ଏମ୍‌ପି ଚନ୍ଦ୍ରଶେଖରଙ୍କ ସୂଚନା:ବ୍ରହ୍ମପୁର-ସମ୍ବଲପୁର ନୂଆ ରେଳପଥ

ବ୍ରହ୍ମପୁର ଅଫିସ,୨୪ା୮-ବହୁ ପ୍ରତୀକ୍ଷିତ ବ୍ରହ୍ମପୁର-ସମ୍ବଲପୁର ନୂଆ ରେଳପଥ ନିର୍ମାଣ ପାଇଁ ଭାରତୀୟ ରେଲୱେ ବୋର୍ଡ ମଞ୍ଜୁର କରିଛନ୍ତି। ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ ଶୁକ୍ରବାର ଧରିତ୍ରୀକୁ ଏହି ସୂଚନା ଦେଇଛନ୍ତି । ଏଥିପାଇଁ ଭଞ୍ଜନଗର ଓକିଲ ସଂଘର ନିରନ୍ତର ପ୍ରୟାସକୁ ସାହୁ ଉଚ୍ଚ ପ୍ରଶଂସା କରିଛନ୍ତି । ଏହାର ସର୍ଭେ ବହୁ ବର୍ଷ ତଳୁ ହୋଇଥିଲେ ମଧ୍ୟ ସଂଶୋଧନ ପାଇଁ କେତେକ ଅଞ୍ଚଳରେ ପୁଣି ସର୍ଭେ କରାଯିବ ଏବଂ ନିର୍ମାଣ ସୁନିଶ୍ଚିତ ହୋଇଥିବା ସେ ଦର୍ଶାଇଛନ୍ତି ।
ସୂଚନାଯୋଗ୍ୟ, ୧୯୭୭ ଲୋକ ସଭା ନିର୍ବାଚନରେ ତତ୍କାଳୀନ ଜାତୀୟ ଯୁବ କଂଗ୍ରେସ ସଭାପତି ରାମଚନ୍ଦ୍ର ରଥ ଗଞ୍ଜାମ ଜିଲା ଆସିକା ଆସନରୁ ନିର୍ବାଚିତ ହୋଇଥିଲେ। ନୂଆ ରେଳପଥ ନିମନ୍ତେ ସେ ଉଦ୍ୟମ କରି ଏହାର ସର୍ଭେ କାର୍ଯ୍ୟ ପାଇଁ ପଦକ୍ଷେପ ନେଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ରଥ ୧୯୮୦ ଓ ୧୯୯୧ ନିର୍ବାଚନରେ ମଧ୍ୟ ଆସିକା ଏମ୍‌ପି ହୋଇଥିଲେ ।
ଦୀର୍ଘ ୪୦ ବର୍ଷ ପରେ ବି ଏହି ରେଳପଥ କେବଳ ସର୍ଭେରେ ଅଟକି ଯାଇଥିଲା। ଭଞ୍ଜନଗର ଓକିଲ ସଂଘ ଏହି ପ୍ରସଙ୍ଗ ଉତ୍‌ଥାନ କରି ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ତୀବ୍ର ସ୍ବର ଉଠାଇ ଥିଲା। ବିଭିନ୍ନ ସ୍ଥାନର ଓକିଲ ସଂଘକୁ ଏକାଠି କରାଇ ଦାବି ହାସଲର ପଦକ୍ଷେପ ନେଇଥିଲା। ସଂଘ ପକ୍ଷରୁ ବ୍ରହ୍ମପୁର, ଆସିକା ଓ ଫୁଲବାଣୀ ଏମ୍‌ପିଙ୍କୁ ମଧ୍ୟ ଅନୁରୋଧ କରାଯାଇଥିଲା । ଫଳରେ ଏହି ଯୋଜନା ସାକାର ହେବାକୁ ଯାଉଛି। ବ୍ରହ୍ମପୁର-ସମ୍ବଲପୁର ସମେତ ସର୍ଭେ କାର୍ଯ୍ୟ ସରିଥିବା ଗୋପାଳପୁର-ରାୟଗଡ଼ା ନୂଆ ରେଳପଥ ନିର୍ମାଣ ଲାଗି ରେଳମନ୍ତ୍ରୀଙ୍କୁ ଦାବି କରାଯାଇଥିବା ଚନ୍ଦ୍ରଶେଖର ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନାନୁସାରେ, ବ୍ରହ୍ମପୁର ନିକଟ ଜଗନ୍ନାଥପୁରଠାରୁ ସମ୍ବଲପୁର ନିକଟ ରେଢ଼ାଖୋଲ ପର୍ଯ୍ୟନ୍ତ ୨୪୦ କି.ମି. ଦୈର୍ଘ୍ୟ ଏହି ରେଳ ଲାଇନ ପାଇଁ ୭୩୪.୯୨ ହେକ୍ଟର ଚାଷଜମି ଏବଂ ୩୨୪.୬୩ ହେକ୍ଟର ଜଙ୍ଗଲ ଜମି ଆବଶ୍ୟକ। ଅପରପକ୍ଷରେ ୨୦୦୯ରେ ବ୍ୟୟ ଅଟକଳ ୨୯୫୬.୪୫ କୋଟି ଟଙ୍କା ହିସାବ କରାଯାଇଥିଲା। ତେବେ ଆଗାମୀ ଦିନରେ ସଂଶୋଧିତ ଅଟକଳ ଯଥେଷ୍ଟ ବଢ଼ିବାର ସମ୍ଭାବନା ରହିଛି। ନିର୍ମାଣ କାର୍ଯ୍ୟ ଜଗନ୍ନାଥପୁରରୁ ଆରମ୍ଭ ହୋଇ କୁକୁଡ଼ାଖଣ୍ଡି, ହିଞ୍ଜିଳିକାଟୁ, ଆସିକା, ଭଞ୍ଜନଗର ଓ ମୁଜାଗଡ଼ ଦେଇ ଫୁଲବାଣୀ ଓ ସେଠାରୁ ବୌଦ୍ଧ ଦେଇ ରେଢ଼ାଖୋଲ ପର୍ଯ୍ୟନ୍ତ ହେବ। ଫଳରେ ରେଳପଥ ନ ଥିବା ଉପରୋକ୍ତ ଅଞ୍ଚଳବାସୀ ଉପକୃତ ହେବେ ଏବଂ ଅନେକ ଆଦିବାସୀ ଅଧ୍ୟୁଷିତ ବାସିନ୍ଦା ରେଳ ସୁବିଧା ପାଇବେ। ଜମି ଅଧିଗ୍ରହଣରେ ରାଜ୍ୟ ସରକାରଙ୍କ ସକ୍ରିୟ ସହଯୋଗ ଆବଶ୍ୟକ ।


Enter your email to get our daily news in your inbox.

All Right Reserved By Dharitri.Com

ଡ. ପ୍ରଶାନ୍ତ କୁମାର ନାୟକଙ୍କୁ ଗୁରୁଦାୟତ୍ବ ଦେଲା ଭାଜପା, ଛୁଟୁଛି ଶୁଭେଚ୍ଛା

ଛତ୍ରପୁର,୨୨।୧୧(ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟିର ଛତ୍ରପୁର ନିର୍ବାଚନମଣ୍ଡଳୀର ଜଣେ ଦକ୍ଷ ସଂଗଠକ ତଥା ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଡ଼. ପ୍ରଶାନ୍ତ କୁମାର ନାୟକଙ୍କୁ ଭାଜପା…

୧-୦ରେ ସିରିଜ ଜିତିଲା ଭାରତ

ଅକ୍‌ଲାଣ୍ଡ, ୨୨ା୧୧: ଭାରତୀୟ ପୁରୁଷ ହକି ଦଳ ଅକ୍‌ଲାଣ୍ଡରେ ରବିବାର ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ହକି ମ୍ୟାଚ ୨-୨ରେ ଡ୍ର’ ରଖିଛି। ଫଳରେ…

‘ନୋ ହ୍ୟାଣ୍ଡସେକ୍‌’ ପରେ ଟସ୍‌କୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ହାଇଭୋଲ୍‌ଟେଜ୍‌ ଡ୍ରାମା, ମୁହାଁମୁହିଁ ହେଲେ ଦୁଇ ଅଧିନାୟକ

ନୂଆଦିଲ୍ଲୀ,୨୨।୧୧: ଏସିଆ କପ୍‌ ରାଇଜିଂ ଷ୍ଟାର୍ସ ୨୦୨୬ରେ ଭାରତ-ପାକିସ୍ତାନ ଏ’ ଦଳ ମଧ୍ୟରେ ମୁକାବିଲା ପୂର୍ବରୁ ଟସ୍‌କୁ ନେଇ ହାଇଭୋଲ୍‌ଟେଜ୍‌ ଡ୍ରାମା ଦେଖିବାକୁ ମିଳିଛି । ଟସ୍‌…

ମହିଳା ଏସ୍‌ଆଇଙ୍କ ମୃତ୍ୟୁ ରହସ୍ୟ: ସ୍ୱାମୀଙ୍କ ସହ ଶେଷ ହ୍ୱାଟ୍ସଆପ୍‌ ଚାଟ୍‌କୁ ନେଇ ବଢ଼ିଲା ସସ୍‌ପେନ୍ସ, ମୋବାଇଲ-ଲାପ୍‌ଟପ୍‌ ଜବତ

ପୁରୁଷୋତ୍ତମପୁର,୨୨ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ପରିସରସ୍ଥିତ ସରକାରୀ କ୍ୱାର୍ଟର୍ସରୁ ମହିଳା ସବଇନ୍ସପେକ୍ଟର ପ୍ରଭାସିନୀ ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ଏବେ ରହସ୍ୟ ଘେରରେ।…

ଲକ୍ଷ୍ମଣ ନାୟକଙ୍କ ବଳିଦାନ ଅତୁଳନୀୟ

କୋରାପୁଟ,୨୨।୧୧(ଅମିତାଭ ବେହେରା): ମହାନ ସ୍ବଧୀନତା ସଂଗ୍ରାମୀ ତଥା ଆଦିବାସୀ ଜନନାୟକ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୭ତମ ଜୟନ୍ତୀ ରବିବାର ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି।…

ନିଜ ଦଳର ବିଧାୟକଙ୍କୁ ‘ପାଗଳ କୁକୁର’ କହିଲେ CM, ତେଲଙ୍ଗାନା କଂଗ୍ରେସରେ ହଇଚଇ

ହାଇଦ୍ରାବାଦ,୨୨ା୧୧: ତେଲଙ୍ଗାନା କଂଗ୍ରେସରେ ଏବେ ଦଳୀୟ ଅନ୍ତଃକନ୍ଦଳ ତୀବ୍ର ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ନିଜ ଦଳର କିଛି ଅସନ୍ତୁଷ୍ଟ ନେତାଙ୍କୁ ଟାର୍ଗେଟ୍‌ କରି…

ଗୌରବ ଆଣିଲା ଭଞ୍ଜନଗର ରୋଟାରୀ କ୍ଲବ, ରାଜ୍ୟରେ ଷଷ୍ଠ ସ୍ଥାନ ଅଧିକାର କରି…

ଭଞ୍ଜନଗର,୨୨ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ରୋଟାରୀ କ୍ଲବ ୨୦୨୫-୨୬ ଆର୍ଥିକ ବର୍ଷରେ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟରେ ଷଷ୍ଠ ସ୍ଥାନ ଅଧିକାର କରିଛି।…

ଅକ୍ୱାନ ଜନିତ ବର୍ଷାରେ ଉଜୁଡ଼ିଲା ପାଚିଲା ଧାନ, ଚିନ୍ତାରେ ଚାଷୀକୁଳ

ଦିଗପହଣ୍ଡି,୨୨ା୧୧(ଅଶେଷ ନାଥ ମିଶ୍ର): ସାମୁଦ୍ରିକ ବାତ୍ୟା ‘ଅକ୍ୱାନ’ ଜନିତ ଲଗାଣ ବର୍ଷା ଯୋଗୁ ଦିଗପହଣ୍ଡି ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳର ଶହଶହ ଏକର ଖାଲୁଆ ଚାଷଜମିରେ ପାଚିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?