ଡକାୟତ ଗ୍ୟାଙ୍ଗ୍‌ର ୭ ଗିରଫ

ଅନୁଗୋଳ ଅଫିସ/ ଛେଣ୍ଡିପଦା,୧୨।୧ – ଅନୁଗୋଳ ଜିଲାକୁ ଡକାୟତି ପାଇଁ ଆସୁଥିବା ଏକ ଗ୍ୟାଙ୍ଗର ୭ ଜଣଙ୍କୁ ଅନୁଗୋଳ ସ୍ପେଶାଲ୍‌ ସ୍କ୍ବାଡ୍‌ ସୋମବାର ବିଳମ୍ବିତ ରାତିରେ ଧରିବାରେ ସଫଳ ହୋଇଛି। ସେମାନଙ୍କଠାରୁ ବନ୍ଧୁକ, ଗୁଳି ଓ ୩୧ ହଜାରରୁ ଅଧିକ ଟଙ୍କା ଜବତ କରାଯାଇଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏକ ଡକାୟତ ଦଳ ଦୁଇଟି ଗାଡ଼ିରେ ଅନୁଗୋଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରଜପଥରେ ଯାଉଥିବା ଖବରପାଇ ସ୍ପେଶାଲ ସ୍କ୍ବାଡ୍‌ ନିଶା ଶିଳାଞ୍ଚଳ ଥାନା ସମ୍ମୁଖରେ ରାସ୍ତା ଅବରୋଧ କରି ଜଗି ରହିଥିଲା। ଡକାୟତଙ୍କ ଗାଡ଼ି ସେଠାରେ ପହଞ୍ଚିବା ପରେ ରାସ୍ତା ନ ପାଇ ଢାବା ଆଡକୁ ଚାଲିଯାଇଥିଲା। ତୁରନ୍ତ ପୋଲିସ ଉକ୍ତ ଢାବା ସମ୍ମୁଖରେ ପହଞ୍ଚି ଦୁଇଟି ଗାଡ଼ି (ନଂ. ଓଆର୦୨ବିଏନ-୮୬୨୪ ଓ ଓଡି୦୨ବିଆର-୩୪୬୩) ଓ ୭ ଅଭିଯୁକ୍ତଙ୍କୁ ଅଟକ ରଖି ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ପୋଲିସ ଗାଡିରୁ ଗୋଟିଏ ବନ୍ଧୁକ, ୪ଟି ଜୀବନ୍ତ ଗୁଳି ଓ ଟଙ୍କା ଜବତ କରିଥିଲା। ନିଶା ଶିଳ୍ପାଞ୍ଚଳରେ ଡକାୟତି ଉଦ୍ଦେଶ୍ୟରେ ସମ୍ପୃକ୍ତ ୭ଜଣ ଆସିଥିବା ତଦନ୍ତରୁ ଜଣାପଡ଼ିବା ପରେ ନଂ. ୪/୨୨ରେ ମାମଲା ରୁଜୁ କରାଯାଇ ସେମାନଙ୍କୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲା ମଞ୍ଚେଶ୍ୱର ଥାନା ରୁକୁଟା ଗ୍ରାମର ଦେବାଶିଷ ରାଉତ(୨୬), ଢେଙ୍କାନାଳ ଜିଲା ସଦର ଥାନା ଶିଆରିଆ ଗ୍ରାମର ସୁନୀଲ କୁମାର ରାଉତ(୨୮), କଟକ ଜିଲା ଆଠଗଡ ଥାନା ଲକ୍ଷ୍ମୀନାରାୟଣପୁର ଗ୍ରାମର ଉମେଶ ଚନ୍ଦ୍ର ସାମଲ(୨୭), ସୁବାଶିଷ ସାହାଣୀ(୩୫), ଢେଙ୍କାନାଳ ଜିଲା ରାସୋଳ ଥାନା ବ୍ରହ୍ମପୁର ଗ୍ରାମର ରାଜେଶ ପ୍ରଧାନ(୨୨), କଟକ ଜିଲା ଆଠଗଡ ଥାନା ଉପରସାହିର ଜିତୁରଞ୍ଜନ ବେହେରା(୨୭), ଅନୁଗୋଳ ଜିଲା ଜରପଡା ଥାନା ଜରପଡା ଗ୍ରାମର ସୁଶାନ୍ତ ସାହୁ(୨୬)। ଉକ୍ତ ଗ୍ୟାଙ୍ଗ ବଇଣ୍ଡା ଅଞ୍ଚଳରେ ହୋଇଥିବା ବ୍ୟାଙ୍କରୁ ଚୋରି ଘଟଣାରେ ସମ୍ପୃକ୍ତ ଥାଇପାରନ୍ତି ବୋଲି ସନ୍ଦେହ କରୁଛି। ଆବଶ୍ୟକ ପଡିଲେ ସେମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ନିଶା ଶିଳ୍ପାଞ୍ଚଳ ପୋଲିସ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ ମାମଲା: ପରିବାର ଅନୁମତି ନେଇ ନାଁ ସାର୍ବଜନୀନ କରିହେବ

କଟକ ଅଫିସ,୧୭।୭: କରୋନା ଆକ୍ରାନ୍ତଙ୍କ ନାମ ପ୍ରଘଟ ଉପରେ କଟକଣା ଜାରି କରିବା ପାଇଁ ରୁଜୁ ହୋଇଥିବା ମାମଲାରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପରିବାର...

ଶ୍ରୀଜଗନ୍ନାଥ, ସାହିଯାତକୁ ନେଇ ରାପ୍‌ ଭିଡିଓ ‘ପୁରୀ ଟୋକା’

ପୁରୀ ଅଫିସ, ୨୯ା୧: ଆଧୁନିକ ରାପ୍‌ ସଙ୍ଗୀତରେ ଶ୍ରୀଜଗନ୍ନାଥ ସଂସ୍କୃତିର ଛାପ ଦେଖିବାକୁ ମିଳିଛି। ଏଭଳି ଆକର୍ଷଣୀୟ ରାପ୍‌ ସଙ୍ଗୀତ ଗାଇ ଚର୍ଚ୍ଚାକୁ ଆସିଛନ୍ତି ରାପର...

ସମ୍ପୂର୍ଣ୍ଣ ହେଉନି କାଶୀନଗର ଏନ୍‌ଏସିର ଅଧୁରା କାମ

କାଶୀନଗର,୨।୬: ଗଜପତି ଜିଲାର ଦ୍ୱିତୀୟ ସହର ଏକମାତ୍ର ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନର ୪୭ ବର୍ଷ ପୂର୍ତ୍ତି ହେଲାଣି। ତଥାପି ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚତ୍ତ। ଏଠାରେ...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ

ଆନନ୍ଦପୁର,୧୭।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ୫୩ ନଂ ରାଜ୍ୟ ରାଜପଥ ଆନନ୍ଦପୁର ଥାନା ଅଧୀନ ଶାଳବଣି ଛକ ନିକଟରେ ଗୁରୁବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇ...

ଘର ଖଁଡ଼େ ତିଆରିବାରେ ଅକ୍ଷମ:ଭଂଗା କୁରିଆରେ ୨ ଅସାହା ପରିବାରର

  କେସିଙ୍ଗା, ୨୫।୬ (ଡି.ଏନ୍‌.ଏ) କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କଶୃପଡ଼ା ପଁଚେତ୍‌ ସୁକୁନାଭଟା ଗଁାର ଦୁଇ ଭାଇ ଖଗେଶ୍ୱର ନାଏକ(୩୫) ଆର କାତ୍ତିକ ନାଏକ(୩୨)।...

ସ୍କୁଲ ପିଲାଙ୍କୁ ପଢ଼ାଇଲେ ଉପଜିଲାପାଳ

ମାଲକାନଗିରି,୭ା୪(ଡି.ଏନ୍‌.ଏ.): ମାଲକାନଗିରି ଉପଜିଲାପାଳ ତଥା ଆଇଟିଡିଏର ଭାରପ୍ରାପ୍ତ ପିଏ ଅକ୍ଷୟ କୁମାର କେମୁଡୁ ବୁଧବାର କାଲିମେଳା ବ୍ଲକ ଏମ୍‌ଭି-୭୯ସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ...

ପୋଲ ତଳୁ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ମୁନିଗୁଡ଼ା,୨୦ା୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ଅନ୍ତର୍ଗତ କୁଟ୍ରାଗଡ଼ ବଂଶଧାରା ନଦୀ ପୋଲ ତଳୁ ସୋମବାର ସକାଳେ ଏକ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ...

ଅକ୍ସିମିଟର ଆପ ଡାଉନ୍‌ଲୋଡ ନ କରିବାକୁ ଗଞ୍ଜାମ ଏସ୍‌ପିଙ୍କ ପରାମର୍ଶ: ଫିଙ୍ଗର ପ୍ରିଣ୍ଟ ନେଇ ଲୁଟୁଛନ୍ତି ଟଙ୍କା

ଛତ୍ରପୁର,୨୬।୫(ଡି.ଏନ୍‌.ଏ.): ସୁଗାର, ବିପି ଓ ଅକ୍ସିଜେନ ସ୍ତର କ’ଣ ଅଛି ମୋବାଇଲ ଫୋନ ଦ୍ୱାରା ଜାଣିବାକୁ ପ୍ରାୟ କେତେ ଲୋକ ଅକ୍ସିଜେନ ଆପ ଡାଉନଲୋଡ଼ କରୁଛନ୍ତି।...

Advertisement
Archives

Model This Week