ରାଫିକ୍‌ ପୋଲିସ ଫାଇନ୍‌ ମାଧ୍ୟମରେ ୧୨୧.୫ କୋଟି ଟଙ୍କା ଆଦାୟ କରିଥିଲେ। ଯାହାକି ସର୍ବାଧିକ। ୨୦୧୭-୧୮ରେ ଜରିମାନା ବାବଦରେ ମୋଟ ୧୦୨.୨ କୋଟି ଟଙ୍କା ଆଦାୟ କରାଯାଇଥିବା ସେ କହିଛନ୍ତି। ୨୦୧୮-୧୯ରେ ଟ୍ରାଫିକ୍‌ ପୋଲିସ ନିଜ ଦରମାର ୨୮ ପ୍ରତିଶତ ଜରିମାନାରୁ ଆଦାୟ କରିଥିବା ଏହି ରିପୋର୍ଟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?