ଏହି ୪ ରାଶିର ଝିଅ ହୋଇଥାନ୍ତି ଭାରି ରାଗି ଏବଂ ଜିଦ୍ଦି; ହେଲେ ଜୀବନରେ ହୋଇଥାନ୍ତି ବେଶ୍‌ ସଫଳ

ବୋଧହୁଏ ଦୁନିଆରେ ଏଭଳି କୌଣସି ବ୍ୟକ୍ତି ନାହାନ୍ତି ଯିଏ ନ ରାଗନ୍ତି। କିଛି କିଛିଙ୍କ ନାକ ଉପରେ ରାଗ ଥାଏ। ସ୍ବଭାବରେ ଜିଦ୍ଦି ହୋଇଥିବା ହେତୁ ରାଗ ଲାଗିବା ମୁଖ୍ୟ କାରଣ ପାଲଟେ। ଆଜି ଆମେ ଏଭଳି ୪ ରାଶି ଝିଅଙ୍କ ବିଷୟରେ କହିବୁ ଯେଉଁମାନେ ବେଶ ଜିଦ୍ଦି ଏବଂ ରାଗି ସ୍ବଭାବର ହୋଇଥାନ୍ତି। କେବଳ ଏହି ଜିଦ୍‌ ପାଇଁ ସେମାନେ ସ୍ଥିର କରିଥିବା ଲକ୍ଷ୍ୟରେ ପହଞ୍ଚି ମଧ୍ୟ ଯାଇଥାନ୍ତି। କାରଣ ସେମାନେ ଯେଉଁ କାମକୁ କରିବାକୁ ନିଶ୍ଚିତ କରନ୍ତି, ପୂରଣ କରି ନିଶ୍ୱାସ ମାରିଥାନ୍ତି।

ମେଷ ରାଶି: ଜ୍ୟୋତଷ ଶାସ୍ତ୍ର ଅନୁଯାୟୀ ଏହି ରାଶିରେ ଜନ୍ମିତ ମହିଳା ସାହସୀ। ଖୁବ୍‌ଶୀଘ୍ର ଏମାନେ ରାଗି ଯାଇଥାନ୍ତି। ହେଲେ ସେତିକି ଜଲଦି ଏମାନେ ଶାନ୍ତ ମଧ୍ୟ ହୋଇଯାଇଥାନ୍ତି। ବେଳେବେଳେ ଏମାନଙ୍କର ରାଗ ଭୟଙ୍କର ରୂପ ଧାରଣ କରିଥାଏ। ତେବେ ଭଲକଥାକୁ ନେଇ ଏମାନେ ରାଗିଥାନ୍ତି। ଏହି ରାଶିରେ ଜନ୍ମିତ ମହିଳା ଯେଉଁ କାମ କରିବାକୁ ନିଶ୍ଚିତ କରନ୍ତି ତାହାକୁ ପୂରଣ କରନ୍ତି।

ବୃଷ ରାଶି: ଏହି ରାଶିର ଲୋକ ବହୁତ ରାଗି ହୋଇଥାନ୍ତି। ଏଣୁ ବୃଷ ରାଶିରେ ଜନ୍ମିତ ଝିଅମାନେ ରାଗି ସ୍ବଭାବର ହୋଇଥାନ୍ତି। ଜିଦ୍‌ ଏବଂ ରାଗ ଯୋଗୁ ଏମାନେ ଜୀବନରେ ଆଶା କରିଥିବା କାମକୁ କରିବାରେ ସଫଳ ହୋଇଥାନ୍ତି। ହେଲେ ହୃଦୟରୁ କାହାରିକୁ ଥରେ ବାହାର କଲେ ଆଉ ସେ ଫେରିବାର ସମ୍ଭାବନା ନ ଥାଏ। କାରଣ ସେମାନେ ସମ୍ପର୍କ ଛିନ୍ନ କରିଦେଇଥାନ୍ତି।

ସିଂହ ରାଶି: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶିର ଜାତକଧାରୀ ରାଗି ସ୍ବଭାବର ହୋଇଥାନ୍ତି। ହେଲେ ଏହି ରାଶିରେ ଜନ୍ମିତ ଝିଅ ବେଶ କର୍ମଠ ଏବଂ ସଚ୍ଚୋଟ ହୋଇଥାନ୍ତି। ସେମାନେ ଆଗକୁ ବଢ଼ିବା ପାଇଁ ସର୍ବଦା ପ୍ରୟାସ କରିଥାନ୍ତି। ବେଳେବେଳେ ରାଗ ଉପରେ ସେମାନଙ୍କର ନିୟନ୍ତ୍ରଣ ରହି ନ ଥାଏ। ଅନେକ କାର୍ଯ୍ୟରେ ସଫଳତା କେବଳ ଜିଦ ଯୋଗୁ ତାଙ୍କୁ ମିଳିଥାଏ। ତାଙ୍କ ପାଇଁ କୌଣସି କାମ ଅସମ୍ଭବ ହୋଇ ନ ଥାଏ।

ବିଛା ରାଶି: ବିଛା ରାଶିର ବ୍ୟକ୍ତିବିଶେଷ ବହୁତ ଶୀଘ୍ର ରାଗିଯାଇଥାନ୍ତି। ହେଲେ ଏହି ରାଶିର ଝିଅମାନେ ବହୁତ ପରିଶ୍ରମୀ, ବୁଦ୍ଧିମାନ ଏବଂ କିଛି ମାତ୍ରାରେ ଜିଦ୍ଦି ହୋଇଥାନ୍ତି। ଭୁଲ ଏମାନେ ବରଦାସ୍ତ କରିପାରନ୍ତି ନାହିଁ। ଜିଦ୍‌ ଯୋଗୁ ଏମାନେ ସବୁକିଛି ହାସଲ କରିପାରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri