ଢେଙ୍କାନାଳରେ ୬,୩୫୫ ପକ୍ଷୀ

ଢେଙ୍କାନାଳ ଅଫିସ, ୧୨।୧

ଢେଙ୍କାନାଳରେ ପକ୍ଷୀଗଣନା ଶେଷ ହୋଇଛି। ଜିଲାର ବିଭିନ୍ନ ବନଖଣ୍ଡ, ସଂରକ୍ଷିତ ଜଙ୍ଗଲ, ଜଳାଶୟରେ ହୋଇଥିବା ଏହି ଗଣନାରୁ ୬,୩୫୫ ପକ୍ଷୀ ରହିଥିବା ଜଣାପଡ଼ିଛି। ତନ୍ମଧ୍ୟରେ କେତେକ ଅତିଥି ପକ୍ଷୀ ମଧ୍ୟ ଅଛନ୍ତି। ମୋଟ ୨୮ ପ୍ରଜାତିର ପକ୍ଷୀ ଠାବ କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ଗତ ୩ ତାରିଖରେ ପକ୍ଷୀ ଗଣନା ଅନୁଷ୍ଠିତ ହୋଇଥିଲା। ଏଥିଲାଗି ବିଭିନ୍ନ ବନାଞ୍ଚଳ ଲାଗି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ପରଜଙ୍ଗ ବ୍ଲକର ଦଦରାଘାଟି, କଙ୍କଡ଼ାହାଡ଼ ବ୍ଲକର ଦଣ୍ଡାଧର, ହିନ୍ଦୋଳ ବ୍ଲକର ସାପୁଆ ଜଳଭଣ୍ଡାର, ବ୍ରାହ୍ମଣୀ ନଦୀ, ରାମିଆଳ ନଦୀ ଅବବାହିକା ସମେତ ବିଦେଶୀ ପକ୍ଷୀ ଆସୁଥିବା ଜଳାଶୟରେ ଗଣନା କାର୍ଯ୍ୟ ହୋଇଥିଲା। ଚଳିତବର୍ଷ ଜିଲାକୁ ପାଣିକୁଆ, ଖଞ୍ଜନବଗ, ବଗ, ଗେଣ୍ଡାଳିଆ, ବିଦେଶୀ ପକ୍ଷୀ, ମାଛରଙ୍କା, ସ୍କିମର, ପାତିହଂସ, ଆଦି ପ୍ରଜାତିର ବହୁ ପକ୍ଷୀଙ୍କ ସମାଗମ ହୋଇଛି। ସେମାନଙ୍କ ମଧ୍ୟରେ ଗ୍ରେଟ୍‌ କର୍ମୋରାଣ୍ଟ ଫାଲାକ୍ରୋ କ୍ରୋକ୍‌ରାକ୍ସ କାର୍ବୋ ୭୩, ଇଣ୍ଡିଆନ୍‌ ସାଗ୍‌ ପି ଫୁସିକଲିସ୍‌ ୫୪୮, ଇଣ୍ଡିଆନ କଟନଟେଲ ୪୧, ଲିଟିଲ କର୍ମୋରାଣ୍ଟ ପି. ନାଇଜର ୫୦୫, ଇଣ୍ଡିଆ ପଣ୍ଡ୍‌ ହେରନ ଆର୍‌ଡେଓଲା ଗ୍ରାଇଲ ୩୬୯, କ୍ୟାଟେଲ ଇଗ୍ରେଟ୍‌ ବୁବୁଲକସ୍‌ ଇବିସ୍‌ ୭୦, ଲିଟିଲ ଇଗ୍ରେଟ୍‌ ଇ ଗାର୍ଜେଟା ୧୨୦, ଗ୍ରେଟ୍‌ ଇଗ୍ରେଟ୍‌ ଇ ଆଲବା ୬୭୯, ଗ୍ରେ ହେରନ ଏ ଚିନେରିଆ ୭୦, ୱାଇଟ୍‌ ବେଲିଡ୍‌ ହେରନ ଏ-ଇମ୍ପେରିଆଲିସ ୬୯, ଚେଷ୍ଟନଟ୍‌ ବିଟର୍ନ ଆଇ ସିନାମୋମସ ୨୯୬, ଆସିଆନ ଓପନବିଲ ଆନାଷ୍ଟୋମସ ଓଷ୍ଟିଆନ୍ସ ୨୪୩, ୱାଇଡ୍‌ ଷ୍ଟର୍କ ସି ସିକୋନିଆ ୪୩, ବ୍ଲାକ ଷ୍ଟର୍କ ସିକୋନିଆ ନିଗ୍ରା ୨, ବ୍ଲାକ ଇବିସ୍‌ ପେସେଡିବିସ୍‌ ପାପିଲୋସା ୬୦, ବ୍ରାହ୍ମିନ ରୁଡିସ୍‌ ସିଡଲକ୍‌ ପାଡୋରନା ଫିଜୁନିୟସ ୧୫୬, କମନ ସେଲଡକ୍‌ ଟି ଟଡୋର୍ନା ୮, କମନ ପୋଚାର୍ଡ ଆୟାଥା ଫେରିନା ୧୬୮, ଟପଟେଡ୍‌ ଡକ୍‌ ଏ ଫୁଲିଗୁଲା ୨୦୦୦, ରିଭର ଲାପୁଇଙ୍ଗ୍‌ ୭୦, ୟଲୋ ୱାଟଲ୍‌ଡ ଲାପଉଇଙ୍ଗ୍‌ ୭, ଗ୍ରେ ହେଡେଡ୍‌ ଲାପୁଇଙ୍ଗ୍‌ ୮୭, ଉଡ୍‌ ସାଣ୍ଡିପର ୧, ଲିଟିଲ ଷ୍ଟିଣ୍ଟ ୨, କିଙ୍ଗଫିଶର ୫୦୮, ୱିସକେଡ୍‌ ଟେମ୍‌ ଚାଇଲଡୋନିଆସ୍‌ ହାଇବ୍ରିଡା ୯, ୱାଟର ହେନ୍‌ ୧୦୮ ଏବଂ ବ୍ଲାକ କାଇଟ୍‌ ୪୩ ରହିଥିବା ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ଦିନରେ ଜବତ ହେଲାଣି ୩୪୪ ଗ୍ରାମ ବ୍ରାଉନସୁଗାର

ଭଦ୍ରକ ଅଫିସ, ୨।୪: ଭଦ୍ରକ ଟାଉନ ଥାନା ପୋଲିସ ଶୁକ୍ରବାର ମୋଟେଲ ଛକ ନିକଟରୁ ଜଣେ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ସେ ହେଲେ ଧୂଷୁରୀ...

୬ ଗ୍ରାମ୍‌ ବ୍ରାଉନସୁଗାର ଜବତ

ଢେଙ୍କାନାଳ ଅଫିସ,୨୯।୩: ଢେଙ୍କାନାଳ ସହରସ୍ଥିତ କାଞ୍ଚନ ବଜାରରେ ଅବକାରୀ ବିଭାଗ ଚଢ଼ାଉକରି ୬ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ଧଳାଜହର ନିଶା କାରବାରରେ ସମ୍ପୃକ୍ତ ଅଭିଯୋଗରେ...

ଓଡ଼ିଶାରେ ଦ୍ୱିତୀୟ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର,୨୦ା୩(ବ୍ୟୁରୋ): ଓଡିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୁରୁବାର ଭୁବନେଶ୍ୱରସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆର୍‌ଏମ୍‌ଆର୍‌ସି)କୁ ୧୪ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା।...

ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ପଦବୀରେ ଓଡ଼ିଆ

ଭୁବନେଶ୍ୱର,୯।୩(ବ୍ୟୁରୋ): ଓଡ଼ିଶାରେ ଜନ୍ମିତ ବହୁ ପ୍ରଶାସନିକ ଅଧିକାରୀ ବର୍ତ୍ତମାନ କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରୁଛନ୍ତି। ସ୍ବାଧୀନତା ପରବର୍ତ୍ତୀ ସମୟଠାରୁ ଅନୁଧ୍ୟାନ କଲେ ବର୍ତ୍ତମାନ ସମୟରେ...

ଚିପ୍‌ ଫେରାଇବାକୁ ୧୦ ହଜାର ମାଗିଥିଲେ ମାନସ, କରିଥିଲେ ବ୍ଲାକ୍‌ମେଲ

ଭୁବନେଶ୍ୱର,(ବ୍ୟୁରୋ)/କଟକ ଅଫିସ, ୭ା୪: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଆସିଥିବା ମୁଖ୍ୟ ଅଭିଯୁକ୍ତ ତଥା ସମ୍ପୂର୍ଣ୍ଣ ନ୍ୟୁଜ୍‌ ଓ୍ବେବ୍‌...

ପଲ୍ୟୁସନ ଚେକିଂ କୋହଳ ନିଷ୍ପତ୍ତି: ମାସେ ଯାଏ ହେବନି ଯାଞ୍ଚ, ଲୋକଙ୍କୁ ଅଯଥାରେ ହଇରାଣ ନ କରିବାକୁ ପରାମର୍ଶ

ଭୁବନେଶ୍ୱର,୬।୯(ବ୍ୟୁରୋ): ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ସେପ୍ଟେମ୍ବର ୧ରୁ ସାରା ଦେଶରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କଠାରୁ ବହୁଗୁଣା ଜରିମାନା ଆଦାୟ କରାଯାଉଛି।...

ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ

ନୂଆପଡ଼ା ଅଫିସ,୮।୭: ନୂଆପଡ଼ା ଜିଲା ସୁନାବେଡ଼ା ଅଭୟାରଣ୍ୟରେ ଶୁକ୍ରବାର ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ନୂଆପଡ଼ା ଛତିଶଗଡ଼ ସୀମାନ୍ତ ଗରିଆବନ୍ଧ ଜିଲା ଆମାମୋରା...

‘ଗୁଣାତ୍ମକ ସେବାକୁ ଗୁରୁତ୍ୱାରୋପ’

ମ୍ୟାନେଜ୍‌ମେଣ୍ଟ ପାଠପଢ଼ା ସାରି ବାପା ସୁରେଶ ଚନ୍ଦ୍ର ଅଗ୍ରଓ୍ବାଲଙ୍କ ଦ୍ୱାରା ପ୍ରତିଷ୍ଠିତ ବ୍ୟବସାୟକୁ ସମ୍ଭାଳିବା ସହ ଉକ୍ତ ବ୍ୟବସାୟକୁ ଠିକ୍‌ଭାବେ ଚଳାଇ ଅନେକ ସଫଳତା ହାସଲ...

Advertisement
Archives

Model This Week