ପଶ୍ଚିମବଙ୍ଗର ସୀମା ଦଖଲ ଉଦ୍ୟମ: ଦୁଇ ରାଜ୍ୟ ସୀମାନ୍ତବାସୀ ମୁହାଁମୁହିଁ

ଭୋଗରାଇ,୮ା୧୧(ଡି.ଏନ.ଏ.): ଦୀର୍ଘ ଅଢେଇବର୍ଷ ନୀରବତା ପରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ ପୁଣି ମୁଣ୍ଡ ଟେକିଛି। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଗ୍ରାମ ସାହାବାଜିପୁର ଗ୍ରାମ୍ୟ ଜଙ୍ଗଲକୁ ପଶ୍ଚିମବଙ୍ଗ ପୂର୍ବମେଦିନୀପୁର ଜିଲା ଦୀଘା-ଶଙ୍କରପୁର ଉନ୍ନୟନ ପରିଷଦ ଶୁକ୍ରବାର ରାତିଅଧିଆ ବେଆଇନ ଭାବେ ଦଖଲ କରିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ସେମାନେ ଜେସିବି ଲଗାଇ ମୂଲ୍ୟବାନ ଗଛକୁ ଓପାଡି ପକାଇଛନ୍ତି। ଶନିବାର ସାହାବାଜିପୁର ଗ୍ରାମବାସୀ ଏ ସମ୍ପର୍କରେ ପ୍ରଶାସନକୁ ଜଣାଇବା ପରେ ଜେସିବି ମେଶିନ ନେଇ ଦୀଘା-ଶଙ୍କରପୁର ଉନ୍ନୟନ ପରିଷଦ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ଶନିବାର ଭୋଗରାଇ ବିଧାୟକ ଅନନ୍ତ ଦାସ, ତହସିଲଦାର କମଳାକାନ୍ତ ପଣ୍ଡା, ତାଳସାରୀ ମେରାଇନ ଥାନା ଅଧିକାରୀ ହେମନ୍ତ ମାଝି, ସ୍ଥାନୀୟ ସରପଞ୍ଚ ତପନ କୁମାର ପଣ୍ଡା, ଅରୁଣ କୁମାର ଗିରି, ଜିଲାପରିଷଦ ସଦସ୍ୟ ଦେବାଶିଷ ଚାନ୍ଦ ପ୍ରମୁଖ ଘଟଣାସ୍ଥଳ ଅନୁଧ୍ୟାନ କରି ଜିଲାପାଳଙ୍କୁ ଅବଗତ କରାଇଛନ୍ତି।

୨୦୨୧ ମାର୍ଚ୍ଚରେ ପଶ୍ଚିମବଙ୍ଗରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ସୁଶ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ ସରକାର ସୀମାନ୍ତରେ ପର୍ଯ୍ୟଟନ ଶିଳ୍ପର ବିକାଶ ନାମରେ ଓଡ଼ିଶା ମାଟିକୁ କୌଶଳକ୍ରମେ ଦଖଲ କରିବାକୁ ପ୍ରୟାସ କରିଛନ୍ତି। ୨୦୧୮ ଅଗଷ୍ଟ ୨୮ରେ ଉଦୟପୁରଠାରେ ପଶ୍ଚିମବଙ୍ଗ ସରକାରଙ୍କ ସେଚବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ହୋର୍ଡ଼ିଂକୁ ବାଲେଶ୍ୱର ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରି ଜେସିବି ଲଗାଇ ଭାଙ୍ଗି ଚୁରମାର୍‌ କରିଦେଇଥିଲା। ଦୀର୍ଘବର୍ଷ ପରେ ପୁଣି ପଶ୍ଚିମବଙ୍ଗ ପ୍ରଶାସନ ପୁଣି ଉଦ୍ୟମ ଆରମ୍ଭ କରିଛି। ୧୯୭୮ରୁ ଅଦ୍ୟାବଧି ୮ଥର ପଶ୍ଚିମବଙ୍ଗ ସରକାର ଓଡ଼ିଶା ସୀମାକୁ ଲଙ୍ଘନ କରିଆସିଛି। ଏ ସମ୍ପର୍କରେ ଭୋଗରାଇ ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାସ କହିଛନ୍ତି, ସାହାବାଜିପୁର ଗ୍ରାମ ଓଡ଼ିଶାର ଥିଲା, ଅଛି ଓ ରହିବ ମଧ୍ୟ। ଓଡ଼ିଶାର ଇଞ୍ଚେ ମାଟି ଅକ୍ତିଆର କରିବାକୁ କାହାକୁ ଦେବୁ ନାହିଁ। ଏଥିପାଇଁ ପ୍ରଶାସନିକ କଳ ସତର୍କ ରହିଛି। ଯଦି କେହି ଏପରି କରିବାକୁ ଚେଷ୍ଟା କରନ୍ତି ପ୍ରଶାସନ ଓ ସୀମାନ୍ତବାସୀ କଡା ଜବାବ ଦେବାକୁ ବାଧ୍ୟ ହେବେ। ଏ ବିଷୟରେ ସେ ମୁଖ୍ୟମନ୍ତ୍ରୀ ଓ ଜିଲାପାଳଙ୍କୁ ଅବଗତ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ପାଦକଙ୍କ ମନମୁଖି ଦର ନିର୍ଦ୍ଧାରଣକୁ ବିରୋଧ

ବ୍ରହ୍ମପୁର ଅଫିସ୍‌,୧୯ା୮-ସ୍ଥାନୀୟ ଏକ ହୋଟେଲ୍‌ରେ ରବିବାର ଓଡ଼ିଶା ବ୍ୟବସାୟୀ ମହାସଂଘର ନୂତନ କାର୍ଯ୍ୟକାରିଣୀର ପ୍ରଧାନ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ...

ଅଳିଆ ହଟୁନି, ଡ୍ରେନ୍‌ ପୋତି ହେଲାଣି

ଖୋର୍ଦ୍ଧା ଅଫିସ,୧୫।୧୨: ସ୍ବଚ୍ଛ ସର୍ବେକ୍ଷଣ ତାଲିକାରେ ଖୋର୍ଦ୍ଧା ସହରକୁ ଶୀର୍ଷତା ସ୍ଥାନରେ ରଖିବା ଲାଗି ପୌର ପରିଷଦ ପକ୍ଷରୁ ‘ସ୍ବଚ୍ଛ ଭାରତ ସୁସ୍ଥ ଭାରତ’ ଅଭିଯାନ...

ଛତୁଆର ମାନ ବୃଦ୍ଧି ସହ ପୁଷ୍ଟିସାଧନ ଲକ୍ଷ୍ୟ: ‘ମୋ ଛତୁଆ’ ୱେବ୍‌ସାଇଟ୍‌, ଆପ୍‌ ଉନ୍ମୋଚିତ

ଭୁବନେଶ୍ୱର,୧୮।୮(ବ୍ୟୁରୋ):ସମନ୍ବିତ ଶିଶୁ ବିକାଶ ଯୋଜନାରେ ପରିପୂରକ ଖାଦ୍ୟ କାର୍ଯ୍ୟକ୍ରମରେ ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକରେ ଛତୁଆ ଯୋଗାଣ ବ୍ୟବସ୍ଥାରେ ଅଧିକ ସ୍ବଚ୍ଛତା ଏବଂ କ୍ରିୟାଶୀଳତା ଆଣିବା ଲକ୍ଷ୍ୟ ରଖାଯାଇଛି।...

ରାଉରକେଲାର ୬ ୟୁପିଏଚ୍‌ସିକୁ ଆଇଏସ୍‌ଓ ପ୍ରମାଣପତ୍ର, ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ଚଳିତ ବର୍ଷ ସୁନ୍ଦରଗଡ଼ ଜିଲାର ରାଉରକେଲା ମହାନଗର ନିଗମର ୬ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ୟୁପିଏଚ୍‌ସି)କୁ ଆଇଏସ୍‌ଓ ପ୍ରମାଣପତ୍ର ମିଳିଛି। ସେହି ୟୁପିଏଚ୍‌ସିଗୁଡ଼ିକ...

ଜୁଲାଇ ୩୧ ଯାଏ ମୋ’ ବସ୍‌ ସେବା ବନ୍ଦ

ଭୁବନେଶ୍ୱର,୧୭।୭(ବ୍ୟୁରୋ)-ସାରା ରାଜ୍ୟରେ ଦିକୁ ଦିନ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ରାତି ୯ଟାରୁ ଜୁଲାଇ ୩୧...

କର୍ମଚାରୀ, ଶିକ୍ଷକ ବିକାଶ ମଞ୍ଚର ଅଭିଯୋଗ: ପ୍ରତିଶ୍ରୁତି ପାଳନ କରୁନାହାନ୍ତି ରାଜ୍ୟ ସରକାର

ବ୍ରହ୍ମପୁର ଅଫିସ,୧୨ା୧-ସେବାନିବୃତ୍ତ କର୍ମଚାରୀ ଓ ଶିକ୍ଷକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଏବଂ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦିଆଯାଉଛି। ତେବେ ପାଳନ କରା...

ଡିଜିପିଙ୍କ ବଦଳିକୁ ବିରୋଧୀଙ୍କ କଟାକ୍ଷ: ସତ୍‌ସାହସ ଥିଲେ ମାରିକଙ୍କ ବିରୋଧରେ ଥିବା ଲୋକପାଳ ରିପୋର୍ଟ ଦେଖାଅ

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ରାଜ୍ୟ ସରକାର ବୁଧବାର ସାରେ ହଠାତ୍‌ ଡିଜିପି ବି.କେ. ଶର୍ମାଙ୍କୁ ଦାୟିତ୍ୱରୁ ହଟାଇବା ଘଟଣାକୁ ବିରୋଧୀ କଡା ସମାଲୋଚନା କରିଛନ୍ତି। ଜଣେ ବରିଷ୍ଠ ଆଇପିଏସ୍‌...

ଅବରୋଧ ଯୋଗୁ ନିଷ୍କାସିତ ହୋଇପାରୁନି ଜଳ -ଶହେ ଏକର ଜମି ପଡ଼ିଆ ପଡ଼ିବା ଆଶଙ୍କା

ବନ୍ତ,୧୭।୭(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବନ୍ତ ତହସିଲ ଛୟାଳସିଂହ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧୀନ ଶାଳକଣିଆ,ବାଙ୍ଗୋରପଦୀ, ସଖିପାଟଣା ମୌଜାର ସରକାରୀ ଚକ ରାସ୍ତା ଓ ସରକାରଙ୍କ ଦ୍ୱାରା...

Play 250+ Trending Games
Archives

Model This Week

Why Dharitri