Posted inଫୁରସତ

ଅମ୍ଳଜାନ ପାଇଁ ଚଢ଼ିଲେ ଗଛ

କରୋନାରେ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ସାଧାରଣତଃ ଅମ୍ଳଜାନ ଅଭାବରୁ ସମସ୍ୟା ଦେଖା ଦେଇଥାଏ। ଏମିତିରେ କିଛି ଡାକ୍ତରଖାନାରେ ଅମ୍ଳଜାନ ଯୋଗାଇପାରୁ ନ ଥିବାରୁ ଅନେକ ରୋଗୀ ମୃତ୍ୟୁବରଣ ବି କରିଛନ୍ତି। ଏହି ସମସ୍ୟାକୁ ଦେଖି ଇନ୍ଦୋରର ଜଣେ ୬୮ ବର୍ଷୀୟ ବୃଦ୍ଧ ଅମ୍ଳଜାନ ପାଇବାର ଏକ ବହୁତ ବଢ଼ିଆ ଉପାୟ ଆପଣେଇଛନ୍ତି। ତାଜା ଅମ୍ଳଜାନ ପାଇବା ପାଇଁ ଘର ନିକଟରେ ଥିବା ଏକ ମସ୍ତବଡ଼ ଓସ୍ତ ଗଛ ଉପରେ ସେ ଡେରା ପକେଇ ରହୁଛନ୍ତି। ଗଛ ଉପରେ ବସି ଖାଇବା ସହ ସେ ଯୋଗ ବି କରୁଛନ୍ତି। ସକାଳ ସନ୍ଧ୍ୟା ମିଶାଇ ୭-୮ ଘଣ୍ଟା ସେ ଓସ୍ତ ଗଛ ଉପରେ ବସି ରହୁଛନ୍ତି। ଏହି ବ୍ୟକ୍ତିଙ୍କ ନାମ ହେଉଛି ରାଜେନ୍ଦ୍ର ପାଟିଦାର। ସେ ଯେବେ ଶୁଣିଲେ ଇନ୍ଦୋର ଡାକ୍ତରଖାନାଗୁଡ଼ିକରେ ଅମ୍ଳଜାନର ଅଭାବ ଯୋଗୁ ଅନେକ କୋଭିଡ ଆକ୍ରାନ୍ତ ମୃତ୍ୟୁବରଣ କରୁଛନ୍ତି, ସେ ଘରକୁ ଲାଗି ରହିଥିବା ଓସ୍ତଗଛ ଉପରେ କିଛି ସମୟ ବିତାଇ ତାଜା ଅମ୍ଳଜାନ ପାଇବାକୁ ନିଷ୍ପତ୍ତି ନେଲେ। ରାଜେନ୍ଦ୍ର ଗଛ ଚଢ଼ିବାରେ ବେଶ୍‌ ପାରଙ୍ଗମ। ସେ ଗଛ ଚଢ଼ିବାବେଳେ ଏକ ଚଉକି ବି ସାଙ୍ଗରେ ନେଇକି ଯାଆନ୍ତି। ଆଉ ଗଛର ଶାଖା ଭିତରେ ସନ୍ତୁଳନ ରକ୍ଷା କରି ଚେୟାରକୁ ରଖି ତା’ଉପରେ ବେଶ୍‌ ଆରାମରେ ବସନ୍ତି। ତା’ସହ ଯୋଗ ବି କରନ୍ତି। ସେ କୁହନ୍ତି, ଓସ୍ତ ଗଛ ଉପରେ ସମୟ ବିତାଇବା ଓ ଯୋଗ କରିବା ଯୋଗୁ ମୋର ଅମ୍ଳଜାନ ସ୍ତର ୯୯% ରହୁଛି। ତା’ସହ ଗଛ ଚଢ଼ିବା ଓହ୍ଲାଇବା ଯୋଗୁ ଶାରୀରିକ ବ୍ୟାୟାମ ବି ହୋଇ ଯାଉଛି। ରାଜେନ୍ଦ୍ରଙ୍କୁ ଦେଖି ଗାଁର ଅନ୍ୟ ଲୋକ ବି ଅମ୍ଳଜାନ ପାଇଁ ଏହି ରାସ୍ତା ଆପଣେଇବାକୁ ପ୍ରେରଣା ପାଇଛନ୍ତି। ସେହିଭଳି ଆଗ୍ରାର ବରୋଲି ଅହିର ଗ୍ରାମପଞ୍ଚାୟତର ନୌବରୀ ଗାଁରେ ମଧ୍ୟ ଓସ୍ତଗଛ ଉପରେ ମଞ୍ଚା କରାଯାଇଛି। ଆଉ ଗାଁଲୋକ ଗଛ ଉପରେ ଚଢ଼ି କିଛି ସମୟ ସେହି ମଞ୍ଚା ଉପରେ ବସି ତାଜା ଅମ୍ଳଜାନ ପାଉଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri