ନେପାଳରେ ଅନୁଭୂତ ହେଲା ଶକ୍ତିଶାଳୀ ଭୂମିକମ୍ପ, ରିକ୍ଟର ସେଲରେ ତୀବ୍ରତା ୬.୧

ନୂଆଦିଲ୍ଲୀ, ୨୨।୧୦: ପାହାଡ଼ି ଦେଶ ନେପାଳରେ ସକାଳୁ ସକାଳୁ ୬.୧ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ସକାଳ ୭ତା ୩୯ ମିନିଟ ସମୟରେ ଭୂକମ୍ପ ହୋଇଥିଲା ଯାହା ଦେଶର ବିଭିନ୍ନ ପ୍ରାନ୍ତରେ ଝଟକା ଅନୁଭୂତ ହୋଇଛି। ଭୂକମ୍ପ କେନ୍ଦ୍ର ନେପାଳର ଧାଣ୍ଡିଙ୍ଗରେ ରହିଥିଲା।

ଏହି ଭୂକମ୍ପ ପ୍ରଭାବ ନୂଆଦିଲ୍ଲୀ-ଏନସିଆରରେ ମଧ୍ୟ ଅନୁଭୂତ ହୋଇଛି। ୟୁରୋପୀୟ ଭୂବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଭୂକମ୍ପ କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୧୩ କିଲୋମିଟର ଗଭୀରରେ ରହିଥିଲା।

ବର୍ଷରେ ଅନେକ ସମୟରେ ନେପାଳରେ ଭୂକମ୍ପ ଆସିଥାଏ। ଏହା ପୂର୍ବରୁ ନେପାଳର ସୁଦୂର ପଶ୍ଚିମ ପ୍ରାନ୍ତରେ ୧୬ ଅକ୍ଟୋବରରେ ୪.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା।

କାହିଁକି ଆସେ ନେପାଳରେ ଭୂମିକମ୍ପ ?

ନେପାଳ ଭାରତୀୟ ଏବଂ ତିବ୍ଦତୀୟ ଟେକ୍ଟୋନିକ୍ ପ୍ଲେଟ୍ ମଧ୍ୟରେ ଅବସ୍ଥିତ। ଏହି ଟେକ୍ଟୋନିକ୍ ପ୍ଲେଟଗୁଡିକ ପ୍ରତି ୧୦୦ ବର୍ଷରେ ଦୁଇ ମିଟର ପର୍ଯ୍ୟନ୍ତ ଗତି କରେ, ଯେଉଁ କାରଣରୁ ଚାପ ସୃଷ୍ଟି ହୁଏ ଏବଂ ଭୂକମ୍ପ ହୁଏ। ୨୦୧୫ ରେ ନେପାଳରେ ୭.୮ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଏବଂ ଏହାର ଭୂକମ୍ପ ଯୋଗୁଁ ପ୍ରାୟ ୯,୦୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା

 


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ନିର୍ଯାତନାରେ ମହିଳାଙ୍କ ଆତ୍ମହତ୍ୟା: ହାତ, ଗୋଡ଼, ପେଟରେ ଲେଖିଲେ ଦୁଃଖଦ ସୁଇସାଇଡ ନୋଟ

ନୂଆଦିଲ୍ଲୀ,୧୮।୭: ଉତ୍ତରପ୍ରଦେଶର ବାଘପତରେ ଯୌତୁକ ନିର୍ଯାତନାର ଶିକାର ହୋଇ ଜଣେ ୨୮ ବର୍ଷୀୟା ମହିଳା ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ରାତିରେ ମନୀଷା ନାମକ ଏହି ମହିଳା...

ବିହାରରେ ଚନ୍ଦ୍ର ଶେଖରଙ୍କ ଏଣ୍ଟ୍ରି, ବିଗାଡିବେ କି ଖେଳ

ପାଟଣା,୧୮।୭: ବିହାର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟରେ ନିର୍ବାଚନ ତାତି ବଢିବାରେ ଲାଗିଛି। ଇତି ମଧ୍ୟରେ ବିହାର ନିର୍ବାଚନରେ ଏଣ୍ଟ୍ରି କରିଛନ୍ତି ଚନ୍ଦ୍ର ଶେଖର...

ଥାଇଲ୍ୟାଣ୍ଡରେ ବୌଦ୍ଧ ଭିକ୍ଷୁଙ୍କ ଯୌନ କେଳେଙ୍କାରୀ: ‘ମିସ୍‌ ଗଲ୍ଫ’ ନାମକ ମହିଳାଙ୍କ ବ୍ଲାକମେଲିଂ ରାକେଟରେ ହଇଚଇ

ବ୍ୟାଙ୍କକ,୧୮ା୭: ଥାଇଲ୍ୟାଣ୍ଡରେ ଏକ ବିଶାଳ ଯୌନ କେଳେଙ୍କାରୀ ପ୍ରକାଶ ପାଇଛି, ଯାହା ଦେଶର ବୌଦ୍ଧ ଧର୍ମୀୟ ପ୍ରତିଷ୍ଠାନକୁ ବିବାଦରେ ଟାଣି ଆଣିଛି। ଜଣେ ମହିଳା, ଯିଏ...

ସୋନିଆ ଗାନ୍ଧୀଙ୍କ ଜ୍ୱାଇଁଙ୍କର ୩୬ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ବାଜ୍ୟାପ୍ତି: ରାହୁଲ କହିଲେ ମୋ ଭିଣୋଇ…

ନୂଆଦିଲ୍ଲୀ,୧୮।୭: ଜମି କାରବାରରେ ହେର୍‌ଫେର ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ତଥା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ...

ଗିରଫ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ

ନୂଆଦିଲ୍ଲୀ,୧୮।୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କୁ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ...

ଶହବାଜ-ମୁନିରଙ୍କ ଟେନସନ ବଢାଇଲା ଭାରତ!

ନୂଆଦିଲ୍ଲୀ,୧୮।୭: ଅପରେଶନ ସିନ୍ଦୂର ପରେ ଭାରତ ନିଜର ଶକ୍ତିକୁ ଆହୁରି ବୃଦ୍ଧି କରିବା ପାଇଁ କାମ ଆରମ୍ଭ କରିଛି। ସେନା କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟାରେ ବହୁତ ଦ୍ରୁତ...

ପାକିସ୍ତାନ-ତୁର୍କୀ ସହ ମିଶି ବଡ ଗେମ୍‌ ପ୍ଲାନ୍‌ କରୁଛନ୍ତି ୟୁନୁସ୍‌: ଟେନ୍‌ସନ୍‌ରେ ଭାରତ

ଢାକା,୧୮।୭: ବାଂଲାଦେଶରେ ବିଦ୍ରୋହ ପରେ, ସରକାରଙ୍କ ମନୋଭାବ ଦେଶ ଭିତରେ ଏବଂ ବାହାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଛି। ମହମ୍ମଦ ୟୁନୁସ ସରକାରଙ୍କ ଅଧୀନରେ, ବାଂଲାଦେଶ ଘରେ...

ତୃତୀୟ ବିଶ୍ୱଯୁଦ୍ଧ ହେବା ନିଶ୍ଚିତ! ପୂର୍ବତନ ରୁଷିଆ ରାଷ୍ଟ୍ରପତିଙ୍କ ଧମକକୁ ନେଇ ହଇଚଇ

ମସ୍କୋ,୧୮।୭: ପୂର୍ବତନ ରୁଷିଆ ରାଷ୍ଟ୍ରପତି ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘନିଷ୍ଠ ସହଯୋଗୀ ଦିମିତ୍ରୀ ମେଦଭେଦେବ ୟୁକ୍ରେନ ଯୁଦ୍ଧ ସହିତ ଜଡିତ ବିପଦକୁ ଇଙ୍ଗିତ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri