ଷଷ୍ଠରୁ ଅଷ୍ଟମ ଏକକ ପ୍ରଶ୍ନପତ୍ର

ଭୁବନେଶ୍ୱର, ୬।୧୧(ବ୍ୟୁରୋ): ଆସନ୍ତା ଶିକ୍ଷାବର୍ଷରୁ ସମସ୍ତ ସରକାରୀ ସ୍କୁଲରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏକକ ପରୀକ୍ଷା ଓ ଏକକ ପ୍ରଶ୍ନପତ୍ର ବ୍ୟବସ୍ଥା ଲାଗୁ ହେବ। ଏହି ପ୍ରଶ୍ନପତ୍ର ପ୍ରସ୍ତୁତ କରିବ ଏସ୍‌ସିଇଆର୍‌ଟି। ସେହିଭଳି ଅନ୍ୟ ସ୍କୁଲ ଶିକ୍ଷକଙ୍କ ଦ୍ୱାରା ଖାତା ଦେଖାହେବ। ଏଥିସହ ଏକ ସମୟରେ ସବୁ ପିଲାଙ୍କ ରେଜଲ୍ଟ ପ୍ରକାଶ କରିବାକୁ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଏହି ନୂଆ ବ୍ୟବସ୍ଥା ଦ୍ୱାରା ଛାତ୍ରୀଛାତ୍ରଙ୍କ ଦକ୍ଷତା ଜଣାପଡ଼ିବ। ଏହାବ୍ୟତୀତ କିଛି ସ୍କୁଲରେ ମାର୍କ ପ୍ରଦାନରେ ପ୍ରିୟାପ୍ରୀତିତୋଷଣ ହେଉଥିବା ନେଇ ଯେଉଁ ଅଭିଯୋଗ ହେଉଥିଲା ତାହାର ସମାଧାନ ହେବ ବୋଲି ବିଭାଗ ଆଶା ରଖିଛି।
ସର୍ବଭାରତୀୟ ସ୍ତରରେ ସିବିଏସ୍‌ଇ ଓ ରାଜ୍ୟରେ ଶିକ୍ଷାବିକାଶ ଅଧୀନରେ ପରିଚାଳିତ ସମସ୍ତ ସ୍କୁଲରେ ଏକକ ପ୍ରଶ୍ନପତ୍ର ବ୍ୟବସ୍ଥା ରହିଛି। ମାତ୍ର ଓଡ଼ିଶାର ସରକାରୀ ସ୍କୁଲଗୁଡ଼ିକରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସ୍କୁଲ ଲାଗି ଏକକ ପ୍ରଶ୍ନପତ୍ର ବ୍ୟବସ୍ଥା ନାହିଁ। ବାର୍ଷିକ ପରୀକ୍ଷାର ପ୍ରଶ୍ନପତ୍ର ଏକ ପ୍ରକାର ଥିବାବେଳେ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଏକକ ନାହିଁ। ସ୍କୁଲଗୁଡ଼ିକର ଶିକ୍ଷକମାନେ ପିଲାଙ୍କ ପାଇଁ ପ୍ରଶ୍ନପତ୍ର ତିଆରି କରିବା ସହ ନିଜେ ମଧ୍ୟ ଖାତା ଦେଖୁଛନ୍ତି। ଯଦିଓ ସ୍କୁଲୱାରି ପ୍ରଶ୍ନପତ୍ର ପ୍ରସ୍ତୁତି ଲାଗି କିଛି ନିର୍ଦ୍ଦିଷ୍ଟ ନିୟମ ରହିଛି ମାତ୍ର ରାଜ୍ୟରେ ଥିବା ୬୫,୨୭୯ଟି ସ୍କୁଲରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଶ୍ନପତ୍ର ଭିନ୍ନ ଭିନ୍ନ ରହୁଛି। ତେଣୁ ସ୍କୁଲ୍‌ ସ୍ତରରେ ପାଠପଢ଼ା ଓ ପିଲାଙ୍କ ଦକ୍ଷତାର ତୁଳନାତ୍ମକ ଚିତ୍ର ସ୍ପଷ୍ଟ ହୋଇପାରୁନାହିଁ। ଏକକ ପ୍ରଶ୍ନପତ୍ର ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ କେଉଁ ସ୍କୁଲରେ ପାଠପଢ଼ା କେତେ ଉନ୍ନତ ତାହା ମଧ୍ୟ ଜଣାପଡ଼ିବ। ଏହାଦ୍ୱାରା ଦଶମ ପରୀକ୍ଷାରେ ପାସ୍‌ହାର ବୃଦ୍ଧି ପାଇବା ସହ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଥିବା ଦକ୍ଷତା ମଧ୍ୟ ସ୍ପଷ୍ଟ ହୋଇପାରିବ ବୋଲି ଗଣଶିକ୍ଷା ବିଭାଗ କହିଛି।
ବିଭାଗର ସୂଚନା ଅନୁଯାୟୀ, ଖୁବ୍‌ଶୀଘ୍ର ଉଭୟ ଏକକ ପ୍ରଶ୍ନପତ୍ର ଓ ମୂଲ୍ୟାଙ୍କନ ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବ। ଆସନ୍ତା ଶିକ୍ଷା ବର୍ଷରୁ ଉଭୟ ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ପାଇଁ ଏକକ ପ୍ରଶ୍ନପତ୍ର ରହିବ। ସେହିପରି ଏହି ନୂତନ ବ୍ୟବସ୍ଥାରେ ଦଶମ ବୋର୍ଡ ପରୀକ୍ଷା ପରି ମୂଲ୍ୟାଙ୍କନ କରାଯିବ। ନିଜ ସ୍କୁଲର ପରୀକ୍ଷା ଖାତା ସେହି ସ୍କୁଲର ଶିକ୍ଷକମାନେ ଦେଖିପାରିବେ ନାହିଁ। ଏନେଇ ଏକ ଜୋନ୍‌ ଗଠନ ହେବ, ଯେଉଁଥିରେ ଜିଲାୱାରି ପରୀକ୍ଷାକେନ୍ଦ୍ର ଚୟନ କରାଯିବ। ସେହି ଜୋନ୍‌କେନ୍ଦ୍ରରେ ଜିଲାର ସବୁ ଉତ୍ତରଖାତା ଦାଖଲ ହେବା ପରେ ମନୋନୀତ ଶିକ୍ଷକମାନେ ମୂଲ୍ୟାୟନ କରିବେ। କୌଣସି ପିଲାଙ୍କ ଖାତା ମୂଲ୍ୟାୟନରେ ତ୍ରୁଟି ରହିଲେ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀଙ୍କୁ ଅବଗତ କରିବେ। ପରେ ସେହି ଉତ୍ତର ଖାତାକୁ ଦେଖିଥିବା ଶିକ୍ଷକ ଓ ଅଭିଯୋଗ ହୋଇଥିବା ସ୍କୁଲର ସମ୍ପୃକ୍ତ ବିଷୟର ଶିକ୍ଷକଙ୍କ ଉପସ୍ଥିତିରେ ପୁଣି ମୂଲ୍ୟାୟନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ସେହିଭଳି ଏକାଡେମିକ କ୍ୟାଲେଣ୍ଡର ଅନୁସାରେ ଧାର୍ଯ୍ୟ ସମୟରେ ସବୁ ସ୍କୁଲର ପାଠପଢ଼ା ଶେଷ ହେବା ସହ ବାର୍ଷିକ ପରୀକ୍ଷା ପୂର୍ବରୁ ଯେପରି ରିଭିଜନ ବ୍ୟବସ୍ଥା କରାଯିବ ସେଥିଲାଗି ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri