ବସ୍‌ରୁ ୭୦ କେଜି ଗଞ୍ଜେଇ ଜବତ, ୨ ଗିରଫ

ବ୍ରହ୍ମପୁର ଅଫିସ, ୨୧।୩: ଅବକାରୀ ଗୁଇନ୍ଦା ପୋଲିସ ମଙ୍ଗଳବାର ଜାତୀୟ ରାଜପଥ ଗୋପାଳପୁର ଜଙ୍କସନରୁ ଏକ ଯାତ୍ରୀବାହୀ ବସ୍‌ରୁ ପୃଥକ ଭାବେ ୭୦କେଜି ଗଞ୍ଜେଇ ଜବତ କରିଛି। ଏଥିସହ ଦୁଇଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ଅଭିଯୁକ୍ତମାନେ ହେଲେ ମଧ୍ୟପ୍ରଦେଶ ଆଦିତ୍ୟପୁରମର ପୂର୍ବତନ ସାମରିକ କର୍ମଚାରୀ ଗୋପାଳ ସିଂ(୨୯) ଓ କନ୍ଧମାଳ ଜିଲା ବ୍ରମହଣି ଗାଁର ଗଗନ ନାୟକ (୨୭)। ଅବକାରୀ ଟିମ୍‌ ଗୋପାଳଙ୍କ ଦୁଇଟି ଟ୍ରଲି ବ୍ୟାଗ ଓ ଗୋଟିଏ ଏୟାର ବ୍ୟାଗରୁ ୭୦କେଜି ଗଞ୍ଜେଇ ଜବତ କରିଥିବା ବେଳେ ଗଗନ ଧରିଥିବା ଏକ ଏୟାର ବ୍ୟାଗରୁ ୧୦ କେଜି ଗଞ୍ଜେଇ ଜବତ କରିଛି। ଗୋପାଳଙ୍କୁ ମାମଲା ନଂ ୧୦୪୦/୨୨-୨୩ ରେ ଗିରଫ କରାଯାଇଛି। ସେହିପରି ଗଗନ ଙ୍କୁ ୧୦୪୧/୨୨-୨୩ ରେ ଗିରଫ କରାଯାଇଛି ବୋଲି ଅବକାରୀ ଗୁଇନ୍ଦା ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ ସୂଚନା ଦେଇଛନ୍ତି। ଜେରା ବେଳେ ଗୋପାଳ ଗୋପାଳପୁରରେ ରହି ଏହି ଗଞ୍ଜେଇ କାରବାର କରୁଥିବା ଜଣାପଡିଛି। ସେ ଉକ୍ତ ଗଞ୍ଜେଇ ମଧ୍ୟପ୍ରଦେଶ ଚାଲାଣ କରିଥାନ୍ତେ। ସେହିପରି ଗଗନ ଉକ୍ତ ଗଞ୍ଜେଇ ଭୁବନେଶ୍ୱର ନେଇ ଯାଉଥିଲେ ବୋଲି ଅବକାରୀ ଟିମ୍‌ ଜାଣିବାକୁ ପାଇଛି। ଘଟଣାରୁ ପ୍ରକାଶ ଯେ, ବ୍ରହ୍ମପୁରରୁ ଏକ ଯାତ୍ରୀବାହୀ ବସ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅବକାରୀ ଟିମ୍‌କୁ ଖବର ମିଳିଥିଲା। ଏହାକୁ ଆଧାର କରି ଏକ ଟିମ୍‌ ଗୋପାଳପୁର ଜଙ୍କସନରେ ମଙ୍ଗଳବାର ଯାନବାହନ ଯାଞ୍ଚ କରିଥିଲା। ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍‌ ଯାଞ୍ଚ ବେଳେ ଦୁଇ ଜଣ ଯାତ୍ରୀଙ୍କ ଠାରୁ ଉକ୍ତ ଗଞ୍ଜେଇ ଜବତ ହୋଇଛି। ଅଭିଯୁକ୍ତ ଦ୍ୱୟଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ପୋଲିସ କହିଛି। ଯାଞ୍ଚ ବେଳେ ଉକ୍ତ ଟିମ୍‌ରେ ଅବକାରୀ ଗୁଇନ୍ଦା ଇନ୍ସପେକ୍ଟର ହ୍ରଦୟ ଚନ୍ଦ୍ର ସାମନ୍ତ, ଏଏସ୍‌ଆଇ ସୁରେନ୍ଦ୍ର ପ୍ରଧାନ, ବ୍ରଜ ବିହାରୀ ନାୟକ, କନେଷ୍ଟେବଲ କପିଳାସ ଭତ୍ରା , କୁମୁଦ ପ୍ରଧାନ, ସନ୍ତୋଷ ନାୟକ ସୁବ୍ରତ ବେହେରା , ସୁଭମ ସ୍ବାଇଁ , ଭଗବାନ ହେମ୍ରମ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri