Posted inଫୁରସତ

୭୦ ବର୍ଷରେ ପ୍ରଥମ ଥର ପାଇଁ ମା’ ହେଲେ ଏହି ମହିଳା; ପ୍ରସବ ପରେ ଡାକ୍ତର…

ପ୍ରତିଦିନ ଦୁନିଆରେ କିଛି ନା କିଛି ଅଜବ ଘଟଣା ଘଟେ। ସେଥିରୁ କିଛି ଉପରେ ବିଶ୍ୱାସ କରିବା କଷ୍ଟକର ହୋଇପଡେ। ଗୁଜରାଟରେ ଏବେ ସେଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ୭୦ ବର୍ଷୀୟ ମହିଳା ପ୍ରଥମ ଥର ପାଇଁ ମା’ ହୋଇଛନ୍ତି। ଯେଉଁ ବୟସରେ ଲୋକେ ଜେଜେମା’-ଆଈ ହୁଅନ୍ତି ସେହି ବୟସରେ ସେ ମା’ ହୋଇ ସମସ୍ତଙ୍କୁ ଚମକାଇଛନ୍ତି।

ବୃଦ୍ଧାଜଣଙ୍କ ହେଉଛନ୍ତି ଜିଭୁବେନ୍‌ ବଲାଭାଇ ରବାରୀ। ତାଙ୍କ ବୟସ ଏବେ ୭୦ ବର୍ଷ। ସେ କ୍ଷୀର ବିକି ପରିବାର ପ୍ରତିପୋଷଣ କରନ୍ତି। ଦୀର୍ଘ ୪୫ ବର୍ଷ ଧରି ଉଭୟେ ସନ୍ତାନ ପ୍ରାପ୍ତିର ଆଶା ରଖିଥିଲେ। ମାତ୍ର ସଫଳ ହୋଇ ନ ଥିଲେ। ଏବେ କିନ୍ତୁ ସେ ମା’ ହୋଇ ବେଶ ଖୁସି ଅଛନ୍ତି।

ଯାହା ସୂଚନା ରହିଛି, ଦମ୍ପତ୍ତି ନିକଟରେ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ସହ ସମ୍ପର୍କ କରିଥିଲେ। ଡାକ୍ତର ତାଙ୍କୁ ଆଇଭିଏଫ୍‌ ଜରିଆରେ ସନ୍ତାନ ପ୍ରସବ ନେଇ ଉପାୟ କହିଥିଲେ। ବୟସାଧିକ ଯୋଗୁ ତାହା ଅସମ୍ଭବ ପରି ଲାଗିଥିଲା। ଡାକ୍ତରଙ୍କ ମନା କରିବା ସତ୍ତ୍ୱେ ଜିଭୁବେନ୍‌ ଜିଦ୍‌ରେ ଅଟଳ ରହିଥିଲେ। ପ୍ରଥମେ ଇଞ୍ଜେକ୍ସନ ଦ୍ୱାରା ତାଙ୍କର ପିରିଅଡ୍ସ ଆରମ୍ଭ କରାଯାଇଥିଲା। ପରେ ଅନେକ ଡାକ୍ତରୀ ଚିକିତ୍ସା ପରେ ପିଲାର ଏମ୍ରିଓକୁ ଛଡ଼ା ଯାଇଥିଲା। ଏହାର ୧୫ ଦିନ ପରେ ସେ ଗର୍ଭବତୀ ଥିବା ଡାକ୍ତର ଜାଣିପାରିଥିଲେ। ପରବର୍ତ୍ତୀ ସମୟରେ କିନ୍ତୁ ତାଙ୍କୁ ଅନେକ କଠିନ ସମୟ ଦେଇ ଗତି କରିବାକୁ ପଡ଼ିଥିଲା। ରକ୍ତଚାପ ଅଧିକ ରହୁଥିବାରୁ ୮ମ ମାସରେ ତାଙ୍କର ଡେଲିଭରି ହୋଇଯାଇଥିଲା। ଏବେ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଡାକ୍ତର କହିଛନ୍ତି। ହେଲେ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାଛଡ଼ା ଡାକ୍ତରମାନେ ମଧ୍ୟ ଏହାକୁ ନେଇ ଆଶ୍ଚର୍ଯ୍ୟ ହୋଇଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେବେ ଭାରତ ଆସିବେ ବାଂଲାଦେଶୀ ପ୍ରଧାନମନ୍ତ୍ରୀ? ଆସିଲା ନୂଆ ତାରିଖ

ନୂଆଦିଲ୍ଲୀ,୨୨।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହkସିନାଙ୍କ ବହିଷ୍କାର ଏବଂ ଭାରତରେ ଆଶ୍ରୟ ନେବା ମଧ୍ୟରେ, ବାଂଲାଦେଶୀ ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ 23 ରୁ 25 ମଧ୍ୟରେ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

ଆତ୍ମହତ୍ୟା ପାଇଁ ପାହାଡ଼ ଧାରରେ ଠିଆ ହୋଇଥିଲେ ଯୁବକ, ପୁଅକୁ ବଞ୍ଚାଇବାକୁ ଯାଇ ଚାଲିଗଲା ମା’ବାପାଙ୍କ ଜୀବନ

ଔରଙ୍ଗାବାଦ, ୨୨।୮: ମହାରାଷ୍ଟ୍ରର ଖାଭ୍ୟଡା ଡୋଙ୍ଗରର ଏକ ବିପଦପୂର୍ଣ୍ଣ ପାହାଡ଼ରୁ ଡେଇଁ ଆତ୍ମହତ୍ୟା କରିବାକୁ ଯାଉଥିବା ୧୮ବର୍ଷୀୟ ପୁଅକୁ ବଞ୍ଚାଇବାକୁ ଯାଇ ଜୀବନ ହାରିଛନ୍ତି ମା’ବାପା। ପଥର…

ମିତ୍ର ଦେଶ କାନାଡାକୁ ଶକ୍ତ ଝଟକା ଦେଲେ ଟ୍ରମ୍ପ!

ଓ୍ବାଶିଂଟନ,୨୨।୮: ଡୋନାଲ୍ଡ ଟ୍ରମ୍ପ ଆମେରିକାର ଘନିଷ୍ଠ ସହଯୋଗୀ ଏବଂ ବନ୍ଧୁ କାନାଡା ଉପରେ ‘ଶୁଳ୍କ ବୋମା’ ପକାଇଛନ୍ତି। ବାଣିଜ୍ୟ ଚୁକ୍ତି ଆଲୋଚନା ସମୟରେ ଦୁଇ ରାଷ୍ଟ୍ର ଏକ…

ଉଚ୍ଚ ଶ୍ରେଣୀରେ କମୁଛି ଛାତ୍ରୀଛାତ୍ରଙ୍କ ଆନନ୍ଦଦାୟକ ସ୍ଥିତି

ମୁମ୍ବାଇ, ୨୨ା୮ : ଭାରତରେ ଛାତ୍ରୀଛାତ୍ରଙ୍କ ବର୍ଷକୁ ବର୍ଷ ଶ୍ରେଣୀ ବୃଦ୍ଧି ପାଇବା ସହ ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ଏବଂ ଆତ୍ମବିଶ୍ୱାସରେ ହ୍ରାସ ପାଉଥିବା ଏକ ନୂତନ…

ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟରେ ନାବାଳକ ଶ୍ରମିକ: ଡିପ୍‌ ବୋର୍‌ୱେଲ ପ୍ରକଳ୍ପ ଅଧା

ଅମରପାଲି,୨୨ା୮(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଏକ କୃଷିପ୍ରଧାନ ଅଞ୍ଚଳ ହୋଇଥିଲେ ମଧ୍ୟ ଏଠାରେ ଜଳସେଚନର ବିଶେଷ ସୁବିଧା ନାହିଁ। ଚାଷୀଙ୍କ ଜମିକୁ ଜଳସେଚନ ସୁବିଧା ଯୋଗାଇବା…

୨୦୨୭ ଲଢେଇ ଜିତିବାକୁ ଭାଜପାର ବଡ଼ ପ୍ଲାନ: ଟାର୍ଗେଟ୍‌ରେ Gen G-Gen Z

ନୂଆଦିଲ୍ଲୀ,୨୨।୮: ନୂତନ ଜାତୀୟ ଟିମ୍‌ ଘୋଷଣା ପରେ ଭାଜପା ନେତା ନୀତିନ ନବୀନ ଶନିବାର ପଦାଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି। ଦିଲ୍ଲୀରେ ଥିବା ଭାଜପା ମୁଖ୍ୟାଳୟରେ…

LKG ଛାତ୍ରଙ୍କୁ ଚାପୁଡ଼ା ମାରିଲେ ଶିକ୍ଷୟିତ୍ରୀ: ହଠାତ୍‌ ଘଟିଗଲା ଏମିତି କିଛି, ଦେଖନ୍ତୁ ଛାତିଥରା VIDEO

ବିଶାଖାପାଟଣା,୨୨।୮: ବିଶାଖାପାଟଣାର ଏକ ସ୍କୁଲର ହୃଦୟ ବିଦାରକ ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜଣେ ନିର୍ଦ୍ଦୋଷ ୬ ବର୍ଷର ଶିଶୁକୁ ଜଣେ ଶିକ୍ଷୟିତ୍ରୀ ତା’ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri