ମୌସୁମୀରେ ଲାଗିବ ୬ କୋଟି ଚାରା

ଭୁବନେଶ୍ୱର,୭।୭(ବ୍ୟୁରୋ): ଚଳିତ ମୌସୁମୀରେ ରାଜ୍ୟର ୧ ଲକ୍ଷ ୩୦ ହଜାର ହେକ୍ଟର ଅଞ୍ଚଳରେ ମୋଟ ୬ କୋଟି ୩୦ ଲକ୍ଷ ଚାରା ରୋପଣ କରାଯିବ। ଏହାମଧ୍ୟରୁ ସହରାଞ୍ଚଳରେ ୪ ଲକ୍ଷ ୯୧ ହଜାର ଚାରାରୋପଣ କରାଯିବ। ସେହିଭଳି ‘ଆମ ଜଙ୍ଗଲ’ ଯୋଜନାରେ ୭ ହଜାର ବନ ସୁରକ୍ଷା ସମିତିକୁ ପର୍ଯ୍ୟାୟକ୍ରମେ ସାମିଲ କରାଯାଇ ୩.୫୦ ଲକ୍ଷ ହେକ୍ଟର ଜଙ୍ଗଲ ଜମିରେ ବନୀକରଣ ଓ ପୁନଃବନୀକରଣ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ମାଧ୍ୟମରେ ଉଜୁଡା ଜଙ୍ଗଲର ପୁନରୁଦ୍ଧାର ନିମନ୍ତେ ଜାଇକା ପ୍ରକଳ୍ପ ମାଧ୍ୟମରେ ୫୭ ହଜାର ହେକ୍ଟର ଜଙ୍ଗଲ ଜମିରେ ବନୀକରଣ କରାଯିବାର ଲକ୍ଷ୍ୟ ରଖାଯାଇଛି। ୭ଟି ବନଖଣ୍ଡ ଅଧୀନ ୪,୪୦୦ ହେକ୍ଟର ଅଞ୍ଚଳକୁ ଔଷଧୀୟ ବୃକ୍ଷ ସଂରକ୍ଷଣ ପାଇଁ ରଖାଯାଇଛି। ସେଠାରେ ୪୧ ପ୍ରଜାତିର ଦୁର୍ଲଭ ଓ ଲୁପ୍ତପ୍ରାୟ ଔଷଧୀୟ ବୃକ୍ଷର ବିକାଶ ନିମିତ୍ତ ପ୍ରଚେଷ୍ଟା ଜାରି ରହିଛି। ଔଷଧୀୟ ବୃକ୍ଷ ସମ୍ପର୍କରେ ଜନ ସଚେତନତା ବୃଦ୍ଧି ନିମନ୍ତେ ଭୁବନେଶ୍ୱର ପାତ୍ରପଡାଠାରେ ୩୧୧ ପ୍ରଜାତିର ଔଷଧୀୟ ବୃକ୍ଷର ପ୍ରଦର୍ଶନ କେନ୍ଦ୍ର ଖୋଲାଯାଇଥିବା ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି। ଘାଟିକିଆସ୍ଥିତ ଜଙ୍ଗଲ ବିଜ୍ଞାନ ଉଦ୍ୟାନରେ ଆୟୋଜିତ ୭୧ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମନ୍ତ୍ରୀ ଏହା କହିଛନ୍ତି। ବନୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ ୨୦୧୫ରୁ ୨୦୧୯ ମଧ୍ୟରେ ରାଜ୍ୟରେ ୧୧୬୦ ବର୍ଗ କିମି ଜଙ୍ଗଲ ଓ ୬୬୨ ବର୍ଗ କିମି ବୃକ୍ଷ ଆଚ୍ଛାଦିତ ଅଞ୍ଚଳର ବୃଦ୍ଧି ଘଟିଛି। ବିଗତ ୧୦ବର୍ଷ ମଧ୍ୟରେ ବିଭିନ୍ନ ବନୀକରଣ ଯୋଜନା ମାଧ୍ୟମରେ ପ୍ରାୟତଃ ବାର୍ଷିକ ୨.୩୫ ଲକ୍ଷ ହେକ୍ଟର ପରିମିତ ଉଜୁଡା ଜଙ୍ଗଲ ଜମିର ପୁନଃ ବନୀକରଣ କରାଯାଇଛି। ସ୍ବୟଂ ସହାୟକ ଗୋଷ୍ଠୀ, ଜନସାଧାରଣ, ବୃକ୍ଷପ୍ରେମୀ ଓ ବିଭିନ୍ନ ସଂସ୍ଥାଗୁଡିକୁ ସାମିଲ କରାଯାଇଛି। ଯୁଗ୍ମ ଜଙ୍ଗଲ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଉଦାହରଣ ସୃଷ୍ଟିକରିଛି ବୋଲି ମନ୍ତ୍ରୀ କହିଛନ୍ତି।
ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ କହିଥିଲେ, ଚଳିତବର୍ଷ ୧୩ କୋଟି ବୃକ୍ଷ ଚାରା ପ୍ରସ୍ତୁତ କରାଯାଇଛି। ସମଗ୍ର ରାଜ୍ୟର ୪୭ଟି ବନଖଣ୍ଡରେ ବିଭିନ୍ନ କିସମର ୫ କୋଟି ଆଞ୍ଚଳିକ ତଥା ଦେଶୀୟ ଚାରା ବଣ୍ଟାଯିବ। ସହରାଞ୍ଚଳ ଲୋକେ ସିଧାସଳଖ ଚାରା ଉତ୍ପାଦନ କେନ୍ଦ୍ର ଓ ବିତରଣ ଷ୍ଟଲ୍‌ରୁ ସର୍ବାଧିକ ୫ଟି ଏବଂ ଗ୍ରାମ ପଞ୍ଚାୟତରେ ଲୋକେ ଭ୍ରାମ୍ୟମାଣ ଚାରା ବିତରଣ ଯାନରୁ ୧୦ଟି ଚାରା ପାଇପାରିବେ। ଅନୁଷ୍ଠାନ କ୍ଷେତ୍ରରେ ସର୍ବାଧିକ ୧୦୦ଟି ଚାରା ଦିଆଯିବ। କାର୍ଯ୍ୟକ୍ରମରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା ଉପସ୍ଥିତ ଥିଲେ। ଏହି ଅବସରରେ ଭ୍ରାମ୍ୟମାଣ ଚାରା ବିକ୍ରୟ ଭ୍ୟାନ୍‌ଗୁଡିକୁ ମନ୍ତ୍ରୀ ଆରୁଖ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା

କଟକ,୧୬ା୪ (କାର୍ତ୍ତିକ ସାହୁ) ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା କର୍କଟ ରୋଗର ଯନ୍ତ୍ରଣା ସହି ନ...

ମୁଖ୍ୟମନ୍ତ୍ରୀଙ୍କ ବଦଳରେ ବସ୍‌ ଦୁର୍ଘଟଣାରେ ଆହତଙ୍କୁ ଭେଟିଲେ ପାଣ୍ଡିଆନ, ପ୍ରଶ୍ନ ଉଠାଇଲା ଭାଜପା

ଭୁବନେଶ୍ୱର, ୧୬।୪(ସୁନିତ୍‌ ମିଶ୍ର): ଜନସାଧାରଣ ନିଜର ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି। କିନ୍ତୁ ଓଡ଼ିଶାରେ ନବୀନବାବୁ ସରକାର ଚଳାଉନାହାନ୍ତି ବରଂ ତାଙ୍କ ସହଯୋଗୀ...

ବିଜେଡିରେ ଯୋଗଦେଲେ ଶତାଧିକ ଭାଜପା,କଂଗ୍ରେସ ନେତା

ଭୁବନେଶ୍ୱର,୧୬ା୪(ଅନିଲ ଦାସ)-କଳାହାଣ୍ଡି ଜିଲା ଅନ୍ତର୍ଗତ ଲାଞ୍ଜିଗଡ଼ ଓ ନର୍ଲା ନିର୍ବାଚନମଣ୍ଡଳୀର ଶତାଧିକ ଭାଜପା ଓ କଂଗ୍ରେସ କର୍ମୀ ମଙ୍ଗଳବାର ଶଙ୍ଖଭବନଠାରେ ଧର୍ମଶାଳା ବିଧାୟକ ତଥା କଳାହାଣ୍ଡି...

ଆସନ୍ତା ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୬।୪(ସୁନିତ୍‌ ମିଶ୍ର): : ପୂର୍ବତନ ମନ୍ତ୍ରୀ ଭକ୍ତଚରଣ ଦାସ ରାଜ୍ୟ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ମଙ୍ଗଳବାର ପ୍ରଥମ ଥର...

ବିଜୁ ମହିଳା ଜନତା ଦଳ ଉପସଭାନେତ୍ରୀ ନିଲମ୍ବିତ

ଭୁବନେଶ୍ୱର,୧୬ା୪(ଅନିଲ ଦାସ)-ବିଜୁ ମହିଳା ଜନତା ଦଳର ଉପ ସଭାନେତ୍ରୀ ତଥା ସମ୍ବଲପୁର ଓ ଦେବଗଡ଼ ଜିଲାର ପର୍ଯ୍ୟବେକ୍ଷକ ମିନତି ଦେବତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି। ଦଳ...

କଂଗ୍ରେସରୁ ସୁର ବିଦା, ମନ୍ମଥଙ୍କୁ ଫାଇଦା! କେମିତି ଜାଣନ୍ତୁ…

ଭୁବନେଶ୍ୱର,୧୬।୪: ପୁଣି ଚର୍ଚ୍ଚାରେ ବରିଷ୍ଠ ରାଜନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ । ଦଳବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ମାହାଙ୍ଗା ଡବଲ ମର୍ଡର ମାମଲା: ଲିଖିତ ଯୁକ୍ତି ଉପସ୍ଥାପନ ପାଇଁ ସମୟ ନେଲେ ପ୍ରତିପକ୍ଷ, ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୨ରେ

କଟକ,୧୬ା୪ (କାର୍ତ୍ତିକ ସାହୁ): ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ପୁଣି ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri