ଛତିଶଗଡ଼ରୁ ଧରାହେଲେ ୭ ଲୁଟେରା

ଅନୁଗୋଳ ଅଫିସ୍‌, ୧୫।୮ – ଅନୁଗୋଳ ସହରର ଦୁଇଟି ଏଟିଏମ୍‌ କାଟି ପାଖାପାଖି ୨୮ ଲକ୍ଷ ଟଙ୍କା ଲୁଟ୍‌ ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଏହି ଘଟଣାରେ ବାହାର ରାଜ୍ୟର ଲୁଟେରାଙ୍କ ହାତ ଥିବା ପୋଲିସ ଅନୁସନ୍ଧାନରୁ ଜାଣିବା ପରେ ସେମାନଙ୍କ ପିଛା କରିଥିଲା। ତେବେ ଦୁର୍ବୃତ୍ତମାନଙ୍କୁ ଛତିଶଗଡ଼ ପୋଲିସ ଗିରଫ କରିଥିବା ଜାଣିବା ପରେ ଅନୁଗୋଳ ପୋଲିସ ସେଠାରେ ପହଞ୍ଚି ଏଟିଏମ୍‌ରୁ ଲୁଟ୍‌ ହୋଇଥିବା ଟଙ୍କା ମଧ୍ୟରୁ ୧୮ ଲକ୍ଷ ଜବତ କରିବା ସହ ୭ ଲୁଟେରା ହରିୟାଣା ରାଜ୍ୟ ନୁହୁ ଜିଲାର ଅମର ଅଲ୍ଲୀ, ତାରିଫ୍‌ ଖାନ୍‌, ମହମ୍ମଦ ଚୌୱାନି, ମୁନ୍‌ଫେଡ଼, ଆଜାଦ୍‌, ଅମାନ୍ତ ଓ ହାଇଦର ଅଲ୍ଲୀଙ୍କୁ ଶୁକ୍ରବାର ଅନୁଗୋଳ ଆଣିଥିବା ଏସ୍‌ଡିପିଓ ଅଶ୍ୱିନୀ କୁମାର ସାହୁ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବା ପରେ ଜେଲ୍‌ ପଠାଯାଇଛି। ସେମାନଙ୍କୁ ୩ ଦିନିଆ ରିମାଣ୍ଡରେ ଅଣାଯିବ ବୋଲି ଏସ୍‌ଡିପିଓ ସୂଚନା ପ୍ରଦାନ କରାଯାଇଛି।
ଏସ୍‌ଡିପିଓ କହିଛନ୍ତି ଯେ, ହରିୟାଣା ରାଜ୍ୟର ଏହି ଦୁର୍ବୃତ୍ତମାନେ ଦେଶର ବିଭିନ୍ନ ସ୍ଥାନରେ ଥିବା ଏଟିଏମ୍‌ରୁ ଲୁଟ୍‌ ପାଇଁ ଟ୍ରକ୍‌ ଓ କଣ୍ଟେନର ଧରି ବୁଲିଥାନ୍ତି। ଢେଙ୍କାନାଳ ଜିଲାରୁ ଏମାନେ ଗତ ୮ ତାରିଖରେ ଏକ କାର୍‌ ଚୋରି କରିଥିଲେ। ୯ ତାରିଖରେ କରଡ଼ାଗାଡ଼ିଆସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଟିଏମ୍‌ କାଟି ୨୭ ଲକ୍ଷ ୯୦ ହଜାର ଟଙ୍କା ଦୁର୍ବୃତ୍ତମାନେ ନେଇଯାଇଥିଲେ। ଏହାପରେ ଅମଲାପଡ଼ା ଠାରେ ଥିବା ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏଟିଏମ୍‌କୁ ସେମାନେ କାଟିଥିଲେ ହେଁ ଟଙ୍କା ନେବାରେ ବିଫଳ ହୋଇଥିଲେ। ପରେ ଚୋରା କାର୍‌ରେ ୫୫ ନମ୍ବର ଜାତୀୟ ରାଜପଥ ଦେଇ ସମ୍ବଲପୁର ଅଭିମୁଖେ ଯାଇଥିବା ସିସିଟିଭିରୁ ଜଣାପଡ଼ିଥିଲା। ଫଳରେ ଅନୁଗୋଳ ପୋଲିସର ଦୁଇଟି ଟିମ୍‌ ଉକ୍ତ ରାସ୍ତାରେ ଆଗକୁ ବଢ଼ିଥିଲା। ହଣ୍ଡପା ଥାନା ବାମୁର ଠାରେ ଲୁଟେରାମାନେ ନେଇଥିବା ଗାଡ଼ିର ସନ୍ଧାନ ପାଇବା ପରେ ଅନୁଗୋଳ ଏସ୍‌ଡିପିଓ ସାହୁ, ଥାନା ଅଧିକାରୀ ରମେଶ ବିଶୋଇ ଓ ସ୍ପେଶାଲ ସ୍କ୍ବାଡ୍‌ ନେତୃତ୍ୱରେ ଦୁଇଟି ଟିମ୍‌ ଛତିଶଗଡ଼ ଅଭିମୁଖେ ଗତ ୧୦ ତାରିଖ ରାତିରେ ଯାଇଥିଲେ। ଏହି ସମୟରେ ଲୁଟେରାମାନେ ଛତିଶଗଡ଼ ବଲୋଦା ବଜାରରେ ଏଟିଏମ୍‌ ଲୁଟ ଘଟଣାରେ ସେଠାକାର ପୋଲିସ ହାତରେ ଧରାପଡ଼ିଥିବା ସୂଚନା ମିଳିଥିଲା। ସେଠାରେ ୪ ଦିନ ରହିବା ସହ ୭ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅନୁଗୋଳ ଅଣାଯାଇଥିଲା। ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ଅନୁଗୋଳ ଥାନା ଅଧିକାରୀ ବିଶୋଇ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri