Posted inଜାତୀୟ

୬ ଗୁଣ ମୃତ୍ୟୁ ଆଶଙ୍କା ବଢ଼ାଇବ ରାତିର ତାତି

ନୂଆଦିଲ୍ଲୀ,୧୦।୮: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁ ରାତି ବେଳା ତାପମାତ୍ରା ବୃଦ୍ଧି ପାଉଛି। ଫଳରେ ସ୍ବାଭାବିକ ନିଦ୍ରାରେ ବ୍ୟାଘାତ ଘଟୁଛି। ରାତି ତାପମାତ୍ରା ବୃଦ୍ଧି ଯୋଗୁ ଭବିଷ୍ୟତରେ ଲୋକଙ୍କ ମୃତ୍ୟୁ ଆଶଙ୍କା ୬ ଗୁଣ ବଢ଼ାଇପାରେ ବୋଲି ଏକ ନୂତନ ଅଧ୍ୟୟନରେ ସତର୍କ କରିଦିଆଯାଇଛି।
ଲାନସେଟ୍‌ ପ୍ଲାନେଟାରୀ ହେଲ୍‌ଥ ନାମକ ପୁସ୍ତକରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ ଯେତେବେଳେ ଆପଣ ନିଦ୍ରା ଯାଆନ୍ତି, ସେତେବେଳେ ଆପଣଙ୍କ ଶରୀର ଓ ମାଂସପେଶୀର ମରାମତି ହୋଇଥାଏ ଓ ଏହା ସେଗୁଡ଼ିକର ବୃଦ୍ଧିରେ ସହାୟକ ହୁଏ। ନିଦ୍ରା ସମୟରେ ଆପଣଙ୍କ ଶରୀର ପ୍ରୋଟିନ୍‌ ପ୍ରସ୍ତୁତ କରେ ଓ ଏହା କୋଷଗୁଡ଼ିକର ନିର୍ମାଣ ଓ ମରାମତିରେ ସାହାଯ୍ୟ କରିଥାଏ। ତେବେ ଜଳବାୟୁ ପରିବର୍ତ୍ତନ ଯୋଗୁ ରାତ୍ର ସମୟର ତାପମାତ୍ରା ବଢ଼ିବା ଉଦ୍‌ବେଗର କାରଣ ହୋଇଛି। ଆଗାମୀ ବର୍ଷଗୁଡ଼ିକରେ ରାତି ଅତ୍ୟଧିକ ଉତ୍ତପ୍ତ ହେବାକୁ ଯାଉଛି। ଏହାର ପରିଣାମରେ ସାରା ବିଶ୍ୱରେ ମାନବ ମୃତ୍ୟୁ ହାର ଚଳିତ ଶତାବ୍ଦୀ ଶେଷ ବେଳକୁ ୬୦ ପ୍ରତିଶତ ବଢ଼ିବା ପୂର୍ବାନୁମାନ କରାଯାଇଛି। ଚାଇନା, ଦକ୍ଷିଣ କୋରିଆ, ଜାପାନ, ଜର୍ମାନୀ ଏବଂ ଆମେରିକାର ବୈଜ୍ଞାନିକମାନେ ଗବେଷଣାରୁ ଏହା ଜାଣିବାକୁ ପାଇଛନ୍ତି।
ରାତି ତାପମାତ୍ରା ବୃଦ୍ଧି ଯୋଗୁ କମ୍‌ ନିଦ ଶରୀରର ରୋଗ ପ୍ରତିରୋଧ ଶକ୍ତିକୁ ନଷ୍ଟ କରିଦେଇପାରେ। ଏଥିସହିତ ହୃଦ୍‌ରୋଗ, ଦୀର୍ଘମିଆଦୀ ରୋଗ, ପ୍ରଦାହ, ମାନସିକ ସ୍ବାସ୍ଥ୍ୟାବସ୍ଥା ଉପରେ ଅଧିକ ବିପଦ ଦେଖାଦେବ ବୋଲି ଅଧ୍ୟୟନରେ କୁହାଯାଇଛି। ରାତି ଉତ୍ତାପ ବଢ଼ୁଥିବା ନେଇ ସତର୍କ କରାଗଲେ ମଧ୍ୟ ଏହାକୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ଅଧ୍ୟୟନର ଅନ୍ୟତମ ଲେଖକ ତଥା ଉତ୍ତର କାରୋଲିନା ୟୁନିଭର୍ସିଟିର ଜଳବାୟୁ ବୈଜ୍ଞାନିକ ୟୁକିଆଙ୍ଗ ଝାଙ୍ଗ୍‌ କହିଛନ୍ତି।
ଆକଳନ ଅନୁଯାୟୀ ୨୦୯୦ ସୁଦ୍ଧା ରାତି ତାପମାତ୍ରା ପାଖାପାଖି ୨ ଗୁଣ ହୋଇଯିବ। ପୂର୍ବ ଏସିଆର ୨୮ଟି ସହରରେ ଏହି ସମୟରେ ରାତି ତାପମାତ୍ରା ୨୦.୪ରୁ ବୃଦ୍ଧି ପାଇ ୩୯.୭ ଡିଗ୍ରୀ ସେଲ୍‌ସିୟସରେ ପହଞ୍ଚତ୍ବ ବୋଲି ଆକଳନ କରାଯାଇଛି। ଏଥିଯୋଗୁ ବିଭିନ୍ନ ରୋଗ ମଧ୍ୟ ଦେଖାଦେବ। ଜଳବାୟୁ ପରିବର୍ତ୍ତନ ଓ ମୃତ୍ୟୁ ହାର ଉପରେ ଏହାର ପ୍ରଭାବ ନେଇ ହୋଇଥିବା ପ୍ରଥମ ଅଧ୍ୟୟନରେ ଏହା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ବାଇକ୍‌ଆରୋହୀଙ୍କୁ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ, କ୍ଷତିପୂରଣ ଦାବି କରି…

ହେମଗିର,୧୨ା୧୦(ଚୈତନ୍ୟ ପୁଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଡୁରୁବଗା ବାଇପାସ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ…

ବଦଳିଲା କ୍ରିକେଟ ମ୍ୟାଚର ସ୍ଥାନ, ଏଥିପାଇଁ ଦାୟୀ ରହିବ କି ପାକିସ୍ତାନ ରାଜନୀତି? ଜାଣନ୍ତୁ…

ଇସଲାମାବାଦ,୧୨।୧୦: ପାକିସ୍ତାନର ରାଜନୈତିକ ସଙ୍କଟର ପ୍ରଭାବ ବର୍ତ୍ତମାନ କ୍ରିକେଟ ଉପରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଛି। ଖୈବର ପଖତୁନଖୱା ଅଞ୍ଚଳରେ ପାକିସ୍ତାନ ସରକାରଙ୍କ ଦ୍ୱାରା ନିକଟରେ ଜରୁରୀକାଳୀନ…

‘ମୋ ବାପା ସବୁକିଛି ସମ୍ଭାଳି ନେବେ’: ଧନୀ ଯୁବକଙ୍କ ଅହଂକାରୀ ଆଚରଣ; ମା’ ଜନ୍ମଦିନରେ ଉପହାର ଦେଇଥିବା କାର ଚଢାଇ ୩ ଛାତ୍ର ମୃତ

କୋଚି,୧୨।୧୦: କେରଳର ନେଦୁମ୍ବାସେରୀରେ ତିନିଜଣ ଛାତ୍ରୀଛାତ୍ରଙ୍କ ଜୀବନ ନେଇଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣା ପରେ ଅହଂକାର ଓ ଅବହେଳାର ଏକ ଚାଞ୍ଚଲ୍ୟକର ଚିତ୍ର ସାମ୍ନାକୁ ଆସିଛି।…

ମହାକାଳପଡ଼ାରେ ବିଜେଡି-ଭାଜପା ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ପୋଲିସ ପହଞ୍ଚି…

ମହାକାଳପଡ଼ା,୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାସ୍ଥିତ ପ୍ରମୁଖ ଶିକ୍ଷାନୁଷ୍ଠାନ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ସୋମବାର ମଧ୍ୟାହ୍ନରେ କଲେଜ…

ଭାରତ ବିପକ୍ଷ ସିରିଜ୍‌ ପାଇ ନ୍ୟୁଜିଲାଣ୍ଡ ଦଳ ଘୋଷିତ, ଦଳକୁ ଫେରିଲେ ଏହି ଖେଳାଳି ଜାଣନ୍ତୁ…

ଓ୍ବେଲିଂଟନ,୧୨ା୧୦: ଆସନ୍ତା ୨୨ ତାରିଖରୁ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦିନିକିଆ କ୍ରିକେଟ ସିରିଜ୍‌ ପାଇ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରାଯାଇଛି। ଫିନ ଆଲେନ, ଲୋକି…

ଗୃହ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି; ଜନ୍ତରମନ୍ତରରେ ହେବନି ବିକ୍ଷୋଭ ପ୍ରଦର୍ଶନ, ଏହି ୩ ନୂଆ ସ୍ଥାନ….

ନୂଆଦିଲ୍ଲୀ,୧୨।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରହିଥିବା ବେଳେ ଦିଲ୍ଲୀରେ ଧାରଣା ଓ ବିରୋଧ ପ୍ରଦର୍ଶନ ପାଇଁ ନିର୍ଦ୍ଧାରିତ ସ୍ଥାନକୁ…

ଧର୍ମଶାଳା ABEOଙ୍କ ସମ୍ପତ୍ତି ଦେଖି ତାଜୁବ୍! ୧୯ଟି ପ୍ଲଟ୍‌, ୩ଟି ବହୁତଳ କୋଠା ଠାବ

ଭୁବନେଶ୍ୱର,ଧର୍ମଶାଳା୧୨।୧୦(ଶିବପ୍ରସାଦ ମହାନ୍ତି): ଧର୍ମଶାଳାର ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀ (ABEO) ଜୟଦେବ ଜେନାଙ୍କ ସମ୍ପତ୍ତି ଯାଞ୍ଚ ବେଳେ ୧୯ଟି ପ୍ଲଟ୍‌ ଠାବ ହୋଇଥିବା ସୂଚନା ମିଳିଛି। ଏହା…

ଯୁବପିଢ଼ିଙ୍କୁ ସଶକ୍ତ କରିବ ପ୍ରଯୁକ୍ତିବିଦ୍ୟା: ରାଜ୍ୟପାଳ

ଅତାବିରା,୧୨।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ନୂଆଁ ଖଇରପାଲି କୋଶଲ ସ୍କୁଲକୁ ରବିବାର ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପତି ଗସ୍ତ କରିଥିଲେ। ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?