Posted inଜାତୀୟ

୬ ଘଣ୍ଟାରୁ କମ୍‌ ଶୋଉଛନ୍ତି ୫୯% ଭାରତୀୟ

ନୂଆଦିଲ୍ଲୀ, ୧୧ା୩: ଭାରତରେ ନିଦ୍ରା ଅଭାବ ଏକ ଗୁରୁତର ସମସ୍ୟାରେ ପରିଣତ ହେବାରେ ଲାଗିଛି। ଦେଶରେ ଲୋକଙ୍କର ଶୋଇବା ଅଭ୍ୟାସକୁ ବିଶ୍ଳେଷଣ କରି ପ୍ରମୁଖ କମ୍ୟୁନିଟି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଲୋକାଲ ସର୍କଲ୍ସ’ ପକ୍ଷରୁ କରାଯାଇଥିବା ଏକ ସର୍ଭେ ଅନୁଯାୟୀ, ୫୯% ଭାରତୀୟ ଦୈନିକ ନିରନ୍ତର ଭାବେ ୬ ଘଣ୍ଟାରୁ କମ୍‌ ସମୟ ଶୋଇଥାନ୍ତି। ତେବେ ସେମାନଙ୍କ ମଧ୍ୟରୁ ପ୍ରାୟ ଅଧା ଲୋକ କେବଳ ନିଜ ଓ୍ବିକ୍‌ଏଣ୍ଡ୍‌ ଛୁଟିରେ ୬ ଘଣ୍ଟାରୁ ଅଧିକ ସମୟ ଶୋଇପାରନ୍ତି।

ଏହି ସର୍ଭେରେ ଲୋକମାନେ କମ୍‌ ଶୋଇବାକୁ ନେଇ ଅନେକ କାରଣ ଦର୍ଶାଇଛନ୍ତି। କର୍ମଜନିତ କାର୍ଯ୍ୟ ଯୋଗୁ ବିଳମ୍ବରେ ଶୋଇବା କିମ୍ବା ଶୀଘ୍ର ଉଠିବାକୁ ପଡ଼ିବା, ଶୋଇବା ସମୟରେ ବାରମ୍ବାର ଶୌଚାଳୟ ଯିବା, ମଶାର ପ୍ରାଦୁର୍ଭାବ, ବାହ୍ୟ ଶବ୍ଦ ଆଦି କାରଣ ଯୋଗୁ ଲୋକମାନେ ଆବଶ୍ୟକ ମୁତାବକ ଶୋଇପାରୁ ନ ଥିବା ଏହି ସର୍ଭେ କହିଛି। ୪୦ ହଜାର ଭାରତୀୟଙ୍କୁ ନେଇ କରାଯାଇଥିବା ଏହି ସର୍ଭେରେ ୬୧% ପୁରୁଷ ଏବଂ ୩୯% ମହିଳା ଉତ୍ତରଦାତା ନିଜ ଶୋଇବା ପ୍ରବୃତ୍ତି ସମ୍ପର୍କରେ ଆଲୋଚନା କରିଛନ୍ତି। ସର୍ଭେ ଅନୁଯାୟୀ ୩୯% ଲୋକ ଦୈନିକ ୬ରୁ ୮ ଘଣ୍ଟା ପର୍ଯ୍ୟନ୍ତ ଶୋଇପାରୁଥିବା ବେଳେ ମାତ୍ର ୨% ଲୋକ ଦୈନିକ ୮ ଘଣ୍ଟାରୁ ଅଧିକ ସମୟ ଧରି ଶୋଇପାରୁଛନ୍ତି। ସେହିପରି ୩୯% ଲୋକ ଦୈନିକ ୪ରୁ ୬ ଘଣ୍ଟା ଶୋଇବାକୁ ସକ୍ଷମ ହେଉଥିବାବେଳେ ୨୦% ଲୋକ ଦୈନିକ କେବଳ ୪ ଘଣ୍ଟା ଶୋଇପାରୁଥିବା ଏହି ସର୍ଭେ କହିଛି।

ଆସନ୍ତା ମାର୍ଚ୍ଚ ୧୪ରେ ପାଳନ ହେବାକୁ ଥିବା ବିଶ୍ୱ ନିଦ୍ରା ଦିବସକୁ ଦୃଷ୍ଟିରେ ରଖି ଭାରତର ୩୪୮ ଜିଲାରେ ଏହି ସର୍ଭେ କରାଯାଇଛି। ଶୋଇଥିବା ସମୟରେ ଏକାଧିକବାର ଶୌଚାଳୟ ଯିବାକୁ ପଡ଼ୁଥିବାରୁ ଶୋଇବା ସମୟରେ ହ୍ରାସ ଘଟୁଥିବା ନେଇ ୭୨% ଲୋକ ମତ ରଖିଛନ୍ତି। ସେହିପରି କର୍ମଜନିତ କାର୍ଯ୍ୟ ବିଳମ୍ବିତ ରାତି ଯାଏ କିମ୍ବା ଅତି ସକାଳେ ରହୁଥିବା ଦର୍ଶାଇ ୨୫% ଲୋକ ଆବଶ୍ୟକଠାରୁ କମ୍‌ ସମୟ ଶୋଇପାରୁଥିବା କହିଛନ୍ତି। ମଶାଙ୍କ ପ୍ରକୋପ କିମ୍ବା ବାହ୍ୟ ଶବ୍ଦ ଯୋଗୁ ଅନେକ ସମୟ ଧରି ରାତି ଅନିଦ୍ରା ରହିବାକୁ ପଡ଼ୁଛି ବୋଲି ଏହି ସର୍ଭେରେ ୨୨% ଉତ୍ତରଦାତା କହିଛନ୍ତି। ସେହିପରି କମ୍‌ ଶୋଇବା
ପାଇଁ ୯% ଲୋକ ନିଜ ପିଲାମାନଙ୍କୁ କିମ୍ବା ପାର୍ଟନରଙ୍କୁ ଦାୟୀ କରିଛନ୍ତି। ୬% ଲୋକ କମ୍‌ ସମୟ ଶୋଇବା ପାଇଁ ମୋବାଇଲ ଫୋନ୍‌ ଏବଂ ମେସେଜ୍‌କୁ ଦାୟୀ କରିଛନ୍ତି।

ତେବେ ଓ୍ବିକ୍‌ଏଣ୍ଡ୍‌ ଛୁଟିରେ ଅଧିକ ସମୟ ଶୋଇ ନିଜ ନିଦ୍ରା ଅଭାବକୁ ପୂରଣ କରୁଥିବା ନେଇ ୨୩% ଉତ୍ତରଦାତା କହିଛନ୍ତି। ରବିବାର ଦ୍ୱିପ୍ରହରରେ ଶୋଉଥିବା ନେଇ ୩୬% ଲୋକ କହିଛନ୍ତି। ତେବେ ୩୮% ଉତ୍ତରଦାତା ସେମାନଙ୍କ ଓ୍ବିକଏଣ୍ଡ୍‌ ଛୁଟିରେ ମଧ୍ୟ ନିଜ ନିଦ୍ରା ଅଭାବକୁ ପୂରଣ କରିପାରୁ ନାହାନ୍ତି ବୋଲି ଏହି ସର୍ଭେରେ କୁହାଯାଇଛି। ଲୋକାଲ ସର୍କଲ୍ସର ପ୍ରତିଷ୍ଠାତା ସଚିନ ତାପାରିଆ କହିଛନ୍ତି, ବିଶ୍ୱରେ ନିଦ୍ରା ଅଭାବ ସର୍ବାଧିକ ଥିବା ଦେଶଗୁଡ଼ିକରେ ଭାରତ ଅନ୍ୟତମ। ଦେଶର ପ୍ରାୟ ୧୦ରୁ ୬ ଜଣ ଲୋକ ଦୈନିକ ୬ ଘଣ୍ଟାରୁ କମ୍‌ ଶୋଇବା ନିଶ୍ଚିତ ଭାବେ ଚିନ୍ତାଜନକ ପ୍ରସଙ୍ଗ। ଏହାଫଳରେ ଲୋକଙ୍କଠାରେ ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ, ଷ୍ଟ୍ରୋକ୍‌, ମୋଟାପଣ, ମଧୁମେହ ଆଦି ରୋଗର ବିପଦ ବଢ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?