୭ବର୍ଷ ବିତିଲା, ମିଳୁନି କୃଷିବୀମା ଟଙ୍କା

ଧାମନଗର, ୭ା୫(ସ୍ବ.ପ୍ର.): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଦେହୁଡ଼ି ଆନନ୍ଦପୁର ପଞ୍ଚାୟତ ମାନଲାପୁର ଗ୍ରାମର ଚାଷୀ ନିରଞ୍ଜନ ଦାସ(୪୪)ଙ୍କ ମୃତ୍ୟୁକୁ ୭ବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ତାଙ୍କ ପରିବାରକୁ ବୀମା ସହାୟତା ରାଶି ମିଳି ନାହିଁ। ବୀମା କମ୍ପାନୀର ବୈମାତୃକ ମନୋଭାବ ଯୋଗୁ ବୀମା ରାଶି ପାଇବାରୁ ତାଙ୍କ ପରିବାର ବଞ୍ଚତ୍ତ ହୋଇଛନ୍ତି। ଦୋବଲ ସମବାୟ ସମିତି, ବିବିସିସିବି (ଭଦ୍ରକ-ବାଲେଶ୍ୱର କେନ୍ଦ୍ର ସମବାୟ ବ୍ୟାଙ୍କ) ଧାମନଗର ଶାଖା ପରିଚାଳକଙ୍କ ସହ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡ଼ି ନୟାନ୍ତ ହେବା ପରେ ଶେଷରେ ପରିବାର ଲୋକେ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କ ସହାୟତା ଲୋଡ଼ିଛନ୍ତି। ସ୍ବର୍ଗତ ନିରଞ୍ଜନଙ୍କ ଦୁଇଝିଅ ଶୁକ୍ରବାର ଏମ୍‌ପି ମଣ୍ଡଳଙ୍କୁ ଭେଟି ଏ ସମ୍ପର୍କରେ ଜଣାଇଛନ୍ତି। ଘଟଣାର ତଦନ୍ତ କରି ପଦକ୍ଷେପ ନେବାକୁ ଏମ୍‌ପି ବିବିସିସିବି ଧାମନଗର ଶାଖା ପରିଚାଳକ ମାନସ ମହାପାତ୍ରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକାଶ ଯେ, ନିରଞ୍ଜନ ଆର୍ଥିକ ବର୍ଷ ୨୦୧୫-୧୬ରେ ଖରିଫ ଚାଷ ପାଇଁ ଦୋବଲ ସମିତିରୁ ଋଣ ନେବା ସହ ଉକ୍ତ ଋଣ ବାବଦରେ କୃଷିବୀମା (ପଲିସି ନଂ.୩୪୫୭୦୦/୪୮) ଅନୁଯାୟୀ ଧାର୍ଯ୍ୟ ଅର୍ଥ ସମିତି ମାଧ୍ୟମରେ ପୈଠ କରିଥିଲେ। ସେହିପରି ଏହି ସୋସାଇଟି ମାଧ୍ୟମରେ ସେ ବ୍ୟକ୍ତିଗତ ଅପମୃତ୍ୟୁଜନିତ ବୀମା କରିଥିଲେ। ସ୍ତ୍ରୀ ଓ ଦୁଇ ଝିଅଙ୍କୁ ନେଇ ତାଙ୍କ ପରିବାର। ତାଙ୍କ ସ୍ତ୍ରୀ କଳ୍ପନା କହିଛନ୍ତି, ୨୦୧୬ ଫେବୃୟାରୀ ୨ ଅପରାହ୍ନରେ ହଠାତ୍‌ ଘୂର୍ଣ୍ଣିଝଡ଼ ଆସିବାରୁ ନିଜ ଖଳାରେ ଧାନଗଦାରେ ପଲିଥିନ ଘୋଡ଼ାଉଥିବା ବେଳେ ପାଖରେ ଥିବା ଏକ ନଡ଼ିଆ ଗଛ ଭାଙ୍ଗି ନିରଞ୍ଜନଙ୍କ ଉପରେ ପଡ଼ିଯାଇଥିଲା। ତାଙ୍କୁ ନିକଟସ୍ଥ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ୍ୟୁର ସମସ୍ତ ଉପଯୁକ୍ତ ପ୍ରମାଣପତ୍ର ଦେବା ସହ ବାରମ୍ବାର ସମବାୟ ସମିତି ଓ ବ୍ୟାଙ୍କ ଯାଉଥିଲେ ମଧ୍ୟ ବୀମା ଅର୍ଥ ମିଳୁନାହିଁ। ଏ ସମ୍ପର୍କରେ ସମବାୟ ବ୍ୟାଙ୍କ ଧାମନଗର ଶାଖା ପରିଚାଳକ ମହାପାତ୍ର କହିଛନ୍ତି, ତୁରନ୍ତ ଏହି ବାବଦରେ ଇଫ୍‌କୋ ଟୋକିଓ ବୀମା କମ୍ପାନୀ ଏବଂ ସମବାୟ ବ୍ୟାଙ୍କ ବାଲଶ୍ୱର ଶାଖା ସହ ଯୋଗାଯୋଗ କରି ଉକ୍ତ ପରିବାରକୁ ସହାୟତା ରାଶି ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri