୬୯ ଛାତ୍ରୀ-ଛାତ୍ର ଶିକ୍ଷକ କରୋନା ପଜିଟିଭ୍‌…

ବେଙ୍ଗାଲୁରୁ,୫।୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଭାରତର ଅନେକ ରାଜ୍ୟରେ ଆତଙ୍କ ସୃଷ୍ଟି କରିଛି। ଏହା ପ୍ରଥମେ କର୍ନାଟକ ରାଜ୍ୟରେ ପହଞ୍ଚିିଛି। ରାଜ୍ୟର ୬୯ ଜଣ ଛାତ୍ରୀ,ଛାତ୍ର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସ୍କୁଲ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିକକାମାଲୁରୁ ଜିଲାର ନାବୋଦୟ ବିଦ୍ୟାଲୟରେ ୪୦ ଜଣ ଛାତ୍ର ଏବଂ ଶିକ୍ଷକଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ ଆସିଛି।

ଅପରପକ୍ଷରେ, ଶିବମୋଗାସ୍ଥିତ ଏକ ନର୍ସିଂ ସ୍କୁଲରେ ୨୯ ଶିକ୍ଷାର୍ଥୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଶିବମୋଗା ଡେପୁଟି କମିଶନର କେ.ବି ଶିବକୁମାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ପିଲାମାନେ ବିଭିନ୍ନ ରାଜ୍ୟରୁ ଏହି ଘରୋଇ ନର୍ସିଂ ସ୍କୁଲକୁ ଆସିଛନ୍ତି। ସୁରକ୍ଷା ଦୃଷ୍ଟିରୁ ହଷ୍ଟେଲ ପରିସରକୁ ସିଲ କରାଯାଇଥିବା ସେ କହିଛନ୍ତି। ଏହି ଘଟଣା ପରେ ଏହି ଅଞ୍ଚଳରେ ରହୁଥିବା ଲୋକଙ୍କ ନମୁନା ମଧ୍ୟ ନିଆଯାଇଛି।

ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନରେ କୌଣସି କାର୍ଯ୍ୟକ୍ରମ ଆୟୋଜନ ନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଦୁଇମାସ ପାଇଁ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଯେ କୌଣସି ପ୍ରକାରର ସାମାଜିକ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଉପରେ ରାଜ୍ୟ ସରକାର ପ୍ରତିବନ୍ଧକ ଲଗାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ହିନ୍ଦୁ ଶରଣାର୍ଥୀଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ମିଳିଲାନି

ଜୟପୁର,୨।୧: ରାଜସ୍ଥାନ ଶିକ୍ଷା ବୋର୍ଡ ପାକିସ୍ତାନର ଜଣେ ହିନ୍ଦୁ ଶରଣାର୍ଥୀ ଛାତ୍ରୀଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ଦେଇନାହାନ୍ତି। ଦମୀ କୋହଲିଙ୍କୁ ନାମ୍ନୀ ଛାତ୍ରୀ ଦ୍ୱାଦଶ...

ପୂର୍ବତନ ଭାଜପା ଅଧ୍ୟକ୍ଷ କମଲ ଶର୍ମାଙ୍କ ପରଲୋକ

ଚଣ୍ଡିଗଡ,୨୭।୧୦: ପଞ୍ଜାବ ଭାରତୀୟ ଜନତା ପାର୍ଟି(ଭାଜପା)ର ପୂର୍ବତନ ଅଧ୍ୟକ୍ଷ କମଲ ଶର୍ମାଙ୍କର ରବିବାର ସକାଳେ ପରଲୋକ ହୋଇଛି। ସକାଳେ ତାଙ୍କୁ ହୃଦଘାତ ହେବା ପରେ ଫିରୋଜପୁର...

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ରାଜୀବ ଗାନ୍ଧୀ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୯।୩:ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ଘଟଣାର ଅଭିଯୁକ୍ତ ଏଜି ପେରାରିଭାଲାନଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତେବେ ଅଦାଲତଙ୍କ ଏହି ନିଷ୍ପତ୍ତିକୁ କେନ୍ଦ୍ର ସରକାର...

ବାପାଙ୍କୁ ମୁଖାଗ୍ନି ଦେଲାବେଳେ ଚେତା ବୁଡ଼ିଗଲେ ଚିରାଗ ପାଶ୍ୱାନ

ପାଟନା, ୧୦।୧୦: ଦିଗଂବତ କେନ୍ଦ୍ରମନ୍ତ୍ରୀ ତଥା ବିହାରର ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି)ର ପ୍ରତିଷ୍ଠାତା ରାମବିଳାସ ପାଶ୍ୱାନଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶନିବାର...

ଅସହାୟଙ୍କୁ ଆଇନ ସେବା ସୁନିଶ୍ଚିତ ଲକ୍ଷ୍ୟ

ଭାରତରେ ସବୁ ନାଗରିକଙ୍କୁ ଯେପରି ଭାବେ ନିରପେକ୍ଷ ଆଇନ ସେବା ମିଳିପାରିବ ତାକୁ ସୁନିଶ୍ଚିତ କରିବା ସହ ଏହା ସମ୍ପର୍କରେ ବ୍ୟାପକ ଜନ ସଚେତନତା ସୃଷ୍ଟିକରିବା...

ସୁଶାନ୍ତଙ୍କ ମୃତ୍ୟୁ ନେଇ ହେଉଛି ରାଜନୀତି: ସଞ୍ଜୟ

ମୁମ୍ବାଇ,୧୯।୮: ବହୁ ଚର୍ଚ୍ଚିତ ସୁଶାନ୍ତ ସିଂହ ରାଜପୁତ ମାମଲାର ତଦନ୍ତ ଭାର ଏବେ ସୁପ୍ରିମକୋର୍ଟ ସିବିଆଇକୁ ହସ୍ତାନ୍ତର କରିଛି। ବୁଧବାର କୋର୍ଟର ଏହି ନିଷ୍ପତ୍ତି ପରେ...

ବ୍ରିକ୍ସ ଶିଖର ସମ୍ମିଳନୀ: ସୀମା ବିବାଦ ମଧ୍ୟରେ ପୁଣି ସାମ୍ନା ସାମ୍ନି ହେବେ ଭାରତ-ଚାଇନା

ନୂଆଦିଲ୍ଲୀ,୧୭ ।୧୧: ବୈଦେଶିକ ମନ୍ତ୍ରଣାଳର ସୂଚନା ଅନୁଯାୟୀ ମଙ୍ଗଳବାର ଆୟୋଜିତ ହେଉଛି ବିକ୍ସ ଶିଖର ସମ୍ମିଳନୀ । ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଆମନ୍ତ୍ରଣ କ୍ରମେ...

ଘାତକ ହେଲାଣି ସିଏଏ ନିଆଁ: ପୋଲିସ ଗୁଳିରେ ଟଳିଲେ ୩ ବିକ୍ଷୋଭକାରୀ

ମାଙ୍ଗାଲୁରୁ/ଲକ୍ଷ୍ନୌ, ୨୦।୧୨:ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧକରି ଦେଶବ୍ୟାପୀ ମୁଣ୍ଡଟେକିଥିବା ଆନ୍ଦୋଳନର ନିଆଁ ଘାତକ ହେଲାଣି। କର୍ନାଟକର ମାଙ୍ଗାଲୁରୁ ଓ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଗୁରୁବାର ବିକ୍ଷୋଭ...

Advertisement
Archives

Model This Week