Posted inଜାତୀୟ

ଚାକିରିରୁ ବହିଷ୍କୃତ ପରେ କମ୍ପାନୀ ଗେଟ୍‌ ଆଗରେ ବିଷ ପିଇଲେ ୭ କର୍ମଚାରୀ

ଇନ୍ଦୋର,୧।୯: ମଧ୍ୟପ୍ରଦେଶର ଇଣ୍ଡଷ୍ଟ୍ରିଆଲ ସହର ଇନ୍ଦୋରରେ ଏକ ଅଭାବନୀୟ ଘଟଣା ଘଟିଛି। ଚାକିରିରୁ ବହିଷ୍କୃତ ହେବା ପରେ ୭ ଜଣ କର୍ମଚାରୀ ଗୁରୁବାର କମ୍ପାନୀ ଗେଟ୍‌ ଆଗରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ସମସ୍ତ କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଏବେ ବିପଦମୁକ୍ତ ବୋଲି କୁହାଯାଇଛି। ପୋଲିସ ତଦନ୍ତ ଆରମ୍ଭ କରିଛି, କିନ୍ତୁ ଚିକିତ୍ସା ହେତୁ କର୍ମଚାରୀଙ୍କ ବିବୃତ୍ତି ନିଆଯାଇପାରି ନାହିଁ। କମ୍ପାନୀର ମାଲିକ ଏବେ ଫେରାର ଅଛନ୍ତି।
ସୂଚନାନୁସାରେ, ଇନ୍ଦୋରର ପରଦେଶୀପୁରା ପୋଲିସ ଷ୍ଟେସନ ଅଞ୍ଚଳରେ ଅବସ୍ଥିତ ଆଜମେରା ୱାୟାର ପ୍ରଡକ୍ଟରେ କାର୍ଯ୍ୟ କରୁଥିବା ଏହି କର୍ମଚାରୀମାନଙ୍କୁ ଗତ କିଛି ମାସ ଧରି କମ୍ପାନୀ ମ୍ୟାନେଜମେଣ୍ଟ ଦ୍ୱାରା ଦରମା ଦିଆଯାଇ ନ ଥିଲା ଏବଂ ସେମାନେ କାର୍ଯ୍ୟ କରୁ ନ ଥିବାରୁ ବୁଧବାର ସେମାନଙ୍କୁ ମଧ୍ୟ ଚାକିରିରୁ ବହିଷ୍କୃତ କରାଯାଇଥିଲା। ଏହି ୭ ଜଣ କର୍ମଚାରୀ ଆଜି ସକାଳେ କମ୍ପାନୀ ଗେଟ୍‌ ପାଖରେ ପହଞ୍ଚି ମାଲିକଙ୍କୁ ଭେଟିବାକୁ ଜିଦ ଧରିଥିଲେ। ମାଲିକ ସେମାନଙ୍କୁ ଭେଟିବାକୁ ମନା କରିବାରୁ ସେମାନେ ବିଷ ପିଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଦ ଉପରୁ କଟକଣା ହଟାଇବାକୁ ଦାବି

ପାଟଣା,୧୬।୧: ବିହାରରେ ବିଷାକ୍ତ ମଦ କାରଣରୁ ଶନିବାର ନାଳନ୍ଦା ଜିଲାରେ ୧୧ ଜଣଙ୍କ ମୃତ୍ୟୁ ହେବା ପରେ ଭାଜପା ଓ ଜନତା ଦଳର ମେଣ୍ଟ ସରକାରକୁ...

ଆଧାର ଲିଙ୍କ୍‌ କରିବାକୁ ବାଧ୍ୟ କରାଯାଉଛି: ଟିଏମ୍‌ସି ମୁଖପାତ୍ର

ନୂଆଦିଲ୍ଲୀ,୨୩।୮: ଭୋଟର ପରିଚୟପତ୍ର ସହ ଆଧାର ନମ୍ବର ସଂଯୋଗ କରିବା ଲାଗି ଲୋକଙ୍କୁ ବାଧ୍ୟ କରାଯାଉଥିବା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ମୁଖପାତ୍ର ସାକେତ ଗୋଖ୍‌ଲେ ଅଭିଯୋଗ...

ମୋଦି ନୀରବ କାହିଁକି

ନୂଆଦିଲ୍ଲୀ,୧୦।୧୦: ଦେଶରେ କୃଷକମାନଙ୍କୁ ହତ୍ୟା କରାଯାଉଛି। ଜରୁରୀ ସାମଗ୍ରୀଗୁଡ଼ିକର ଦରଦାମ ବଢ଼ିବାରେ ଲାଗିଛି। ଏସବୁକୁ ନେଇ ପ୍ରଧାନମନ୍ତ୍ରୀ ନୀବର କାହିଁକି ବୋଲି ରବିବାର କଂଗ୍ରେସ ନେତା...

ହର୍ନ ମାରିଲେ ଗଣିବାକୁ ପଡ଼ିବ ଜରିମାନା

ନୂଆଦିଲ୍ଲୀ,୨୫ା୧୨- ଏଣିକି ହର୍ନ ମାରିଲେ ମଧ୍ୟ ଗଣିବାକୁ ପଡ଼ିବ ମୋଟା ଅଙ୍କର ଜରିମାନା। ତେବେ ଏହି ନିୟମ ପୂରା ଦେଶରେ ଲାଗୁ ହୋଇ ନାହିଁ। ଦିଲ୍ଲୀରେ...

ଅମୃତସରରେ ଗର୍ଜିଲେ କୃଷକ

ଅମୃତସର,୧୯ ।୯: ପଞ୍ଜାବର ଅମୃତସରରେ ଶନିବାର କୃଷି ବିଲ୍‌କୁ ବିରୋଧ କରି ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କୃଷକ । ଏମାନେ କୌଣସି ପରିସ୍ଥିତିରେ କୃଷି...

ହିଜାବ ରାୟ ପ୍ରତିବାଦରେ ଆଜି କର୍ନାଟକ ବନ୍ଦ

ନୂଆଦିଲ୍ଲୀ,୧୭ା୩: କର୍ନାଟକର ଶିକ୍ଷାନୁଷ୍ଠାନଗୁଡ଼ିକରେ ରାଜ୍ୟ ସରକାରଙ୍କ ଡ୍ରେସ୍‌ କୋଡ୍‌କୁ ହାଇକୋର୍ଟ ବଳବତ୍ତର ରଖି ହିଜାବ କଟକଣା ଜାରି ରହିବ ବୋଲି ମଙ୍ଗଳବାର ସ୍ପଷ୍ଟ କରିବା ପରେ...

ମୋଦିଙ୍କୁ ପ୍ରଶ୍ନ କଲେ ପ୍ରିୟଙ୍କା-ରାହୁଲ

ନୂଆଦିଲ୍ଲୀ,୨ ।୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଗତ ୨ ମାସ ହେବ ବିଭିନ୍ନ ରାଜ୍ୟର କୃଷକ ଦିଲ୍ଲୀ ସୀମାରେ ଆନ୍ଦୋଳନରେ...

କରୋନା ଟିକା ନେଲେ ନପୁଂସକ ହେବା ଭୟ: ଟିକାକେନ୍ଦ୍ର ପଡ଼ିଛି ଖାଲି..

ମୁମ୍ବାଇ,୧୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ଜାରି ରହିଥିବା ସାର୍ବଜନୀକ ଟିକାକରଣ ଅଭିଯାନ କେତେକ...

Advertisement
Archives

Model This Week