Posted inଜାତୀୟ

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା ମତଦାନ ହାର ୬୦.୦୩ ପ୍ରତିଶତ ରହିଥିବାବେଳେ ତାହା ଅଧିକ ବଢ଼ିପାରେ ବୋଲି ନିର୍ବାଚନ କମିଶନ କହିଛନ୍ତି। ସନ୍ଧ୍ୟା ୬ଟାରେ ମତଦାନ ଶେଷ ହୋଇଥିବାବେଳେ ସେହି ସମୟରେ ଧାଡ଼ିରେ ଛିଡ଼ା ହୋଇଥିବା ଲୋକମାନଙ୍କୁ ମତାଧିକାର ସାବ୍ୟସ୍ତ ଲାଗି ଅଧିକ ସମୟ ଦିଆଯାଇଥିଲା। ୨୦୧୯ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହାର ୬୯.୪୩ ପ୍ରତିଶତ ରହିଥିଲା।
ପଶ୍ଚିମବଙ୍ଗ ଏବଂ ମଣିପୁରରେ ମତଦାନ ବେଳେ ହିଂସାକାଣ୍ଡ ଘଟିଥିବାବେଳେ ଛତିଶଗଡ଼ରେ ଅକସ୍ମାତ ଏକ ଗ୍ରେନେଡ୍‌ ଲଞ୍ଚର ସେଲ୍‌ ବିସ୍ଫୋରଣ ଘଟି ସିଆର୍‌ପିଏଫ୍‌ର ଜଣେ ଯବାନ ନିହତ ହୋଇଛନ୍ତି। ମତଦାନ ପ୍ରକ୍ରିୟା ସୁଚାରୁ ରୂପେ ଏବଂ ଶାନ୍ତିଶୃଙ୍ଖଳାର ସହ ଆଗେଇ ଚାଲିଥିବା ନିର୍ବାଚନ କମିଶନଙ୍କ ମୁଖପାତ୍ର କହିଛନ୍ତି। ଲୋକ ସଭା ନିର୍ବାଚନ ସହ ଅରୁଣାଚଳପ୍ରଦେଶ ଏବଂ ସିକିମ୍‌ରେ ବିଧାନସଭା ନିର୍ବାଚନ ମଧ୍ୟ ଏକସଙ୍ଗେ ଅନୁଷ୍ଠିତ ହେଉଛି। ଅନେକ ନୂଆ ଭୋଟର ପ୍ରଥମ ଥର ଭୋଟ ଦେବା ଲାଗି ବୁଥ୍‌କୁ ଆସିଥିବାବେଳେ ନବବିବାହିତ ଦମ୍ପତି ପାରମ୍ପରିକ ପୋଷାକରେ ଆସି ମତାଧିକାର ସାବ୍ୟସ୍ତ କରିଥିଲେ। ଏପରିକି ଭିନ୍ନକ୍ଷମ ଏବଂ ବୟସ୍କ ଲୋକମାନଙ୍କୁ ଷ୍ଟ୍ରେଚର ଏବଂ ହୁଇଲ୍‌ଚେୟାରରେ ଅଣାଯାଇ ସେମାନଙ୍କୁ ମତଦାନର ସୁଯୋଗ ଦିଆଯାଇଥିଲା। ତାମିଲନାଡୁ, ଅରୁଣାଚଳପ୍ରଦେଶ, ଆଣ୍ଡାମାନ ନିକୋବର ଏବଂ ଆସାମର କେତେକ ବୁଥ୍‌ରେ ଇଭିଏମ୍‌ରେ ସାମାନ୍ୟ ତ୍ରୁଟି ଦେଖାଦେଇଥିଲା। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା। ଅଲଗା ରାଜ୍ୟ ଦାବିରେ ନାଗାଲାଣ୍ଡରେ ଆଦିବାସୀ ସଂଗଠନ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ବନ୍ଦ ଡାକରା ଦିଆଯାଇଥିବାରୁ ୬ ଜିଲାରେ ଭୋଟ ଦେବାକୁ କେହି ଆସି ନ ଥିଲେ।
ପଶ୍ଚିମବଙ୍ଗର କୁଚ୍‌ବିହାର ଆସନରେ ହିଂସାକାଣ୍ଡ ଦେଖାଦେଇଥିଲା। ଟିଏମ୍‌ସି ଏବଂ ଭାଜପା କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିବାବେଳେ ଉଭୟ ପକ୍ଷରୁ ଥାନାରେ ଏତଲା ହୋଇଛି। ହିଂସା କ୍ଷତିଗ୍ରସ୍ତ ମଣିପୁରରେ ମତଦାନ ବେଳେ ହିଂସାକାଣ୍ଡ ଦେଖାଦେବା ସହ ଇଭିଏମ୍‌ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି। ମଣିପୁର ଉପତ୍ୟକାର ଭୋଟକେନ୍ଦ୍ର ନିକଟରେ ୨ଟି ଗୁଳିକାଣ୍ଡ ଘଟିଛି। ଇମ୍ଫାଲ ଇଷ୍ଟର ଖୁରାଇ ବୁଥ୍‌ ନିକଟରେ ଗୁଳିମାଡ଼ରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଛତିଶଗଡ଼ର ମାଓବାଦୀ ପ୍ରବଣ ବସ୍ତର ଲୋକ ସଭା ଆସନ ପାଇଁ ୫୮.୧୪ ପ୍ରତିଶତ ମତଦାନ ହୋଇଛି। ଭୁଲ୍‌ବଶତଃ ଗ୍ରେନେଡ୍‌ ବିସ୍ଫୋରଣରେ ଜଣେ ଯବାନ ନିହତ ହୋଇଥିବାବେଳେ ଆଇଇଡି ବିସ୍ଫୋରଣରେ ଜଣେ ଅଫିସର ଆହତ ହୋଇଛନ୍ତି। ତାମିଲନାଡୁର ସମସ୍ତ ୩୯ ଆସନରେ ଭୋଟିଂ ଚାଲିଥିବାବେଳେ ମତଦାନ ହାର ୪୦ ପ୍ରତିଶତରୁ ଅଧିକ ରହିଛି। ଇଭିଏମ୍‌ରେ ବୈଷୟିକ ତ୍ରୁଟି ପାଇଁ କେତେକ ବୁଥ୍‌ରେ ମତଦାନ ଘଣ୍ଟାଏ ବିଳମ୍ବ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri