‘ଶ୍ରୀମନ୍ଦିର ସୁରକ୍ଷା ଆଳରେ ଐତିହ୍ୟ କୀର୍ତ୍ତିରାଜି ନଷ୍ଟ କରା ନ ଯାଉ

ପୁରୀ ଅଫିସ, ୨୦।୮: ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ମିଟର ପର୍ଯ୍ୟନ୍ତ ନିର୍ମାଣ ଉଚ୍ଛେଦ ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସୋମବାର ଜିଲା ପ୍ରଶାସନ ମେଘନାଥ ପାଚେରୀ ଚାରିପଟୁ ଉଚ୍ଛେଦ ଆରମ୍ଭ କରିଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ଲାଗି ଶ୍ରୀମନ୍ଦିର ଚାରିପଟକୁ ବ୍ଲକିଂ କରାଯିବା ସହ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ଏଥିଯୋଗୁ ପୁରୀବାସୀ ଭୟଭୀତ ହୋଇପଡ଼ିଛନ୍ତି। ଶ୍ରୀମନ୍ଦିର ଓ ଭକ୍ତଙ୍କ ସୁରକ୍ଷା ଆଳ ଦେଖାଇ ରାଜ୍ୟ ସରକାର ପୁରୀ ସହରବାସୀଙ୍କୁ ତିରସ୍କାର କରୁଛନ୍ତି। ଶ୍ରୀମନ୍ଦିର ନିକଟରେ ବହୁ ପ୍ରାଚୀନ ମଠ ଓ ମନ୍ଦିର ରହିଛି। ଶ୍ରୀମନ୍ଦିରର ଦୈନିକ ରୀତିନୀତି ସହିତ ପ୍ରାୟ ମଠ ଓ ମନ୍ଦିରଗୁଡିକ ଜଡ଼ିତ। ଏହା ମାଟିରେ ମିଶିଗଲେ ସହରର ପ୍ରାଚୀନ ଐତିହ୍ୟ କୀର୍ତ୍ତିରାଜି ନଷ୍ଟ ହୋଇଯିବ। ଏହି ପ୍ରାଚୀନ ସଂସ୍କୃତିର ଅସ୍ତିତ୍ୱ ହଜିଯିବ ବୋଲି ଅଖିଳ ଭାରତ ହିନ୍ଦୁ ମହାସଭା ରାଜ୍ୟ ଉପସଭାପତି ସୂର୍ଯ୍ୟ ନାରାୟଣ ରଥ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ପୁରୀ ସହର ଏକ ଆଧ୍ୟାତ୍ମିକ ଓ ଧାର୍ମିକ ସ୍ଥଳ। ପ୍ରଶାସନ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରୁ ଉଠାଦୋକାନୀଙ୍କୁ ହଟାଇଦେଲେ। ସେମାନଙ୍କ ଉପଯୁକ୍ତ ଥଇଥାନ ବ୍ୟବସ୍ଥା ନ କରି ସେମାନଙ୍କ ଭିଟାମାଟି ଛଡ଼ାଇ ନେଲେ। ପ୍ରାୟ ଅଢେଇ ଶହରୁ ଉର୍ଦ୍ଧ୍ୱ ପରିବାର ଏବେ ରାଜରାସ୍ତାକୁ ଚାଲି ଆସିଛନ୍ତି। ସେମାନଙ୍କ ପରିବାର ଚଳିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ନିକଟରେ ବାଇକ ଷ୍ଟାଣ୍ଡ ବ୍ୟବସ୍ଥା ହୋଇପାରିନାହିଁ। ଓଲଟି ଭକ୍ତଙ୍କଠାରୁ ବଡଦାଣ୍ଡରେ ବେଆଇନ ପାର୍କିଂ ଦର୍ଶାଇ ଜରିମାନା ଆଦାୟ କରାଯାଉଛି। ମହାପ୍ରଭୁଙ୍କ ଦର୍ଶନ ଲାଗି ଆସୁଥିବା ଭକ୍ତ ହଇରାଣ ହେଉଛନ୍ତି। ଏପରି ସ୍ଥଳେ ମେଘନାଦ ପାଚୋରି ପାର୍ଶ୍ୱରୁ ବହୁ ନିର୍ମାଣକୁ ଭଙ୍ଗାଯାଉଛି। ସହରର କଳା, ସଂସ୍କୃତିକୁ ଉଜ୍ଜୀବିତ ରଖିବା ଲାଗି ଜିଲା ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ନାହିଁ। ଧିରେ ଧିରେ ପ୍ରାଚୀନ ଶ୍ରୀମନ୍ଦିର ପାରମ୍ପରିକ ଭକ୍ତିସଙ୍ଗୀତ, ଜାଗା ଆଖଡା ସଂସ୍କୃତି ଲୋପ ପାଇବାକୁ ବସିଛି। ପୂର୍ବରୁ ନବକଳେବର ସମୟରେ ଶ୍ରୀମନ୍ଦିର ଚାରିପଟ ଉଚ୍ଛେଦ ହୋଇଥିଲା। ଅନେକ ଜମି ଅଧିଗ୍ରହଣ କରାଗଲା। ଅଧିକାଂଶ ସ୍ଥାନ କାମରେ ଲାଗି ପାରିଲା ନାହିଁ। ପୂର୍ବରୁ ମେଘନାଦ ପାଚେରି ଚାରିପଟେ ଶୌଚାଳୟ, ସରକାରୀ କାର୍ଯ୍ୟାଳୟ ନିର୍ମାଣ ବେଳେ ଏହା ବେଆଇନ ବୋଲି କ’ଣ ପ୍ରଶାସନ ଜାଣିପାରି ନ ଥିଲା କି ରଥ ପ୍ରଶ୍ନ କରିଛନ୍ତି। ଏଥିସହ କୋଟି କୋଟି ଟଙ୍କାର ଏହି ନିର୍ମାଣକୁ ଭଙ୍ଗାଯିବା କାହା ସ୍ବାର୍ଥରେ ବୋଲି ରଥ ପ୍ରେସ ବିବୃତିରେ ପ୍ରଶ୍ନ କରିଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ନିତାନ୍ତ ଆବଶ୍ୟକ। କିନ୍ତୁ ସୁରକ୍ଷା ଆଳରେ ଐତିହ୍ୟ କୀର୍ତ୍ତିରାଜି ନଷ୍ଟ କରାଯିବା ଉଚିତ ନୁହେଁ ବୋଲି ରଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହସିନା ସରକାରଙ୍କୁ ଗାଦିଚ୍ୟୁତ କରିବାର ଯୋଜନା ଆଗୁଆ ପ୍ରସ୍ତୁତ କରାଯାଇଥିଲା: ୟୁନୁସଙ୍କ ପୂର୍ବତନ ସଚିବ ଦେଲେ ଚମକାଇବା ଭଳି ତଥ୍ୟ

ଢାକା,୨୯।୧୦: ବାଂଲାଦେଶରେ ଛାତ୍ରମାନଙ୍କ ହିଂସାତ୍ମକ ବିକ୍ଷୋଭ ପରେ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଢାକା ଛାଡ଼ିବା ପୂର୍ବରୁ, ଦେଶର ଦାୟିତ୍ୱ ମହମ୍ମଦ ୟୁନୁସଙ୍କୁ ହସ୍ତାନ୍ତର କରାଯାଇଥିଲା।…

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଫସଲ କ୍ଷତି ଆଶଙ୍କାରେ ଚାଷୀ

ରିଷିଡା,୨୯ା୧୦(ସୁଶାନ୍ତ ମଲ୍ଲିକ)- ବାତ୍ୟା ଅର୍ଣ୍ଣବ ପ୍ରଭାବରେ କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକର ରିଷିଡା ସମେତ ତେରେସିଂହା, ଗଜବାହାଲ, ପୌରକେଲା, ରେଗେଡ଼ା, ରାଜପୁର, ସରଗୁଲମାଲପଡା, ଯୋରାଡ୍ରବରା, ସାପଲହରା, ରିଞ୍ଜା…

୧୬ ନମ୍ବର ଜାତୀୟ ରାଜପଥରେ ୩ ଫୁଟ୍‌ର ପାଣି: ଆନ୍ଧ୍ର-ଓଡ଼ିଶା ଯୋଗାଯୋଗ ବିଚ୍ଛିନ୍ନ, ଟ୍ରକ୍ ଉପରେ ଜଳବନ୍ଦୀ ଥିବା ୧୮ ଜଣଙ୍କୁ…

ଗୋପାଳପୁର, ୨୯।୧୦ (ନବୀନ ରାଜ ଆଚାରୀ): ଗତ ତିନି ଦିନ ଧରି ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲାଗିରହିଥିବା ଅବିଶ୍ରାନ୍ତ ବର୍ଷା ଯୋଗୁ ଜନଜୀବନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି।…

‘ଟେଷ୍ଟ କ୍ରିକେଟରେ ଏବେ ବି ବହୁତ କିଛି ପ୍ରମାଣ କରିବାର ଅଛି’ ଯଶପ୍ରୀତ ବୁମରାଙ୍କ ସମ୍ପର୍କରେ ଏମିତି କହିଲେ ପାକିସ୍ତାନ କ୍ରିକେଟର

ନୂଆଦିଲ୍ଲୀ,୨୯।୧୦: ଯେତେବେଳେ ଜସପ୍ରୀତ ବୁମରାଙ୍କ ହାତରେ ବଲ ଥାଏ, ସେତେବେଳେ ଶ୍ରେଷ୍ଠ ବ୍ୟାଟରମାନଙ୍କ ପାଇଁ ମଧ୍ୟ ରନ ସଂଗ୍ରହ କରିବା କଷ୍ଟକର ହୋଇପଡ଼େ। ନିଜର ଦମଦାର ବୋଲିଂ…

ବାତ୍ୟାରେ ଉଜୁଡିଗଲା ମକା ଫସଲ

ବରଗଡ଼,୨୯।୧୦(ପ୍ରେମାନନ୍ଦ ଖମାରୀ): ବାତ୍ୟା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ବଢ଼ାଇ ଦେଇଛି। ବାତ୍ୟା ପ୍ରଭାବରେ ଧାନ ସମେତ ଅଣଧାନ ଫସଲ ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି।…

ଋଷିକୁଲ୍ୟାର କରାଳ ରୂପ: ବାହ୍ୟଜଗତରୁ ବିଚ୍ଛିନ୍ନ ପୁରୁଷୋତ୍ତମପୁର, ବୁଡ଼ିଲା ସରକାରୀ କାର୍ଯ୍ୟାଳୟ-ବଜାରଘାଟ, ରିଲିଫ୍ ଅପେକ୍ଷାରେ…

ପୁରୁଷୋତ୍ତମପୁର, ଅକ୍ଟୋବର ୨୯ (ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ବନ୍ୟା ଏକ ଭୟବହ ରୂପ ନେଇଛି। ତିନି ଦିନର ଲଗାଣ…

ଅଧିନାୟକ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ଦଳରେ ଯୋଗ ଦେବାକୁ ପଡ଼ିବ; ଅଶ୍ୱିନ ଦେଲେ ବଡ଼ ବୟାନ, ହେଲାଣି ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୯।୧୦: ହାର୍ଦ୍ଦିକ ପାଣ୍ଡ୍ୟା କ’ଣ ମୁମ୍ବାଇ ଇଣ୍ଡିଆନ୍ସ ସହିତ ନିଜର ଯାତ୍ରା ଜାରି ରଖିବେ, ନା ତାଙ୍କୁ ଏକ ନୂତନ ଦଳର ଜର୍ସିରେ ଦେଖିବାକୁ ମିଳିବ? ଆଗାମୀ…

ଶୁଭଲକ୍ଷ୍ମୀଙ୍କ ବହୁମୁଖୀ ପ୍ରତିଭା: ୮ ବର୍ଷ ବୟସରେ ନୃତ୍ୟ-ମଡେଲିଂରେ ସାଉଁଟୁଛନ୍ତି ସଫଳତା

ଅମରପାଲି,୨୯ା୧୦(ପୀତାମ୍ବର ସାହୁ): କଅଁଳ ବୟସରୁ ନୃତ୍ୟ ପ୍ରତି ଆଗ୍ରହ ରଖି ଚର୍ଚ୍ଚାକୁ ଆସିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ୮ ବର୍ଷୀୟା ଶୁଭଲକ୍ଷ୍ମୀ ହୋତା। ସମ୍ବଲପୁରର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?