ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ମାମଲା: ୬ କେଜି ସୁନା, ୪ ଲକ୍ଷ ଟଙ୍କା ଜବତ

ଢେଙ୍କାନାଳ ଅଫିସ,୯।୨: ମହାବିରୋଡ଼ ଗ୍ରାମ୍ୟ ବ୍ୟାଙ୍କ ସମେତ ପରଜଙ୍ଗ ଥାନା ଅଞ୍ଚଳରୁ ୩ଟି ଲୁଟ୍‌ ଘଟଣାର ଗୁରୁବାର ପର୍ଦ୍ଦାଫାସ କରିଛି ଢେଙ୍କାନାଳ ପୋଲିସ। ଜିଲା ପୋଲିସ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଉତ୍ତର- କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ୩ଟି ଲୁଟ୍‌ ଘଟଣା ସମ୍ପର୍କରେ ସୂଚନା ଦେଇ ଘଟଣାର ପର୍ଦ୍ଦାଫାଶ କରିଛନ୍ତି। ଡିିଆଇଜି କହିଛନ୍ତି, ଗତ ୩ ତାରିଖ ଅପରାହ୍ନରେ କିଛି ଦୁର୍ବୃତ୍ତ ମହାବିରୋଡ ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ୯ କେଜିର ସୁନା ଗହଣା, ନଗଦ ଛଅ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ସେହିପରି ଗତ ଜାନୁୟାରୀ ୯ ଏବଂ ଅକ୍ଟୋବର ୭ ତାରିଖରେ ପରଜଙ୍ଗ ଥାନା ଅଞ୍ଚଳରୁ ୨ଟି ଟଙ୍କା ଲୁଟ୍‌ ହୋଇଥିଲା । ଏହି ୩ଟି ଘଟଣା ର ତଦନ୍ତ ପାଇଁ ଜିଲା ପୋଲିସ ପକ୍ଷରୁ ୫ଟି ଟିମ୍‌ରେ ୫୦ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ବିଭିନ୍ନ ଜାଗାରେ ଚଢାଉ ଜାରି ରହିଥିଲା । ତେବେ ଗୁରୁବାର ପୋଲିସ ୬ କେଜି ୧୨୦ ଗ୍ରାମ ସୁନା ଓ ୪ ଲକ୍ଷ ୩୨ ହଜାର ନଗଦ ଟଙ୍କା ଜବତ କରିଛି। ଏହି ଘଟଣାରେ ଅନୁଗୋଳ, ଢ଼େଙ୍କାନାଳ ଓ ମୟୂରଭଞ୍ଜ ଜିଲାର ୯ ଜଣ ଡକାୟତଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛ। ସେମାନଙ୍କଠାରୁ ୪ଟି ବାଇକ୍‌, ୩ଟି ଦେଶୀ ପିସ୍ତଲ, ୧୧ ଟି ଜିବନ୍ତ ଗୁଳି, ୩ଟି କଟୁରି ଓ ଭୁଜାଲି, ଗୋଟିଏ ପନଚିଙ୍ଗ ମେଶିନ୍‌ ଓ ୨୬ ଟି ମୋବାଇଲ ଜବତ ହୋଇଛ। ଘଟଣାର ତଦନ୍ତ ଜାରି ରହିଛ। ଆବଶ୍ୟକ ପଡିଲେ ଗିରଫ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନିଆଯିବ ବୋଲି ଡିଆଇଜି କହିଛନ୍ତି। ଏସ୍‌ପିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ କାମାକ୍ଷାନଗର ଏସଡିପିଓଙ୍କ ନେତୃତ୍ୟରେ ଡକାୟତଙ୍କୁ ଧରିବା ପାଇଁ ଚଢ଼ାଉ ହୋଇଥିଲା। ଏଥିରେ ଅନୁଗୋଳ ଜିଲା ବଅଁରପାଳ ଥାନା ଓ ବିକ୍ରମପୁର ଥାନା ପୋଲିସ ମଧ୍ୟ ସହାୟତା କରିଥିଲେ। ସେହିପରି ଜାନୁୟାରୀ ୮ ତାରିଖରେ ସଦର ଥାନା ଅଞ୍ଚଳରୁ ୨୦ ଗ୍ରାମ ବ୍ରାଉନ ସୁଗାର ଜବତ ଘଟଣାରେ ଜଣେ ନାବାଳକଙ୍କ ସମେତ ୨ ଜଣ ଧରାପଡ଼ିଛନ୍ତି। ସେମାନଙ୍କ ଠାରୁ ପୋଲିସ ଗୋଟିଏ ପିସ୍ତଲ, ଗୋଟିଏ ଲାଇଟର ଗନ, ଓ ଗୋଟିଏ ବାଇକ୍‌ ଜବତ କରାଯାଇଛି । ଏହି ଘଟଣାରେ ଗିରଫ ଅଭିଯୁକ୍ତ କୁନା ପ୍ରଧାନଙ୍କ ନାମରେ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ବିଭିନ୍ନ ଥାନାରେ ୩୨ ଟି ଅପରାଧୀକ ମାମଲା ରହିଛି ବୋଲି ଡିିଆଇଜି ସୂଚନା ଦେଇଛନ୍ତି । ଏହି ଖବରଦାତା ସମ୍ମିଳନୀରେ ଏସ୍‌ପି ଜ୍ଞାନ ରଞ୍ଜନ ମହାପାତ୍ର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri