୬ ମାନବାଧିକାର ସଂଗଠନକୁ ଭାରତ ସମେତ ୬ ଦେଶ ପକ୍ଷରୁ ଝଟ୍‌କା, ଜାତିସଂଘରେ ମାନ୍ୟତା ବିରୋଧରେ ଦେଲେ ଭୋଟ…

ଜେନେଭା, ୨୩।୭ : ଭାରତ ସମେତ ଅନ୍ୟ ୬ଟି ଦେଶ ଯୋଗୁ ୬ଟି ମାନବିକ ଅଧିକାର ଗୋଷ୍ଠୀକୁ ଏକ ବଡ଼ ଝଟକା ଲାଗିଛି। ଜାତିସଂଘରେ ଏସବୁ ସଂଗଠନଗୁଡ଼ିକୁ ମାନ୍ୟତା ଦେବାଲାଗି ଅଣାଯାଇଥିବା ପ୍ରସ୍ତାବ ବିରୋଧରେ ୬ ଦେଶ ଭୋଟ ଦେଇଛନ୍ତି। ଏହି ପ୍ରସ୍ତାବକୁ ଆମେରିକା ପକ୍ଷରୁ ଆଣାଯାଇଥିଲା।

ଏହି ପ୍ରସ୍ତାବରେ ୬ଟି ସଂଗଠନକୁ ମିଳିତ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ପରିଷଦରେ ସ୍ବତନ୍ତ୍ର ପରାମର୍ଶଦାତା ମାନ୍ୟତା ଦେବାକୁ ଦାବି କରାଯାଇଥିଲା। ୫୪ ସଦସ୍ୟ ବିଶିଷ୍ଟ ଅଥନୈତିକ ଏବଂ ସାମାଜିକ ପରିଷଦ ବୈଠକରେ ଅଣ-ସରକାରୀ ସଂଗଠନ କମିଟି ସ୍ବତନ୍ତ୍ର ପରାମର୍ଶଦାତା ମାନ୍ୟତା ପାଇଁ ୨୦୩ ମାନବ ଅଧିକାର ଗୋଷ୍ଠୀକୁ ସୁପାରିଶ କରିଥିଲା। ଉଇକିପିଡ଼ିଆ ଚଳାଉଥିବା ସଂଗଠନ ସମେତ ଅନ୍ୟ ୬ଟି ଅଣ-ସରକାରୀ ସଂଗଠନ ଏଥିରେ ଅନ୍ତର୍ଭୁକ୍ତ ଅଛନ୍ତି।

ଆମେରିକା ଦ୍ୱାରା ପ୍ରସ୍ତାବିତ ଏକ ଡ୍ରାଫ୍ଟରେ ଏହି ତାଲିକା ଯୋଗ କରାଯାଇଥିଲା। କିନ୍ତୁ ଭାରତ ସମେତ ୬ଟି ଦେଶ ସେମାନଙ୍କ ବିରୋଧରେ ଭୋଟ ଦେଇଛନ୍ତି। ଜାତିସଂଘର ୱେବସାଇଟରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଆମେରିକାର ପ୍ରତିନିଧୀଙ୍କ ଦ୍ୱାରା ଉପସ୍ଥାପିତ ପରିଷଦ ସହିତ ଉପଦେଷ୍ଟା ମାନ୍ୟତା ଥିବା ଅଣ-ସରକାରୀ ସଂଗଠନର ତାଲିକାରେ ଡ୍ରାଫ୍ଟ ରିଜୋଲ୍ୟୁସନ ଏକ ଆଲୋଡ଼ନ ସୃଷ୍ଟି କରିଛି। ସମୁଦାୟ ୩୬ ଟି ଦେଶ ପ୍ରାୟୋଜିତ ଏହି ରିଜୋଲ୍ୟୁସନ ଡ୍ରାଫ୍ଟ କମିଟି ଦ୍ୱାରା ପ୍ରସ୍ତାବିତ ତାଲିକାରେ ୬ଟି ଅତିରିକ୍ତ ଏନଜିଓଙ୍କ ନାମ ସୁପାରିଶ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ପୋଲିସକୁ ବଡ଼ ସଫଳତା: ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ, ୬ ନାବାଳିକା…

ଗଜପତି,୧।୭(ଗିରିଧାରୀ ପରିଛା): ଗଜପତି ପୋଲିସ ଏକ ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ କରି ୬ ଜଣ ନାବାଳିକାଙ୍କ ସମେତ ୭ ଜଣ ପୀଡ଼ିତାଙ୍କୁ ହାଇଦ୍ରାବାଦରୁ ଉଦ୍ଧାର କରିଛି।…

ଆଜିଠାରୁ ଅନିର୍ଦ୍ଦିଷ୍ଟକାଳ ଯାଏ ରୋଗୀସେବା ବନ୍ଦ, ହନ୍ତସନ୍ତ ହେଉଛନ୍ତି ରୋଗୀ

ବଞ୍ଚୋ,୧।୭(ପ୍ରଦୋଷ ବିଶ୍ୱାଳ ): ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନ (ଓମ୍‌ସା)ର ୮ ଦଫା ଦାବି ପୂରଣ ନ ହେବା ପ୍ରତିବାଦରେ ଜାତୀୟ ଡାକ୍ତର ଦିବସ ଅବସରରୁ ବୁଧବାର…

ଗଣଶିକ୍ଷା ବିଭାଗର ବଡ଼ ଘୋଷଣା, ଛାତ୍ରୀଛାତ୍ରଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି

ଭୁବନେଶ୍ୱର,୧।୭: ଛାତ୍ରଛାତ୍ରୀଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି । ଚଳିତ ବର୍ଷରେ ହିଁ ନୂଆ ବହି ଯୋଗାଇ ଦେବେ ସରକାର । ଯଥା  ସମ୍ଭବ ଛାତ୍ରୀଛାତ୍ରଙ୍କୁ ବହି…

ଦ୍ରୁତଗତି ସାଜିଲା କାଳ: ବର୍ଷାରେ ହଠାତ୍‌ ବ୍ରେକ୍‌ ମାରିବାରୁ, ଘଟିଲା…

ଦାରିଙ୍ଗବାଡି,୧।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡି ପଞ୍ଚାୟତ ବୁଡ଼ାଗୁଡା ଛକରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି।…

୩ରେ ଆସି ୫ରେ ଫେରିବେ ଶାହା: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧ା୭(ସୁନିତ୍‌ ମିଶ୍ର):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୩ ତାରିଖ ସା ୮ଟା ୪୦ରେ ଝାରସୁଗୁଡ଼ା ଠାରେ ପହଞ୍ଚିବେ। ଏହାପରେ ସ୍ଥାନୀୟ ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିବେ।…

ଭାଜପାରେ ଚାଲିଛି ପତିଆରା ଲଢେଇ: ନିଗମ ପାଇଁ ଚତୁର ଗୋଟିଚାଳନା

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ଓଡ଼ିଶାରେ ଭାଜପା ଶାସନକୁ ଆସିବାର ୨ ବର୍ଷ ପୂର୍ତ୍ତି ଉତ୍ସବ ନିକଟରେ ପାଳନ ହୋଇସାରିଛି। ରାଜ୍ୟର ଅନେକ ଜିଲାରେ ଏବେ ମଧ୍ୟ ସରକାରୀ ସ୍ତରରେ…

କାଲି ଥିଲେ ଶକ୍ତିଶାଳୀ, ଏବେ ମାଛି ଉଡାଉଛନ୍ତି ଏସବୁ ଆଇପିଏସ୍‌ ଅଫିସର

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଡି.ଏସ୍‌. କୁଟ୍ଟେ, ୧୯୯୮ ବ୍ୟାଚ୍‌ ଆଇପିଏସ୍‌ ରବି କାନ୍ତ, ୨୦୦୪ ବ୍ୟାଚ୍‌ ଆଇପିଏସ୍‌ ଆଶିଷ ସିଂ ଏବଂ ୨୦୧୦…

୨୨ ବର୍ଷ ଧରି ବସବାସ ପରେ ବି ମିଳିଲାନି ମୌଳିକ ପରିଚୟ: ଉଚ୍ଛେଦ ଭୟରେ କୁର୍ଲୁପଡ଼ା କଲେକ୍ଟରପଡ଼ାର ୩୨ ପରିବାର

କେସିଙ୍ଗା, ୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁର୍ଲୁପଡ଼ା ଗ୍ରାମର କଲେକ୍ଟରପଡ଼ାରେ ବସବାସ କରୁଥିବା ପ୍ରାୟ ୩୨ଟି ଗରିବ ପରିବାର ଗତ ୨୨ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri