୫ ଜି ପ୍ରଯୁକ୍ତି ବିଦ୍ୟା

ମୋବାଇଲ୍‌ ଫୋନ୍‌ ବର୍ତ୍ତମାନ ଏକ ଅପରିହାର୍ଯ୍ୟ ଉପକରଣ ଭାବେ ବିବେଚିତ ହେଉଛି। ଆଜିର ସ୍ମାର୍ଟଫୋନ୍‌ରେ କଥାହେବା ସହିତ ବାର୍ତ୍ତା (ମ୍ୟାସେଜ୍‌), ଭିଡିଓ, ଚିତ୍ର ଆଦି ପ୍ରେରଣ କରିବା ସହ ଚଳଚ୍ଚିତ୍ର ଓ ଟିଭି କାର୍ଯ୍ୟକ୍ରମ ଦେଖିବା ଏବଂ ଇଣ୍ଟରନେଟ୍‌ ଆଦିର ସୁବିଧା ରହିଛି। ‘୫ ଜି’ ହେଉଛି ମୋବାଇଲ୍‌ ଫୋନ୍‌ର ସଦ୍ୟତମ ନେଟ୍‌ଓ୍ବର୍କ। ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଚଳିତବର୍ଷ ଜାନୁୟାରୀ ୨୦ରେ ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ସେଠାକୁ ଅନେକ ଦେଶ ବିମାନ ଉଡାଣକୁ ବାତିଲ କରିଦେଲେ। କେତେଜଣ ବିଶେଷଜ୍ଞ ସତର୍କ ସୂଚନା ଦେଲେ ଯେ ୫ ଜି ନେଟଓ୍ବର୍କରୁ ନିର୍ଗତ ବିକିରଣ ବିମାନର ନାଭିଗେସନ ସିଷ୍ଟମକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ଏହି ବିକିରଣ ବିମାନର ଉଚ୍ଚତା ନିରୂପଣ କରୁଥିବା ଏବଂ ସ୍ବୟଂକ୍ରିୟ ଅବତରଣରେ ସାହାଯ୍ୟ କରୁଥିବା ଅଲଟିମିଟର କାର୍ଯ୍ୟରେ ବାଧା ପହଞ୍ଚାଇପାରେ ବୋଲି ଫେଡେରାଲ ଆଭିଏସନ ଆଡ୍‌ମିନିଷ୍ଟ୍ରେଶନ ସତର୍କ କରାଇଥିଲା। ଅଲଟିମିଟର ୪.୨ରୁ ୪.୪ ଗିଗାହର୍ଡ ଆବୃତ୍ତିରେ କାର୍ଯ୍ୟ କରିଥାଏ ଏବଂ ୫ ଜି ଆବୃତ୍ତି ଏହାର ଅତି ନିକଟତର ହୋଇଥିବାରୁ ଏପରି ଆଶଙ୍କା ସୃଷ୍ଟି ହୋଇଛି। ଏହା ପରଦିନ ବିମାନ ବନ୍ଦର ନିକଟରେ ୫ ଜି ସେବା ବନ୍ଦ କରାଯିବା ପରେ ପୁଣି ବିମାନ ସେବା ଆରମ୍ଭ ହୋଇଛି।
୫ ଜି ପ୍ରଯୁକ୍ତି ବିଦ୍ୟାକୁ ଆଲୋଚନା କରିବା ପୂର୍ବରୁ ମୋବାଇଲ୍‌ ବା ସେଲ୍‌ ଫୋନ୍‌ କିପରି କାର୍ଯ୍ୟ କରେ ଜାଣିବା। ଆମ ଫୋନ୍‌ ନିକଟସ୍ଥ ଟାଓ୍ବାର ସହ ରେଡିଓ ତରଙ୍ଗ ଦ୍ୱାରା ସଂଯୋଗ ହୋଇଥାଏ। ଆମ କଥାବାର୍ତ୍ତା ଟାଓ୍ବାରରେ ପହଞ୍ଚତ୍ବା ପରେ ସେଠାରୁ ଏହା ଅପ୍‌ଟିକାଲ ଫାଇବର (ଆଲୋକୀୟ ତନ୍ତୁ) ତାର ସାହାଯ୍ୟରେ ଆମେ କଥାବାର୍ତ୍ତା ହେବାକୁ ଚାହୁଁଥିବା ବ୍ୟକ୍ତିର ଫୋନ୍‌ ନିକଟରେ ଥିବା ଟାଓ୍ବାରକୁ ଯାଇଥାଏ ଏବଂ ସେଠାରୁ ରେଡିଓ ତରଙ୍ଗ ଦ୍ୱାରା ସଂଗ୍ରାହୀ ଫୋନ୍‌କୁ ବାର୍ତ୍ତା ଯାଇଥାଏ। ପାଖାପାଖି ନ ଥିଲେ ବିଭିନ୍ନ ଟାଓ୍ବାର ସମାନ ଆବୃତ୍ତିରେ କାର୍ଯ୍ୟ କରିଥାଆନ୍ତି।
ଯୁକ୍ତରାଷ୍ଟ୍ର ଆମେରିକାର ମାର୍ଟି କୁପର ୧୯୭୩ ମସିହାରେ ମୋବାଇଲ୍‌ ଫୋନ୍‌ ଉଦ୍ଭାବନ କରିଥିଲେ ଏବଂ ୧୯୮୩ ମସିହାରେ ଏହା ବଜାରକୁ ଆସି ସୀମିତ ଭାବେ ୧ ଜି ନେଟଓ୍ବର୍କରେ କାର୍ଯ୍ୟ କରିଥିଲା। ମାତ୍ର ୧୯୯୦ ଦଶକରେ ୨ ଜି ବିକାଶ ପରେ ଏହାର ଲୋକପ୍ରିୟତା ଓ ବ୍ୟବହାର ବଢ଼ିଲା।
୫ ଜି ହେଉଛି ମୋବାଇଲ୍‌ ଫୋନ୍‌ ପ୍ରଯୁକ୍ତି ବିଦ୍ୟାର ପଞ୍ଚମ ପିଢ଼ି (ପିଢ଼ି ବା ଜେନେରେସନରୁ ‘ଜି’ ଆସିଛି)। ପ୍ରଥମ ପିଢ଼ି ‘୧ ଜି’ରୁ ଆରମ୍ଭ ହୋଇ କ୍ରମଶଃ ଅଭିବୃଦ୍ଧି ହୋଇ ‘୨ ଜି’, ‘୩ ଜି’, ‘୪ ଜି’ ପରେ ଆଜି ଆମେ ‘୫ ଜି’ରେ ପହଞ୍ଚତ୍ଛେ। ୧୯୮୦ ଦଶକରେ ୧ ଜି ଆରମ୍ଭ ହୋଇ ୧୯୯୦ରେ ୨ ଜି, ୨୦୦୦ରେ ୩ ଜି ଓ ୨୦୧୦ରେ ୪ ଜି ସେବା ପରେ ୨୦୨୦ ମସିହା ପରଠାରୁ ୫ ଜି ବିକଶିତ ହୋଇଛି। ୧ ଜି ଆନାଲୋଗ୍‌ ଥିବା ବେଳେ ଅନ୍ୟଗୁଡିକ ହେଉଛି ଡିଜିଟାଲ ପ୍ରସାରଣ। ୨ ଜିରୁ ମୋବାଇଲ୍‌ ସେବା ଆରମ୍ଭ ହେଲା ଏବଂ ଏଥିରେ ଫୋନ୍‌ ସହିତ ସମ୍ବାଦ ମଧ୍ୟ ପଠାଇହେଲା। ୩ ଜି ସେବାରେ ଭିଡିଓ ପଠାଇବା ସହିତ ଇଣ୍ଟରନେଟ୍‌ ସଂଯୋଗ ହୋଇପାରିଲା। ୪ ଜି ପ୍ରଯୁକ୍ତି ବିଦ୍ୟାରେ ଇଣ୍ଟରନେଟ୍‌ ବେଗ ବଢ଼ିବା ସହ ଅଧିକ ଡାଟା ଡାଉନଲୋଡ୍‌ କରିବାର ସୁବିଧା ହେଲା। ବର୍ତ୍ତମାନ ଅଧିକାଂଶ ଦେଶରେ ୪ ଜି ସେବା ଉପଲବ୍ଧ ଅଛି।
୧ ଜି ଠାରୁ ୫ ଜି ପର୍ଯ୍ୟନ୍ତ ପ୍ରଯୁକ୍ତି ବିଦ୍ୟାର ଉପଲବ୍ଧ ସ୍ପେକ୍ଟ୍ରମ ବା ବର୍ଣ୍ଣାଳୀକୁ ନେଇ ହୋଇଛି। ୧ ଜି ଠାରୁ ୫ ଜି ପର୍ଯ୍ୟନ୍ତ କ୍ରମଶଃ ସ୍ପେକ୍ଟ୍ରମ ଆବୃତ୍ତି ବଢ଼ିଛି, ତରଙ୍ଗର ଦୈର୍ଘ୍ୟ ହ୍ରାସ ପାଇଛି ଏବଂ ବ୍ୟାଣ୍ଡ ଉଇଡିଥ୍‌ ବୃଦ୍ଧି ପାଇଛି। ୪ ଜି ସେବାରେ ତିନି ଗିଗାହର୍ଜ ଆବୃତ୍ତି ବ୍ୟବହୃତ ହେଉଥିବା ବେଳେ ୫ ଜି ପାଇଁ ୩.୩ ଗିଗାହର୍ଜରୁ ୧୦୦ ଗିଗାହର୍ଜ ଆବୃତ୍ତି ପର୍ଯ୍ୟନ୍ତ ବ୍ୟବହାର ହୋଇପାରିବାର ସୁବିଧା ଅଛି। ଏହା ତିନୋଟି ଆବୃତ୍ତି ସ୍ତରରେ ଉପଲବ୍ଧ ଅଛି। ଏହାର କ୍ଷମତା ହେଉଛି ୪ ଜି ଠାରୁ ପ୍ରାୟ ୧୦୦ ଗୁଣ। ୪ ଜି ପାଇଁ ଇଣ୍ଟରନେଟ୍‌ ବେଗ ସର୍ବାଧିକ ସେକେଣ୍ଡ ପ୍ରତି ୩୦୦ ମେଗାବାଇଟ୍‌ ହୋଇଥିବା ବେଳେ ୫ ଜି ପାଇଁ ଏହାର ବେଗ ହେଉଛି ସେକେଣ୍ଡ ପ୍ରତି ୨୦ ଗିଗାବାଇଟ୍‌। ଏଣୁ ଏହା ସାହାଯ୍ୟରେ ଇଣ୍ଟରନେଟ୍‌ରୁ ବଡ଼ ବଡ଼ ଫାଇଲକୁ ଶୀଘ୍ର ଡାଉନଲୋଡ୍‌ କରିହୁଏ। ଏହା ବ୍ୟତୀତ କମ୍ପ୍ୟୁଟରର କେତୋଟି ଆଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରସାରଣ ପାଇଁ ଏହା ହେଉଛି ଉପଯୁକ୍ତ। ଏଗୁଡ଼ିକ ହେଉଛି ‘କ୍ଲାଉଡ୍‌ କମ୍ପ୍ୟୁଟିଙ୍ଗ’ ଓ ‘ଇଣ୍ଟରନେଟ୍‌ ଅଫ ଥିଙ୍ଗସ’। ଏହା ଦ୍ୱାରା ମଧ୍ୟ କେତେକ ଜରୁରୀ ଆନୁଷଙ୍ଗିକ ବ୍ୟବସ୍ଥାକୁ ଦୂରରୁ ନିୟନ୍ତ୍ରଣ କରାଯାଇପାରିବ, ଯାହା ଶିଳ୍ପ ଜଗତକୁ ଅନେକ ସାହାଯ୍ୟ କରିବ। ଉଦାହରଣ ସ୍ବରୂପ ମାନବବିହୀନ କାର୍‌, ବସ୍‌, ଟ୍ରାକ୍ଟର ଓ ବିମାନ ଚଳାଇବା ଏହା ଦ୍ୱାରା ସମ୍ଭବ ହୋଇପାରିଛି।
କରୋନା ମହାମାରୀ ଯୋଗୁ ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ଭିଡିଓ ସମ୍ମିଳନୀ, ଅନ୍‌ଲାଇନ୍‌ ପାଠପଢ଼ା, କିଣାବିକା, ଖାଦ୍ୟଯୋଗାଣ, ମନୋରଞ୍ଜନ ଆଦି କାର୍ଯ୍ୟକ୍ରମର ପରିମାଣ ବୃଦ୍ଧି ପାଇଛି। ଅଧ୍ୟୟନରୁ ଜଣାପଡିଛି ଜଣେ ଗ୍ରାହକ ୨୦୨୨ ମସିହାରେ ମାସକୁ ହାରାହାରି ୧୧ ଗିଗାବାଇଟ୍‌ ତଥ୍ୟ ବ୍ୟବହାର କରିବ। ୫ ଜି ଦ୍ୱାରା କେବଳ ଏହା ସମ୍ଭବ ହୋଇପାରିବ।
ପ୍ରାୟ ୬୦ଟି ଦେଶରେ ସୀମିତ ଭାବରେ ୫ ଜି ପ୍ରଯୁକ୍ତି ବିଦ୍ୟାର ପ୍ରଚଳନ ଆରମ୍ଭ ହୋଇଛି। ଏହାକୁ ବ୍ୟବହାର କରିବା ପାଇଁ ନୂଆ ସ୍ମାର୍ଟଫୋନ୍‌ ଆବଶ୍ୟକ ହେଉଛି। ପୁନଶ୍ଚ ଏହି ସେବା ଯୋଗାଣକାରୀ କମ୍ପାନୀ ମଧ୍ୟ ଏଥିପାଇଁ ଅଧିକ ମୂଲ୍ୟ ନେଇପାରେ। ଅବଶ୍ୟ କ୍ରମେ ଏହା ଶସ୍ତା ହୋଇ ଲୋକପ୍ରିୟ ହୋଇପାରିବ। ଆକଳନ କରାଯାଇଛି ଯେ, ୨୦୨୨ ମସିହା ଶେଷ ସୁଦ୍ଧା ପୃଥିବୀର ଏକ-ତୃତୀୟାଂଶ ଏବଂ ୨୦୨୫ ସୁଦ୍ଧା ଅଧା ଲୋକ ଏହାର ବ୍ୟବହାର କରିବେ।
କେନ୍ଦ୍ର ସରକାରଙ୍କ ଯୋଗାଯୋଗ ବିଭାଗ ପ୍ରକାଶ କରିଛି ଯେ, ଭାରତରେ ୨୦୨୨ ମସିହାରେ ପ୍ରଥମେ ୧୩ଟି ସହର (ଗୁରୁଗ୍ରାମ, ବେଙ୍ଗାଲୁରୁ, କୋଲକାତା, ମୁମ୍ବାଇ, ଚଣ୍ଡିଗଡ଼, ଦିଲ୍ଲୀ, ଜାମନଗର, ଅହମ୍ମଦାବାଦ, ଚେନ୍ନାଇ, ହାଇଦ୍ରାବାଦ, ଲକ୍ଷ୍ନୌ, ପୁନେ ଏବଂ ଗାନ୍ଧୀନଗର)ରେ ୫ ଜି ସେବା ଉପଲବ୍ଧ ହେବ। କେତେକ ସେବାଯୋଗାଣକାରୀ କମ୍ପାନୀ ଏହି ସହରଗୁଡିକରେ ଏଥିପାଇଁ ପରୀକ୍ଷା କଲେଣି।
– ୭୦, ଲକ୍ଷ୍ମୀବିହାର, ଫେଜ୍‌-୧ ଭୁବନେଶ୍ୱର-୧୮
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପରେ ସବୁଠୁ ଅଧିକ ଛକା ଏହି ଖେଳାଳିଙ୍କ ନାଁରେ, ଜାଣନ୍ତୁ ଟପ୍‌ ୫ରେ କିଏ କିଏ…

ନୂଆଦିଲ୍ଲୀ,୨୮।୯: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ବିଶ୍ୱର ବିଭିନ୍ନ କ୍ରିକେଟ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତୀୟ ଦଳ ମଧ୍ୟ ଏକ ଶକ୍ତିଶାଳୀ ଟିମ ଗଠନ…

ବସ୍‌ରୁ ଓହ୍ଲାଇବାବେଳେ ସିଡ଼ିରେ ଖସିପଡ଼ିଲେ ରୋହିତ ଶର୍ମା: ଆଉ ତା’ପରେ… ଦେଖନ୍ତୁ VIDEO

ତିରୁଭାନନ୍ତପୁରମ,୨୮।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ପରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଏଭଳି କହିବାରୁ ଶେହଜାଦଙ୍କୁ ଆକ୍ରମଣ; ପୋଷାକ ଚିରିଦେଲେ, ବଞ୍ଚାଇବାକୁ ଆଗେଇ ଆସିଲେ ସ୍ୱରା

ନୂଆଦିଲ୍ଲୀ,୨୮ା୯: ରିଆଲିଟି ଶୋ’ ‘Rise and Fall’ର ସିଜନ୍‌-୨ ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି । ଶୋ’ରେ ଭାଜାପାର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲା ଏବଂ ଅଭିନେତ୍ରୀ…

ଜନ୍ମ ହେଉ ହେଉ ମିଳିଲା ୨୨ କ୍ୟାରେଟର ସୁନା ମୁଦି; ନିଜ ହାତରେ ପିନ୍ଧାଇଲେ ମୁଖ୍ୟମନ୍ତ୍ରୀ, କିଏ ଏହି..

ଚେନ୍ନାଇ,୨୮ା୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରି ନବଜାତ ଶିଶୁଙ୍କ ପାଇଁ ‘ଥାଇମାମନ୍ ଥଙ୍ଗା ମୋଥିରମ୍ ଥିଟ୍ଟମ୍’(Thaimaman Thanga…

ନିୟମିତ ଗାଜର ଖାଇଲେ ମିଳିଥାଏ ଅନେକ ଲାଭ, ବ୍ଲଡ୍‌ପ୍ରେସର ନିୟନ୍ତ୍ରଣଠାରୁ ଆରମ୍ଭ କରି…

ଗାଜର ଆମ ଶରୀର ପାଇଁ ବେଶ୍‌ ଉପକାରୀ। ସବୁଠାରୁ ଖାସ୍‌ କଥା ହେଲା ଏହାକୁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କଲେ ତାହା ଶରୀରରେ ରୋଗ…

ଅଧିକ ଚା’ ପିଉଛନ୍ତି କି? ଚେତାବନୀ ଦେଇ ବିଶେଷଜ୍ଞ କହିଲେ…

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଥର ଚା’ ପିଉଛନ୍ତି ତେବେ…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ

ଗୁଣପୁର,୨୮।୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗୁଣପୁରରେ ସିପିଆଇ(ଏମ୍‌ଏଲ୍‌) ଲିବରେସନ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୂଆ ବସ୍‌ଷ୍ଟାଣ୍ଡରୁ…

୬ ଲକ୍ଷ ଘନଫୁଟ ଟପିଲା ହୀରାକୁଦକୁ ବନ୍ୟାଜଳ ପ୍ରବେଶ: ପୁଣି ଖୋଲିଲା ଜଳଭଣ୍ଡାରର ୨ଟି ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର, ୨୮/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ଅହେତୁକ ବୃଦ୍ଧି ପାଇବା ଯୋଗୁ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?