Posted inଫୁରସତ

ରୋଗୀଙ୍କ ପେଟରୁ ବାହାରିଲା ୬୩ ଚାମଚ; ଚକିତ ହେଲେ ଡାକ୍ତର

ମିରଟ୍‌: ରୋଗୀଙ୍କ ପେଟରୁ ବାହାରିଲା ୬୩ ଚାମଚ। ଉତ୍ତରପ୍ରଦେଶର ମିରଟ୍‌ରେ ଥିବା ଏକ ଡାକ୍ତରଖାନାରୁ ଏଭଳି ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ଦୁଇ ଘଣ୍ଟାର ଅପରେଶନ ପରେ ରୋଗୀଙ୍କ ପେଟରୁ ବିନା ମୁଣ୍ଡ ଥିବା ଚାମଚଗୁଡ଼ିକୁ ବାହାର କରାଯାଇଛି। ତାଙ୍କର ସ୍ବାସ୍ଥାବସ୍ଥା ସ୍ଥିର ରହିଛି। କିଛି ଦିନ ପରେ ତାଙ୍କୁ ଡିସଚାର୍ଜ କରିଦିଆଯିବ ବୋଲି ଅସ୍ତ୍ରୋପଚାର କରିଥିବା ଡାକ୍ତର କହିଛନ୍ତି।

ସର୍ଜନ ଡା. ରାକେଶ ଖୁରାନା ସବିଶେଷ ସୂଚନା ଦେଇ କହିଛନ୍ତି, ମୁଜାଫରନଗର ଜିଲାର ବୋପାରା ଗ୍ରାମର ରୋଗୀ ବିଜୟ ଚୌହ୍ବାନ ପ୍ରାୟ ୧୫ ଦିନ ପୂର୍ବେ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କର କିଛି ପରୀକ୍ଷା କରାଯିବା ପରେ ତାଙ୍କ ପେଟରେ କିଛି ଅଜବ ଜିନିଷର ଉପସ୍ଥିତିକୁ ସନ୍ଦେହ କରି ଅସ୍ତ୍ରୋପଚାର ଲାଗି ସୁପାରିଶ କରିଥିଲୁ। ରବିବାର ତାଙ୍କ ପେଟର ଅପରେଶନ କରାଯାଇ ୬୨ ଚାମଚ ଏବଂ ଅନ୍ତନଳୀରୁ ଗୋଟିଏ ଚାମଚ ବାହାର କରାଯାଇଥିଲା। ତେବେ ସେ କିଭଳି ଏବଂ କାହିଁକି ଚାମଚ ଗିଳିଛନ୍ତି ତାହା ଜଣାପଡ଼ିନାହିଁ।

ପରିବାରଲୋକଙ୍କ ମୁତାବକ ସେ ଜଣେ ନିଶାଗସ୍ତ ଯୁବକ। ଏଣୁ ତାଙ୍କୁ ନିଶାମୁକ୍ତ ଅନୁଷ୍ଠାନରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଜୋର ଜବରଦସ୍ତ ଚାମଚ ଖାଇବାକୁ ବାଧ୍ୟ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ହେଲେ ଏହି ମାମଲାରେ ପୋଲିସ ନିକଟରେ କୌଣସି ଅଭିଯୋଗ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ଗଛରେ ଝୁଲୁଛି ମେଡିକାଲ କର୍ମଚାରୀଙ୍କ ମୃତଦେହ

ଭବାନୀପାଟଣା,୧୫।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଉଦେପୁର-ଗୋପିନାଥପୁର କେନାଲ ନିକଟସ୍ଥ ଏକ ଗଛରୁ ସୋମବାର ଜଣେ ମେଡିକାଲ କର୍ମଚାରୀଙ୍କ ଝୁଲନ୍ତା ମୃତ…

ଆମେରିକା-ଇରାନ ଚୁକ୍ତି ଭାରତର ବଲ୍ଲେ-ବଲ୍ଲେ: ପାଇବ ସର୍ବାଧିକ ଲାଭ

ନୂଆଦିଲ୍ଲୀ,୧୫।୬: ମାସ ମାସର ସଂଘର୍ଷ ପରେ, ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ…

ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ: ୩ ବଖରା ଘର ଜଳିପୋଡ଼ି ଛାରଖାର

ତିହିଡି,୧୫।୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନସ୍ଥ କୋଠାର ପଞ୍ଚାୟତର ମହନ୍ତ ସାହିରେ ସୋମବାର ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ସୁବାସ ଚନ୍ଦ୍ର ସେଠୀ…

ଘାସ କାଟିବାକୁ ଯାଇଥିଲେ ମହିଳା, ନିଶାଦେଇ ଗଣବଳାତ୍କାର କଲେ ୫ ଯୁବକ: ଆଉ ତା’ପରେ…

ମୁଜାଫରନଗର(ଉତ୍ତର ପ୍ରଦେଶ), ୧୫ା୬ (ପି.ଟି.):ଉତ୍ତର ପ୍ରଦେଶର ମୁଜାଫରନଗର ଜିଲାରେ ଜଣେ ୨୪ ବର୍ଷୀୟା ମହିଳାଙ୍କୁ ନିଶାଦ୍ରବ୍ୟ ପିଆଇ ୫ ଜଣ ଯୁବକ ଗଣବଳାତ୍କାର କରିଥିବା ରବିବାର ପୋଲିସ…

ଚାଷଜମିରେ କାଳ ସାଜିଲା ବଜ୍ରପାତ, ନାବାଳକଙ୍କ ଜୀବନ ଗଲା,୨ ଗୁରୁତର ହୋଇ…

ଅମରପାଲି,୧୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇଜଣ ଯୁବକ…

ହଜାର ହଜାର ଟଙ୍କା ବଢିଲା ସୁନା-ରୁପା ଦର: ୧୦ ଗ୍ରାମ ପିଛା ଅଛି…

ନୂଆଦିଲ୍ଲୀ,୧୫।୬: ବିଶ୍ୱ ସ୍ତରରେ ଘଟୁଥିବା ଭୂରାଜନୈତିକ ପରିବର୍ତ୍ତନର ସିଧାସଳଖ ପ୍ରଭାବ ଆଜି ଘରୋଇ ଅଳଙ୍କାର ବଜାର ଉପରେ ପଡ଼ିଛି। ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି…

ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ

କଳାହାଣ୍ଡି,୧୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଗୋକୁଳେଶ୍ୱର ଗ୍ରାମର ଜଣେ ଯୁବକଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଗୋଲକ ଗଉଡ଼(୧୮)। ରବିବାର…

ଭାରସାମ୍ୟ ହରାଇ ଟ୍ୟାଙ୍କର୍‌ ଦୁର୍ଘଟଣା: ଗାଡି ଭିତରେ ଚାପି ହୋଇଗଲେ

ଲାଞ୍ଜିଗଡ,୧୫।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣା ଓ ରାୟଗଡ଼ାକୁ ସଂଯୋଗ କରୁଥିବା ୬ନମ୍ବର ରାଜ୍ୟ ରାଜପଥ ଢ଼େପଗୁଡାଠାରେ ଏକ ଆଲୁମିନା ପାଉଡର ବୋଝେଇ ବଲକର ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri