ଢେଙ୍କାନାଳରେ ୬,୩୫୫ ପକ୍ଷୀ

ଢେଙ୍କାନାଳ ଅଫିସ, ୧୨।୧

ଢେଙ୍କାନାଳରେ ପକ୍ଷୀଗଣନା ଶେଷ ହୋଇଛି। ଜିଲାର ବିଭିନ୍ନ ବନଖଣ୍ଡ, ସଂରକ୍ଷିତ ଜଙ୍ଗଲ, ଜଳାଶୟରେ ହୋଇଥିବା ଏହି ଗଣନାରୁ ୬,୩୫୫ ପକ୍ଷୀ ରହିଥିବା ଜଣାପଡ଼ିଛି। ତନ୍ମଧ୍ୟରେ କେତେକ ଅତିଥି ପକ୍ଷୀ ମଧ୍ୟ ଅଛନ୍ତି। ମୋଟ ୨୮ ପ୍ରଜାତିର ପକ୍ଷୀ ଠାବ କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ଗତ ୩ ତାରିଖରେ ପକ୍ଷୀ ଗଣନା ଅନୁଷ୍ଠିତ ହୋଇଥିଲା। ଏଥିଲାଗି ବିଭିନ୍ନ ବନାଞ୍ଚଳ ଲାଗି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ପରଜଙ୍ଗ ବ୍ଲକର ଦଦରାଘାଟି, କଙ୍କଡ଼ାହାଡ଼ ବ୍ଲକର ଦଣ୍ଡାଧର, ହିନ୍ଦୋଳ ବ୍ଲକର ସାପୁଆ ଜଳଭଣ୍ଡାର, ବ୍ରାହ୍ମଣୀ ନଦୀ, ରାମିଆଳ ନଦୀ ଅବବାହିକା ସମେତ ବିଦେଶୀ ପକ୍ଷୀ ଆସୁଥିବା ଜଳାଶୟରେ ଗଣନା କାର୍ଯ୍ୟ ହୋଇଥିଲା। ଚଳିତବର୍ଷ ଜିଲାକୁ ପାଣିକୁଆ, ଖଞ୍ଜନବଗ, ବଗ, ଗେଣ୍ଡାଳିଆ, ବିଦେଶୀ ପକ୍ଷୀ, ମାଛରଙ୍କା, ସ୍କିମର, ପାତିହଂସ, ଆଦି ପ୍ରଜାତିର ବହୁ ପକ୍ଷୀଙ୍କ ସମାଗମ ହୋଇଛି। ସେମାନଙ୍କ ମଧ୍ୟରେ ଗ୍ରେଟ୍‌ କର୍ମୋରାଣ୍ଟ ଫାଲାକ୍ରୋ କ୍ରୋକ୍‌ରାକ୍ସ କାର୍ବୋ ୭୩, ଇଣ୍ଡିଆନ୍‌ ସାଗ୍‌ ପି ଫୁସିକଲିସ୍‌ ୫୪୮, ଇଣ୍ଡିଆନ କଟନଟେଲ ୪୧, ଲିଟିଲ କର୍ମୋରାଣ୍ଟ ପି. ନାଇଜର ୫୦୫, ଇଣ୍ଡିଆ ପଣ୍ଡ୍‌ ହେରନ ଆର୍‌ଡେଓଲା ଗ୍ରାଇଲ ୩୬୯, କ୍ୟାଟେଲ ଇଗ୍ରେଟ୍‌ ବୁବୁଲକସ୍‌ ଇବିସ୍‌ ୭୦, ଲିଟିଲ ଇଗ୍ରେଟ୍‌ ଇ ଗାର୍ଜେଟା ୧୨୦, ଗ୍ରେଟ୍‌ ଇଗ୍ରେଟ୍‌ ଇ ଆଲବା ୬୭୯, ଗ୍ରେ ହେରନ ଏ ଚିନେରିଆ ୭୦, ୱାଇଟ୍‌ ବେଲିଡ୍‌ ହେରନ ଏ-ଇମ୍ପେରିଆଲିସ ୬୯, ଚେଷ୍ଟନଟ୍‌ ବିଟର୍ନ ଆଇ ସିନାମୋମସ ୨୯୬, ଆସିଆନ ଓପନବିଲ ଆନାଷ୍ଟୋମସ ଓଷ୍ଟିଆନ୍ସ ୨୪୩, ୱାଇଡ୍‌ ଷ୍ଟର୍କ ସି ସିକୋନିଆ ୪୩, ବ୍ଲାକ ଷ୍ଟର୍କ ସିକୋନିଆ ନିଗ୍ରା ୨, ବ୍ଲାକ ଇବିସ୍‌ ପେସେଡିବିସ୍‌ ପାପିଲୋସା ୬୦, ବ୍ରାହ୍ମିନ ରୁଡିସ୍‌ ସିଡଲକ୍‌ ପାଡୋରନା ଫିଜୁନିୟସ ୧୫୬, କମନ ସେଲଡକ୍‌ ଟି ଟଡୋର୍ନା ୮, କମନ ପୋଚାର୍ଡ ଆୟାଥା ଫେରିନା ୧୬୮, ଟପଟେଡ୍‌ ଡକ୍‌ ଏ ଫୁଲିଗୁଲା ୨୦୦୦, ରିଭର ଲାପୁଇଙ୍ଗ୍‌ ୭୦, ୟଲୋ ୱାଟଲ୍‌ଡ ଲାପଉଇଙ୍ଗ୍‌ ୭, ଗ୍ରେ ହେଡେଡ୍‌ ଲାପୁଇଙ୍ଗ୍‌ ୮୭, ଉଡ୍‌ ସାଣ୍ଡିପର ୧, ଲିଟିଲ ଷ୍ଟିଣ୍ଟ ୨, କିଙ୍ଗଫିଶର ୫୦୮, ୱିସକେଡ୍‌ ଟେମ୍‌ ଚାଇଲଡୋନିଆସ୍‌ ହାଇବ୍ରିଡା ୯, ୱାଟର ହେନ୍‌ ୧୦୮ ଏବଂ ବ୍ଲାକ କାଇଟ୍‌ ୪୩ ରହିଥିବା ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ଶ୍ରମିକଙ୍କ ଭତ୍ତା: ଏଣିକି ଦିନକୁ ମିଳିବ…

ଭୁବନେଶ୍ୱର,୯ା୧୦(ରବିନାରାୟଣ ଜେନା):ରାଜ୍ୟର ବିଭିନ୍ନ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ କର୍ମଜୀବୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଗୁରୁବାର ମହଙ୍ଗାଭତ୍ତା ବୃଦ୍ଧି କରିଛନ୍ତି। ଶ୍ରମ ଓ କର୍ମଚାରୀ…

ଦାରିଙ୍ଗବାଡ଼ିରେ ଶୀତର ଆଗମନ: ବଢ଼ୁଛି ପର୍ଯ୍ୟଟକଙ୍କ ସଂଖ୍ୟା

ଦାରିଙ୍ଗବାଡ଼ି,୯।୧୦(ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଅଞ୍ଚଳରେ ଧୀରେ ଧୀରେ ଶୀତର ଆଗମନ ଅନୁଭୂତ ହେବାରେ ଲାଗିଛି। ଗତ କିଛି ଦିନ ହେଲା ଅଞ୍ଚଳରେ ହାଲୁକା…

ମନ୍ତ୍ରୀ କରିଡର ଖାଁ ଖାଁ: ତୃତୀୟ ମହଲା ଚଳଚଞ୍ଚଳ

ଭୁବନେଶ୍ୱର, ୯ା୧୦(ରବିନାରାୟଣ ଜେନା):ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ଆହୂତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ବେଳେ ପୂର୍ବାହ୍ନରେ ଲୋକସେବା ଭବନରେ ତୃତୀୟ ମହଲା ଚଳଚଞ୍ଚଳ ରହିିଥିଲା। ମାତ୍ର ଖାରବେଳ…

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

ମେମୁ ଟ୍ରେନରୁ ପ୍ରିନ୍ସପାଲଙ୍କ ମୃତଦେହ ଉଦ୍ଧାର

ନୟାଗଡ଼,୮।୧୦(ଲୋକନାଥ ମିଶ୍ର): ଭୁବନେଶ୍ୱର-ଦଶପଲ୍ଲା ମେମୁ ଟ୍ରେନରୁ ଶରଣକୁଳ କଲେଜ ପ୍ରିନ୍ସପାଲ ମହେଶ୍ୱର ମହାପାତ୍ର(୫୬)ଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ଦଶପଲ୍ଲା ଷ୍ଟେଶନରେ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଠାବ…

କଂଗ୍ରେସର ବନ୍ଦ ଡାକରା: ରାଜ୍ୟ ରାଜପଥ ଅବରୋଧ କଲେ ବିକ୍ଷୋଭକାରୀ

ବଞ୍ଚୋ,୮ା୧୦(ପ୍ରଦୋଷ ବିଶ୍ୱାଳ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଆନନ୍ଦପୁରରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ ସମେତ ବାମପନ୍ଥୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?