Posted inଜାତୀୟ

E୨୦ ପେଟ୍ରୋଲକୁ ନେଇ ୭ ବଡ଼ ପ୍ରଶ୍ନ, ସଂସଦରେ ତଥ୍ୟ ସହ ଜବାବ ଦେଲେ ସରକାର

ନୂଆଦିଲ୍ଲୀ,୩୧।୭: E୨୦ ପେଟ୍ରୋଲକୁ ନେଇ ସୋସିଆଲ ମିଡିଆ ଓ ବିଭିନ୍ନ ମାଧ୍ୟମରେ ଉଠୁଥିବା ପ୍ରଶ୍ନ ମଧ୍ୟରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସଂସଦରେ ବିସ୍ତୃତ ସ୍ପଷ୍ଟୀକରଣ ଦେଇଛି । ମନ୍ତ୍ରଣାଳୟ କହିଛି ଯେ, E୨୦ ପେଟ୍ରୋଲକୁ ନେଇ ପ୍ରଚାରିତ ହେଉଥିବା ଅଧିକାଂଶ ଦାବିର କୌଣସି ବୈଷୟିକ ଆଧାର ନାହିଁ ।

ସରକାରଙ୍କ ସୂଚନା ଅନୁଯାୟୀ, E୧୫ରୁ ଅଧିକ ଇଥାନଲ ମିଶ୍ରିତ ପେଟ୍ରୋଲ ପ୍ରାୟ ସାଢ଼େ ୩ ବର୍ଷ ଏବଂ E୧୯-E୨୦ ପେଟ୍ରୋଲ ପ୍ରାୟ ଅଢ଼େଇ ବର୍ଷ ଧରି ଦେଶରେ ବ୍ୟବହୃତ ହେଉଛି। ଏହି ସମୟ ମଧ୍ୟରେ ଇଥାନଲ କାରଣରୁ ଇଞ୍ଜିନ୍ ନଷ୍ଟ ହେବା କିମ୍ବା ବହୁ ସଂଖ୍ୟକ ଗାଡ଼ିରେ ତ୍ରୁଟି ଦେଖାଦେବାର କୌଣସି ପ୍ରମାଣିତ ଘଟଣା ସାମ୍ନାକୁ ଆସିନାହିଁ। ମନ୍ତ୍ରଣାଳୟ କହିଛି ଯେ, ଯଦି ପ୍ରକୃତରେ E୨୦ ଯୋଗୁଁ ଇଞ୍ଜିନ୍ ସମସ୍ୟା ସୃଷ୍ଟି ହୋଇଥାନ୍ତା, ତେବେ ବଡ଼ ପରିମାଣରେ ୱାରେଣ୍ଟି କ୍ଲେମ୍, ସର୍ଭିସ୍ କ୍ୟାମ୍ପେନ୍ ଓ ଗ୍ରାହକ ଅଭିଯୋଗ ଦେଖିବାକୁ ମିଳିଥାନ୍ତା। କିନ୍ତୁ ଏଭଳି କୌଣସି ପରିସ୍ଥିତି ଦେଖାଯାଇନାହିଁ।

ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଇଥାନଲ ବ୍ଲେଣ୍ଡିଂକୁ ପର୍ଯ୍ୟାୟକ୍ରମେ ବଢ଼ାଯାଇଛି, ଏକାଥରେ ନୁହେଁ। ୨୦୧୩-୧୪ରେ ଏହାର ହାର ୧.୫୩% ଥିବାବେଳେ ୨୦୨୦-୨୧ରେ ୮.୧%, ୨୦୨୧-୨୨ରେ ପ୍ରାୟ ୧୦%, ୨୦୨୨-୨୩ରେ ୧୨%, ୨୦୨୩-୨୪ରେ ୧୪.୬%, ୨୦୨୪-୨୫ରେ ୧୯.୨% ଏବଂ ୨୦୨୫-୨୬ରେ ନଭେମ୍ବରଠୁ ଜୁନ ମଧ୍ୟରେ ୨୦%ରେ ପହଞ୍ଚିଛି। ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, ଦେଶରେ ଇଥାନଲ ବ୍ଲେଣ୍ଡିଂ କାର୍ଯ୍ୟକ୍ରମ ୨୦୦୧ରେ ପାଇଲଟ୍ ପ୍ରକଳ୍ପ ଭାବେ ଆରମ୍ଭ ହୋଇଥିଲା ଏବଂ ୨୦୦୬ରେ E୫ ପେଟ୍ରୋଲ ଲାଗୁ କରାଯାଇଥିଲା। ବର୍ଷକ୍ରମେ ଏହାର ମାତ୍ରା ବୃଦ୍ଧି କରାଯାଇ E୨୦ ପର୍ଯ୍ୟନ୍ତ ପହଞ୍ଚାଯାଇଛି।

E୨୦ ପେଟ୍ରୋଲକୁ ନେଇ ମାଇଲେଜ୍ କମିବା ଦାବି ଉପରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, କୌଣସି ଗାଡ଼ିର ମାଇଲେଜ୍ କେବଳ ଇନ୍ଧନ ଉପରେ ନିର୍ଭର କରେ ନାହିଁ। ଡ୍ରାଇଭିଂ ଶୈଳୀ, ଟ୍ରାଫିକ୍ ସ୍ଥିତି, ଗାଡ଼ିର ରକ୍ଷଣାବେକ୍ଷଣ, ଟାୟାରର ବାୟୁଚାପ ଏବଂ ଏୟାର କଣ୍ଡିସନର (AC) ବ୍ୟବହାର ମଧ୍ୟ ମାଇଲେଜ୍‌କୁ ପ୍ରଭାବିତ କରିଥାଏ।

ସରକାରଙ୍କ ଅନୁସାରେ, E୧୦ ପାଇଁ ଡିଜାଇନ୍ ହୋଇଥିବା ପୁରୁଣା ଗାଡ଼ିଗୁଡ଼ିକରେ E୨୦ ବ୍ୟବହାର କଲେ ମାଇଲେଜ୍ ପ୍ରାୟ ୩ରୁ ୫ ପ୍ରତିଶତ ପର୍ଯ୍ୟନ୍ତ କମିପାରେ। ଏହି ପ୍ରସଙ୍ଗରେ ମାରୁତି ସୁଜୁକି ମଧ୍ୟ ମାଇଲେଜ୍ ପ୍ରାୟ ୩ରୁ ୩.୫ ପ୍ରତିଶତ କମିପାରେ ବୋଲି କହିଛି।

ତେବେ ମନ୍ତ୍ରଣାଳୟର ଦାବି ହେଉଛି, E୨୦ ପେଟ୍ରୋଲର ଅକ୍ଟେନ୍ ନମ୍ବର ଅଧିକ ଥିବାରୁ ଇଞ୍ଜିନ୍‌ରେ ଉନ୍ନତ ଇଗ୍ନିସନ୍ ହୋଇଥାଏ, ଯାହା ଫଳରେ ଇଞ୍ଜିନ୍‌ର କାର୍ଯ୍ୟକ୍ଷମତା ଓ ଗାଡ଼ିର ପିକଅପ୍‌ରେ ମଧ୍ୟ ସୁଧାର ଆସିପାରେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri