Posted inଫୁରସତ

କୁକୁର କରୁଛି ମୁଣ୍ଡରେ ବାଲାନ୍ସ: ଛୋଟ କଖାରୁରୁ ଆରମ୍ଭ କରି ଫୁଲକୁଣ୍ଡକୁ ରଖି…

ହାର୍ଲସୋ ନାମକ ଏକ କୁକୁରର ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଏବେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। କାରଣ ଏହି କୁକୁର ପାଖରେ ରହିଛି ମୁଣ୍ଡରେ ବିଭିନ୍ନ ପ୍ରକାର ଜିନିଷକୁ ବାଲାନ୍ସ କରି ରଖିବାର ଅପୂର୍ବ କଳାକୌଶଳ। ତା’ର ମାଲିକ ପଲ୍‌ ଲାଭେରୀଙ୍କ କହିବା ଅନୁଯାୟୀ, ହାର୍ଲସୋକୁ ଯେବେ ମାତ୍ର ଦୁଇବର୍ଷ ହୋଇଥିଲା ସେବେ ଭୁଲ୍‌ବଶତଃ ମୁଁ ତା’ ମୁଣ୍ଡ ଉପରେ ଏକ ଛୋଟ ଖେଳଣାଟିଏ ଥୋଇ ଦେଇଥିଲି। କିଛି ସମୟ ପରେ ଦେଖିଲା ବେଳକୁ ସେହି ଖେଳଣାଟି ସେମିତି ତା’ ମୁଣ୍ଡ ଉପରେ ଥୁଆ ହୋଇଛି ଆଉ ହାର୍ଲସୋ ବି ଆଦୌ ବିଚଳିତ ହେଉନାହିଁ। ସେଦିନ ପ୍ରଥମ ଥର ପାଇଁ ମୋତେ ଟିକେ ଆଶ୍ଚର୍ଯ୍ୟ ଲାଗିଥିଲା। ଏହାର କିଛିଦିନ ପରେ ଭାଲେଣ୍ଟାଇନ୍ସ ଡେ’ ଅବସରରେ ଗୋଟିଏ ଗୋଲାପ ଫୁଲ ମୁଁ ତା’ମୁଣ୍ଡ ଉପରେ ରଖିଦେଲି। ସେଦିନ ବି ସେୟା ହେଲା। ତା’ପରଠୁ ମୁଁ କନ୍‌ଫର୍ମ ହୋଇଗଲି ଯେ, ହାର୍ଲସୋ ପାଖରେ ଜିନିଷକୁ ବାଲାନ୍ସ କରି ରଖିବାର ଏକ ଅପୂର୍ବ କଳା ରହିଛି। ବାସ୍‌ ତା’ପରଠୁ ତା’ର ଟ୍ରେନିଂ ଆରମ୍ଭ କରିଦେଲି; ଯାହାର ଫଳସ୍ବରୂପ ଏବେ ହାର୍ଲସୋ ତା’ ମୁଣ୍ଡରେ ଛୋଟ କଖାରୁଠୁ ଆରମ୍ଭ କରି ଫୁଲକୁଣ୍ଡ, ପାଣି ଭର୍ତ୍ତି ଗ୍ଲାସ୍‌, ଥାକ ଥାକ ହୋଇ ରହିଥିବା ଏକାଧିକ ପିଜା, ଆଇସ୍‌କ୍ରିମ୍‌ କପ୍‌, ଫୁଟ୍‌ବଲ୍‌ ତଥା ବିଭିନ୍ନ ପ୍ରକାର ଫଳ ଇତ୍ୟାଦିକୁ ଆରାମରେ ବାଲାନ୍ସ କରି ବେଶ୍‌ କିଛି ସମୟ ରଖିପାରୁଛି। ଆଉ ଯେଉଁଥିପାଇଁ ସୋସିଆଲ୍‌ ମିଡିଆରେ ଏବେ ତା’ର ଖୁବ୍‌ ଚର୍ଚ୍ଚା ବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri