Posted inଜାତୀୟ

୬୭ ଏମ୍‌ପି-୨୯୬ ବିଧାୟକ ଅଯୋଗ୍ୟ ଘୋଷିତ ହେବା ଆଶଙ୍କା…

ନୂଆଦିଲ୍ଲୀ,୨୪।୮: ଦେଶର ୬୭ ଏମ୍‌ପି ଏବଂ ୨୯୬ ବିଧାୟକଙ୍କୁ ଏବେ ଅଯୋଗ୍ୟ ଘୋଷିତ ହେବା ଆଶଙ୍କା ଘାରିଛି। ସେମାନଙ୍କ ବିରୋଧରେ ଅପରାଧୀକ ମାମଲା ରହିଛି। ଦୋଷୀ ସାବ୍ୟସ୍ତ ହେଲେ ଏମ୍‌ପି ଏବଂ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବାର ଆଶଙ୍କା ରହିଛି। ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ସମୁଦାୟ ୩୬୩ ଏମ୍‌ପି-ବିଧାୟକଙ୍କ ବିରୋଧରେ ଅପରାଧିକ ଅଭିଯୋଗ ରହିଛି। ଅଭିଯୋଗ ପ୍ରମାଣିତହେଲେ ଲୋକ ପ୍ରତିନିଧି ଅଧିନିୟମ ଅନୁଯାୟୀ ସେମାନଙ୍କୁ ଅଯୋଗ୍ୟ ଘୋଷିତ କରାଯିବ। ଲୋକ ପ୍ରତିନିଧି ଅଧିନିୟମର ଧାରା ୮ ଅନୁଯାୟୀ କେନ୍ଦ୍ର ତଥା ରାଜ୍ୟରେ ୩୯ ମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ଅପରାଧିକ ମାମଲା ରହିଛି। ଏଡିଆର ରିପୋର୍ଟ ଅନୁଯାୟୀ, ସେମାନଙ୍କ ମଧ୍ୟରେ ୪ ଜଣ କେନ୍ଦ୍ର ମନ୍ତ୍ରୀ ଏବଂ ୩୫ ଜଣ ରାଜ୍ୟ ମନ୍ତ୍ରୀ ଅଛନ୍ତି।
ଲୋକ ପ୍ରତିନିଧି ଅଧିନିୟମର ଧାରା ୮ର ଉପ-ଧାରା (୧), (୨) ଏବଂ (୩) ଅନୁସାରେ ସେମାନଙ୍କୁ ୬ ବର୍ଷ ପର୍ଯ୍ୟନ୍ତ ଅଯୋଗ୍ୟ ଘୋଷିତ କରାଯିବାର ଆଶଙ୍କା ରହିଛି। ନିର୍ବାଚନ ସଂସ୍କାର କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏଡ୍ରାର୍‌ ଏବଂ ନ୍ୟାସନାଲ ଇଲେକ୍ସନ ୱାଚ, ୨୦୧୯ ରୁ ୨୦୨୧ ପର୍ଯ୍ୟନ୍ତ ୫୪୨ ଲୋକ ସଭା ସଦସ୍ୟ ଏବଂ ୧,୯୫୩ ବିଧାୟକଙ୍କ ସତ୍ୟପାଠ ବିଶ୍ଳେଷଣ କରିଥିଲେ। ରିପୋର୍ଟ ଅନୁଯାୟୀ, ୨,୪୯୫ ଏମ୍‌ପି ଏବଂ ବିଧାୟକଙ୍କ ମଧ୍ୟରୁ ୧୫ ପ୍ରତିଶତ ଅର୍ଥାତ୍‌ ୩୬୩ଙ୍କ ବିରୋଧରେ ଅପରାଧୀକ ମାମଲା ରୁଜୁ ହୋଇଛି। ଭାଜପାର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏଡିଆର ରିପୋର୍ଟ ଅନୁଯାୟୀ, ଭାଜପା ଏମ୍‌ପି ଓ ବିଧାୟକଙ୍କ ସଂଖ୍ୟା ସର୍ବାଧିକ ରହିଛି। ଭାଜପାର ୮୩ ଏମ୍‌ ପି ଏବଂ ବିଧାୟକଙ୍କ ବିରୋଧରେ ମାମମଳା ରୁଜୁ ହୋଇଛି। ସେହିପରି କଂଗ୍ରେସରେ ୪୭ ଜଣ, ତୃଣମୂଳ କଂଗ୍ରେସର୨୫ ଜଣ ଅଛନ୍ତି। ବର୍ତ୍ତମାନର ଲୋକ ସଭାରେ ୨୪ ଏମ୍‌ପିଙ୍କ ବିରୋଧରେ ୪୩ରୁ ଅଧିକ ଅପରାଧିକ ମାମଲା ରହିଛି ବୋଲି ଏଡିଆର ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୧୧୧ ଜଣ ବିଧାୟକଙ୍କ ବିରୋଧରେ ମୋଟ ୩୧୫ ଅପରାଧିକ ମାମଲା ୧୦ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ଧରି ବିଚାରାଧୀନ ରହିଛି। ରାଜ୍ୟ ମଧ୍ୟରେ ବିହାରରେ ସର୍ବାଧିକ ୫୪ ଜଣ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି। ଏହା ପରେ କେରଳ ଦ୍ୱିତୀୟ ସ୍ଥାନରେ ରହିଛି। କେରଳରେ ୪୨ ଜଣ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?