୫ ଜି ପ୍ରଯୁକ୍ତି ବିଦ୍ୟା

ମୋବାଇଲ୍‌ ଫୋନ୍‌ ବର୍ତ୍ତମାନ ଏକ ଅପରିହାର୍ଯ୍ୟ ଉପକରଣ ଭାବେ ବିବେଚିତ ହେଉଛି। ଆଜିର ସ୍ମାର୍ଟଫୋନ୍‌ରେ କଥାହେବା ସହିତ ବାର୍ତ୍ତା (ମ୍ୟାସେଜ୍‌), ଭିଡିଓ, ଚିତ୍ର ଆଦି ପ୍ରେରଣ କରିବା ସହ ଚଳଚ୍ଚିତ୍ର ଓ ଟିଭି କାର୍ଯ୍ୟକ୍ରମ ଦେଖିବା ଏବଂ ଇଣ୍ଟରନେଟ୍‌ ଆଦିର ସୁବିଧା ରହିଛି। ‘୫ ଜି’ ହେଉଛି ମୋବାଇଲ୍‌ ଫୋନ୍‌ର ସଦ୍ୟତମ ନେଟ୍‌ଓ୍ବର୍କ। ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଚଳିତବର୍ଷ ଜାନୁୟାରୀ ୨୦ରେ ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ସେଠାକୁ ଅନେକ ଦେଶ ବିମାନ ଉଡାଣକୁ ବାତିଲ କରିଦେଲେ। କେତେଜଣ ବିଶେଷଜ୍ଞ ସତର୍କ ସୂଚନା ଦେଲେ ଯେ ୫ ଜି ନେଟଓ୍ବର୍କରୁ ନିର୍ଗତ ବିକିରଣ ବିମାନର ନାଭିଗେସନ ସିଷ୍ଟମକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ଏହି ବିକିରଣ ବିମାନର ଉଚ୍ଚତା ନିରୂପଣ କରୁଥିବା ଏବଂ ସ୍ବୟଂକ୍ରିୟ ଅବତରଣରେ ସାହାଯ୍ୟ କରୁଥିବା ଅଲଟିମିଟର କାର୍ଯ୍ୟରେ ବାଧା ପହଞ୍ଚାଇପାରେ ବୋଲି ଫେଡେରାଲ ଆଭିଏସନ ଆଡ୍‌ମିନିଷ୍ଟ୍ରେଶନ ସତର୍କ କରାଇଥିଲା। ଅଲଟିମିଟର ୪.୨ରୁ ୪.୪ ଗିଗାହର୍ଡ ଆବୃତ୍ତିରେ କାର୍ଯ୍ୟ କରିଥାଏ ଏବଂ ୫ ଜି ଆବୃତ୍ତି ଏହାର ଅତି ନିକଟତର ହୋଇଥିବାରୁ ଏପରି ଆଶଙ୍କା ସୃଷ୍ଟି ହୋଇଛି। ଏହା ପରଦିନ ବିମାନ ବନ୍ଦର ନିକଟରେ ୫ ଜି ସେବା ବନ୍ଦ କରାଯିବା ପରେ ପୁଣି ବିମାନ ସେବା ଆରମ୍ଭ ହୋଇଛି।
୫ ଜି ପ୍ରଯୁକ୍ତି ବିଦ୍ୟାକୁ ଆଲୋଚନା କରିବା ପୂର୍ବରୁ ମୋବାଇଲ୍‌ ବା ସେଲ୍‌ ଫୋନ୍‌ କିପରି କାର୍ଯ୍ୟ କରେ ଜାଣିବା। ଆମ ଫୋନ୍‌ ନିକଟସ୍ଥ ଟାଓ୍ବାର ସହ ରେଡିଓ ତରଙ୍ଗ ଦ୍ୱାରା ସଂଯୋଗ ହୋଇଥାଏ। ଆମ କଥାବାର୍ତ୍ତା ଟାଓ୍ବାରରେ ପହଞ୍ଚତ୍ବା ପରେ ସେଠାରୁ ଏହା ଅପ୍‌ଟିକାଲ ଫାଇବର (ଆଲୋକୀୟ ତନ୍ତୁ) ତାର ସାହାଯ୍ୟରେ ଆମେ କଥାବାର୍ତ୍ତା ହେବାକୁ ଚାହୁଁଥିବା ବ୍ୟକ୍ତିର ଫୋନ୍‌ ନିକଟରେ ଥିବା ଟାଓ୍ବାରକୁ ଯାଇଥାଏ ଏବଂ ସେଠାରୁ ରେଡିଓ ତରଙ୍ଗ ଦ୍ୱାରା ସଂଗ୍ରାହୀ ଫୋନ୍‌କୁ ବାର୍ତ୍ତା ଯାଇଥାଏ। ପାଖାପାଖି ନ ଥିଲେ ବିଭିନ୍ନ ଟାଓ୍ବାର ସମାନ ଆବୃତ୍ତିରେ କାର୍ଯ୍ୟ କରିଥାଆନ୍ତି।
ଯୁକ୍ତରାଷ୍ଟ୍ର ଆମେରିକାର ମାର୍ଟି କୁପର ୧୯୭୩ ମସିହାରେ ମୋବାଇଲ୍‌ ଫୋନ୍‌ ଉଦ୍ଭାବନ କରିଥିଲେ ଏବଂ ୧୯୮୩ ମସିହାରେ ଏହା ବଜାରକୁ ଆସି ସୀମିତ ଭାବେ ୧ ଜି ନେଟଓ୍ବର୍କରେ କାର୍ଯ୍ୟ କରିଥିଲା। ମାତ୍ର ୧୯୯୦ ଦଶକରେ ୨ ଜି ବିକାଶ ପରେ ଏହାର ଲୋକପ୍ରିୟତା ଓ ବ୍ୟବହାର ବଢ଼ିଲା।
୫ ଜି ହେଉଛି ମୋବାଇଲ୍‌ ଫୋନ୍‌ ପ୍ରଯୁକ୍ତି ବିଦ୍ୟାର ପଞ୍ଚମ ପିଢ଼ି (ପିଢ଼ି ବା ଜେନେରେସନରୁ ‘ଜି’ ଆସିଛି)। ପ୍ରଥମ ପିଢ଼ି ‘୧ ଜି’ରୁ ଆରମ୍ଭ ହୋଇ କ୍ରମଶଃ ଅଭିବୃଦ୍ଧି ହୋଇ ‘୨ ଜି’, ‘୩ ଜି’, ‘୪ ଜି’ ପରେ ଆଜି ଆମେ ‘୫ ଜି’ରେ ପହଞ୍ଚତ୍ଛେ। ୧୯୮୦ ଦଶକରେ ୧ ଜି ଆରମ୍ଭ ହୋଇ ୧୯୯୦ରେ ୨ ଜି, ୨୦୦୦ରେ ୩ ଜି ଓ ୨୦୧୦ରେ ୪ ଜି ସେବା ପରେ ୨୦୨୦ ମସିହା ପରଠାରୁ ୫ ଜି ବିକଶିତ ହୋଇଛି। ୧ ଜି ଆନାଲୋଗ୍‌ ଥିବା ବେଳେ ଅନ୍ୟଗୁଡିକ ହେଉଛି ଡିଜିଟାଲ ପ୍ରସାରଣ। ୨ ଜିରୁ ମୋବାଇଲ୍‌ ସେବା ଆରମ୍ଭ ହେଲା ଏବଂ ଏଥିରେ ଫୋନ୍‌ ସହିତ ସମ୍ବାଦ ମଧ୍ୟ ପଠାଇହେଲା। ୩ ଜି ସେବାରେ ଭିଡିଓ ପଠାଇବା ସହିତ ଇଣ୍ଟରନେଟ୍‌ ସଂଯୋଗ ହୋଇପାରିଲା। ୪ ଜି ପ୍ରଯୁକ୍ତି ବିଦ୍ୟାରେ ଇଣ୍ଟରନେଟ୍‌ ବେଗ ବଢ଼ିବା ସହ ଅଧିକ ଡାଟା ଡାଉନଲୋଡ୍‌ କରିବାର ସୁବିଧା ହେଲା। ବର୍ତ୍ତମାନ ଅଧିକାଂଶ ଦେଶରେ ୪ ଜି ସେବା ଉପଲବ୍ଧ ଅଛି।
୧ ଜି ଠାରୁ ୫ ଜି ପର୍ଯ୍ୟନ୍ତ ପ୍ରଯୁକ୍ତି ବିଦ୍ୟାର ଉପଲବ୍ଧ ସ୍ପେକ୍ଟ୍ରମ ବା ବର୍ଣ୍ଣାଳୀକୁ ନେଇ ହୋଇଛି। ୧ ଜି ଠାରୁ ୫ ଜି ପର୍ଯ୍ୟନ୍ତ କ୍ରମଶଃ ସ୍ପେକ୍ଟ୍ରମ ଆବୃତ୍ତି ବଢ଼ିଛି, ତରଙ୍ଗର ଦୈର୍ଘ୍ୟ ହ୍ରାସ ପାଇଛି ଏବଂ ବ୍ୟାଣ୍ଡ ଉଇଡିଥ୍‌ ବୃଦ୍ଧି ପାଇଛି। ୪ ଜି ସେବାରେ ତିନି ଗିଗାହର୍ଜ ଆବୃତ୍ତି ବ୍ୟବହୃତ ହେଉଥିବା ବେଳେ ୫ ଜି ପାଇଁ ୩.୩ ଗିଗାହର୍ଜରୁ ୧୦୦ ଗିଗାହର୍ଜ ଆବୃତ୍ତି ପର୍ଯ୍ୟନ୍ତ ବ୍ୟବହାର ହୋଇପାରିବାର ସୁବିଧା ଅଛି। ଏହା ତିନୋଟି ଆବୃତ୍ତି ସ୍ତରରେ ଉପଲବ୍ଧ ଅଛି। ଏହାର କ୍ଷମତା ହେଉଛି ୪ ଜି ଠାରୁ ପ୍ରାୟ ୧୦୦ ଗୁଣ। ୪ ଜି ପାଇଁ ଇଣ୍ଟରନେଟ୍‌ ବେଗ ସର୍ବାଧିକ ସେକେଣ୍ଡ ପ୍ରତି ୩୦୦ ମେଗାବାଇଟ୍‌ ହୋଇଥିବା ବେଳେ ୫ ଜି ପାଇଁ ଏହାର ବେଗ ହେଉଛି ସେକେଣ୍ଡ ପ୍ରତି ୨୦ ଗିଗାବାଇଟ୍‌। ଏଣୁ ଏହା ସାହାଯ୍ୟରେ ଇଣ୍ଟରନେଟ୍‌ରୁ ବଡ଼ ବଡ଼ ଫାଇଲକୁ ଶୀଘ୍ର ଡାଉନଲୋଡ୍‌ କରିହୁଏ। ଏହା ବ୍ୟତୀତ କମ୍ପ୍ୟୁଟରର କେତୋଟି ଆଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରସାରଣ ପାଇଁ ଏହା ହେଉଛି ଉପଯୁକ୍ତ। ଏଗୁଡ଼ିକ ହେଉଛି ‘କ୍ଲାଉଡ୍‌ କମ୍ପ୍ୟୁଟିଙ୍ଗ’ ଓ ‘ଇଣ୍ଟରନେଟ୍‌ ଅଫ ଥିଙ୍ଗସ’। ଏହା ଦ୍ୱାରା ମଧ୍ୟ କେତେକ ଜରୁରୀ ଆନୁଷଙ୍ଗିକ ବ୍ୟବସ୍ଥାକୁ ଦୂରରୁ ନିୟନ୍ତ୍ରଣ କରାଯାଇପାରିବ, ଯାହା ଶିଳ୍ପ ଜଗତକୁ ଅନେକ ସାହାଯ୍ୟ କରିବ। ଉଦାହରଣ ସ୍ବରୂପ ମାନବବିହୀନ କାର୍‌, ବସ୍‌, ଟ୍ରାକ୍ଟର ଓ ବିମାନ ଚଳାଇବା ଏହା ଦ୍ୱାରା ସମ୍ଭବ ହୋଇପାରିଛି।
କରୋନା ମହାମାରୀ ଯୋଗୁ ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ଭିଡିଓ ସମ୍ମିଳନୀ, ଅନ୍‌ଲାଇନ୍‌ ପାଠପଢ଼ା, କିଣାବିକା, ଖାଦ୍ୟଯୋଗାଣ, ମନୋରଞ୍ଜନ ଆଦି କାର୍ଯ୍ୟକ୍ରମର ପରିମାଣ ବୃଦ୍ଧି ପାଇଛି। ଅଧ୍ୟୟନରୁ ଜଣାପଡିଛି ଜଣେ ଗ୍ରାହକ ୨୦୨୨ ମସିହାରେ ମାସକୁ ହାରାହାରି ୧୧ ଗିଗାବାଇଟ୍‌ ତଥ୍ୟ ବ୍ୟବହାର କରିବ। ୫ ଜି ଦ୍ୱାରା କେବଳ ଏହା ସମ୍ଭବ ହୋଇପାରିବ।
ପ୍ରାୟ ୬୦ଟି ଦେଶରେ ସୀମିତ ଭାବରେ ୫ ଜି ପ୍ରଯୁକ୍ତି ବିଦ୍ୟାର ପ୍ରଚଳନ ଆରମ୍ଭ ହୋଇଛି। ଏହାକୁ ବ୍ୟବହାର କରିବା ପାଇଁ ନୂଆ ସ୍ମାର୍ଟଫୋନ୍‌ ଆବଶ୍ୟକ ହେଉଛି। ପୁନଶ୍ଚ ଏହି ସେବା ଯୋଗାଣକାରୀ କମ୍ପାନୀ ମଧ୍ୟ ଏଥିପାଇଁ ଅଧିକ ମୂଲ୍ୟ ନେଇପାରେ। ଅବଶ୍ୟ କ୍ରମେ ଏହା ଶସ୍ତା ହୋଇ ଲୋକପ୍ରିୟ ହୋଇପାରିବ। ଆକଳନ କରାଯାଇଛି ଯେ, ୨୦୨୨ ମସିହା ଶେଷ ସୁଦ୍ଧା ପୃଥିବୀର ଏକ-ତୃତୀୟାଂଶ ଏବଂ ୨୦୨୫ ସୁଦ୍ଧା ଅଧା ଲୋକ ଏହାର ବ୍ୟବହାର କରିବେ।
କେନ୍ଦ୍ର ସରକାରଙ୍କ ଯୋଗାଯୋଗ ବିଭାଗ ପ୍ରକାଶ କରିଛି ଯେ, ଭାରତରେ ୨୦୨୨ ମସିହାରେ ପ୍ରଥମେ ୧୩ଟି ସହର (ଗୁରୁଗ୍ରାମ, ବେଙ୍ଗାଲୁରୁ, କୋଲକାତା, ମୁମ୍ବାଇ, ଚଣ୍ଡିଗଡ଼, ଦିଲ୍ଲୀ, ଜାମନଗର, ଅହମ୍ମଦାବାଦ, ଚେନ୍ନାଇ, ହାଇଦ୍ରାବାଦ, ଲକ୍ଷ୍ନୌ, ପୁନେ ଏବଂ ଗାନ୍ଧୀନଗର)ରେ ୫ ଜି ସେବା ଉପଲବ୍ଧ ହେବ। କେତେକ ସେବାଯୋଗାଣକାରୀ କମ୍ପାନୀ ଏହି ସହରଗୁଡିକରେ ଏଥିପାଇଁ ପରୀକ୍ଷା କଲେଣି।
– ୭୦, ଲକ୍ଷ୍ମୀବିହାର, ଫେଜ୍‌-୧ ଭୁବନେଶ୍ୱର-୧୮
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

‘ମୁଁ ବି RSSକୁ ସୁରକ୍ଷା ଦେବି…’, ରାହୁଲ ଗାନ୍ଧୀଙ୍କ ଏମିତି ବୟାନକୁ ନେଇ ଉଠିଲାଣି ରାଜନୈତିକ ଝଡ଼!

ନୂଆଦିଲ୍ଲୀ,୧୩।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତି ଏକ ନୂତନ ରାଜନୈତିକ…

ଅଟୋ ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ନିକଟସ୍ଥ ପରୀକ୍ଷିତି ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ସମୟରେ ଏକ ଦ୍ରୁତ ଗତିରେ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

ଖାର୍ଗେଙ୍କ ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ଗର୍ଜିଲେ ପ୍ରିୟଙ୍କା ଗାନ୍ଧୀ, ଦେଶବ୍ୟାପୀ ସତ୍ୟାଗ୍ରହ କରିବ କଂଗ୍ରେସ

ନୂଆଦିଲ୍ଲୀ,୧୩।୮: ଉତ୍ତରାଖଣ୍ଡର ହଲଦ୍ୱାନୀରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ‘ବିଜୟ ଶଙ୍ଖନାଦ’ ରାଲିରେ ଯେଉଁ ମଞ୍ଚରେ ଭାଷଣ ଦେଇଥିଲେ, ସେହି ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ବିବାଦ…

ହରସିମରତ କୌର ବାଦଲଙ୍କୁ ଫୋନ କଲେ ମୋଦି, ପଚାରି ବୁଝିଲେ…

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିରୋମଣି ଅକାଳୀ ଦଳ (SAD) ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସୂତ୍ର…

ଚିଲିକା ହତ୍ୟା ମାମଲାର ପର୍ଦ୍ଦାଫାଶ କଲା ପୋଲିସ, ଜାଣନ୍ତୁ ହତ୍ୟା ପଛର ବଡ଼ ରହସ୍ୟ…

କୃଷ୍ଣପ୍ରସାଦ,୧୩।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁମାରପୁର ଚିଲିକା ହ୍ରଦରେ ଗତ ୧୧ ତାରିଖରେ ଘଟିଥିବା ନାବାଳକ ହତ୍ୟା ଘଟଣାରେ ପୁରୀ ପୋଲିକୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri