Posted inଜାତୀୟ

ମୋ ପରିବାରରେ ୬ ସଦସ୍ୟ, ଇଭିଏମରେ ଭୋଟିଂ ଶୂନ କିପରି ହେଲା, ମୋ ଭୋଟ ବି କୁଆଡେ ଗଲା: ନେତାଙ୍କ ପ୍ରଶ୍ନ…

ଘମତରି,୬।୧୨ : ଛତିଶଗଡ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ବିଜୟ ବିଷୟରେ ଦେଶର ରାଜନୈତିକ ବିଶେଷଜ୍ଞମାନେ ମଧ୍ୟ ଅବଗତ ଅଛନ୍ତି, କିନ୍ତୁ ବର୍ତ୍ତମାନ ଫଳାଫଳ ପରେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ରାଜ୍ୟର କୁରୁଦ ବିଧାନସଭା ଆସନରୁ ବହୁଜନ ସମାଜବାଦୀ ପାର୍ଟି (ବିଏସପି) ପ୍ରାର୍ଥୀଙ୍କ ପାଦ ତଳେ ଭୂମି ଖସିଯିବା ପରି ମନେ ହୋଇଛି। ସେ ତାଙ୍କ ପରିବାରର ୬ଜଣ ସଦସ୍ୟଙ୍କ ଭୋଟ ମଧ୍ୟ ପାଇ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ତାଙ୍କର ଏକମାତ୍ର ପ୍ରଶ୍ନ ହେଉଛି ଯେତେବେଳେ ପରିବାରର ୬ ଜଣ ଲୋକ ଭୋଟ ଦେଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ମଧ୍ୟ ତାଙ୍କ ଆକାଉଣ୍ଟକୁ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ରେ କ୍ରେଡିଟ ହୋଇ ନ ଥିଲା, ତେବେ ଏହି ଭୋଟ କୁଆଡେ ଗଲା? ଭୋଟ ଗଣନାକୁ ନେଇ ସନ୍ଦେହ ପ୍ରକାଶ କରି ତାଙ୍କ ସହକର୍ମୀ ନେତା ବର୍ତ୍ତମାନ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଗଣମାଧ୍ୟମକୁ ଭେଟି ଧାମତରି ଜିଲାର କୁରୁଦ ଏବଂ ଧାମତରି ବିଧାନସଭା ନିର୍ବାଚନମଣ୍ଡଳୀରୁ ବହୁଜନ ସମାଜ ପାର୍ଟି ପ୍ରାର୍ଥୀମାନେ ଇଭିଏମ ସେଟିଂ ଅଭିଯୋଗରେ ପୁନଃ ନିର୍ବାଚନ ପାଇଁ ସ୍ବର ଉତ୍ତୋଳନ କରିଛନ୍ତି। ଏ ସମ୍ପର୍କରେ କୁରୁଦ ପ୍ରାର୍ଥୀ ଲାଲଚାନ୍ଦ ପଟେଲ କହିଛନ୍ତି ତାଙ୍କ ଘରେ ୬ ଜଣ ସଦସ୍ୟ ଅଛନ୍ତି, ଯେଉଁମାନେ ତାଙ୍କ ସପକ୍ଷରେ ଭୋଟ ଦେଇଛନ୍ତି। ସେ ଜାଣି ଆଶ୍ଚର୍ଯ୍ୟ ହୋଇଗଲେ ଯେ ସେ ତାଙ୍କ ପରିବାରରୁ ଗୋଟିଏ ବି ଭୋଟ ପାଇନାହାନ୍ତି। ତାଙ୍କ ନିଜ ଭୋଟ ମଧ୍ୟ ସେ ପାଇ ନାହାନ୍ତି।

ତାଙ୍କ ପରି ତାଙ୍କରି ଦଳର ଧାମତରି ପ୍ରାର୍ଥୀ ଘନାରାମ ସାହୁ ମଧ୍ୟ ଭୋଟ ଗଣନାରେ ସନ୍ତୁଷ୍ଟ ନୁହଁନ୍ତି। ଏହି ଉଭୟ ନେତା ଆଶଙ୍କା ବ୍ୟକ୍ତ କରିଛନ୍ତି ଇଭିଏମରେ ସେଟିଂ କରାଯାଇଛି ଏବଂ ଏହି ସେଟିଂ ଯୋଗୁଁ ଅନ୍ୟ ଦଳର ଭୋଟ ମଧ୍ୟ ଭାଜପା ପାଇଛି। ସେ ବର୍ତ୍ତମାନ କଣ କରିବେ ବୋଲି ପଚରାଯିବାରୁ ବିଏସପି ପ୍ରାର୍ଥୀ ଘନାରାମ ସାହୁ କହିଛନ୍ତି ସେ ଏହି ପ୍ରସଙ୍ଗରେ ଜିଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବେ। ସେ କହିଛନ୍ତି ଏଠାରେ ପୁଣି ନିର୍ବାଚନ ହେବା ଉଚିତ।

 

 


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?