୭ ବିଦ୍ୟାଳୟରେ ମୌଳିକ ସୁବିଧା ନାହିଁ

କଟକ ଅଫିସ,୧ା୩: ଆମିକସ୍‌କ୍ୟୁରି ପ୍ରଫୁଲ୍ଲ କୁମାର ରଥ ବୌଦ୍ଧ ଜିଲାର ୭ଟି ବିଦ୍ୟାଳୟ ପରିଦର୍ଶନ କରିବା ପରେ ମୌଳିକ ସୁବିଧା ନ ଥିବା ସଂକ୍ରାନ୍ତୀୟ ରିପୋର୍ଟ ଗତ ୨୨ ତାରିଖରେ ହାଇକୋର୍ଟରେ ଦାଖଲ କରିଛନ୍ତି। ୭ଟି ବିଦ୍ୟାଳୟ ମଧ୍ୟରୁ ୪ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମର୍ଜାକୁଦ, ଖଇରାମାଳ, ଦେଉଳି, ଦାମମୁଣ୍ଡା ଗ୍ରାମରେ ଥିବାବେଳେ ୩ଟି ପ୍ରାଥମିକ ବିଦ୍ୟାଳୟ ଘୁଲ ଘୁଲ ପଦର, ଜୁନାନି ଓ ରୁଗୁଡ଼ିପାଲି ଗ୍ରାମରେ ରହିଛି। ଏହି ବିଦ୍ୟାଳୟଗୁଡ଼ିକରେ ପାନୀୟ ଜଳ, ବସିବା ପାଇଁ ବେଞ୍ଚ୍‌ ଓ ଡେସ୍କ, ବିଦ୍ୟୁତ୍‌ ସଂଯୋଗ, ଖେଳପଡ଼ିଆ, ବାଳିକା ଓ ବାଳକଙ୍କ ପାଇଁ ପୃଥକ ପାଇଖାନା ଆଦି ମୌଳିକ ସୁବିଧା ନାହିଁ। ଏହାବ୍ୟତୀତ ଆବଶ୍ୟକ ଶିକ୍ଷକଙ୍କ ଅଭାବ ସାଙ୍ଗକୁ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ହାର ହ୍ରାସ ପାଉଥିବାବେଳେ ଡ୍ରପ୍‌ଆଉଟ୍‌ ପିଲାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆମିକସକ୍ୟୁରି ରିପୋର୍ଟରେ ଦର୍ଶାଇଛନ୍ତି, ମର୍ଜାକୁଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଓ ଚତୁର୍ଥ ଶ୍ରେଣୀ ପିଲା ଗୋଟିଏ କୋଠରିରେ ବସି ପଢ଼ୁଛନ୍ତି। ଖଇରାମାଳ ସ୍କୁଲର ଅବସ୍ଥା ମଧ୍ୟ ସଙ୍ଗିନ। ଏଠାରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପାଇଁ ଜଣେ ଶିକ୍ଷକ ଥିବାବେଳେ ଦ୍ୱିତୀୟ ଓ ତୃତୀୟ ପିଲା ଗୋଟିଏ କୋଠରିରେ ବସୁଛନ୍ତି। ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ବେଞ୍ଚ ଓ ଡେସ୍କ ନ ଥିବାରୁ ସେମାନେ ଗୋଟିଏ କୋଠରୀରେ ପରସ୍ପରର ବିପରୀତ ଦିଗରେ ବସୁଛନ୍ତି। ଘୁଲ ଘୁଲ ପଦର ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ପିଲା ଗୋଟିଏ କୋଠରୀରେ ଖୋଲା ଚଟାଣରେ ବସି ପାଠ ପଢୁଛନ୍ତି। ୫ଟି ଶ୍ରେଣୀ ପାଇଁ ଗୋଟିଏ କଳାପଟା ରହିଛି। ସେହି ବିଦ୍ୟାଳୟରେ କୌଣସି ଅଫିସ ରୁମ୍‌ ନ ଥିବାବେଳେ ପାଇଖାନା, ପାନୀୟ ଜଳ, ଖେଳପଡ଼ିଆ ସୁବିଧା ନାହିଁ। ଏପରି କି ଶ୍ରେଣୀଗୃହରେ ବେଞ୍ଚ ଓ ଡେସ୍କ ନାହିଁ। ବୌଦ୍ଧ ଜିଲାରେ ଶିକ୍ଷା ବ୍ୟବସ୍ଥାର ଏଭଳି ଚିତ୍ରକୁ ଏଇ ୭ଟି ବିଦ୍ୟାଳୟକୁ ନମୁନା ଭାବେ ନେଇ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ବୌଦ୍ଧ ଜିଲାପାଳ ଓ ଜିଲା ଶିକ୍ଷାଧିକାରୀଙ୍କୁ ନେଇ ଏକ ବୈଠକ କରି ତ୍ୱରିତ ପଦକ୍ଷେପ ନେବେ। ସମସ୍ତ ମୌଳିକ ସୁବିଧା ଯୋଗାଇଦେବା ନିମନ୍ତେ ଗ୍ରୀଷ୍ମ ଛୁଟିରେ ମରାମତିଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୀଷ୍ମଛୁଟିରେ ଉକ୍ତ ୭ଟି ସ୍କୁଲରେ ଏନେଇ ଚାଲିଥିବା କାର୍ଯ୍ୟର ଅଗ୍ରଗତିକୁ ସଚିବ କଡ଼ାକଡ଼ି ତଦାରଖ କରିବେ। ଏ ସମ୍ପର୍କରେ ପର୍ଯ୍ୟାୟକ୍ରମେ ଜିଲା ଶିକ୍ଷାଧିକାରୀ ବିଭାଗୀୟ ସଚିବଙ୍କୁ ଫଟୋଗ୍ରାଫ ପଠାଇ ଅବଗତ କରାଇବେ। ଏଥିସହ ରାଜ୍ୟର ସମସ୍ତ ଜିଲା ଶିକ୍ଷାଧିକାରୀଙ୍କଠାରୁ ପ୍ରାଥମିକ ବିଦ୍ୟାଳୟରେ ମୌଳିକ ସୁବିଧା ଉପଲବ୍ଧ ହେଉଥିବା ସମ୍ପର୍କିତ ତଥ୍ୟ ଫଟୋଗ୍ରାଫ ସହିତ ସଂଗ୍ରହ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଏକ ଯୋଜନା ପ୍ରସ୍ତୁତ କରି ଚଳିତ ବଜେଟ୍‌ରେ ହୋଇଥିବା ବ୍ୟୟ ବରାଦ ଅନୁସାରେ ଏସବୁ ସୁବିଧା କରାଇବାକୁ ସଚିବ ପଦକ୍ଷେପ ନେବେ। ପରବର୍ତ୍ତୀ ପର୍ଯ୍ୟାୟରେ ବିଦ୍ୟାଳୟଗୁଡ଼ିକରେ ଷ୍ଟାଫ୍‌ ଓ ପିଲାଙ୍କ ସଂଖ୍ୟା ଉପରେ ଗୁରୁତ୍ୱ ଦେବାକୁ ଅଦାଲତ କହିଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏ ସଂକ୍ରାନ୍ତୀୟ ରିପୋର୍ଟ ସତ୍ୟପାଠ ମାଧ୍ୟମରେ ହାଇକୋର୍ଟରେ ଦାଖଲ କରିବା ନିମନ୍ତେ ନିର୍ଦ୍ଦେଶ ରହିଛି।
ହାଇକୋର୍ଟ ଲିଗାଲ ସର୍ଭିସ୍‌ କମିଟିର ସଚିବଙ୍କ ପକ୍ଷରୁ ରୁଜୁ ମାମଲାରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ସମେତ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି। ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ବିଚାରପତି ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ମାମଲାର ଶୁଣାଣି କରିଥିଲେ। ଆସନ୍ତା ଏପ୍ରିଲ ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଆବେଦନକାରୀଙ୍କ ପକ୍ଷରୁ ଆମିକସ୍‌ କ୍ୟୁରି ପ୍ରଫୁଲ୍ଲ କୁମାର ରଥ ଓ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସିନିୟର ଷ୍ଟାଣ୍ଡିଂ କାଉନ୍‌ସେଲ ଡି. ଆର. ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri