Posted inଖେଳ

ପିତାଙ୍କ ସ୍ବପ୍ନ ପାଇଁ ୬୨ ବର୍ଷୀୟ କୋଚ୍‌ ହେଲେ ଖେଳାଳି

ବର୍ମିଂହାମ୍‌,୪ା୮(ପି.ଟି): ପିତାଙ୍କ ସ୍ବପ୍ନ ପୂରଣ ପାଇଁ ପାଲଟିଗଲେ ଆଥ୍‌ଲେଟ। ୬୨ ବର୍ଷୀୟ ଟେବୁଲ ଟେନିସ୍‌ କୋଚ୍‌ ଜଣଙ୍କ ନିଜ ପରିବାରର ପରମ୍ପରା ବଜାୟ ରଖିବା ପାଇଁ ଖେଳାଳି ଜର୍ସି ପିନ୍ଧି କୋର୍ଟକୁ ଓହ୍ଲାଇଛନ୍ତି। ଇଂଲଣ୍ଡରେ ଜନ୍ମିତ ଷ୍ଟିଭ୍‌ ରିଲି ଫିଜି ଟିଟି ଦଳର କୋଚ୍‌ ଭାବେ କାର୍ଯ୍ୟ କରନ୍ତି। ୮୪ ବର୍ଷ ପୂର୍ବେ ଷ୍ଟିଭ୍‌ଙ୍କ ପିତା ଜିମ୍‌ ୧୯୩୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଂଶଗ୍ରହଣ କରିଥିଲେ। ସେ ସମୟରେ ଏହି କ୍ରୀଡ଼ାର ନାମ ବ୍ରିଟିଶ୍‌ ଏମ୍ପାୟାର ଗେମ୍‌ସ ରହିଥିଲା। ୧୯୩୬-୪୩ ଯାଏ ଜିମ୍‌ ସ୍କଟ୍‌ଲାଣ୍ଡ ପକ୍ଷରୁ ବକ୍ସିଂ କରୁଥିଲେ। ଜିମ୍‌ ରିଲି ଯେଉଁ ପୋଷାକ ପିନ୍ଧି ୧୯୩୬ ବକ୍ସିଂ ଚାମ୍ପିୟନଶିପ୍‌ ପଦକ ଜିତିଥିଲେ ସେହି ପୋଷାକ ସହିତ ମ୍ୟାଚ୍‌ ଖେଳିବେ ଷ୍ଟିଭ୍‌।

ପିତା ଜଣେ ବକ୍ସର ରହିଥିବା ବେଳେ ଷ୍ଟିଭ୍‌ଙ୍କୁ ବକ୍ସିଂ ସମେତ ବିଭିନ୍ନ ଖେଳରେ ପ୍ରଶିକ୍ଷଣ ମିଳୁଥିଲା। ଟିଟି ତାଙ୍କୁ ବେଶ୍‌ ପସନ୍ଦ ଆସିଥିବା ବେଳେ ରୟାଲ ନାଭିରେ କାର୍ଯ୍ୟ କରିବା ସମୟରେ ନିଜ ଟିଟି ଦକ୍ଷତାର ବିକାଶ କରିଥିଲେ। ୧୭ ବର୍ଷ ବୟସରେ ନୌସେନାରେ କାମ କରି ୨୨ ବର୍ଷ ସେବା କରିଥିଲେ। ନୌସେନା ଛାଡ଼ିବା ପରେ ଜଣେ ଡାଇଭର ଭାବେ ପ୍ରଶିକ୍ଷଣ ଦେବା ଆରମ୍ଭ କଲେ। ଏହି ସମୟରେ ଏକ ଚୁକ୍ତିଭିତ୍ତିକ ଚାକିରିରେ ଫିଜିକୁ ଯାଇଥିବା ବେଳେ ୨୦୦୯ରେ ସେଠାକାର ସ୍ଥାୟୀ ବାସିନ୍ଦା ପାଲଟିଗଲେ। ସମୟକ୍ରମେ ଫିଜି ଟିଟି ଦଳର କୋଚ୍‌ ଭାବେ କାର୍ଯ୍ୟ କରିବା ଆରମ୍ଭ କଲେ ଷ୍ଟିଭ୍‌। ଏହା ପୂର୍ବରୁ ଏକାଧିକଥର ତାଙ୍କୁ ଫିଜି ପକ୍ଷରୁ ଖେଳିବା ପାଇଁ ଅଫର ମଧ୍ୟ ଦିଆଯାଇଛି। ହେଲେ ପିତାଙ୍କ ଜନ୍ମଭୂମିରେ ଖେଳିବା ଲାଗି ପୂର୍ବ ଅଫରଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଆସୁଥିଲେ। ମୋର ଏହି କୃତିତ୍ୱ ପାଇଁ ମୋ ପରିବାର ଗର୍ବ ଅନୁଭବ କରିବ ବୋଲି କହିଛନ୍ତି ଷ୍ଟିଭ୍‌। ଉଲ୍ଲେଖଯୋଗ୍ୟ, ସେ ପୁରୁଷ ସିଙ୍ଗଲ୍ସ, ମିକ୍ସଡ ଡବଲ୍ସ ଓ ଦଳଗତ ଇଭେଣ୍ଟରେ ଫିଜିର ପ୍ରତିନିଧିତ୍ୱ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri