ବାରିପଦା ଅଫିସ,୨୮।୮: ଖରିଫ ଋତୁରେ ଉପତ୍ାଦିତ ହେବାକୁ ଥିବା ଧାନ ସରକାରୀ ମଣ୍ଡିରେ ବିକ୍ରି ନିମନ୍ତେ ମୟୂରଭଞ୍ଜ ଜିଲାରେ ଚାଷୀମାନେ ନାମ ପଞ୍ଜୀକରଣ କରିଛନ୍ତି। ପଞ୍ଜୀକରଣ ପାଇଁ ରବିବାର ଶେଷ ସୁଯୋଗ ଥିବାବେଳେ ଶନିବାର ସୁଦ୍ଧା ଜିଲାରେ ମୋଟ ୬୪ ହଜାର ୨୯୮ ଜଣ ଚାଷୀ ନିଜର ନାମ ପଞ୍ଜୀକୃତ କରିଛନ୍ତି। ଜିଲାର ୫୨ ସମବାୟ ସମିତି ପକ୍ଷରୁ ପ୍ରାୟତଃ ଆଶୟୀ ସମସ୍ତ ଚାଷୀଙ୍କ ନାମ ପଞ୍ଜୀକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯାଇଛି। ଉତ୍ପାଦିତ ଧାନ ବିକ୍ରି ଆଶାୟୀ ଚାଷୀ, ସମବାୟ ସମିତି ଏହାର ସୁଯୋଗ ନେବାକୁ ଡିଆର୍ସିଏସ୍ କହିଛନ୍ତି।
ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ଖରିଫ ଫସଲ ଖସଡ଼ା ୪,୩୭,୦୦୦ ହେକ୍ଟର ହୋଇଥିବା ବେଳେ ଧାନ ଚାଷ ପାଇଁ ୨,୮୩,୦୦୦ ହେକ୍ଟର ରହିଛି। ୩ ଲକ୍ଷ ୭୫ ହଜାରରୁ ଊର୍ଦ୍ଧ୍ୱ ଚାଷୀ ଧାନ ଚାଷ କରୁଥିଲେ ହେଁ ବଳକା ବା ବିକ୍ରି ଯୋଗ୍ୟ ଧାନକୁ ଚାଷୀ ବିକ୍ରି କରିଥାଏ। ସରକାରଙ୍କ ପକ୍ଷରୁ ଜିଲା ଯୋଗାଣ ବିଭାଗ ତତ୍ତ୍ୱାବଧାନରେ ଜିଲାର ୫୨ ଲାମ୍ପ୍ସ ଅଧୀନରେ ୧୦୦ଟି କେନ୍ଦ୍ର (ମଣ୍ଡି)ରେ ଚାଷୀଙ୍କଠାରୁ ଡିସେମ୍ବର ମାସ ମଧ୍ୟଭାଗରୁ ଧାନକିଣା ଆରମ୍ଭ ହୋଇଥାଏ। ଚଳିତଥର ସମ୍ପୂର୍ଣ୍ଣ ନୂତନ ପଦ୍ଧତିରେ ଚାଷୀଙ୍କ ନାମ ପଞ୍ଜୀକରଣ କରାଯାଇଛି। ପଞ୍ଜୀକରଣ ସମୟରେ ଚାଷୀ ଧାନ ବିକ୍ରି କରିବାର ମାସ ଓ ପକ୍ଷ ଉଲ୍ଲେଖ କରାଯାଇଛି। ସେହିପରି ମଣ୍ଡିର ନାମ, ନିଜର ଜଳସେଚନ ଉତ୍ସ ଥିଲେ ତା’ର ବିଦ୍ୟୁତ୍ ବିଲ୍ର ନକଲ ଓ ଉପଭୋକ୍ତା ନମ୍ବର ଦେବାକୁ ପଡ଼ିଛି। ପଞ୍ଜୀକରଣ ସହ ଆଧାର କାର୍ଡ, ବ୍ୟାଙ୍କ ପାସ୍ବୁକ୍ ଓ ଚାଷଜମି ବିବରଣୀର ନକଲ ଦେଇଛନ୍ତି। ଏନେଇ ସମବାୟ ସମିତିରେ ଏକ ହେଲ୍ପ ଡେସ୍କ ଚାଷୀଙ୍କୁ ସହାୟତା କରିଥିବାରୁ ଗତବର୍ଷ ତୁଳନାରେ ଚଳିତବର୍ଷ ଅଧିକ ଚାଷୀ ପଞ୍ଜୀକରଣ କରିଛନ୍ତି। ୫୨ ଲାମ୍ପ୍ସ ମଧ୍ୟରୁ ଶୁକୃଳିରେ ସର୍ବାଧିକ ୩୧୨୧ ଚାଷୀ ନାମ ପଞ୍ଜୀକୃତ କରିଥିବା ବେଳେ ବୈଶିଙ୍ଗାରେ ୨୭୨୯ ଓ ଯଶିପୁରରେ ୨୨୨୮ ଜଣ ପଞ୍ଜୀକରଣ କରିଥିବାରୁ ଦ୍ୱିତୀୟ ଏବଂ ତୃତୀୟ ସର୍ବାଧିକ ସ୍ଥାନରେ ରହିଛି। ବାଙ୍କିଶୋଳ ଲାମ୍ପ୍ସରେ ମାତ୍ର ୧୬୭ ଚାଷୀ ପଞ୍ଜୀକରଣ କରିଥିବା ଯୋଗୁ ଜିଲାର ସର୍ବନିମ୍ନ ସ୍ଥାନରେ ଅଛି।
Posted inଆମ ଜିଲା ଖବର, ମୟୂରଭଞ୍ଜ View All
ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ
କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…
ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ
ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…
କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ
ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…
ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ
ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…
ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍
ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…
ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା
ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…
ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ
ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…
୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ
ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

