Posted inଜାତୀୟ

E୨୦ ପେଟ୍ରୋଲକୁ ନେଇ ୭ ବଡ଼ ପ୍ରଶ୍ନ, ସଂସଦରେ ତଥ୍ୟ ସହ ଜବାବ ଦେଲେ ସରକାର

ନୂଆଦିଲ୍ଲୀ,୩୧।୭: E୨୦ ପେଟ୍ରୋଲକୁ ନେଇ ସୋସିଆଲ ମିଡିଆ ଓ ବିଭିନ୍ନ ମାଧ୍ୟମରେ ଉଠୁଥିବା ପ୍ରଶ୍ନ ମଧ୍ୟରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସଂସଦରେ ବିସ୍ତୃତ ସ୍ପଷ୍ଟୀକରଣ ଦେଇଛି । ମନ୍ତ୍ରଣାଳୟ କହିଛି ଯେ, E୨୦ ପେଟ୍ରୋଲକୁ ନେଇ ପ୍ରଚାରିତ ହେଉଥିବା ଅଧିକାଂଶ ଦାବିର କୌଣସି ବୈଷୟିକ ଆଧାର ନାହିଁ ।

ସରକାରଙ୍କ ସୂଚନା ଅନୁଯାୟୀ, E୧୫ରୁ ଅଧିକ ଇଥାନଲ ମିଶ୍ରିତ ପେଟ୍ରୋଲ ପ୍ରାୟ ସାଢ଼େ ୩ ବର୍ଷ ଏବଂ E୧୯-E୨୦ ପେଟ୍ରୋଲ ପ୍ରାୟ ଅଢ଼େଇ ବର୍ଷ ଧରି ଦେଶରେ ବ୍ୟବହୃତ ହେଉଛି। ଏହି ସମୟ ମଧ୍ୟରେ ଇଥାନଲ କାରଣରୁ ଇଞ୍ଜିନ୍ ନଷ୍ଟ ହେବା କିମ୍ବା ବହୁ ସଂଖ୍ୟକ ଗାଡ଼ିରେ ତ୍ରୁଟି ଦେଖାଦେବାର କୌଣସି ପ୍ରମାଣିତ ଘଟଣା ସାମ୍ନାକୁ ଆସିନାହିଁ। ମନ୍ତ୍ରଣାଳୟ କହିଛି ଯେ, ଯଦି ପ୍ରକୃତରେ E୨୦ ଯୋଗୁଁ ଇଞ୍ଜିନ୍ ସମସ୍ୟା ସୃଷ୍ଟି ହୋଇଥାନ୍ତା, ତେବେ ବଡ଼ ପରିମାଣରେ ୱାରେଣ୍ଟି କ୍ଲେମ୍, ସର୍ଭିସ୍ କ୍ୟାମ୍ପେନ୍ ଓ ଗ୍ରାହକ ଅଭିଯୋଗ ଦେଖିବାକୁ ମିଳିଥାନ୍ତା। କିନ୍ତୁ ଏଭଳି କୌଣସି ପରିସ୍ଥିତି ଦେଖାଯାଇନାହିଁ।

ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଇଥାନଲ ବ୍ଲେଣ୍ଡିଂକୁ ପର୍ଯ୍ୟାୟକ୍ରମେ ବଢ଼ାଯାଇଛି, ଏକାଥରେ ନୁହେଁ। ୨୦୧୩-୧୪ରେ ଏହାର ହାର ୧.୫୩% ଥିବାବେଳେ ୨୦୨୦-୨୧ରେ ୮.୧%, ୨୦୨୧-୨୨ରେ ପ୍ରାୟ ୧୦%, ୨୦୨୨-୨୩ରେ ୧୨%, ୨୦୨୩-୨୪ରେ ୧୪.୬%, ୨୦୨୪-୨୫ରେ ୧୯.୨% ଏବଂ ୨୦୨୫-୨୬ରେ ନଭେମ୍ବରଠୁ ଜୁନ ମଧ୍ୟରେ ୨୦%ରେ ପହଞ୍ଚିଛି। ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, ଦେଶରେ ଇଥାନଲ ବ୍ଲେଣ୍ଡିଂ କାର୍ଯ୍ୟକ୍ରମ ୨୦୦୧ରେ ପାଇଲଟ୍ ପ୍ରକଳ୍ପ ଭାବେ ଆରମ୍ଭ ହୋଇଥିଲା ଏବଂ ୨୦୦୬ରେ E୫ ପେଟ୍ରୋଲ ଲାଗୁ କରାଯାଇଥିଲା। ବର୍ଷକ୍ରମେ ଏହାର ମାତ୍ରା ବୃଦ୍ଧି କରାଯାଇ E୨୦ ପର୍ଯ୍ୟନ୍ତ ପହଞ୍ଚାଯାଇଛି।

E୨୦ ପେଟ୍ରୋଲକୁ ନେଇ ମାଇଲେଜ୍ କମିବା ଦାବି ଉପରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, କୌଣସି ଗାଡ଼ିର ମାଇଲେଜ୍ କେବଳ ଇନ୍ଧନ ଉପରେ ନିର୍ଭର କରେ ନାହିଁ। ଡ୍ରାଇଭିଂ ଶୈଳୀ, ଟ୍ରାଫିକ୍ ସ୍ଥିତି, ଗାଡ଼ିର ରକ୍ଷଣାବେକ୍ଷଣ, ଟାୟାରର ବାୟୁଚାପ ଏବଂ ଏୟାର କଣ୍ଡିସନର (AC) ବ୍ୟବହାର ମଧ୍ୟ ମାଇଲେଜ୍‌କୁ ପ୍ରଭାବିତ କରିଥାଏ।

ସରକାରଙ୍କ ଅନୁସାରେ, E୧୦ ପାଇଁ ଡିଜାଇନ୍ ହୋଇଥିବା ପୁରୁଣା ଗାଡ଼ିଗୁଡ଼ିକରେ E୨୦ ବ୍ୟବହାର କଲେ ମାଇଲେଜ୍ ପ୍ରାୟ ୩ରୁ ୫ ପ୍ରତିଶତ ପର୍ଯ୍ୟନ୍ତ କମିପାରେ। ଏହି ପ୍ରସଙ୍ଗରେ ମାରୁତି ସୁଜୁକି ମଧ୍ୟ ମାଇଲେଜ୍ ପ୍ରାୟ ୩ରୁ ୩.୫ ପ୍ରତିଶତ କମିପାରେ ବୋଲି କହିଛି।

ତେବେ ମନ୍ତ୍ରଣାଳୟର ଦାବି ହେଉଛି, E୨୦ ପେଟ୍ରୋଲର ଅକ୍ଟେନ୍ ନମ୍ବର ଅଧିକ ଥିବାରୁ ଇଞ୍ଜିନ୍‌ରେ ଉନ୍ନତ ଇଗ୍ନିସନ୍ ହୋଇଥାଏ, ଯାହା ଫଳରେ ଇଞ୍ଜିନ୍‌ର କାର୍ଯ୍ୟକ୍ଷମତା ଓ ଗାଡ଼ିର ପିକଅପ୍‌ରେ ମଧ୍ୟ ସୁଧାର ଆସିପାରେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?