ପାସ୍‌ ହେଲା ୬୦୫ କୋଟିର ବଜେଟ

କଟକ ଅଫିସ,୧୦ା୩: କଟକ ମହାନଗର ନିଗମ (ସିଏମ୍‌ସି)ର ଚିଠା ବଜେଟରୁ ପୂର୍ଣ୍ଣାଙ୍ଗ ବଜେଟ୍‌ ଆୟବ୍ୟୟ ବୃଦ୍ଧି ପାଇଛି। ପୂର୍ବରୁ ଚିଠା ବଜେଟ୍‌ରେ ସମ୍ଭାବ୍ୟ ଆୟ ୫୮୭ କୋଟି ଦର୍ଶାଯାଇଥିବାବେଳେ ଏହାକୁ ପରିବର୍ତ୍ତନ କରାଯାଇ ପୂର୍ଣ୍ଣାଙ୍ଗ ବଜେଟ୍‌ରେ ସମ୍ଭାବ୍ୟ ଆୟ ୬୦୫ କୋଟି ଦର୍ଶାଯାଇଛି। ସେହିପରି ଚିଠା ବଜେଟ୍‌ରେ ସମ୍ଭାବ୍ୟ ବ୍ୟୟ ୫୮୬ କୋଟି ଦର୍ଶାଯାଇଥିବାବେଳେ ଏହାକୁ ବଢ଼ାଯାଇ ୬୦୨ କୋଟି ଟଙ୍କା କରାଯାଇଛି। ୩ କୋଟିର ବଳକା ବଜେଟ୍‌ ଭାବେ ଦର୍ଶାଯାଇଛି। ସିଏମ୍‌ସିର ଚିଠା ବଜେଟ୍‌ ପ୍ରସ୍ତାବରେ ଯେଉଁ ଆୟବ୍ୟୟ ଅଟକଳ ରଖାଯାଇଥିଲା ସେଥିରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୬୦୫ କୋଟିର ବଜେଟ୍‌ ସିଏମ୍‌ସି କାଉନ୍‌ସିଲ ବୈଠକରେ ଅନୁମୋଦନ ହୋଇଛି। ସିଏମ୍‌ସି ବିଜୁ ଭବନରେ ମେୟର ସୁବାସ ସିଂଙ୍କ ଅଧ୍ୟକ୍ଷତାରେ ଗୁରୁବାର କାଉନ୍‌ସିଲ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିତ୍ତ ଅଧିକାରୀ ସତୀଶ କୁମାର ମିଶ୍ର ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଥିଲେ। ସ୍ବତନ୍ତ୍ର ପ୍ରକଳ୍ପ ବାବଦକୁ ଚିଠା ବଜେଟରୁ ଆହୁରି ୧୫ କୋଟି ବଢ଼ାଯାଇଛି। ସିଏମ୍‌ସି ନିଜସ୍ବ ଟିକସ୍‌ ରାଜସ୍ବରୁ ୪୮.୬ କୋଟି ଟଙ୍କା ଆୟ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ସେହିପରି ଅକ୍ଟ୍ରାଇ ଟିକସ ବାବଦକୁ ୯୦ କୋଟି ଟଙ୍କା, ୟୁଜର୍ସ ଚାର୍ଜେସ ବାବଦକୁ ୩ କୋଟି ୧୮ ଲକ୍ଷ ଟଙ୍କା, ସିଏମ୍‌ସି ସମ୍ପତ୍ତିର ରେଣ୍ଟାଲ ଇନ୍‌କମ୍‌ ବାବଦରୁ ୩ କୋଟି ୬୭ ଲକ୍ଷ, ଦେୟ ଓ ଜରିମାନା ବାବଦରୁ ୬ କୋଟି ୬୪ ଲକ୍ଷ ଓ ଅନ୍ୟାନ୍ୟ ଉତ୍ସରୁ ୯.୩୪ କୋଟି, ଅନୁଦାନ, ଋଣ ପ୍ରଭୃତିରୁ ୪୪୩.୬ କୋଟି ଟଙ୍କା ଆୟ ଲକ୍ଷ୍ୟ ରଖାଯାଇଛି। ସେହିପରି ବ୍ୟୟ କ୍ଷେତ୍ରରେ ସାଧାରଣ ପ୍ରଶାସନିକ ପରିଚାଳନା ପାଇଁ ୧୨୩ କୋଟି ୭୦ ଲକ୍ଷ, ସ୍ବାସ୍ଥ୍ୟ ପରିମଳ ଓ ମେଡିକାଲ ପାଇଁ ୭୫ କୋଟି ୯୪ ଲକ୍ଷ, ଜନସାଧାରଣଙ୍କ ସୁବିଧା ନିମନ୍ତେ ୩ କୋଟି ୪୫ ଲକ୍ଷ, ଅନ୍ୟାନ୍ୟ କ୍ଷେତ୍ର ପାଇଁ ୭ କୋଟି ୬ ଲକ୍ଷ, ଋଣ ବାବଦକୁ ୮ କୋଟି ୮୫ ଲକ୍ଷ, ସରକାରୀ ଅନୁଦାନ ଏବଂ ସ୍ବତନ୍ତ୍ର ପ୍ରକଳ୍ପ ପାଇଁ ୨୬୫ କୋଟି, ଅସମ୍ପୂର୍ଣ୍ଣ ଏବଂ ନୂତନ ପ୍ରକଳ୍ପ ପାଇଁ ୧୧୮ କୋଟି ୭୧ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ବଜେଟ୍‌କୁ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗକୁ ପଠାଯିବ। ସେହିପରି ସଫେଇ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବିଭିନ୍ନ ସ୍ଥାନରେ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର(ଏମ୍‌ସିସି), ହରିଣ ପାର୍କ, ପାଠାଗାର ପୁନରୁଦ୍ଧାର, ସ୍ମାର୍ଟ ଫୁଟ୍‌ପାଥ ଓ ପାର୍କିଂ, ସହରରେ ଫୁଟ୍‌ ଓଭର ବ୍ରିଜ୍‌ ପାଇଁ ବଜେଟ୍‌ରେ ବ୍ୟୟବରାଦ କରାଯାଇଛି। ବଜେଟ୍‌ ଅନୁମୋଦନ ପରେ ସାଧାରଣ କାଉନସିଲ ବୈଠକରେ କର୍ପୋରେଟରମାନେ ସେମାନଙ୍କ ୱାର୍ଡର ସମସ୍ୟା ଉପସ୍ଥାପନ କରିଥିଲେ। ଏହି ବୈଠକରେ ମେୟର ସିଂ, କମିଶନର ନିଖିଲ ପଓ୍ବନ କଲ୍ୟାଣ, ଡେପୁଟି ମେୟର ଦମୟନ୍ତୀ ମାଝି ଓ କପୋରେଟରମାନଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

ହୋର୍ଡିଂରେ ବାର୍‌କୋଡ ବ୍ୟବସ୍ଥା କରାଯାଉ

ସହରରେ ଅନେକ ସଂସ୍ଥା ମନଇଚ୍ଛା ଖୁଣ୍ଟ ପୋତି ହୋର୍ଡିଂ ଲଗାଉଛି। ଏନେଇ ସିଏମ୍‌ସି ନିକଟରେ ସୂଚନା ରହୁନାହିଁ। ତେଣୁ ବାର୍‌କୋଡ ବ୍ୟବସ୍ଥା କରାଗଲେ ବେଆଇନ ହୋର୍ଡିଂ ଉପରେ ରୋକ୍‌ ଲଗାଯାଇପାରିବ। ଏଥିସହ ସିଏମ୍‌ସିର ରାଜସ୍ବ ବୃଦ୍ଧି ପାଇବ ବୋଲି କର୍ପୋରେଟର ଲିଜା ରାଉତ କହିଥିଲେ। ଏଥିରେ କମିଶନର ସହମତି ପ୍ରକାଶ କରିବା ସହ ଖୁବ୍‌ଶୀଘ୍ର ଏନେଇ ପଦକ୍ଷେପ ନିଆଯିବ ବୋଲି କହିଥିଲେ।

ଆମ ପୋଖରୀ ଯୋଜନାରେ ସାମିଲ ହେବ ୫୦ ପୋଖରୀ

ଆମ ପୋଖରୀ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଗଙ୍ଗା ମନ୍ଦିର ପୋଖରୀ, ନୀଳକଣ୍ଠେଶ୍ୱର ପୋଖରୀ ଓ ଉତ୍କଳ ବାଳାଶ୍ରମ ପୋଖରୀକୁ ସାମିଲ କରାଯାଇଥିଲା। ତେବେ ରେଭେନ୍‌ଶାରେ ହୋଇଥିବା ବୈଠକରେ କମିଶନରଙ୍କ ଅନୁରୋଧକ୍ରମେ ଆଉ ୫୦ ପୋଖରୀକୁ ଏଥିରେ ସାମିଲ କରାଯାଇଛି। ମେୟରଙ୍କ ସୂଚନା ଅନୁଯାୟୀ, ସହରରେ ୧୫୦ରୁ ଊର୍ଦ୍ଧ୍ୱ ପୋଖରୀ ରହିଛି। ଏଥିରେ ଏବେ ୫୦ଟିକୁ ସାମିଲ କରିବାକୁ କୁହାଯାଇଛି। ଏହି ବୈଠକରେ କର୍ପୋରେଟରଙ୍କୁ ପୋଖରୀଗୁଡିକର ତାଲିକା ଦେବାକୁ କୁହାଯାଇଛି।

ତୁରନ୍ତ ଉତ୍ତର ଦାବିରେ ହୋହଲ୍ଲା

ବୈଠକରେ ବିରୋଧୀ କର୍ପୋରେଟର ସନ୍ତୋଷ ଭୋଳ ନର୍ସରୀ ଦାୟିତ୍ୱ କିପରି ଜଗନ୍ନଥ ପ୍ରସାଦ ସଂସ୍ଥାକୁ ଦିଆଗଲା ଏବଂ ଏଥିରେ ୪୦୦ କର୍ମଚାରୀଙ୍କୁ କିଭଳି ନିୟୁକ୍ତ ଦିଆଗଲା ସେନେଇ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ବୈଠକ ଶେଷରେ ଦିଆଯିବ ବୋଲି ମେୟର କହିଥିଲେ। ହେଲେ ତୁରନ୍ତ ଉତ୍ତର ଆବଶ୍ୟକ ବୋଲି ଜିଦ୍‌ରେ ଅଡି ବସିଥିଲେ କର୍ପୋରେଟର। ମେୟର ଏପରି ହୋଇପାରିବନି ଏବଂ ବୈଠକର ଏହା ପ୍ରଣାଳୀ ନୁହଁ ବୋଲି କହିଥିଲେ। ଏଥିରେ କେତେଜଣ ବିଜେଡି କର୍ପୋରେଟର ସହମତି ପ୍ରକାଶ କରିଥିଲେ। ତେବେ ଏହାକୁ ନେଇ ବୈଠକରେ ହୋହହ୍ଲା ହୋଇଥିଲା। କର୍ପୋରେଟରମାନେ ପରସ୍ପରକୁ ଆକ୍ଷେପ କରିଥିଲେ। ଶେଷରେ ମେୟର ଉକ୍ତ ପ୍ରଶ୍ନର ଉତ୍ତର ଦେବାକୁ ଯୁଗ୍ମ କମିଶନର ଅନାମ ପାତ୍ରଙ୍କୁ କହିଥିଲେ। ଏହାପରେ ପରିସ୍ଥିତି ଶାନ୍ତ ହୋଇଥିଲା।

ପେଟ୍ରୋଲ ପମ୍ପ ଆୟ ବୃଦ୍ଧି ନେଇ ପ୍ରସ୍ତାବ

ଲାଇସେନ୍ସ ସେକ୍ସନରେ ଥିବା ପେଟ୍ରୋଲ ପମ୍ପ ଆୟ ୬ ଲକ୍ଷ ୨୪ ହଜାର ଦର୍ଶଯାଇଛି। ହେଲେ ଏହା ମାଧ୍ୟମରେ ସିଏମ୍‌ସି ଆହୁରି ଆୟ ବୃଦ୍ଧି କରି ପାରିବା ନେଇ କର୍ପୋରେଟର ବିକାଶ ବେହେରା ପ୍ରସ୍ତାବ ଦେଇଥିଲେ। ପେଟ୍ରୋଲ ପମ୍ପଠାରୁ ଆୟ ବୃଦ୍ଧି ସହ ସେଠାରେ ଥିବା ସମସ୍ୟା ସମାଧାନ ଦିଗାରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ବିଭିନ୍ନ ଏଜେନ୍ସି, ସରକାରୀ ସଂସ୍ଥା, ବ୍ୟାଙ୍କ ଆଦି ସିଏମ୍‌ସିଠାରୁ ତେଲ ନିଅନ୍ତୁ। ଏହାର ସୁବ୍ୟସ୍ଥା ଦ୍ୱାରା ଅଧିକ ଆୟ ହେବ ବୋଲି ସେ ପ୍ରସ୍ତାବ ଦେଇଥିଲେ।

୧୦ କଲ୍ୟାଣ ମଣ୍ଡପ ନିର୍ମାଣ ହେବ

ସିଏମ୍‌ସି ଅଞ୍ଚଳରେ ୧୦ଟି ୨ ମହଲା ବିଶିଷ୍ଟ କଲ୍ୟାଣ ମଣ୍ଡପ ନିର୍ମାଣ ହେବ। ଏଥିପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସିଏମ୍‌ସି ପକ୍ଷରୁ ଏନେଇ ତାଲିକା ପ୍ରସ୍ତୁତ କରାଯାଇ ସରକାରଙ୍କୁ ପ୍ରଦାନ କରାଯାଇଥିଲା। ପ୍ରଥମେ କର୍ପୋରେଟରମାନେ ସ୍ଥିର କରନ୍ତୁ କେଉଁ ସ୍ଥାନ ଉପଯୁକ୍ତ ହେବ। ପରେ ଏଥିପାଇଁ ସରକାର ଅର୍ଥ ଯୋଗାଇବେ। ହେଲେ ଏହାର ନିର୍ମାଣ କାର୍ଯ୍ୟ ରୁରାଲ ଡିପାର୍ଟମେଣ୍ଟ କରିବ ବୋଲି ପୂର୍ବରୁ ସ୍ଥିର କରାଯାଇଥିବା କମିଶନର ସୂଚନା ଦେଇଛନ୍ତି।

ଇ-ଟେଣ୍ଡର ପାଇଁ ଦାବି

ସହରରେ ରାସ୍ତାରୁ ବାଲି ସଫେଇ ଓ ପଙ୍କୋଦ୍ଧାର ପାଇଁ ଗାଡ଼ିର ଆବଶ୍ୟକତା ରହିଛି। ଏଥିପାଇଁ ଇ-ଟେଣ୍ଡର କରିବାକୁ କର୍ପୋରେଟରମାନେ ଦାବି କରିଥିଲେ। କେବଳ ଯନ୍ତ୍ରୀ ବିଭାଗ ବ୍ୟତିତ ଅନ୍ୟ କୌଣସି ବିଭାଗ ପାଖରେ ଇ-ଟେଣ୍ଡର ବ୍ୟବସ୍ଥା ନାହିଁ ବୋଲି କମିଶନର କହିଥିଲେ।

ଝୋଲା ସାହିରେ ହେବ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ସିଏମ୍‌ସିର ୨୬ନଂ. ୱାର୍ଡ ଅଧୀନ ଝୋଲା ସାହିରେ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ କରାଯିବ। ଏଠାରେ ଥିବା ପୁରୁଣା ଗୋଦାମ ଗୃହରେ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କ୍ୟାବିନେଟ୍‌ରେ ପାସ୍‌ ହୋଇଛି। ୨୦୦ ଡିସିମିଲରେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ରହିବ। ଖୁବ୍‌ଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ ହେବ ବୋଲି ମେୟର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri