Posted inଫୁରସତ

୬୨ ଦିନ ଧରି କୋମାରେ ଥିଲେ ଯୁବକ, ଏହି ଖାଦ୍ୟ ନାଁ ଶୁଣି ଆସିଗଲା ହୋସ୍‌

କୁହାଯାଏ, ମନପସନ୍ଦର ଖାଦ୍ୟ ନାଁ ଶୁଣିଲେ ପାଟିରେ ଲାଳ ଆସିଯାଏ। ମାତ୍ର ଖାଦ୍ୟର ନାଁ ଶୁଣି କୋମାରେ ଥିବା ଜଣେ ଯୁବକଙ୍କ ଯେ ହୋସ୍‌ ଆସିଯିବ ଏହା ସହଜରେ ବିଶ୍ୱାସ କରି ହେଉନାହିଁ। ମାତ୍ର ଏହା ସତ। ଉତ୍ତର-ପଶ୍ଚିମ ତାଇଓ୍ବାନରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଯାହା ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏଠାକାର ୧୮ ବର୍ଷୀୟ ଜଣେ ଯୁବକ ୬୨ ଦିନ ଧରି କୋମାରେ ଥିଲେ। ତେବେ ମନପସନ୍ଦର ଖାଦ୍ୟ ନାଁ ଶୁଣି ତାଙ୍କର ହୋସ୍‌ ଆସିଯାଇଛି। ଯାହା ତାଙ୍କ ପରିବାରବର୍ଗଙ୍କ ମୁହଁରେ ହସ ଫୁଟାଇଛି।
ଉତ୍ତର-ପଶ୍ଚିମ ତାଇଓ୍ବାନରେ ରହୁଥିବା ଚିୟୁ ନାମକ ଜଣେ ଯୁବକ ସ୍କୁଟରରେ ଯାଉଥିବା ସମୟରେ ରାସ୍ତାରେ ଦୁର୍ଘଟଣା ହୋଇଥିଲା। ଏଥିରେ ସେ ଗୁରୁତର ହୋଇଥିଲେ। ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଯେତେବେଳେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେ କଥା କହି ପାରୁ ନ ଥିଲେ। ତାଙ୍କର କିଡ୍‌୍‌ନୀ, ଲିଭରରେ ମଧ୍ୟ ଆଘାତ ଲାଗିଥିଲା। ଗୋଡ଼ହାତ ଭାଙ୍ଗି ଯାଇଥିଲା। ଡାକ୍ତର ତାଙ୍କର ସର୍ଜରୀ କରାଇଥିଲେ। ତାଙ୍କର ଜୀବନ ବଞ୍ଚିଗଲା ସତ; ସେ କୋମାକୁ ଚାଲିଯାଇଥିଲେ। ଏହା ପରେ ଡାକ୍ତରମାନେ ତାଙ୍କୁ କିପରି ଭଲ କରାଇବେ ସେ ନେଇ ଦିନରାତି ଚେଷ୍ଟା ଚଳାଇଥିଲେ। ମାତ୍ର ସଫଳତା ମିଳି ନ ଥିଲା। ୬୨ ଦିନ କୋମାରେ ରହିବା ପରେ ଏକ ଚମତ୍କାର ଘଟଣା ଘଟିଲା। ଯାହାକୁ କେହି ବିଶ୍ୱାସ କରିପାରିଲେନି। ଚିୟୁଙ୍କ ଭାଇ ତାଙ୍କୁ ଦେଖା କରିବା ପାଇଁ ହସ୍ପିଟାଲ ଆସିଥିଲେ। ସେ ମଜା କରିବା ପାଇଁ ତାଙ୍କୁ କହିଲେ ଭାଇ ମୁଁ ତୁମ ପାଇଁ ତୁମର ପ୍ରିୟ ଚିକେନ ପ୍ଲେଟ୍‌ ଖାଇବାକୁ ଯାଉଛି। କାରଣ ଚିୟୁଙ୍କୁ ଚିକେନ୍‌ ବହୁତ ପସନ୍ଦ। ଏହା ଶୁଣିବା ପରେ ତାଙ୍କ ଶରୀର ହଲିବାକୁ ଲାଗିଲା। ତାଙ୍କ ଭାଇ ଏ ସମ୍ପର୍କରେ ଡାକ୍ତରଙ୍କୁ ଜଣାଇଲେ। ଡାକ୍ତର ଆସି ତାଙ୍କର ଚିକିତ୍ସା କଲେ। ଏହାର କିଛି ସମୟ ପରେ ସେ କୋମାରୁ ଉଠିଥିଲେ। ଏବେ ଚିୟୁୁ ସମ୍ପୂର୍ଣ୍ଣ ସୁସ୍ଥ ବୋଲି ଡାକ୍ତର କହିଛନ୍ତି। ଏଥିସହିତ ଡାକ୍ତର ଚିୟୁଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ ମଧ୍ୟ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri