ଚାକିରି, ଋଣ ଦେବା ଆଳରେ ୭.୧୩ ଲକ୍ଷ ଠକେଇ

ଖୋର୍ଦ୍ଧା ଅଫିସ,୨୯ା୭: ନିଜକୁ ଆର୍‌ବିଏଲ ବ୍ୟାଙ୍କ ଓଡ଼ିଶା ମୁଖ୍ୟ ପରିଚୟ ଦେଇ ଋଣ ଓ ଚାକିରି କରାଇଦେବାକୁ କହି ଏକାଧିକ ବ୍ୟକ୍ତିଙ୍କଠାରୁ ୭ ଲକ୍ଷ ୧୩ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗରେ ଖୋର୍ଦ୍ଧା ଆଦର୍ଶ ଟାଉନ ଥାନା ପୋଲିସ ବୁଧବାର ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବାଲେଶ୍ୱର ସଦର ଥାନା ଶଙ୍କରପୁର ଗ୍ରାମର ଅନିଲ କୁମାର ମହାନ୍ତି (୩୩)। ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯିବ।
ଶିକାର ମହିଳା ଥାନାର ଦ୍ୱାରସ୍ଥ
କଟକ ସାଲେପୁର ଅଞ୍ଚଳରେ ମହିଳାଙ୍କୁ ସିଲେଇ ତାଲିମ ଓ ମେଶିନ ଯୋଗାଇବା ନାମରେ ୨୫ଟି ସ୍ବୟଂସହାୟକ ଗୋଷ୍ଠୀଙ୍କଠାରୁ ଅନିଲ ମହାନ୍ତି ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି। ବୁଧବାର ଉକ୍ତ ଅଞ୍ଚଳର ବହୁ ମହିଳା ଟାଉନ ଥାନାକୁ ଆସି ଏହି ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ମହିଳାମାନେ ପୋଲିସ ପାଖରେ ଏ ସଂକ୍ରାନ୍ତ କାଗଜପତ୍ର ଦାଖଲ କରିଛନ୍ତି।
ଅଭିଯୋଗକାରୀମାନଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୭ରେ ଅନିଲ ସାଲେପୁରରେ ଏକାଡେମୀ ଅଫ ସଂସ୍କୃତି ଏଜୁକେଶନ ନାମରେ ଏକ ସଂସ୍ଥା ଖୋଲିଥିଲେ। ଏହା ଜରିଆରେ ମହିଳାଙ୍କୁ ୧୨ସପ୍ତାହ ସିଲେଇ ପ୍ରଶିକ୍ଷଣ ପରେ ମେଶିନ ଯୋଗାଇଦେବାକୁ ସାଲେପୁର, ନିଶ୍ଚିନ୍ତକୋଇଲି, ମାର୍ଶାଘାଇ, ହିନ୍ଦୋଳ ପ୍ରଭୃତି ଅଞ୍ଚଳର ୨୫ଟି ଏସ୍‌ଏଚ୍‌ଜି ସହ ଚୁକ୍ତି କରିଥିଲେ। ପ୍ରାୟ ୫ହଜାର ଯୁବତୀ, ମହିଳାଙ୍କ ବାବଦକୁ ଲକ୍ଷାଧିକ ଟଙ୍କା ଧରି ରାତାରାତି ଚମ୍ପଟ ମାରିଥିଲେ। ଏନେଇ ୨୦୧୮ ସେପ୍ଟେମ୍ବର ୧୨ରେ ସମ୍ପୃକ୍ତ ମହିଳାମାନେ ସାଲେପୁର ଥାନାରେ ଏତଲା ଦେଇଥିଲେ। ଫଳରେ ସେ ଫେରାର ହୋଇଯାଇଥିଲେ। ବୁଧବାର କୌଣସି ସୂତ୍ରରୁ ଖବର ପାଇ ମାର୍ଶାଘାଇର କଳ୍ପନା ଦ୍ୱିବେଦୀ, ଜ୍ୟୋତିର୍ମୟୀ ନାୟକ, ପ୍ରତାପ କୁମାର ସିଂ, ନିଶ୍ଚିନ୍ତ କୋଇଲିର ପ୍ରତିମା ନାୟକ, ସାଲେପୁରର ଶିବପ୍ରସାଦ ସ୍ବାଇଁ ପ୍ରମୁଖ ଥାନାରେ ପହଞ୍ଚି ଅନିଲଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏନେଇ ଥାନାଧିକାରୀ ସଞ୍ଜୟ ପଟ୍ଟନାୟକ କହିଛନ୍ତି,ଏହି ଘଟଣା ସାଲେପୁର ଅଞ୍ଚଳରେ ଘଟିଥିବାରୁ ସେହି ଥାନାରେ ଅଭିଯୋଗ କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି।

ସଙ୍ଗିନ ଅଭିଯୋଗ ଆଣିଲେ ସ୍ତ୍ରୀ

ଅନିଲଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ସୋନାଲି ପଟ୍ଟନାୟକ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ସୋନାଲି କହିଛନ୍ତି, ଅନିଲ ତାଙ୍କୁ ଯୌତୁକ ନିର୍ଯାତନା, ଗର୍ଭ ନଷ୍ଟ, ହତ୍ୟା ଧମକ ଦେଉଥିଲେ। ଏ ନେଇ ସେ ବୁଧବାର ଖୋର୍ଦ୍ଧା ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ୍‌ (ନଂ. ୨୯୨/୨୧) ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri