ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା

ବଲାଙ୍ଗିର,୧୧।୧୧(ଡି.ଏନ.ଏ.)-ବଲାଙ୍ଗୀର ଜିଲା ପାଟଣାଗଡ଼ରେ ବୁଧବାର ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ା କେହି ଆତତାୟୀ ଗୋଟିଏ ପରିବାରର ୬ ଜଣଙ୍କୁ ଟାଙ୍ଗିଆରେ ହାଣି ଅତି ନିର୍ମମଭାବେ ହତ୍ୟା କରିଛନ୍ତି ା ଫଳରେ ଗୋଟିଏ ପରିବାର ମୁଳପୋଛ ହୋଇଯାଇଛି ା ମୃତକମାନେ ହେଲେ ବୁଲୁ ଜାନୀ(୫୦) ତାଙ୍କ ସ୍ତ୍ରୀ ଜ୍ୟୋତି ଜାନୀ(୪୮), ଝିଅ ସରିତା(୧୨), ପୁଅ ଭୀଷ୍ମ(୫), ମଝିଆ ଝିଅ ଶ୍ରୀୟା(୩) ଏବଂ ସାନପୁଅ ସଞ୍ଜୀବ (୨)। ପାଟଣାଗଡ଼ ଥାନା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ ଆରମ୍ଭ କରିଛି। ଏସ୍‌ପି ମାଡକର ସନ୍ଦୀପ ସମ୍ପତ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମନୋରଞ୍ଜନ ପ୍ରଧାନ ଓ ପାଟଣାଗଡ଼ ତହସିଲଦାର ଡ. ପୁଷ୍ପାଞ୍ଜଳି ପଣ୍ଡା ସ୍ଥିତି ଅନୁଧ୍ୟାନ କରିଛନ୍ତି ା ଟାଙ୍ଗିଆରେ ହାଣି ଦମ୍ପତିଙ୍କ ସହ ତାଙ୍କ ୪ଟି ପିଲାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି ା ହତ୍ୟା ପାଇଁ କୌଣସି ଧାରୁଆ ଅସ୍ତ୍ରରେ ଆଘାତ କରାଯାଇଥିବା ପୋଲିସ ସୂଚନା ଦେଇଛି ା ତେବେ କେଉଁ କାରଣରୁ ଓ କିଏ ଏମାନଙ୍କୁ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନାହିଁ ା ଏନେଇ ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି ା ଏନେଇ ପାଟଣାଗଡ ଥାନାରେ କେସ ନଂ. ୨୪୫/୨୦ରେ ଏକ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

ଘରକୁ ଫେରୁଥିଲେ ଈଶ୍ୱର, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଗଲା…

ବଲାଙ୍ଗୀର, ୫।୧୦ (ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସହରର ସଦର ଥାନା ନିକଟ ଲାଲଟିକ୍ରାସ୍ଥିତ ଇରିଗେସନ ଅଫିସ ସମ୍ମୁଖରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?