ପାଣି ପାଇଁ ୬୦ ପରିବାର ହନ୍ତସନ୍ତ

ରୂପସା, ୧୫।୩: ଗ୍ରୀଷ୍ମ ଋତୁ ଆରମ୍ଭ ନ ହେଉଣୁ ଦେଖାଗଲାଣି ଜଳକଷ୍ଟ। ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ। ଭୂତଳ ଜଳସ୍ତର ହ୍ରାସ ପାଉଥିବାରୁ ଅଧିକାଂଶ ନଳକୂପ ଅଚଳ ହୋଇପଡୁଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫଳରେ ଜନସାଧାରଣ ଜୀବନ ବଞ୍ଚାଇବା ପାଇଁ ପରିତ୍ୟକ୍ତ କୂଅରୁ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଏଭଳି ସମସ୍ୟା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଦାନନ୍ଦପୁର ପଞ୍ଚାୟତ ଅଧୀନ ବାଉଁଶମୁଖା ହରିଜନ ସାହି ଗ୍ରାମରେ।
ବ୍ଲକର ସଦର ମହକୁମା କୁହାଯାଉଥିବା ସଦାନନ୍ଦପୁର ପଞ୍ଚାୟତର ବାଉଁଶ ମୁଖା ହରିଜନ ସାହିରେ ବସବାସ କରନ୍ତି ୬୦ ପରିବାରର ୪ ଶହରୁ ଅଧିକ ଲୋକ। ଏହି ୪ଶହ ମହିଳା, ପୁରୁଷ ଓ ପିଲାଙ୍କ ପାଇଁ ଗ୍ରାମରେ ରହିଛି ଗୋଟିଏ ନଳକୂପ, ଗୋଟିଏ ସୌରଚାଳିତ ନଳକୂପ ଓ ଗୋଟିଏ ଢାଙ୍କୁଣି ନ ଥିବା ପରିତ୍ୟକ୍ତ କୂଅ। ଗ୍ରୀଷ୍ମ ଆରମ୍ଭରୁ ନଳକୂପ ଅଚଳ ହୋଇପଡିଛି। ବିଭିନ୍ନ କାରଣରୁ ବର୍ଷର ୮ ମାସ ବନ୍ଦ ରହେ ସୌର ଚାଳିତ ନଳକୂପ। ଫଳରେ ବାଧ୍ୟ ହୋଇ ଏହି ଖୋଲା ମୁହଁ ଥିବା କୂଅ ଉପରେ ଗ୍ରାମର ସମସ୍ତ ଲୋକ ନିର୍ଭର କରନ୍ତି। ପାଣି ଟୋପାଏ ପାଇଁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭିଡ଼ ଲାଗି ରହିଥାଏ ଏହି କୂଅ ପାଖରେ। ଦୀର୍ଘ ଦିନରୁ ଏହି କୂଅକୁ ପରିଷ୍କାର କରାଯାଇ ନ ଥିବାରୁ ଏହାର ପାଣି ପିଇ ଅସୁସ୍ଥ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ୭ ଦିନ ମଧ୍ୟରେ ଯଦି ପାଣି ସମସ୍ୟା ଦୂର କରା ନ ଯାଏ ତା’ହେଲେ ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟାଳୟରେ ତାଲା ପକାଇବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ମହିଳା ସବିତା ନାୟକ କହନ୍ତି, ଖରାଦିନେ ପାଣି ପାଇଁ ଆମେ ବହୁତ ହନ୍ତସନ୍ତ ହେଉ। ସରକାର ପାନୀୟ ଜଳ ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ନିଅନ୍ତୁ। ଗୃହିଣୀ ସୁଶୀଳା ବୈଠା ଆମ ହରିଜନ ସାହିକୁ ଅବହେଳା କରାଯାଉଛି। ନିର୍ବାଚନ ଆସିଲେ ସବୁ ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ମିଳେ। ତା’ ପରେ ଆଉ କାହାରି ଦେଖା ମିଳେନି।
ଜୀବନ ବେହେରା କହନ୍ତି, ଗାଁରେ ଆବଶ୍ୟକତା ଅନୁଯାୟୀ ନଳକୂପ ରହିଥିଲେ ମଧ୍ୟ ମରାମତି ଅଭାବରୁ ସବୁ ଅକାମୀ ହୋଇପଡ଼ିଛି। ଲୋକଙ୍କ ଦାବି ଯୋଗୁ ଗ୍ରାମରେ ପାଖାପାଖି ୨ କୋଟି ଟଙ୍କା ବିନିମୟରେ ଗୋଟିଏ ଓଭରହେଡ୍‌ ପାଣିଟାଙ୍କି ନିର୍ମାଣ କରାଯାଇଛି। ଠିକାଦାରଙ୍କ ଅବହେଳା ଓ ମନମୁଖୀ କାର୍ଯ୍ୟ ଯୋଗୁ ଦୁଇ ବର୍ଷ ହେବ ଏହି ପ୍ରକଳ୍ପ ଅଧାପନ୍ତରିଆ ହୋଇରହିଛି। ଫଳରେ ଲୋକେ ପାଣି ମୁନ୍ଦାଏ ପାଇଁ ଗ୍ରାମର ଥିବା ଏକମାତ୍ର ପରିତ୍ୟକ୍ତ କୂଅ ଉପରେ ନିର୍ଭର କରୁଛନ୍ତି।
ସମ୍ପର୍କରେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ଯନ୍ତ୍ରୀ ଚିତ୍ତରଞ୍ଜନ ପାତ୍ରଙ୍କୁ ପଚରାଯିବାରୁ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଗ୍ରାମକୁ ପାଣି ଯୋଗାଇବାକୁ ବିଳମ୍ବ ହେଉଛି ଏବଂ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

ବାଞ୍ଛାନିଧି ଦେ


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri