
ନୂଆଦିଲ୍ଲୀ,୨୨।୧(ଅଭୟ ଦାଶ): ୟୁକୋ ବ୍ୟାଙ୍କର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏପରିକି ୨୦୨୪ ଡିସେମ୍ବର ମାସ ଶେଷ ସୁଦ୍ଧା ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରେ ୨୭.୦୪% ଅଭିବୃଦ୍ଧି ହାର ହାସଲକରି ୬୩୯ କୋଟି ଟଙ୍କାର ନେଟ୍ ଲାଭ ସଂଗ୍ରହ କରିଛି, ଯାହା ପୂର୍ବ ବର୍ଷ ଏହି ସମୟରେ ୫୦୩ କୋଟି ଟଙ୍କା ଥିଲା।
ସେହିଭଳି ବ୍ୟାଙ୍କର ସକଳ ଅଗ୍ରିମରେ ୨୨.୦୧% ବୃଦ୍ଧି ଘଟି ୧,୧୪,୩୫୦ କୋଟି ଟଙ୍କାରେ ପହଞ୍ଚତ୍ଛି। ୨୦୨୪ ଡିସେମ୍ବର ଶେଷ ସୁଦ୍ଧା ବ୍ୟାଙ୍କର ସମୁଦାୟ ବ୍ୟବସାୟିକ ଅଭିବୃଦ୍ଧି ୪, ୮୮,୯୧୧ କୋଟିରେ ପହଞ୍ଚତ୍ଛି। ବ୍ୟାଙ୍କର ନେଟ୍ ସୁଧ ଆୟରେ ୧୯.୬୨% ବୃଦ୍ଧି ଘଟି ୨,୩୭୮କୋଟିରେ ପହଞ୍ଚତ୍ଛି।
ସେହିପରି ତୃତୀୟ ତ୍ରୈମାସିକ ସୁଦ୍ଧା ବ୍ୟାଙ୍କର ନେଟ୍ ସୁଧ ମାର୍ଜିନ ୩.୧୭% ବୃଦ୍ଧି ପାଇଥିବାବେଳେ ପୁଞ୍ଜି ସ୍ବଚ୍ଛଳତା ହାର (ସିଆର୍ଏଆର୍) ୧୬.୨୫% ବୃଦ୍ଧି ପାଇଛି। ବ୍ୟାଙ୍କର ପ୍ରୋଭିଜନ୍ କଭରେଜ ରେସିଓ (ପିସିଆର୍) ୯୬.୧୬% ରେ ପହଞ୍ଚତ୍ଛି। ବ୍ୟାଙ୍କର ପରିଚାଳନାଗତ ଲାଭ ୪୧.୭୩% ଅଭିବୃଦ୍ଧି ହାରରେ ୧,୫୮୬ କୋଟି ଟଙ୍କାରେ ପହଞ୍ଚତ୍ଛି। ବ୍ୟାଙ୍କର ମୋଟ୍ ଏନ୍ପିଏ ୯୪ବିପିଏସ୍ ହ୍ରାସ ପାଇ ୨.୯୧%ରେ ପହଞ୍ଚତ୍ଛି। ବ୍ୟାଙ୍କର ନେଟ୍ ଏନ୍ପିଏ ୩୫ ବିପିଏସ୍ ହ୍ରାସ ପାଇ ୦.୬୩% ରେ ପହଞ୍ଚତ୍ଛି। ଉଲ୍ଲେଖଯୋଗ୍ୟ,ୟୁକୋ ବ୍ୟାଙ୍କର ୩,୨୬୩ଟି ଘରୋଇ ଶାଖା ରହିଥିବାବେଳେ ହଂକଂ ଓ ସିଙ୍ଗାପୁରଠାରେ ୨ଟି ଶାଖା ଏବଂ ଇରାନ୍ରେ ଗୋଟିଏ ପ୍ରତିନିଧି କାର୍ଯ୍ୟାଳୟ ରହିଛି। ବ୍ୟାଙ୍କର ୨,୪୭୮ଟି ଏଟିଏମ୍ ଓ ୧୦୬୫୩ଟି ବିସି ପଏଣ୍ଟ ରହିଛି।