Posted inଜାତୀୟ

ଇଲେକ୍ଟୋରାଲ ବଣ୍ଡ୍‌ରୁ ଭାଜପାକୁ ୬,୯୮୬.୫ କୋଟି

ନୂଆଦିଲ୍ଲୀ,୧୮।୩(ପି.ଟି.): ଭାରତର ନିର୍ବାଚନ କମିଶନର(ଇସିଆଇ) ରବିବାର ଇଲେକ୍ଟୋରାଲ ବଣ୍ଡ୍‌ର ସାନି ତଥ୍ୟ ସର୍ବସାଧାରଣରେ ପ୍ରକାଶ କରିଛନ୍ତି। ପୂର୍ବରୁ ଇସିଆଇ ଉକ୍ତ ତଥ୍ୟଗୁଡ଼ିକୁ ଜଉମୁଦା ଲଫାପାରେ ସୁପ୍ରିମକୋର୍ଟରେ ଦାଖଲ କରିଥିଲା। ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ସେଗୁଡ଼ିକୁ ସାର୍ବଜନୀନ କରାଯାଇଛି। ୨୦୧୯ ଏପ୍ରିଲ ୧୨ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜନୈତିକ ଦଳଗୁଡ଼ିକ ଇଲେକ୍ଟୋରାଲ ବଣ୍ଡ୍‌ ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିଲେ। ଉକ୍ତ ତଥ୍ୟ ଅନୁଯାୟୀ ୨୦୧୮ରେ ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନା କାର୍ଯ୍ୟକାରୀ ହେବାଠାରୁ ଭାଜପା ଏଥିରୁ ସର୍ବାଧିକ ୬,୯୮୬.୫ କୋଟି ଟଙ୍କା ଚାନ୍ଦା ପାଇଛି। ଏହା ପଛକୁ ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ ପାଇଥିବା ଚାନ୍ଦା ପରିମାଣ ୧,୩୯୭ କୋଟି ହୋଇଥିବାବେଳେ କଂଗ୍ରେସକୁ ୧,୩୩୪ କୋଟି ଏବଂ ବିଆର୍‌ଏସ୍‌କୁ ୧,୩୨୨ କୋଟି ଟଙ୍କା ମିଳିଛି। ଓଡ଼ିଶାର ଶାସକ ଦଳ ବିଜେଡି ନିର୍ବାଚନୀ ବଣ୍ଡ୍‌ରୁ ଚତୁର୍ଥ ସର୍ବାଧିକ ଚାନ୍ଦା ପାଇଛି। ଏହି ଦଳକୁ ମିଳିଥିବା ଚାନ୍ଦା ପରିମାଣ ୯୪୪.୫ କୋଟି ଟଙ୍କା। ସେହିପରି ତାମିଲନାଡୁର ଶାସକ ଦଳ ଡିଏମ୍‌କେ ବଣ୍ଡ୍‌ରୁ ୬୫୬.୫ କୋଟି ପାଇଥିବାବେଳେ ଆନ୍ଧ୍ରପ୍ରଦେଶର ଶାସକ ଦଳ ଓ୍ବାଇଏସ୍‌ଆର୍‌ କଂଗ୍ରେସ ୪୪୨.୮ କୋଟି ଟଙ୍କା ପାଇଛି। ଇଲେକ୍ଟୋରାଲ ବଣ୍ଡ୍‌ର ସର୍ବାଧିକ କ୍ରେତା ଫ୍ୟୁଚର ଗେମିଂ ଆଣ୍ଡ ହୋଟେଲ ସର୍ଭିସେସ୍‌ ସର୍ବାଧିକ ୧,୩୬୮ କୋଟି ଟଙ୍କାର ବଣ୍ଡ୍‌ କିଣିଥିବାବେଳେ ଡିଏମ୍‌କେକୁ ୫୦୯ କୋଟି ଟଙ୍କା ଚାନ୍ଦା ଦେଇଥିବା ରବିବାର ପ୍ରକାଶିତ ଇଲେକ୍ଟୋରାଲ ବଣ୍ଡ୍‌ ତଥ୍ୟରୁ ଜଣାପଡ଼ିଛି। ଡିଏମ୍‌କେକୁ ଚାନ୍ଦା ଦେଇଥିବା ଅନ୍ୟ ବଡ଼ ଦାତାମାନଙ୍କ ମଧ୍ୟରେ ଅଛନ୍ତି ମେଘା ଇଞ୍ଜିନିୟରିଂ (୧୦୫ କୋଟି), ଇଣ୍ଡିଆ ସିମେଣ୍ଟ (୧୪ କୋଟି) ଏବଂ ସନ୍‌ ଟିଭି (୧୦୦ କୋଟି)। ଅଳ୍ପ କେତୋଟି ଦଳ ସେମାନଙ୍କୁ ଚାନ୍ଦା ଦେଇଥିବା ଦାତାଙ୍କ ନାଁ ପ୍ରକାଶ କରିଥିବାବେଳେ ସେଥିରୁ ଡିଏମ୍‌କେ ଅନ୍ୟତମ। ତେବେ ସର୍ବାଧିକ ଚାନ୍ଦା ପାଇଥିବା ଭାଜପା, ତୃଣମୂଳ କଂଗ୍ରେସ, କଂଗ୍ରେସ ଏବଂ ଏଏପି ନିର୍ବାଚନ କମିଶନଙ୍କ ନିକଟରେ ସବିଶେଷ ତଥ୍ୟ ପ୍ରଦାନ କରି ନ ଥିଲେ। ଜେଡିଏସ୍‌ ବଣ୍ଡ୍‌ରୁ ୮୯.୭୫ କୋଟି ଟଙ୍କା ପାଇଥିବାବେଳେ ମେଘା ଇଞ୍ଜିନିୟରିଂ ୫୦ କୋଟି ଟଙ୍କା ଚାନ୍ଦା ଦେଇଛି।

ତେଲୁଗୁଦେଶମ୍‌ ପାର୍ଟି (ଟିଡିପି) ଇଲେକ୍ଟୋରାଲ ବଣ୍ଡ୍‌ରୁ ୧୮୧.୩୫ କୋଟି ଟଙ୍କା ପାଇଥିବାବେଳେ ଶିବସେନା ୬୦.୪ କୋଟି, ଆର୍‌ଜେଡି ୫୬ କୋଟି, ସମାଜବାଦୀ ପାର୍ଟି ୧୪.୦୫ କୋଟି, ଅକାଳୀ ଦଳ ୭.୨୬ କୋଟି, ଏଆଇଏଡିଏମ୍‌କେ ୬.୦୫ କୋଟି ଏବଂ ନ୍ୟାଶନାଲ କନ୍‌ଫରେନ୍ସ ୫୦ ଲକ୍ଷ ଟଙ୍କା ଚାନ୍ଦା ପାଇଛି। ଅନ୍ୟପକ୍ଷରେ ସିପିଆଇ(ଏମ୍‌), ଏଆଇଏଡିଏମ୍‌କେ ଏବଂ ବିଏସ୍‌ପି ଇଲେକ୍ଟୋରାଲ ବଣ୍ଡ୍‌ରୁ ଆଦୌ ଚାନ୍ଦା ପାଇ ନ ଥିବା ଘୋଷଣା କରିଛନ୍ତି।
ରାଜନୈତିକ ଦଳଗୁଡ଼ିକଠାରୁ ଇସିଆଇ ପାଇଥିବା ଇଲେକ୍ଟୋରାଲ ବଣ୍ଡ୍‌ ସମ୍ପର୍କିତ ସମସ୍ତ ତଥ୍ୟକୁ ସିଲ୍‌ ନ ଖୋଲି ସୁପ୍ରିମକୋର୍ଟରେ ଦାଖଲ କରିଥିଲେ। ଅଦାଲତଙ୍କ ଗତ ୧୫ ତାରିଖର ନିର୍ଦ୍ଦେଶକ୍ରମେ ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରି ଉକ୍ତ ତଥ୍ୟଗୁଡ଼ିକର ହାର୍ଡ କପି ସହ ଡିଜିଟାଇଜ୍‌ଡ ରେକର୍ଡକୁ ଏକ ପେନ୍‌ ଡ୍ରାଇଭ୍‌ରେ ନିର୍ବାଚନ କମିଶନଙ୍କୁ ଫେରାଇ ଦେଇଥିଲେ। ଇସିଆଇ ସେହି ତଥ୍ୟଗୁଡ଼ିକୁ ରବିବାର ନିଜ ଓ୍ବେବ୍‌ସାଇଟରେ ଅପ୍‌ଲୋଡ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri