Posted inଜାତୀୟ

ଋଣ ଭାର ହେଲା ଅସହ୍ୟ, ଜୀବନ ହାରିଲେ ଗୋଟିଏ ପରିବାର ୩ ଶିଶୁ ସମେତ ୭ ସଦସ୍ୟ

ସୁରଟ,୨୮/୧୦: ଶନିବାର ଗୁଜରାଟର ସୁରଟ ଅଞ୍ଚଳରେ ଋଣ ଭାରରେ ଆତ୍ମହତ୍ୟା ଜନିତ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରର ତିନି ଶିଶୁ ସମେତ ସାତ ଜଣ ଆତ୍ମହତ୍ୟା କରିଛନ୍ତି, ଆଉ ଚିଠିରେ କହି ଯାଇଛନ୍ତି ମୃତ୍ୟୁର କାରଣ। ପରିବାର ସଦସ୍ୟ ବିପୁଳ ମାତ୍ରାରେ ଟଙ୍କା ଋଣ ଆଣିଥିଲେ, ଯାହାକୁ ପରେ ସେମାନେ ପରିଶୋଧ କରି ନ ପାରିବାରୁ ଏହି ଚରମ ନିଷ୍ପତି ନେଇଛନ୍ତି ବୋଲି ଚିଠିରେ ଉଲ୍ଲେଖ ରହିଛି।

ପୋଲିସ ସୂଚନା ଅନୁଯାୟୀ ୬ ଜଣଙ୍କର ମୃତ୍ୟୁ ବିଷ ଖାଇ ହୋଇଥିବା ବେଳେ ଜଣେ ଫାସୀ ଦେଇଥିଲେ। ସ୍ଥାନୀୟ ଡିସିପି ଆର. ପି. ବାରୋତଙ୍କ କହିବା ଅନୁସାରେ ବ୍ୟକ୍ତି ସ୍ୱାମୀ, ସ୍ତ୍ରୀ, ସେମାନଙ୍କ ବୟସ୍କ ବାପା-ମା’ ଏବଂ ୬ ବର୍ଷୀୟ ପୁଅ ଓ ୧୦ ଏବଂ ୧୩ ବର୍ଷୀୟ ଦୁଇ ଝିଅ ମୃତ ଅବସ୍ଥାରେ ସିଦ୍ଧେସ୍ୱର ଆପାର୍ଟମେଣ୍ଟର ଏକ ବନ୍ଦ ଘରୁ ଉଦ୍ଧାର ହୋଇଛନ୍ତି।

ମୃତକଙ୍କ ନାମ ହେଉଛି କାନୁଭାଇ ସୋଲଙ୍କି, ତାଙ୍କ ପତ୍ନୀ ଶୋବାବେନ, ପୁଅ ମନୀଷ, ପତ୍ନୀ ରୀତା ଏବଂ ସେମାନଙ୍କର ତିନି ସନ୍ତାନ ବୋଲି ଜଣାପଡିଛି। ଏକ ଠିକାଦାର ଭାବରେ କାର୍ୟ୍ୟ କରୁଥିବା ମନୀଷ ଛାତରେ ଲାଗିଥିବା ପଙ୍ଖାରେ ଝୁଲିଥିବା ବେଳେ ଅନ୍ୟ ୬ ଜଣଙ୍କ ମୃତ ଦେହ ତଳେ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତାଜନକ ରିପୋର୍ଟ, ଦିଲ୍ଲୀର ମାଛରେ ମିଳିଲା ଅତ୍ୟାଧିକ ପ୍ଲାଷ୍ଟିକ….

ନୂଆଦିଲ୍ଲୀ,୪।୮(ପି.ଟି.): ଦିଲ୍ଲୀରେ ପ୍ରବାହିତ ଯମୁନା ନଦୀର ମାଛମାନଙ୍କଠାରେ ହରିୟାଣାର ନଦୀପଥ ତୁଳନାରେ ଯଥେଷ୍ଟ ଅଧିକ ମାତ୍ରାରେ ମାଇକ୍ରୋପ୍ଲାଷ୍ଟିକ୍‌ (ସୂକ୍ଷ୍ମ ପ୍ଲାଷ୍ଟିକ୍‌ କଣିକା) ଜମା ହୋଇଥିବା ଏକ ଚାଞ୍ଚଲ୍ୟକର…

ଏମିତି କ’ଣ ଘଟିଲା ୮ ମାସରେ ୩୦ ବର୍ଷ ପୁରୁଣା ଗଡ଼ ହରାଇଲା ଭାଜପା: ପିକେ ସାଜିଲେ ଗେମଚେଞ୍ଜର

ପାଟନା,୩।୮: ଶେଷରେ ପିକେ ଓରଫ ପ୍ରଶାନ୍ତ କିଶୋର ସଫଳ ହୋଇଛନ୍ତି। ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଜିତି ପ୍ରଶାନ୍ତ କିଶୋର ପ୍ରମାଣ କରିଛନ୍ତି ଯେ…

‘୨୫ ଦିନ ଅନଶନ କରନ୍ତୁ, ତା’ପରେ ଇସ୍ତଫା ଦେବି’: ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ଭାଜପା ନିଆଁ

ନୂଆଦିଲ୍ଲୀ,୩।୮: ଭାରତୀୟ ଜନତା ପାର୍ଟି (BJP) କର୍ନାଟକ ଗୃହମନ୍ତ୍ରୀ ପ୍ରିୟଙ୍କ ଖାର୍ଗେଙ୍କର ଏକ ବୟାନକୁ ଶେୟାର କରି ତାଙ୍କୁ ଟାର୍ଗେଟ କରିଛି। ଭିଡିଓରେ ପ୍ରିୟଙ୍କ ଖାର୍ଗେ କହୁଥିବାର…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଲାଗୁ ହେଲା ପେଟ୍ରୋଲ-ଡିଜେଲର ନୂଆ ଦାମ୍‌

ନୂଆଦିଲ୍ଲୀ,୩।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲର ଦର ଏବଂ ତେଲ କମ୍ପାନୀଗୁଡ଼ିକର ରୋଜଗାରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ରପ୍ତାନି ଉପରେ ଲାଗୁ…

ଭାଜପା ହାରିବାର ୫ ବଡ଼ କାରଣ, ଜାଣନ୍ତୁ…

ପାଟନା,୩।୮: ପାଟନାର ବାଙ୍କିପୁର ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ଆସିସାରିଛି ଏବଂ ଏଠାରେ ୩୦ ବର୍ଷର ରେକର୍ଡ ଭାଙ୍ଗିଯାଇଛି। ଜନ ସୁରାଜ ପାର୍ଟିର ସଂସ୍ଥାପକ ତଥା…

ପିକେଙ୍କ ବିଜୟଠୁ ଭାଜପାର ପରାଜୟ କାହିଁକି ଚର୍ଚ୍ଚାରେ? ବାଙ୍କୀପୁର ଫଳାଫଳର ପ୍ରଭାବ ପଡ଼ିବ ଦିଲ୍ଲୀ ଗାଦି ଉପରେ!

ପାଟନା,୩।୮: ବାଙ୍କୀପୁରରେ ପ୍ରଶାନ୍ତ କିଶୋରଙ୍କ ବିଜୟ ରାଜନୀତିରେ ଏକ ନୂଆ କୌତୂହଳ ସୃଷ୍ଟି କରିଛି। ଆଜି ସକାଳ ପର୍ଯ୍ୟନ୍ତ ଯେଉଁ ବାଙ୍କୀପୁର ବିଧାନସଭା ଆସନକୁ ଭାଜପାର ଦୁର୍ଗ…

ପ୍ରଶାନ୍ତ କିଶୋରଙ୍କୁ ଜିତାଇଦେଲେ Gen-Z? ହେଲା ବଡ଼ ଖୁଲାସା…

ପାଟନା,୩।୮: ପାଟନାର ହାଇ-ପ୍ରୋଫାଇଲ୍ ବାଙ୍କୀପୁର ବିଧାନସଭା ଆସନରେ ଜନ ସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର ୧୯,୩୨୪ ଭୋଟ୍‌ରେ ବିଜୟ ହାସଲ କରିଛନ୍ତି। ୩୨ ରାଉଣ୍ଡ ଗଣତିରେ…

ରାଗିକି ଇସ୍ତଫା ଦେଲେ ୨ ବିଧାୟକ

ବେଙ୍ଗାଲୁରୁ,୩।୮: କର୍ନାଟକରେ କଂଗ୍ରେସ ସରକାରଙ୍କ କ୍ୟାବିନେଟ ବିସ୍ତାରକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଥିବାବେଳେ ନୂତନ ଭାବରେ ପ୍ରକାଶିତ ମନ୍ତ୍ରୀ ତାଲିକା ସେହି ବିଧାୟକମାନଙ୍କୁ ନିରାଶ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri