୬ ଲେନ ରିଙ୍ଗ୍‌ ରୋଡ୍‌ କାର୍ଯ୍ୟ ଅଧାପନ୍ତରିଆ

କୋଣାର୍କ,୨୭।୮(ଜ୍ୟୋତିରାଜ ମହାନ୍ତି)କୋଣାର୍କରେ ଚନ୍ଦ୍ରଭାଗାଠାରୁ ଲାବଣ୍ୟ ଲଜ୍‌ ଛକ ପର୍ଯ୍ୟନ୍ତ ଚାଲିଥିବା ୬ଲେନ ରିଙ୍ଗ୍‌ ରୋଡ୍‌ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଛି। ରାସ୍ତା ନିର୍ମାଣ ପାଇଁ ଲୋକଙ୍କ ଜମି ଆବଶ୍ୟକ ବେଳେ କେତେଜଣ ଅସହମତି ପ୍ରକାଶ କରୁଥିବାରୁ ଜମିଜମା ସମସ୍ୟା ଲାଗିରହିଛି। ଫଳରେ କାମ ଦାୟିତ୍ୱରେ ଥିବା ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ(ଏନ୍‌ଏଚ୍‌ଏଆଇ) ଏହାର ଅବଶିଷ୍ଟ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ପୂର୍ତ୍ତ ବିଭାଗକୁ ଦାୟିତ୍ୱ ହସ୍ତାନ୍ତର କରିବ ବୋଲି ସୂଚନା ମିଳିଛି। କୋଣାର୍କରେ ସରକାରୀ ଜମିକୁ କେତେଜଣ ମୁଷ୍ଟିମେୟ ବ୍ୟକ୍ତି ଜବରଦଖଲ କରି ନିଜ ଅଧୀନରେ ରଖିଥିବା ବେଳେ ୬ଲେନ ରିଙ୍ଗ ରୋଡ୍‌ କାର୍ଯ୍ୟ ପାଇଁ ଜିରୋ ଲାଇନ କ୍ଲିୟର ନ ହେବା ଯୋଗୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନି ବୋଲି ଏହି ରାସ୍ତା ନିର୍ମାଣ ଦାୟିତ୍ୱରେ ଥିବା ଜଣେ ଅଧିକାରୀ କହିଛନ୍ତି। ଖବର ଅନୁଯାୟୀ, କୋଣାର୍କଠାରେ ଦୀର୍ଘ ୧ବର୍ଷରୁ ଊଦ୍ଧର୍‌ବ ସମୟ ଧରି ଏନ୍‌ଏଚ୍‌ଏଆଇ ପକ୍ଷରୁ ଏହି ୬ଲେନ ରିଙ୍ଗ ରୋଡ୍‌ ନିର୍ମାଣ କାର୍ଯ୍ୟ ସୁରେଶ ଚନ୍ଦ୍ର ସାହୁଙ୍କ ଦ୍ବାରା କରାଯାଉଥିବା ବେଳେ କୋଣାର୍କ ଅଞ୍ଚଳର କେତେଜଣ ବ୍ୟକ୍ତି ବିଶେଷଙ୍କ ଜାଗା ଦେଇ ରାସ୍ତା ଯାଉଥିବା ବେଳେ ସେମାନଙ୍କୁ ଏନ୍‌ଏଚ୍‌ଏଆଇ ପକ୍ଷରୁ ପ୍ରାୟ ୫କୋଟି ଟଙ୍କାର କ୍ଷତିପୂରଣ ରାଶି ଦିଆଯାଇଛି। ମାତ୍ର ସେଥିରୁ କେତେଜଣ ବ୍ୟକ୍ତି ଏନ୍‌ଏଚ୍‌ଏଆଇ ନାମରେ କୋର୍ଟରେ କେସ୍‌ କରି ରହିତାଦେଶ କରିଥିବା ବେଳେ ଅନ୍ୟ କେତେଜଣ ନିଜ ଜାଗାର ଉଚିତ ମୂଲ୍ୟ ଦାବି କରି ୬ଲେନ ରାସ୍ତା କାର୍ଯ୍ୟ ପାଇଁ ଜାଗା ଦେଉନାହାନ୍ତି। ଫଳରେ ନିର୍ମାଣ କାର୍ଯ୍ୟ ଅଧା ହୋଇ ପଡ଼ିରହିଛି। ଏହି ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ବିସ୍ଥାପିତମାନଙ୍କୁ ଗୃହ ଉଚ୍ଛେଦ ବାବଦରେ କ୍ଷତିପୂରଣ ରାଶି ପ୍ରଦାନ ସମୟରେ ସେମାନେ ବସବାସ କରୁଥିବା ଜମିକୁ ରାଜସ୍ବ ବିଭାଗ ପକ୍ଷରୁ ଅଧିଗ୍ରହଣପୂର୍ବକ ନିଜ ଅଧୀନକୁ ନେଇଥିଲେ, ପରେ ଜମି ବାବଦରେ କୋର୍ଟରେ ମାମଲା କରିବାର ସାହସ ଜୁଟାଇବାରେ ସକ୍ଷମ ହୋଇ ନ ଥାନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଏ ନେଇ ଜାତୀୟ ରାଜପଥର ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର କୁମାର ଜେନା କହିଛନ୍ତି, ରାସ୍ତା ନିର୍ମାଣ କାର୍ଯ୍ୟରେ ଏଭଳି ସମସ୍ୟା ଲାଗିରହୁଥିବାରୁ ଅବଶିଷ୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଏନ୍‌ଏଚ୍‌ଏଆଇଙ୍କ ପକ୍ଷରୁ ପୁରୀ ଜିଲା ପୂର୍ତ୍ତ ବିଭାଗକୁ ଦାୟିତ୍ୱ ହସ୍ତାନ୍ତର କରାଯିବ। ୬ଲେନ ରିଙ୍ଗ ରୋଡର ଅବଶିଷ୍ଟ କାର୍ଯ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ରିଟେଣ୍ଡର କରାଯାଇ ଜିରୋ ଲାଇନ କ୍ଲିୟର ପରେ କାର୍ଯ୍ୟାରମ୍ଭ କରାଯିବ ବୋଲି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?