Posted inଜାତୀୟ

ଇଲେକ୍ଟୋରାଲ ବଣ୍ଡ୍‌ରୁ ଭାଜପାକୁ ୬,୯୮୬.୫ କୋଟି

ନୂଆଦିଲ୍ଲୀ,୧୮।୩(ପି.ଟି.): ଭାରତର ନିର୍ବାଚନ କମିଶନର(ଇସିଆଇ) ରବିବାର ଇଲେକ୍ଟୋରାଲ ବଣ୍ଡ୍‌ର ସାନି ତଥ୍ୟ ସର୍ବସାଧାରଣରେ ପ୍ରକାଶ କରିଛନ୍ତି। ପୂର୍ବରୁ ଇସିଆଇ ଉକ୍ତ ତଥ୍ୟଗୁଡ଼ିକୁ ଜଉମୁଦା ଲଫାପାରେ ସୁପ୍ରିମକୋର୍ଟରେ ଦାଖଲ କରିଥିଲା। ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ସେଗୁଡ଼ିକୁ ସାର୍ବଜନୀନ କରାଯାଇଛି। ୨୦୧୯ ଏପ୍ରିଲ ୧୨ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜନୈତିକ ଦଳଗୁଡ଼ିକ ଇଲେକ୍ଟୋରାଲ ବଣ୍ଡ୍‌ ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିଲେ। ଉକ୍ତ ତଥ୍ୟ ଅନୁଯାୟୀ ୨୦୧୮ରେ ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନା କାର୍ଯ୍ୟକାରୀ ହେବାଠାରୁ ଭାଜପା ଏଥିରୁ ସର୍ବାଧିକ ୬,୯୮୬.୫ କୋଟି ଟଙ୍କା ଚାନ୍ଦା ପାଇଛି। ଏହା ପଛକୁ ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ ପାଇଥିବା ଚାନ୍ଦା ପରିମାଣ ୧,୩୯୭ କୋଟି ହୋଇଥିବାବେଳେ କଂଗ୍ରେସକୁ ୧,୩୩୪ କୋଟି ଏବଂ ବିଆର୍‌ଏସ୍‌କୁ ୧,୩୨୨ କୋଟି ଟଙ୍କା ମିଳିଛି। ଓଡ଼ିଶାର ଶାସକ ଦଳ ବିଜେଡି ନିର୍ବାଚନୀ ବଣ୍ଡ୍‌ରୁ ଚତୁର୍ଥ ସର୍ବାଧିକ ଚାନ୍ଦା ପାଇଛି। ଏହି ଦଳକୁ ମିଳିଥିବା ଚାନ୍ଦା ପରିମାଣ ୯୪୪.୫ କୋଟି ଟଙ୍କା। ସେହିପରି ତାମିଲନାଡୁର ଶାସକ ଦଳ ଡିଏମ୍‌କେ ବଣ୍ଡ୍‌ରୁ ୬୫୬.୫ କୋଟି ପାଇଥିବାବେଳେ ଆନ୍ଧ୍ରପ୍ରଦେଶର ଶାସକ ଦଳ ଓ୍ବାଇଏସ୍‌ଆର୍‌ କଂଗ୍ରେସ ୪୪୨.୮ କୋଟି ଟଙ୍କା ପାଇଛି। ଇଲେକ୍ଟୋରାଲ ବଣ୍ଡ୍‌ର ସର୍ବାଧିକ କ୍ରେତା ଫ୍ୟୁଚର ଗେମିଂ ଆଣ୍ଡ ହୋଟେଲ ସର୍ଭିସେସ୍‌ ସର୍ବାଧିକ ୧,୩୬୮ କୋଟି ଟଙ୍କାର ବଣ୍ଡ୍‌ କିଣିଥିବାବେଳେ ଡିଏମ୍‌କେକୁ ୫୦୯ କୋଟି ଟଙ୍କା ଚାନ୍ଦା ଦେଇଥିବା ରବିବାର ପ୍ରକାଶିତ ଇଲେକ୍ଟୋରାଲ ବଣ୍ଡ୍‌ ତଥ୍ୟରୁ ଜଣାପଡ଼ିଛି। ଡିଏମ୍‌କେକୁ ଚାନ୍ଦା ଦେଇଥିବା ଅନ୍ୟ ବଡ଼ ଦାତାମାନଙ୍କ ମଧ୍ୟରେ ଅଛନ୍ତି ମେଘା ଇଞ୍ଜିନିୟରିଂ (୧୦୫ କୋଟି), ଇଣ୍ଡିଆ ସିମେଣ୍ଟ (୧୪ କୋଟି) ଏବଂ ସନ୍‌ ଟିଭି (୧୦୦ କୋଟି)। ଅଳ୍ପ କେତୋଟି ଦଳ ସେମାନଙ୍କୁ ଚାନ୍ଦା ଦେଇଥିବା ଦାତାଙ୍କ ନାଁ ପ୍ରକାଶ କରିଥିବାବେଳେ ସେଥିରୁ ଡିଏମ୍‌କେ ଅନ୍ୟତମ। ତେବେ ସର୍ବାଧିକ ଚାନ୍ଦା ପାଇଥିବା ଭାଜପା, ତୃଣମୂଳ କଂଗ୍ରେସ, କଂଗ୍ରେସ ଏବଂ ଏଏପି ନିର୍ବାଚନ କମିଶନଙ୍କ ନିକଟରେ ସବିଶେଷ ତଥ୍ୟ ପ୍ରଦାନ କରି ନ ଥିଲେ। ଜେଡିଏସ୍‌ ବଣ୍ଡ୍‌ରୁ ୮୯.୭୫ କୋଟି ଟଙ୍କା ପାଇଥିବାବେଳେ ମେଘା ଇଞ୍ଜିନିୟରିଂ ୫୦ କୋଟି ଟଙ୍କା ଚାନ୍ଦା ଦେଇଛି।

ତେଲୁଗୁଦେଶମ୍‌ ପାର୍ଟି (ଟିଡିପି) ଇଲେକ୍ଟୋରାଲ ବଣ୍ଡ୍‌ରୁ ୧୮୧.୩୫ କୋଟି ଟଙ୍କା ପାଇଥିବାବେଳେ ଶିବସେନା ୬୦.୪ କୋଟି, ଆର୍‌ଜେଡି ୫୬ କୋଟି, ସମାଜବାଦୀ ପାର୍ଟି ୧୪.୦୫ କୋଟି, ଅକାଳୀ ଦଳ ୭.୨୬ କୋଟି, ଏଆଇଏଡିଏମ୍‌କେ ୬.୦୫ କୋଟି ଏବଂ ନ୍ୟାଶନାଲ କନ୍‌ଫରେନ୍ସ ୫୦ ଲକ୍ଷ ଟଙ୍କା ଚାନ୍ଦା ପାଇଛି। ଅନ୍ୟପକ୍ଷରେ ସିପିଆଇ(ଏମ୍‌), ଏଆଇଏଡିଏମ୍‌କେ ଏବଂ ବିଏସ୍‌ପି ଇଲେକ୍ଟୋରାଲ ବଣ୍ଡ୍‌ରୁ ଆଦୌ ଚାନ୍ଦା ପାଇ ନ ଥିବା ଘୋଷଣା କରିଛନ୍ତି।
ରାଜନୈତିକ ଦଳଗୁଡ଼ିକଠାରୁ ଇସିଆଇ ପାଇଥିବା ଇଲେକ୍ଟୋରାଲ ବଣ୍ଡ୍‌ ସମ୍ପର୍କିତ ସମସ୍ତ ତଥ୍ୟକୁ ସିଲ୍‌ ନ ଖୋଲି ସୁପ୍ରିମକୋର୍ଟରେ ଦାଖଲ କରିଥିଲେ। ଅଦାଲତଙ୍କ ଗତ ୧୫ ତାରିଖର ନିର୍ଦ୍ଦେଶକ୍ରମେ ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରି ଉକ୍ତ ତଥ୍ୟଗୁଡ଼ିକର ହାର୍ଡ କପି ସହ ଡିଜିଟାଇଜ୍‌ଡ ରେକର୍ଡକୁ ଏକ ପେନ୍‌ ଡ୍ରାଇଭ୍‌ରେ ନିର୍ବାଚନ କମିଶନଙ୍କୁ ଫେରାଇ ଦେଇଥିଲେ। ଇସିଆଇ ସେହି ତଥ୍ୟଗୁଡ଼ିକୁ ରବିବାର ନିଜ ଓ୍ବେବ୍‌ସାଇଟରେ ଅପ୍‌ଲୋଡ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

UPI ୟୁଜର୍ସଙ୍କ ପାଇଁ ବଡ଼ ଖବର: ୨୦୦୦ରୁ ଅଧିକ ପେମେଣ୍ଟରେ ଲାଗିବ ଚାର୍ଜ? ସ୍ପଷ୍ଟ କଲେ ସରକାର, ଜାଣନ୍ତୁ…

ନୂଆଦିଲ୍ଲୀ,୧୫।୯: UPI ପେମେଣ୍ଟ ଉପରେ ୦.୫ ପ୍ରତିଶତ ଟ୍ୟାକ୍ସ କିମ୍ବା ଚାର୍ଜ ଲାଗିବାକୁ ନେଇ ଚର୍ଚ୍ଚା ମଧ୍ୟରେ ବଡ଼ ସ୍ପଷ୍ଟତା ଆସିଛି। ୨୦୦୦ ଟଙ୍କାରୁ ଅଧିକ UPI…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?