ସରକାରୀ କର୍ମଚାରୀଙ୍କ ଘରୁ ମିଳିଲା ୭ କୁଇଣ୍ଟାଲ ଗଞ୍ଜେଇ

ଉମରକୋଟ,୨୮।୨: ଉମରକୋଟ ପୋଲିସ ଗଞ୍ଜେଇ ରଖିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଚାନ୍ଦିୟାବେଡା ଗ୍ରାମର ରବି ନାରାୟଣ ସମରଥ ତାଙ୍କ ଭାଇ ରମାକାନ୍ତ ସମରଥ, ସୁବାସ ଚନ୍ଦ୍ର ମାଝି ଓ ଝରିଗାଁର ବାସୁଦେବ ନାୟକ। ଅଭିଯୁକ୍ତଙ୍କ ମଧ୍ୟରେ ୨ଜଣ ସରକାରୀ କର୍ମଚାରୀ ରହିଥିବା ସୂଚନା ମିଳିଛି। ପୋଲିସ ସେମାନଙ୍କ ଘରୁ ୭ କୁଇଣ୍ଟାଲ ୧୨ କେ.ଜି. ଗଞ୍ଜେଇ ଜବତ କରିଛି।
ରବି ସମରଥଙ୍କ ଘରେ ଗଞ୍ଜେଇ ରଖାଯାଇଥିବା ନେଇ ପୋଲିସକୁ ଖବର ମିଳିଥିଲା। ଉମରକୋଟ ଏସ୍‌ଡିପିଓ ଡ. ଦିନେଶ କୁମାର ନାୟକ, ଥାନା ଅଧିକାରୀ ନରେଶ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଏକ ଟିମ୍‌ ସେଠାରେ ଚଢ଼ାଉ କରିଥିଲା। ପୋଲିସକୁ ୭ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ମିଳିଛି। ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ୪ଟି ବାଇକ୍‌ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ଲକ୍ଷ ଟଙ୍କା ବୋଲି ପୋଲିସ ସୂଚନା ଦେଇଛି। ଏ ନେଇ ଉମରକୋଟ ଥାନାରେ ଏକ ମାମଲା(ନଂ.୮୨/୨୧) ରୁଜୁ ହୋଇଛି। ଗଞ୍ଜେଇ କେଉଁଠାରୁ ଆସିଛି, କେଉଁଠିକୁ ଚାଲାଣ ହେଉଥିଲା, ଅଭିଯୁକ୍ତଙ୍କ ସହ ଅନ୍ୟ କେଉଁମାନେ ଏଥିରେ ସମ୍ପୃକ୍ତ ସେ ସମ୍ପର୍କରେ ତଦନ୍ତ କରାଯାଉଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ ହେଲା ଅନୁଗୋଳ ଜିଲା

ଅନୁଗୋଳ ଅଫିସ୍‌, ୨୨।୩ – ରାଜ୍ୟର ୫ଟି ଜିଲାକୁ ମୁଖ୍ୟମନ୍ତ୍ରୀ ଲକ୍‌ ଡାଉନ କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ମାର୍ଚ୍ଚ ୨୨ରୁ ୨୯ ତାରିଖ ଯାଏ...

ଗର୍ଭବତୀଙ୍କୁ ଟିକା ଏବେ ନୁହେଁ

ଭୁବନେଶ୍ୱର,୩।୭: ରାଜ୍ୟର ଗର୍ଭବତୀ ମହିଳାଙ୍କୁ ବର୍ତ୍ତମାନ କରୋନା ଟିକା ଦିଆଯିବ ନାହିଁ। ଏ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲାପାଳ, ମ୍ୟୁନିସିପାଲ କମିସନର ଏବଂ ସିଡିଏମ୍‌ଓଙ୍କୁ...

ସାନି ନିର୍ବାଚନ ତାରିଖ ଘୋଷଣା: ମେ’ ୧୩ରେ ପିପିଲି ଉପନିର୍ବାଚନ

ଭୁବନେଶ୍ବର,୧୭।୪: ପିପିଲି ଉପନିର୍ବାଚନ ପାଇଁ ସାନି ନିର୍ବାଚନ ତାରିଖ ଘୋଷଣା ହୋଇଛି। ଆସନ୍ତା ମେ ୧୩ ତାରିଖରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ୧୬ରେ...

ମୋ ଝିଅକୁ ତଣ୍ଟିଚିପି ମାରିଦେଲେ

ଦିଗପହଣ୍ଡି,୧୩ା୯(ଡି.ଏନ.ଏ.): ସ୍ତ୍ରୀ ହତ୍ୟା ଅଭିଯୋଗରେ ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଲକ୍ଷ୍ମଣ ନାଇକଙ୍କୁ ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଏ ନେଇ...

ରାଜଧାନୀର ୨୩ ଛକରେ ଟ୍ରାଫିକ ଯାଞ୍ଚ: ଉଲ୍ଲଂଘନକାରୀଙ୍କୁ ଗୋଡ଼ାଇ ଧରିଲା ପୋଲିସ

ଭୁବନେଶ୍ୱର,୨।୧୨(ବ୍ୟୁରୋ): କଡ଼ାକଡ଼ି ହୋଇଛି ନୂଆ ମୋଟର ଯାନ ଆଇନ। ଆର୍‌ଟିଓ ସଂକ୍ରାନ୍ତ କାଗଜପତ୍ରକୁ ଛାଡ଼ି ଦେଲେ ୧୦ ଟ୍ରାଫିକ ନିୟମ ଉଲ୍ଲଂଘନକୁ ଗୁରୁତ୍ୱ ଦିଆଯାଇଛି। ତେବେ...

ଛାତ୍ର କଂଗ୍ରେସ ସୁପରିଚାଳନା ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି, ଦେବାଶିଷ ହେଲେ ଅଧ୍ୟକ୍ଷ

ଭୁବନେଶ୍ୱର,୬।୧୨(ବ୍ୟୁରୋ): ଛାତ୍ର କଂଗ୍ରେସର ସୁପରିଚାଳନା ପାଇଁ ଶୁକ୍ରବାର ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ଏଥିରେ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି...

ମୁଖ୍ୟମନ୍ତ୍ରୀଙ୍କୁ ଖୋଜି ବାହାରିଲା ଭାଜପା, ପଛରେ ବିଜେଡି; ନବୀନ ନିବାସ ଆଗରେ ସ୍ବାଗତ ପାଇଁ ଅପେକ୍ଷା

ଭୁବନେଶ୍ୱର,୧୮।୩(ବ୍ୟୁରୋ): ବିଧାନସଭାରେ ଶାସକ-ବିରୋଧୀ ଦଳ ମୁହାଁମୁହିଁ ସ୍ଥିତି ଲାଗି ରହିଥିବା ବେଳେ ଗୁରୁବାର ବାହାରେ ହାଇଡ୍ରାମା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଜିବା ପାଇଁ...

ଆର୍ଥିକ ଅନଟନରେ ବାରିକ ପରିବାର

ସିନାପାଲି,୩ା୫(ଡି.ଏନ୍‌.ଏ.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କୌଣସି ସେଲୁନ ଓ ବିଉଟି ପାର୍ଲର ଖୋଲିବା ନାହିଁ ବୋଲି ସରକାର ଘୋଷଣା କରିଛନ୍ତି ା ଏଥିପାଇଁ ଗତ...

Advertisement
Archives

Model This Week