Posted inଜାତୀୟ

୭୦ ପ୍ରତିଶତ ସରକାରୀ ମାମଲା ଭିତ୍ତିହୀନ, କୋର୍ଟର କାର୍ଯ୍ୟ ଭାର ବଢାଉଛି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩।୮: କୋର୍ଟକୁ ଆସୁଥିବା ବହୁ ସଂଖ୍ୟକ ସରକାରୀ ମାମଲା ଭିତ୍ତିହୀନ। ଏଭଳି ମାମଲା ଯୋଗୁ କୋର୍ଟର କାର୍ଯ୍ୟ ଭାର ବଢୁଥିବା ସୁପ୍ରିମକୋର୍ଡ କହିଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ଦାଖଲ ହୋଇଥିବା ବିବିଧ ଆବେଦନ ଶୁଣାଣି ବେଳେ ଜଷ୍ଟିସ ପିଏସ ନରସିଂହ, ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଏବଂ ଜଷ୍ଟିସ ବି.ଆର ଗାଭାଇଙ୍କ ବେଞ୍ଚ ଏହା କହିଛନ୍ତି।
କେନ୍ଦ୍ର ସରକାରଙ୍କ ଦ୍ୱାରା ଦାଖଲ ହୋଇଥିବା ବିବିଧ ଆବେଦନ ଶୁଣାଣି ବେଳେ କୋର୍ଟ କହିଛନ୍ତି, ଯେଉଁ ମାମଲାରେ ବିଭିନ୍ନ ଆବେଦନ କରାଯାଇଥିଲା ତାହା କୋର୍ଟ ଦ୍ୱାରା ଖାରଜ ହୋଇସାରିଛି। ଏହି ମାମଲାର ଶୁଣାଣି ହେବା ପରେ ଜଷ୍ଟିସ ଗାଭାଇ ସୂଚାଇ ଦେଇଛନ୍ତି ଯେ କେନ୍ଦ୍ର ସରକାରଙ୍କ ଉପରେ ଜୋରିମାନା ଆଦାୟ କରିବାକୁ ଇଚ୍ଛୁକ କାରଣ କୋର୍ଟଙ୍କ ଦୃଷ୍ଟିରେ କେନ୍ଦ୍ର ଏକ ବିବିଧ ଆବେଦନ ନାମରେ ଏକ ସମୀକ୍ଷା ଆବେଦନ କରିଛି। ଯଦି କେନ୍ଦ୍ର ଏବଂ ରାଜ୍ୟ ସରକାର ଚାହୁଁଛନ୍ତି ତେବେ ସେମାନେ ଏହାର ସମାଧାନ ଖୋଜି ପାରିବେ। ୭୦ ପ୍ରତିଶତ ସରକାରୀ ମାମଲା ଭିତ୍ତିହୀନ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଧକ୍କାରେ ଚାଲିଗଲା ପାର୍ଥଙ୍କ ଜୀବନ, ମୃତଦେହ ଜବତ କରି ପୋଲିସ…

ଦିଗପହଣ୍ଡି,୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ପୋଲିସ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ…

ବିଜେଡିରୁ ନିଲମ୍ବିତ ହେଲେ ଶାରଦା ପ୍ରସାଦ ସ୍ୱାଇଁ, ସାଧାରଣ ସମ୍ପାଦକ କହିଲେ….

ଭବାନୀପାଟଣା,୯।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବିଜେଡିର ସକ୍ରିୟ ସଦସ୍ୟ ଶାରଦା ପ୍ରସାଦ(ବାବୁଲି) ସ୍ୱାଇଁଙ୍କୁ ରବିବାର ବିଜେଡି ନିଲମ୍ବିତ କରିଛି । ଦଳ ବିରୋଧୀ କାର୍ଯ୍ୟ…

ପାଲେଷ୍ଟାଇନ୍ ରାଷ୍ଟ୍ର ହେବାକୁ ଦେବି ନାହିଁ: ନେତାନ୍ୟାହୁ

ଜେରୁଜେଲମ୍‌, ୯ା୮: ଗାଜା ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ପ୍ରସ୍ତାବିତ ୧୫-ସୂତ୍ରୀ ‘ବୋର୍ଡ ଅଫ୍ ପିସ୍’ ଯୋଜନାକୁ ନେଇ ଇସ୍ରାଏଲ୍ ପକ୍ଷରୁ ଆପତ୍ତି ସାମ୍ନାକୁ ଆସିଛି। ଇସ୍ରାଏଲ୍…

ଦାଦନ ଖଟିବାକୁ ଯାଇ ହଜି ଯାଇଥିଲେ ଘାସିରାମ, ଉଦ୍ଧାର ପରେ ବଖାଣିଲେ ଲୋମ ଟାଙ୍କୁର ସତ…

ଥୁଆମୂଳ ରାମପୁର,୯।୮(ଦୁର୍ଗା କୀର୍ତ୍ତି): ନିଖୋଜ ଦାଦନ ଶ୍ରମିକ ଘାସିରାମ ମାଝୀଙ୍କୁ ନେଇ ସୃଷ୍ଟି ହୋଇଥିବା ଆଶଙ୍କା ଶେଷ ହୋଇଛି। କେରଳରେ ଭୟ, ଭାଷାଗତ ସମସ୍ୟା ଓ ମାନସିକ…

Mettle Meet 2026: ସିନିୟର ବର୍ଗରେ ଚାମ୍ପିୟନ୍ ହେଲା ଆଇଆଇଟି ଖଡ଼ଗପୁର

ଭୁବନେଶ୍ୱର,୯।୮: ସଫଳତାର ସହ ରବିବାର ସମାପ୍ତ ହୋଇଛି ‘ମେଟଲ ମିଟ୍ ୨୦୨୬’ର ସିନିୟର ବର୍ଗ ପ୍ରତିଯୋଗିତା। ଏହି ରୋମାଞ୍ଚକର ଜ୍ଞାନର ଲଢ଼େଇରେ ଆଇଆଇଟି ଖଡ଼ଗପୁର ଚାମ୍ପିୟନ ହେବାର…

ଧାନ ରୋଇବା ବେଳେ ବଜ୍ରପାତ, ବିଲରେ ଘଟିଲା ଏମିତି…

ପାତ୍ରପୁର,୯।୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ତଣ୍ଡିପୁର ଗ୍ରାମରେ ରବିବାର ବଜ୍ରପାତ ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ…

ଅପହୃତା ନାବାଳିକା ଉଦ୍ଧାର ଘଟଣା, ଘରକୁ ନେବାକୁ ମନାକଲେ ପରିବାର

ଦିଗପହଣ୍ଡି,୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସେହି ଗାଁର ଜଣେ ନାବାଳକ ଅପହରଣ କରି…

ସ୍ତ୍ରୀ ଶୋଇଥିବା ବେଳେ ହତ୍ୟା ଉଦ୍ୟମ କରିଥିଲେ ସ୍ବାମୀ, ଏବେ ଗଲେ ଜେଲ

ଦିଗପହଣ୍ଡି,୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମରେ ରହୁଥିବା ଏ.ଅନ୍ତରା ପାତ୍ର ତାଙ୍କ ସ୍ତ୍ରୀ ଏ.ଶଶି ପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri