Posted inଜାତୀୟ

ରହସ୍ୟମୟ ରୋଗରେ ୬୦୦ ଆକ୍ରାନ୍ତ

ହାଇଦ୍ରାବାଦ, ୧୨।୧୨: ଆନ୍ଧ୍ରପ୍ରଦେଶର ଏଲୁରୁରେ ରହସ୍ୟମୟ ରୋଗ ବ୍ୟାପିବାରେ ଲାଗିଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬୧୧ ଜଣ ଆକ୍ରାନ୍ତ ହେଲେଣି। ତେବେ ବିଜୟଓ୍ବାଡାରେ ପ୍ରାଣ ହରାଇଥିବା ଦୁଇ ଜଣଙ୍କର ଯକ୍ଷ୍ମା ଓ କୋଭିଡ୍‌ରେ ମୃତ୍ୟୁ ହୋଇଥିବା ସରକାରୀ ହସ୍ପିଟାଲ ପକ୍ଷରୁ କୁହାଯାଇଛି। ରୋଗକୁ ନେଇ ସେଠାରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। କେନ୍ଦ୍ରୀୟ ଟିମ୍‌ ଉକ୍ତ ଅଞ୍ଚଳକୁ ଗସ୍ତରେ ଯାଇ ଅନୁଧ୍ୟାନ କରିବା ସତ୍ତ୍ୱେ ରୋଗର ମୂଳ କାରଣ ଖୋଜି ପାଇବାରେ ବିଫଳ ହୋଇଛନ୍ତି। ମାଛ କିମ୍ବା ପନିପରିବାରେ ଥିବା ପ୍ରଦୂଷକ ସାମଗ୍ରୀ ସିସା ଓ କୀଟନାଶକ ରୋଗର କାରଣ ବୋଲି ବିଶେଷଜ୍ଞମାନେ ମତ ଦେଉଥିବାବେଳେ ଦୁଗ୍ଧ ଓ ଡାଏରୀ ଉତ୍ପାଦକୁ ଅନ୍ୟ କେତେକ କାରଣ ଭାବେ ଦେଖୁଛନ୍ତି। ପନିପରିବା, ଫଳ, ମୃତ୍ତିକା ଆଦି ସମସ୍ତ ସମ୍ଭାବ୍ୟ ଉତ୍ସକୁ ମଧ୍ୟ ପରୀକ୍ଷାନିରୀକ୍ଷା କରାଯାଉଛି ବୋଲି ଆନ୍ଧ୍ର ସ୍ବାସ୍ଥ୍ୟ କମିଶନର କେ. ଭାସ୍କର କହିଛନ୍ତି। ଲାବରେଟୋରୀ ତଥ୍ୟରେ ପନିପରିବା ଓ ମାଛ ବିଷାକ୍ତ ପ୍ରଦୂଷକର ସମ୍ଭାବ୍ୟ ଉତ୍ସ ବୋଲି କୁହାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଲାବରେଟୋରୀ ରିପୋର୍ଟ ଏବଂ ଜଳ ଓ ବାୟୁ ପ୍ରଦୂଷଣ ତଥ୍ୟର ବୈଜ୍ଞାନିକ ଅନୁଧ୍ୟାନ କରାଯାଇଥିଲା। ଜଳ ଓ ବାୟୁ ନମୁନାରେ ଭାରୀ ଧାତୁ ନ ଥିବା ଉକ୍ତ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି। ମ୍ୟୁନିସିପାଲିଟି ପାଣି ଉପଲବ୍ଧ ହେଉ ନ ଥିବା ଅଞ୍ଚଳରେ ମଧ୍ୟ ଲୋକେ ରହସ୍ୟମୟ ରୋଗରେ ଆକ୍ରାନ୍ତ ହୋଇଛନ୍ତି।
ରୋଗୀଙ୍କ ରକ୍ତ ନମୁନାରେ ସିସା ଓ ନିକେଲ ଅଧିକ ପରିମାଣରେ ଥିବା ପରୀକ୍ଷାରୁ ଜଣାପଡିଛି। ଯଦି ଏହିସବୁ ପଦାର୍ଥ ପାଣି କିମ୍ବା ବାୟୁରେ ନାହିଁ, ତେବେ ଖାଦ୍ୟ ମାଧ୍ୟମରେ ଏହା ରୋଗୀଙ୍କ ରକ୍ତକୁ ଯାଉଥିବା ଗବେଷକମାନେ କହିଛନ୍ତି। ଶାଗ ଓ ସବୁଜ ପନିପରିବା ଏବଂ ମାଛ ମାଟିରୁ ବାୟୋଆକ୍ୟୁମୁଲେଶନ ପ୍ରକ୍ରିୟାରେ ଭାରୀ ଧାତୁ ଓ କୀଟନାଶକ ସଂଗ୍ରହ କରିଥାନ୍ତି। ସେହିପରି କ୍ରିଷ୍ଣା ଓ ଗୋଦାବରୀ ନଦୀ ଅବବାହିକାରୁ ସଂଗୃହୀତ ମାଛରେ ମଧ୍ୟ ଭାରୀ ଧାତବ ପଦାର୍ଥ ଓ କୀଟନାଶକ ଅବଶେଷ ରହିଥିବା ପରୀକ୍ଷାରୁ ଜଣାପଡିଛି। ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ନ୍ୟୁଟ୍ରିଶନ (ଏନ୍‌ଆଇଏନ୍‌) ପନିପରିବା ନମୁନାର ପରୀକ୍ଷା ଚଳାଇଥିଲା। ଏହାର ରିପୋର୍ଟ ରୋଗର ରହସ୍ୟ ସମାଧାନ କରିବାରେ ସଫଳ ହେବ ବୋଲି ଆଶା କରାଯାଉଛି।
ରୋଗୀ ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କ ରକ୍ତରେ ସିସା ପରିମାଣ ହ୍ରାସ ପାଉଛି। ଏହା ଦୀର୍ଘକାଳୀନ ସମସ୍ୟା ନୁହେଁ ବୋଲି ଏଥିରୁ ସୂଚନା ମିଳୁଥିବା ସରକାର କହିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୫୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ରୋଗର କାରଣ ଜାଣିବା ପାଇଁ ଆନ୍ଧ୍ର ସରକାର ବିଭିନ୍ନ ବିଭାଗରୁ ବିଶେଷଜ୍ଞମାନଙ୍କୁ ନେଇ ଏକ କମିଟି ଗଢ଼ିଛନ୍ତି। ପୁଣେର ଏନ୍‌ଆଇଭି, ଦିଲ୍ଲୀ ଏମ୍ସ ସମେତ କେତେକ ଗବେଷଣା ସଂସ୍ଥା ମ୍ୟୁନିସିପାଲିଟି ପାଣି ସମେତ ଫଳ, ପନିପରିବା, ମାଛ ଆଦି ନମୁନା ପରୀକ୍ଷା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

ଭୟଙ୍କର ଦୁର୍ଘଟଣା: ୨୭୦ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ିଲା, ଏବେ ବି ଜାରିରହିଛି…

ଆଙ୍କରା,୩୦ା୮: ଉତ୍ତର ସାଇପ୍ରସ ଉପକୂଳରେ ଏକ ଭୟଙ୍କର ଡଙ୍ଗା ବୁଡ଼ି ଦୁର୍ଘଟଣା ଘଟିଛି। ରବିବାର ଅପରାହ୍ନରେ ଉତ୍ତର ସାଇପ୍ରସର କାଇରେନିଆ ବନ୍ଦରରୁ ତୁର୍କୀର ମର୍ସିନ ପ୍ରଦେଶସ୍ଥିତ ତାସୁକୁ…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri