ସୁଯୋଗ ଦେଲେ ପିଲା ଇତିହାସ ସୃଷ୍ଟି କରିିବେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ସୋମବାର ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୦ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏଥିରେ ଶେରଗଡ଼ ବ୍ଲକର ୫ ସ୍କୁଲ ଓ ହିଞ୍ଜିଳି ବ୍ଲକର ୫ ସ୍କୁଲ ଲୋକାର୍ପିତ ହୋଇଛି। ଏଗୁଡ଼ିକ ହେଉଛି, ବୃନ୍ଦାବନ ନାୟକ ସ୍ମୃତି ବିଦ୍ୟାପୀଠ, ଶାସନ ଆମ୍ବଗାଁ, କୁମାରପାଣି ହାଇସ୍କୁଲ, କୁମାରପାଣି, ସରକାରୀ ୟୁଜି ହାଇସ୍କୁଲ, ସାପୁଆପଲ୍ଲୀ,ଲାଞ୍ଜିଆପଲ୍ଲୀ ହାଇସ୍କୁଲ, ଧନତରା, ଗ୍ରାମପଞ୍ଚାୟତ ହାଇସ୍କୁଲ ଶାହାପୁର, କରଡ଼କଣା ହାଇସ୍କୁଲ, କରଡକଣା,ଭଗବତୀ ବିଦ୍ୟାପୀଠ, ବୁରୁପଦ, ସହିଦ ହାଇସ୍କୁଲ ତାକରଡା, ମା’ କାଳୀ ହାଇସ୍କୁଲ କୁଲାଗଡ଼ା,ଜେ.ସି.ସି. ହାଇସ୍କୁଲ ଭାଗବନ୍ଧ।
ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କ ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ୫ଟି ପର୍ଯ୍ୟାୟରେ ୫୦ଟି ସ୍କୁଲର ଲୋକାର୍ପଣ କରାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଛନ୍ତି, ଆମ ଓଡ଼ିଶାର ପିଲାମାନେ ପ୍ରତିଭାରେ କାହାଠାରୁ କମ୍‌ ନୁହନ୍ତି। ସେମାନଙ୍କ ପାଖରେ ଭରପୂର ସମ୍ଭାବନା ରହିଛି। ସୁଯୋଗ ପାଇଲେ ସେମାନେ ଇତିହାସ ସୃଷ୍ଟି କରିପାରିବେ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍କୁଲ ହେଉଛି ସମସ୍ତଙ୍କ ଜୀବନର ଶ୍ରେଷ୍ଠ ସମୟ। ଏହି ରୂପାନ୍ତର ତୁମମାନଙ୍କୁ ଭବିଷ୍ୟତରେ ଶ୍ରେଷ୍ଠ କରି ଗଢ଼ିବା ପାଇଁ ଏହା ଅନେକ ସୁଯୋଗ ସୃଷ୍ଟି କରିବ। ୫-ଟି କାର୍ଯ୍ୟକ୍ରମ ଏହି ରୂପାନ୍ତରୀକରଣରେ କିପରି ପ୍ରମୁଖ ଭୂମିକା ନେଇଛି ସେ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୫-ଟିର ପ୍ରତ୍ୟେକ ନୀତିର ପ୍ରୟୋଗ ବିଦ୍ୟାଳୟ ରୂପାନ୍ତରଣକୁ ସଫଳ କରିଛି। ହିଞ୍ଜିଳିରେ ଆରମ୍ଭ ହୋଇଥିବା ଏହି ରୂପାନ୍ତରଣ କାର୍ଯ୍ୟ ସାରା ରାଜ୍ୟରେ ଆଗ୍ରହ ସୃଷ୍ଟି କରିଛି। ଅତିଥି ଭାବରେ ଯୋଗ ଦେଇଥିବା ମନ୍ତ୍ରିମଣ୍ଡଳର ସଦସ୍ୟବୃନ୍ଦ ଓ ବିଧାୟକମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ହିଞ୍ଜିଳିରୁ ଆରମ୍ଭ ହୋଇଥିବା ସ୍କୁଲଗୁଡ଼ିକର ରୂପାନ୍ତରଣ ଓଡ଼ିଶାର ଶିକ୍ଷା ଇତିହାସରେ ଏକ ଗୌରବମୟ ଅଧ୍ୟାୟ ଯୋଡ଼ିପାରିଛ। ମନ୍ତ୍ରୀ ଓ ବିଧାୟକମାନେ ସେମାନଙ୍କ ଅଞ୍ଚଳରେ ଏହି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ କିପରି ଭଲ ଭାବରେ କାର୍ଯ୍ୟକାରୀ ହେବ, ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏଥିସହିତ ସ୍ଥାନୀୟ ଜନସାଧାରଣଙ୍କୁ ସାମିଲ କରି ଗଞ୍ଜାମରେ ଯେପରି ସଫଳତା ମିଳିଛି, ଅନ୍ୟ ସବୁ ଜିଲାରେ ମଧ୍ୟ ସେହିପରି ଲୋକଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଜନସାଧାରଣ ରୂପାନ୍ତରଣ ହୋଇଥିବା ସ୍କୁଲଗୁଡ଼ିକର ଯତ୍ନ ନିଜ ସମ୍ପତ୍ତି ଭଳି ନେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଏହି ଅବସରରେ ୧୦ଟି ଯାକ ସ୍କୁଲରେ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ। ମନ୍ତ୍ରିମଣ୍ଡଳର ସଦସ୍ୟ, ବିଧାୟକଗଣ, ସରପଞ୍ଚ, ପଞ୍ଚାୟତ ସଦସ୍ୟ,ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଛାତ୍ରୀଛାତ୍ର, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ। ୫-ଟି ସଚିବ ଭି. କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଗଞ୍ଜାମ ଜିଲାପାଳ ସ୍ବାଗତ ଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଗଞ୍ଜାମର ଛାତ୍ରୀଛାତ୍ର, ଅଭିଭାବକ ଓ ସାଧାରଣ ଲୋକଙ୍କ ମନରେ ବିପୁଳ ଉତ୍ସାହ ସୃଷ୍ଟି କରିଛି।
ମୀରା ସ୍ବାଇଁ, ତୃପ୍ତିମୟୀ ମହାରଣା, ଶଙ୍କର ଜେନା, ସ୍ମୃତିମୟୀ ପ୍ରଧାନ, ରେଶମା ଦାସ, ସୁଇଟି ତ୍ରିପାଠୀ, ପାୟଲ ଗୌଡ଼ ଓ ରୁଦ୍ର ନାରାୟଣ ଶତପଥୀ ପ୍ରମୁଖ ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ରମାନେ ଏହା ସେମାନଙ୍କ ଆତ୍ମବିଶ୍ବାସ ବୃଦ୍ଧିରେ ସହାୟକ ହେବ ବୋଲି ମତଦେଇ ଆନନ୍ଦ ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅଶୋକ ପଣ୍ଡା, ରଘୁନନ୍ଦନ ଦାସ ଓ ବିଧାୟକମାନେ ଯୋଗଦେଇ ହିଞ୍ଜିଳି ବିକାଶ ସମ୍ପର୍କରେ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଲୋକସେବା ଭବନରୁ ମୋ ସ୍କୁଲର ଅଧ୍ୟକ୍ଷ ସୁସ୍ମିତା ବାଗ୍‌ଚୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ପୁରୀରୁ ଗିରଫ

ଜଳେଶ୍ୱର,୯।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ରାଇବଣିଆ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି।...

ସଶସ୍ତ୍ର ଡକାୟତଙ୍କ ଲୁଟ୍‌ ଉଦ୍ୟମ: ଆକ୍ରମଣରେ ବାପଝିଅ ଗୁରୁତର

ପାଟଣା,୧୪।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଝାରବେଡା ଗାଁର ଏକ ଘରୁ ଶୁକ୍ରବାର ବିଳମ୍ବିତ ରାତିରେ ଲୁଟ୍‌ ଉଦ୍ୟମ କରି ବିଫଳ ହୋଇଛନ୍ତି। ୬ଜଣ ସଶସ୍ତ୍ର...

ପାଇଥିବା ୯୧ ମୋବାଇଲ ଫୋନ୍‌ ବିକି ୨ ଗିରଫ

ଭୁବନେଶ୍ୱର,୮।୧୨(ବ୍ୟୁରୋ): ବସ୍‌ରୁ ଖସି ପଡିଥିଲା ମୋବାଇଲ୍‌ ଭର୍ତ୍ତି ପେଟି। ରାସ୍ତାରୁ ପାଇ ୯୧ ଦାମୀ ମୋବାଇଲ୍‌ ଫୋନ୍‌କୁ ବିକି ଦେଇଥିଲେ ୨ଜଣ ବନ୍ଧୁ। ଶେଷରେ ଲୋଭ...

ବିଧାୟକ ଦେବୀ ମିଶ୍ରଙ୍କୁ ଠେଲାପେଲା

ନରସିଂହପୁର,୨୯।୧୨(ସ୍ବ.ପ୍ର.): ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଗଁା ରାଜନୀତି ସରଗରମ ହୋଇଥିବାବେଳେ ପ୍ରାର୍ଥୀ ଚୟନକୁ ନେଇ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ ମଙ୍ଗଳବାର ବିରୋଧ...

ରାତି ପାହିଲେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ୩୦ ଜିଲାର ୨ ଶହ ଜିଲା ପରିଷଦ ଜୋନ୍‌ ଓ ୧୬୬୯...

ଜମିଦାର ପରିବାରରେ ରକ୍ତର ଛିଟା: ୪ ଦିନର ଶିଶୁକନ୍ୟା କଥା ଭାବିଲେନି, ସ୍ତ୍ରୀଙ୍କୁ ମାରିଦେଲେ

ଭୁବନେଶ୍ୱର,୧୦।୬(ବ୍ୟୁରୋ): ପାରିବାରିକ କଳହକୁ ନେଇ ରାଜଧାନୀରେ ଗୋଟିଏ ପରେ ଗୋଟିଏ ଅଭାବନୀୟ ଘଟଣା ଘଟିବାରେ ଲାଗିଛି । କେଉଁଠି ବାପା ପୁଅକୁ ହତ୍ୟା କରୁଛି ତ...

ସୂର୍ଯ୍ୟବଂଶୀଙ୍କ ପାଇଁ ଭୋଟ୍‌ ମାଗିଲେ ସମୀର

ଧାମନଗର,୨୧।୧୦(ଡି.ଏନ୍‌.ଏ): ଧାମନଗର ଉପନିର୍ବାଚନ ରଣକ୍ଷେତ୍ରରେ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରଚାର ମଇଦାନରେ ସାମିଲ ହୋଇଛନ୍ତି। ସେ ଗତ ଦୁଇଦିନ ଧରି ଏହି ନିର୍ବାଚନମଣ୍ଡଳୀ...

ସୋମବାର ଓଡ଼ିଶା ଆସିବ ଓମିକ୍ରନ କିଟ୍‌

ଭୁବନେଶ୍ୱର,୧୬।୧(ବ୍ୟୁରୋ): ସୋମବାର ଓଡ଼ିଶା ଆସିବ ଓମିକ୍ରନ କିଟ୍‌ ଓମିସିୟୋର। ପ୍ରଥମ ପର୍ଯ୍ୟାୟର କିଛି କିଟ୍‌ ସୋମବାର ଓଡ଼ିଶାରେ ପହଞ୍ଚିବ । ଟାଟା ଏମ୍‌ଡି ଓଡ଼ିଶାକୁ ଏହି...

Advertisement
Archives

Model This Week