୨ ବ୍ଲକରେ ୭ ପରିବାର ବେଘର

ପଟ୍ଟାଙ୍ଗି/ଜୟପୁର,୨୦ା୩ (ଡି.ଏନ.ଏ./ ନି.ପ୍ର.): ପଶ୍ଚିମା ଘୂର୍ଣ୍ଣିଝଡ଼ ପ୍ରଭାବ କୋରାପୁଟ ଜିଲାରେ ପରିଲିକ୍ଷିତ ହୋଇଛି। ଏଥିଯୋଗୁ ଗତ ୪ଦିନ ଧରି ପାଗ ମେଘୁଆ ରହି ବିଭିନ୍ନ ସ୍ଥାନରେ ପ୍ରବଳ ପବନ ଘଡ ଘଡି ସହ ବର୍ଷା ହୋଇଛି । ବର୍ଷା ଓ ପବନ ଯୋଗୁ ଜିଲାର ଅନେକ ସ୍ଥାନରେ ଘର ଭାଙ୍ଗିଛି । ପଟ୍ଟାଙ୍ଗି ବ୍ଲକ ସମେତ ବିଭିନ୍ନ ଗ୍ରାମରେ ଗତ ଦୁଇ ଦିନ ଧରି କୁଆପଥର ସହ ବର୍ଷା ହୋଇଥିଲା। ରବିବାର ବ୍ଲକର କେତେକ ସ୍ଥାନରେ ପ୍ରବଳ ବେଗରେ ପବନ ବୋହିଛି। କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଛି। ପବନ ଓ ବର୍ଷା ଯୋଗୁ ବ୍ଲକର ଚନ୍ଦକା ପଞ୍ଚାୟତ ତଳଖରାଢାବା ଗ୍ରାମରେ ୪ଟି ପରିବାରର ଘର ଛପର ସମ୍ପୂର୍ଣ୍ଣ ଉଡିଯାଇଛି। କ୍ଷତିଗ୍ରସ୍ତ ପରିବାର ହେଲେ ବିଶୁ ମାରି, ସାଙ୍ଗୁ ମାରି, ସମିର ମାରି ଏବଂ ସାନୁ ମାରି। ଘରର ଛପର ସମ୍ପୂର୍ଣ୍ଣ ଉଡିଯିବାରୁ ଘରେ ପାଣି ବର୍ଷାପାଣି ପଡି ସମସ୍ତ ଆସବାବପତ୍ର ଏବଂ ଗଚ୍ଛିତ ଧାନ,ମାଣ୍ଡିଆ ନଷ୍ଟ ହୋଇଥିବା ଜଣାପଡିଛି। ଏ ସମ୍ପର୍କରେ ଖବର ପାଇ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ, ଜିଲା ପରିଷଦ ସଭ୍ୟ ଲଇଚନ ଖରା, ସରପଞ୍ଚ ଦେବକୀ ଗଣ୍ଡ, ରାଜସ୍ବ ନିରୀକ୍ଷକ ପ୍ରମୋଦ ବେହେରା, ପିଇଓ ଦାମଦୋର ଦିଶାରି ପ୍ରମୁଖ ଗ୍ରାମରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। କ୍ଷତିଗ୍ରସ୍ତ ପରିବାରଙ୍କୁ ୧୦ କିଲୋ ଲେଖାଏ ଚାଉଳ ଓ ପଲିଥିନ ପ୍ରଦାନ କରାଯାଇଛି। ଏହି କ୍ଷତିଗ୍ରସ୍ତ ପରିବାରଗୁଡିକୁ ସରକାରଙ୍କ ନିୟମାନୁଯାୟୀ ସହାୟତା ମିଳିବ ବୋଲି ତହସିଲଦାର ଧାରୁଆ କହିଛନ୍ତି। କ୍ଷତିଗ୍ରସ୍ଥ ପରିବାରଙ୍କୁ ଗ୍ରାମବାସୀ ମଧ୍ୟ ସହଯୋଗ କରଛନ୍ତି। ସୂଚନାଯୋଗ୍ୟ ଶନିବାର ଦଶମନ୍ତପୁର ବ୍ଲକ ଡୁମ୍ବଗୁଡ଼ା ପଞ୍ଚାୟତ ହାତୀମୁଣ୍ଡା ଗ୍ରାମରେ ଝଡବର୍ଷାରେ ୮ ପରିବାରର ଘର ଆଜବେଷ୍ଟସ ଉଡିଯାଇ ସମ୍ପୃକ୍ତ ପରିବାରଗୁଡିକର ଘରେ ଗଛିତ ଥିବା ଚାଉଳ,ଧାନ ମାଣ୍ଡିଆ ଏବଂ ଅନ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି।
ସେହିପରି ଜୟପର ବ୍ଲକ ଅନ୍ତର୍ଗତ କୁମୁଲିପୁଟ ପଞ୍ଚାୟତର ଦଣ୍ଡସେନାଗୁଡାରେ ଗଛ ପଡି ୩ଟି ଘର ଭାଙ୍ଗିଛି ା ଶନିବାର ରାତିରେ ପ୍ରବଳ ବର୍ଷାପବନ ହେବାରୁ ପର୍ଶୁରାମ ତନ୍ତି, ଗଣେଷ ତନ୍ତି, ହରେକୃଷ୍ଣ ତନ୍ତିଙ୍କ ପରିବାର ଲୋକେ ଶୋଇଥିବା ବେଳେ ସେମାନଙ୍କ ଘର ଉପରେ ଗଛ ପଡିଯାଇଥିଲା। ତେବେ ସମ୍ପୃକ୍ତ ପରିବାର ସଦସ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କାହାର କିଛି କ୍ଷତି ହୋଇନାହିଁ। ଏନେଇ ସୂଚନା ପାଇ ସମାଜିକ କର୍ମୀ ବି.ହରି ରାଓ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। କର୍ମଚାରୀମାନେ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri