ମୌସୁମୀରେ ଲାଗିବ ୬ କୋଟି ଚାରା

ଭୁବନେଶ୍ୱର,୭।୭(ବ୍ୟୁରୋ): ଚଳିତ ମୌସୁମୀରେ ରାଜ୍ୟର ୧ ଲକ୍ଷ ୩୦ ହଜାର ହେକ୍ଟର ଅଞ୍ଚଳରେ ମୋଟ ୬ କୋଟି ୩୦ ଲକ୍ଷ ଚାରା ରୋପଣ କରାଯିବ। ଏହାମଧ୍ୟରୁ ସହରାଞ୍ଚଳରେ ୪ ଲକ୍ଷ ୯୧ ହଜାର ଚାରାରୋପଣ କରାଯିବ। ସେହିଭଳି ‘ଆମ ଜଙ୍ଗଲ’ ଯୋଜନାରେ ୭ ହଜାର ବନ ସୁରକ୍ଷା ସମିତିକୁ ପର୍ଯ୍ୟାୟକ୍ରମେ ସାମିଲ କରାଯାଇ ୩.୫୦ ଲକ୍ଷ ହେକ୍ଟର ଜଙ୍ଗଲ ଜମିରେ ବନୀକରଣ ଓ ପୁନଃବନୀକରଣ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ମାଧ୍ୟମରେ ଉଜୁଡା ଜଙ୍ଗଲର ପୁନରୁଦ୍ଧାର ନିମନ୍ତେ ଜାଇକା ପ୍ରକଳ୍ପ ମାଧ୍ୟମରେ ୫୭ ହଜାର ହେକ୍ଟର ଜଙ୍ଗଲ ଜମିରେ ବନୀକରଣ କରାଯିବାର ଲକ୍ଷ୍ୟ ରଖାଯାଇଛି। ୭ଟି ବନଖଣ୍ଡ ଅଧୀନ ୪,୪୦୦ ହେକ୍ଟର ଅଞ୍ଚଳକୁ ଔଷଧୀୟ ବୃକ୍ଷ ସଂରକ୍ଷଣ ପାଇଁ ରଖାଯାଇଛି। ସେଠାରେ ୪୧ ପ୍ରଜାତିର ଦୁର୍ଲଭ ଓ ଲୁପ୍ତପ୍ରାୟ ଔଷଧୀୟ ବୃକ୍ଷର ବିକାଶ ନିମିତ୍ତ ପ୍ରଚେଷ୍ଟା ଜାରି ରହିଛି। ଔଷଧୀୟ ବୃକ୍ଷ ସମ୍ପର୍କରେ ଜନ ସଚେତନତା ବୃଦ୍ଧି ନିମନ୍ତେ ଭୁବନେଶ୍ୱର ପାତ୍ରପଡାଠାରେ ୩୧୧ ପ୍ରଜାତିର ଔଷଧୀୟ ବୃକ୍ଷର ପ୍ରଦର୍ଶନ କେନ୍ଦ୍ର ଖୋଲାଯାଇଥିବା ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି। ଘାଟିକିଆସ୍ଥିତ ଜଙ୍ଗଲ ବିଜ୍ଞାନ ଉଦ୍ୟାନରେ ଆୟୋଜିତ ୭୧ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମନ୍ତ୍ରୀ ଏହା କହିଛନ୍ତି। ବନୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ ୨୦୧୫ରୁ ୨୦୧୯ ମଧ୍ୟରେ ରାଜ୍ୟରେ ୧୧୬୦ ବର୍ଗ କିମି ଜଙ୍ଗଲ ଓ ୬୬୨ ବର୍ଗ କିମି ବୃକ୍ଷ ଆଚ୍ଛାଦିତ ଅଞ୍ଚଳର ବୃଦ୍ଧି ଘଟିଛି। ବିଗତ ୧୦ବର୍ଷ ମଧ୍ୟରେ ବିଭିନ୍ନ ବନୀକରଣ ଯୋଜନା ମାଧ୍ୟମରେ ପ୍ରାୟତଃ ବାର୍ଷିକ ୨.୩୫ ଲକ୍ଷ ହେକ୍ଟର ପରିମିତ ଉଜୁଡା ଜଙ୍ଗଲ ଜମିର ପୁନଃ ବନୀକରଣ କରାଯାଇଛି। ସ୍ବୟଂ ସହାୟକ ଗୋଷ୍ଠୀ, ଜନସାଧାରଣ, ବୃକ୍ଷପ୍ରେମୀ ଓ ବିଭିନ୍ନ ସଂସ୍ଥାଗୁଡିକୁ ସାମିଲ କରାଯାଇଛି। ଯୁଗ୍ମ ଜଙ୍ଗଲ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଉଦାହରଣ ସୃଷ୍ଟିକରିଛି ବୋଲି ମନ୍ତ୍ରୀ କହିଛନ୍ତି।
ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ କହିଥିଲେ, ଚଳିତବର୍ଷ ୧୩ କୋଟି ବୃକ୍ଷ ଚାରା ପ୍ରସ୍ତୁତ କରାଯାଇଛି। ସମଗ୍ର ରାଜ୍ୟର ୪୭ଟି ବନଖଣ୍ଡରେ ବିଭିନ୍ନ କିସମର ୫ କୋଟି ଆଞ୍ଚଳିକ ତଥା ଦେଶୀୟ ଚାରା ବଣ୍ଟାଯିବ। ସହରାଞ୍ଚଳ ଲୋକେ ସିଧାସଳଖ ଚାରା ଉତ୍ପାଦନ କେନ୍ଦ୍ର ଓ ବିତରଣ ଷ୍ଟଲ୍‌ରୁ ସର୍ବାଧିକ ୫ଟି ଏବଂ ଗ୍ରାମ ପଞ୍ଚାୟତରେ ଲୋକେ ଭ୍ରାମ୍ୟମାଣ ଚାରା ବିତରଣ ଯାନରୁ ୧୦ଟି ଚାରା ପାଇପାରିବେ। ଅନୁଷ୍ଠାନ କ୍ଷେତ୍ରରେ ସର୍ବାଧିକ ୧୦୦ଟି ଚାରା ଦିଆଯିବ। କାର୍ଯ୍ୟକ୍ରମରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା ଉପସ୍ଥିତ ଥିଲେ। ଏହି ଅବସରରେ ଭ୍ରାମ୍ୟମାଣ ଚାରା ବିକ୍ରୟ ଭ୍ୟାନ୍‌ଗୁଡିକୁ ମନ୍ତ୍ରୀ ଆରୁଖ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସହକର୍ମୀଙ୍କୁ ବଳାତ୍କାର ଅଭିଯୋଗ: ପରିବହନ ବିଭାଗର ଅତିରିକ୍ତ ସଚିବ ଗିରଫ

ଭୁବନେଶ୍ୱର,୧୯ା୯(ତ୍ରିନାଥ ମହାନ୍ତି): ମହିଳା ସହକର୍ମୀଙ୍କୁ ବଳାତ୍କାର କରିବା ଏବଂ ହତ୍ୟା ଧମକ ଦେବା ଅଭିଯୋଗରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର…

ସୁନ୍ଦରଗଡରେ ଲଜ୍ଜା: ୭ ବର୍ଷୀୟା ଶିଶୁକନ୍ୟାଙ୍କୁ ବଳାତ୍କାର କଲେ ମାମୁ

ସୁନ୍ଦରଗଡ,୧୯ା୯(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଗୁରୁଣ୍ଡିଆ ଥାନା ଅଞ୍ଚଳରେ ବୁଧବାର ଅପରାହ୍ନରେ ଜଣେ ୭ବର୍ଷୀୟା ଶିଶୁକନ୍ୟାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ମାମୁ ବଳାତ୍କାର କରିଥିବା ଅଭିଯୋଗ…

ନରାଜ ହେବ ବିଶ୍ୱସ୍ତରୀୟ ସେମି କଣ୍ଡକ୍ଟର ହବ୍‌: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୯ା୯(ସୁନିତ୍‌ ମିଶ୍ର): ଦେଶର ସେମିକଣ୍ଡକ୍ଟର ମାନଚିତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ହାସଲ କରୁଛି। ନୂଆଦିଲ୍ଲୀଠାରେ ଆୟୋଜିତ ‘ସେମିକନ୍‌ ଇଣ୍ଡିଆ ୨୦୨୬’ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ସାମାନ୍ୟ କଥା କଟାକଟିରୁ ଭୁଜାଲି-ଛୁରୀ ମାଡ଼; ୮ ଗୁରୁତର, ୨ ଜଣଙ୍କ ଅବସ୍ଥା…

ବରଗଡ଼,୧୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ପାତିକାରପଲ୍ଲୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି। ସାମାନ୍ୟ କଥା କଟାକଟିକୁ କେନ୍ଦ୍ର…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?