୫୮ ପ୍ରଧାନମନ୍ତ୍ରୀ ଆବାସ କଟିଲା, ବିଡିଓଙ୍କୁ ଘେରିଲେ ହିତାଧିକାରୀ

କେନ୍ଦୁଝର,୧୮ା୧(ସ୍ବ.ପ୍ର.): ହରିଚନ୍ଦନପୁର ବ୍ଲକ ତେନ୍ତଳାପଶି ପଞ୍ଚାୟତର (୨ ଏବଂ ୩ ନମ୍ବର ଓ୍ବାର୍ଡ) ବଡ଼କମଣ୍ଡରା ଗ୍ରାମକୁ ପୁରୁଣା ତାଲିକାରେ ୯୧ଟି ଘର ମଞ୍ଜୁର ହେଇଥିବା ବେଳେ ପଞ୍ଚାୟତରେ ଲାଗିଥିବା ନୂତନ ତାଲିକାରେ ୩୩ ଟି ଘର ଅଛି। ଅବଶିଷ୍ଟ ୫୮ ଟି ଘର କଟିଯାଇଛି। ପଞ୍ଚାୟତ କାର୍ଯ୍ୟାଳୟରେ ତାଲିକା ଦେଖିଲା ପରେ ବୁଧବାର ପୂର୍ବାହ୍ନରେ ହରିଚନ୍ଦନପୁର ବ୍ଲକ ବଡ଼କମଣ୍ଡରା ଗ୍ରାମର ସମସ୍ତ ହିତାଧିକାରୀ ପ୍ରକୃତ ହିତାଧିକାରୀଙ୍କୁ ଯାଞ୍ଚ କରି ଘର ଯୋଗାଇ ଦେବାକୁ ଦାବି କରିଥିଲେ। ବିଡିଓ ବ୍ଲକରେ ଅନୁପସ୍ଥିତ ଥିବାରୁ ଏବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଏବିଡିଓ କୌଣସି ସନ୍ତୋଷଜନକ ଉତ୍ତର ନ ଦେବାରୁ ଗ୍ରାମବାସୀ କେନ୍ଦୁଝର ଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ଜିଲାପାଳଙ୍କ ଅଫିସ ପରିସରରେ ହରିଚନ୍ଦନପୁର ବିଡିଓଙ୍କ ଗାଡ଼ି ଦେଖି ଲୋକେ ଗାଡ଼ିକୁ ଜଗି ରହିଲେ। ହରିଚନ୍ଦନପୁର ବିଡିଓ ପ୍ରଭୂକଲ୍ୟାଣ ଦାସ ଆଜି ସନ୍ଧ୍ୟାରେ ଡିଆରଡିଏ ଅଫିସ ଗଳି ଦେଇ ଯିବା ବେଳେ ଜଗିରହିଥିବା ହିତାଧିକାରୀ ତାଙ୍କୁ ଘେରିଯାଇଥିଲେ। ବିଡିଓ କୌଣସି ସନ୍ତୋଷଜନକ ଉତ୍ତର ନ ଦେଇ ପାରିବାରୁ ଲୋକେ ତାଙ୍କୁ ଛାଡ଼ି ନ ଥିଲେ। ବିଡିଓ ଲୋକଙ୍କ ସହିତ ଆଲୋଚନା କରି ଗାଡ଼ି ପାଖରେ ପହଞ୍ଚିଥିଲେ। ଉଦ୍ଦେଶ୍ୟମୂଳକ ଭାବେ ଘର ତାଲିକାରୁ ନାମ କାଟି ଆମକୁ ସନ୍ଧ୍ୟା ପର୍ଯ୍ୟନ୍ତ ଭୋକ ଉପାସରେ କାହିଁକି ରଖିଲ ବୋଲି ପ୍ରଶ୍ନ କରିଥିଲେ।
ବଡକମଣ୍ଡରା ଗ୍ରାମଟି ତେନ୍ତଳାପଶି ପଞ୍ଚାୟତର ସର୍ବାଧିକ ଜନସଂଖ୍ୟା ଥିବା ଗ୍ରାମ ହେଇଥିଲା ବେଳେ ୯୯ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରି ଚଳନ୍ତି। ଆଗାମୀ ଦିନରେ ପଞ୍ଚାୟତ, ବ୍ଲକ ଘେରାଉ ସହିତ ଦରକାର ପଡ଼ିଲେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ହିତାଧିକାରୀ ନିଷ୍ପତ୍ତି ନେଇଛନ୍ତି। ଏନେଇ ବିଡିଓ କହିଛନ୍ତି, କୌଣସି ହିତାଧିକାରୀଙ୍କୁ ଛଡ଼ା ଯାଇନାହିଁ। ପର୍ଯ୍ୟାୟ କ୍ରମେ ଆସିବ। ବ୍ଲକରେ ନ ପାଇ ଲୋକମାନେ କେନ୍ଦୁଝର ପଳାଇ ଆସିଥିଲେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri