ଷଷ୍ଠରୁ ଅଷ୍ଟମ ଏକକ ପ୍ରଶ୍ନପତ୍ର

ଭୁବନେଶ୍ୱର, ୬।୧୧(ବ୍ୟୁରୋ): ଆସନ୍ତା ଶିକ୍ଷାବର୍ଷରୁ ସମସ୍ତ ସରକାରୀ ସ୍କୁଲରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏକକ ପରୀକ୍ଷା ଓ ଏକକ ପ୍ରଶ୍ନପତ୍ର ବ୍ୟବସ୍ଥା ଲାଗୁ ହେବ। ଏହି ପ୍ରଶ୍ନପତ୍ର ପ୍ରସ୍ତୁତ କରିବ ଏସ୍‌ସିଇଆର୍‌ଟି। ସେହିଭଳି ଅନ୍ୟ ସ୍କୁଲ ଶିକ୍ଷକଙ୍କ ଦ୍ୱାରା ଖାତା ଦେଖାହେବ। ଏଥିସହ ଏକ ସମୟରେ ସବୁ ପିଲାଙ୍କ ରେଜଲ୍ଟ ପ୍ରକାଶ କରିବାକୁ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଏହି ନୂଆ ବ୍ୟବସ୍ଥା ଦ୍ୱାରା ଛାତ୍ରୀଛାତ୍ରଙ୍କ ଦକ୍ଷତା ଜଣାପଡ଼ିବ। ଏହାବ୍ୟତୀତ କିଛି ସ୍କୁଲରେ ମାର୍କ ପ୍ରଦାନରେ ପ୍ରିୟାପ୍ରୀତିତୋଷଣ ହେଉଥିବା ନେଇ ଯେଉଁ ଅଭିଯୋଗ ହେଉଥିଲା ତାହାର ସମାଧାନ ହେବ ବୋଲି ବିଭାଗ ଆଶା ରଖିଛି।
ସର୍ବଭାରତୀୟ ସ୍ତରରେ ସିବିଏସ୍‌ଇ ଓ ରାଜ୍ୟରେ ଶିକ୍ଷାବିକାଶ ଅଧୀନରେ ପରିଚାଳିତ ସମସ୍ତ ସ୍କୁଲରେ ଏକକ ପ୍ରଶ୍ନପତ୍ର ବ୍ୟବସ୍ଥା ରହିଛି। ମାତ୍ର ଓଡ଼ିଶାର ସରକାରୀ ସ୍କୁଲଗୁଡ଼ିକରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସ୍କୁଲ ଲାଗି ଏକକ ପ୍ରଶ୍ନପତ୍ର ବ୍ୟବସ୍ଥା ନାହିଁ। ବାର୍ଷିକ ପରୀକ୍ଷାର ପ୍ରଶ୍ନପତ୍ର ଏକ ପ୍ରକାର ଥିବାବେଳେ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଏକକ ନାହିଁ। ସ୍କୁଲଗୁଡ଼ିକର ଶିକ୍ଷକମାନେ ପିଲାଙ୍କ ପାଇଁ ପ୍ରଶ୍ନପତ୍ର ତିଆରି କରିବା ସହ ନିଜେ ମଧ୍ୟ ଖାତା ଦେଖୁଛନ୍ତି। ଯଦିଓ ସ୍କୁଲୱାରି ପ୍ରଶ୍ନପତ୍ର ପ୍ରସ୍ତୁତି ଲାଗି କିଛି ନିର୍ଦ୍ଦିଷ୍ଟ ନିୟମ ରହିଛି ମାତ୍ର ରାଜ୍ୟରେ ଥିବା ୬୫,୨୭୯ଟି ସ୍କୁଲରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଶ୍ନପତ୍ର ଭିନ୍ନ ଭିନ୍ନ ରହୁଛି। ତେଣୁ ସ୍କୁଲ୍‌ ସ୍ତରରେ ପାଠପଢ଼ା ଓ ପିଲାଙ୍କ ଦକ୍ଷତାର ତୁଳନାତ୍ମକ ଚିତ୍ର ସ୍ପଷ୍ଟ ହୋଇପାରୁନାହିଁ। ଏକକ ପ୍ରଶ୍ନପତ୍ର ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ କେଉଁ ସ୍କୁଲରେ ପାଠପଢ଼ା କେତେ ଉନ୍ନତ ତାହା ମଧ୍ୟ ଜଣାପଡ଼ିବ। ଏହାଦ୍ୱାରା ଦଶମ ପରୀକ୍ଷାରେ ପାସ୍‌ହାର ବୃଦ୍ଧି ପାଇବା ସହ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଥିବା ଦକ୍ଷତା ମଧ୍ୟ ସ୍ପଷ୍ଟ ହୋଇପାରିବ ବୋଲି ଗଣଶିକ୍ଷା ବିଭାଗ କହିଛି।
ବିଭାଗର ସୂଚନା ଅନୁଯାୟୀ, ଖୁବ୍‌ଶୀଘ୍ର ଉଭୟ ଏକକ ପ୍ରଶ୍ନପତ୍ର ଓ ମୂଲ୍ୟାଙ୍କନ ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବ। ଆସନ୍ତା ଶିକ୍ଷା ବର୍ଷରୁ ଉଭୟ ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ପାଇଁ ଏକକ ପ୍ରଶ୍ନପତ୍ର ରହିବ। ସେହିପରି ଏହି ନୂତନ ବ୍ୟବସ୍ଥାରେ ଦଶମ ବୋର୍ଡ ପରୀକ୍ଷା ପରି ମୂଲ୍ୟାଙ୍କନ କରାଯିବ। ନିଜ ସ୍କୁଲର ପରୀକ୍ଷା ଖାତା ସେହି ସ୍କୁଲର ଶିକ୍ଷକମାନେ ଦେଖିପାରିବେ ନାହିଁ। ଏନେଇ ଏକ ଜୋନ୍‌ ଗଠନ ହେବ, ଯେଉଁଥିରେ ଜିଲାୱାରି ପରୀକ୍ଷାକେନ୍ଦ୍ର ଚୟନ କରାଯିବ। ସେହି ଜୋନ୍‌କେନ୍ଦ୍ରରେ ଜିଲାର ସବୁ ଉତ୍ତରଖାତା ଦାଖଲ ହେବା ପରେ ମନୋନୀତ ଶିକ୍ଷକମାନେ ମୂଲ୍ୟାୟନ କରିବେ। କୌଣସି ପିଲାଙ୍କ ଖାତା ମୂଲ୍ୟାୟନରେ ତ୍ରୁଟି ରହିଲେ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀଙ୍କୁ ଅବଗତ କରିବେ। ପରେ ସେହି ଉତ୍ତର ଖାତାକୁ ଦେଖିଥିବା ଶିକ୍ଷକ ଓ ଅଭିଯୋଗ ହୋଇଥିବା ସ୍କୁଲର ସମ୍ପୃକ୍ତ ବିଷୟର ଶିକ୍ଷକଙ୍କ ଉପସ୍ଥିତିରେ ପୁଣି ମୂଲ୍ୟାୟନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ସେହିଭଳି ଏକାଡେମିକ କ୍ୟାଲେଣ୍ଡର ଅନୁସାରେ ଧାର୍ଯ୍ୟ ସମୟରେ ସବୁ ସ୍କୁଲର ପାଠପଢ଼ା ଶେଷ ହେବା ସହ ବାର୍ଷିକ ପରୀକ୍ଷା ପୂର୍ବରୁ ଯେପରି ରିଭିଜନ ବ୍ୟବସ୍ଥା କରାଯିବ ସେଥିଲାଗି ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri