୭୦୦ କି.ମି. ଟ୍ରାଫିକ୍‌ ଜାମ୍‌

ପ୍ୟାରିସ୍‌,୧।୧୧: କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ଏହାକୁ ପ୍ରତିହତ କରିବା ଲାଗି ଫ୍ରାନ୍ସ ସରକାର ପୁଣି ଥରେ ୪ ସପ୍ତାହ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ ଘୋଷଣା କରିଛନ୍ତି। ଶୁକ୍ରବାରଠାରୁ ସେଠାରେ ଲକ୍‌ଡାଉନ ଆରମ୍ଭ ହୋଇଛି। ସହର ମଧ୍ୟରେ ଆବଦ୍ଧ ହୋଇ ରହିବା ଅପେକ୍ଷା ପ୍ୟାରିସର ଜନସାଧାରଣ ଗ୍ରାମାଭିମୁଖୀ ହେବାରୁ ରାସ୍ତାଗୁଡ଼ିକ ପ୍ରବଳ ଗହଳି ହୋଇଥିଲା। ଗୁରୁବାର ସନ୍ଧ୍ୟାରେ ଗୋଟିଏ ସ୍ଥାନରେ ୭୦୦ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଜାମ୍‌ ହୋଇଥିବା ଡିଷ୍ଟୋପିଆନ୍‌ ଚିତ୍ରରୁ ଦେଖିବାକୁ ମିଳିଛି। ଆଗକୁ ଲମ୍ବା ଛୁଟି ଥିବାରୁ ଅଧିକାଂଶ ଲୋକ କାର ଚଳାଇ ଗ୍ରାମାଭିମୁଖେ ବାହାରି ପଡ଼ିଥିଲେ।
ୟୁରୋପ ଏବଂ ଅନ୍ୟ ଦେଶରେ ପ୍ରଥମେ କରୋନା ମହାମାରୀ ବ୍ୟାପିବା ବେଳେ ଲକ୍‌ଡାଉନ ଘୋଷଣା ହେବା ଯୋଗୁ ଲୋକମାନଙ୍କୁ ଦୀର୍ଘ ସପ୍ତାହ ଘରେ ରହିବାକୁ ପଡ଼ିଥିଲା। ପୁଣି ସେଠାରେ ସେଭଳି ସ୍ଥିତି ଉପୁଜିବାକୁ ଯାଉଛି। କେତେକ ଦେଶରେ ସଂକ୍ରମଣ ରେକର୍ଡ ସ୍ତରରେ ପହଞ୍ଚତ୍ଥିବାବେଳେ ଏବେ ସେମାନେ ପୁଣିଥରେ କଠୋର କଟକଣା ଲଗାଇବାକୁ ଚିନ୍ତା କରୁଛନ୍ତି। ଫ୍ରାନ୍ସରେ ପୁନର୍ବାର ଲକ୍‌ଡାଉନ ଯୋଗୁ ରାଜଧାନୀର ଅଧିକାଂଶ ଅଞ୍ଚଳ ଶନିବାର ସକାଳେ ଖାଁଖାଁ ଲାଗିଥିଲା। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ବାଦ୍‌ ଦେଲେ ଅନ୍ୟ ସବୁ ଦୋକାନ ବନ୍ଦ ରହିଥିଲା। ପ୍ୟାରିସ୍‌ର ୬୭ ନିୟୁତ ଲୋକଙ୍କୁ ଘରୁ ନ ବାହାରିବାକୁ ଓ କାହାକୁ ଘରକୁ ଆସିବାକୁ ନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାର ଉଲ୍ଲଂଘନ ହେଲେ ଜରିମାନା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ମେଡିକାଲ କାମରେ କିମ୍ବା ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଦିନକୁ ଗୋଟିଏ ଘଣ୍ଟା ପାଇଁ ୧ କିଲୋମିଟର ମଧ୍ୟରେ ବାହାରକୁ ଯିବା ଲାଗି ଅନୁମତି ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରିଚ୍‌ ଭଳି ତୁମେ ମୁହଁ ପୋତିପାରିବ

ନୂଆଦିଲ୍ଲୀ,୫ା୫: ତୁମେ ଅଷ୍ଟ୍ରିଚ୍‌ (ଓଟପକ୍ଷୀ) ଭଳି ବାଲିରେ ମୁଣ୍ଡ ପୋତିପାରିବ। କିନ୍ତୁ ଆମେ ପାରିବୁ ନାହିଁ ବୋଲି ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି ଦିଲ୍ଲୀ...

ବିମାନ ଅବତରଣ ପୂର୍ବରୁ ନିୟନ୍ତ୍ରଣ ହରାଇଲେ ପାଇଲଟ୍‌

ପ୍ୟାରିସ୍‌, ୭।୪: ନ୍ୟୁୟର୍କରୁ ଉଡାଣ ଆରମ୍ଭ କରିଥିବା ଏୟାର ଫ୍ରାନ୍ସ ବିମାନ ପ୍ୟାରିସର ମୁଖ୍ୟ ବିମାନ ବନ୍ଦରରେ ଅବତରଣ ବେଳେ ପାଇଲଟ୍‌ ଆଂଶିକ ନିୟନ୍ତ୍ରଣ ହରାଇଥିଲେ।...

ଦକ୍ଷିଣ, ଉତ୍ତରପୂର୍ବରେ ବଡ଼ ଚିନ୍ତା

ନୂଆଦିଲ୍ଲୀ,୨୭ା୫: ଭାରତରେ ମଙ୍ଗଳବାର ୨,୦୮,୯୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୧,୫୭,୭୯୫ରେ ପହଞ୍ଚତ୍ଛି। ସେହିପରି ଗତ ୨୪ ଘଣ୍ଟା...

ଗଞ୍ଜାମ ଆକ୍ରାନ୍ତ ସୁରଟ ଫେରନ୍ତା: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି

ଭୁବନେଶ୍ୱର,୬।୫(ବ୍ୟୁରୋ): ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ବୁଧବାର ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ରେ ପହଞ୍ଚିଛି। ତେବେ ଏହି ନୂଆ...

କାଉଡ଼ି ଯାତ୍ରା ସମୟରେ କୋଭିଡ ପ୍ରୋଟୋକଲ ପାଳନ-ଆରଟି ପିସିଆର ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ

ଲକ୍ଷ୍ନୌ,୧୩।୭: ଜୁଲାଇ ୨୫ରୁ ଆରମ୍ଭ ହେବାକୁ ଥିବା ପାରମ୍ପରିକ କାଉଡ଼ି ଯାତ୍ରା ପାଇଁ ଉତ୍ତରପ୍ରଦେଶ ସରକାର ପ୍ରସ୍ତୁତ ହେଲେଣି। ହେଲେ କରୋନାକୁ ଦୃଷ୍ଟିରେ ରଖି ଯାତ୍ରା...

ମହାରାଷ୍ଟ୍ର ପୋଲିସ: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୫ କରୋନା ପଜିଟିଭ

ମୁମ୍ବାଇ,୧୯।୫: ମହାରାଷ୍ଟ୍ରରେ କରୋନା ସ୍ଥିତି ଅଣାୟତ ହୋଇଥିବା ବେଳେ ଏଠାକାର ଆଗଧାଡିର ଯୋଦ୍ଧା ସାଜିଥିବା ପୋଲିସ ବି ଏଥିରୁ ବାଦ୍‌ ଯାଇନାହିଁ। ଗତ ୨୪ ଘଣ୍ଟା...

ଆବେଙ୍କୁ ଭେଟିଲେ ମୋଦି

ଓସାକା,୨୮।୬ (ପି.ଟି.):ଜି-୨୦ ସମ୍ମିଳନୀରେ ଯୋଗଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜାପାନ ପ୍ରତିପକ୍ଷ ଶିିଞ୍ଜୋ ଆବେଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ବିଶ୍ୱ ଅର୍ଥନୀତି,...

୭ ମାସ ପରେ ରାଜ୍ୟରେ ୧୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର, ୨୬।୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ତଳକୁ ଖସିଛି। ୭ ମାସ (୬ ଜୁନ୍‌ ୨୦୨୦) ପରେ ପ୍ରଥମ ଥର...

Advertisement
Archives

Model This Week