‘ଡାକୋଟା’କୁ ବିମାନ ବନ୍ଦରରେ ସ୍ବାଗତ କଲେ ନବୀନ

ଭୁବନେଶ୍ୱର,୧୮ା୧(ଭୁବନେଶ୍ୱର): ଭୁବନେଶ୍ୱର ବିମାନ ବନ୍ଦରରେ ବୁଧବାର ବିଜୁ ବାବୁଙ୍କ ପ୍ରିୟ ବିମାନ ‘ଡାକୋଟା’ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ସ୍ବାଗତ କରିବା ପାଇଁ ବିମାନ ବନ୍ଦରରେ ପହଞ୍ଚିଥିଲେ। ‘ଡାକୋଟା’ ଉପରେ ନବୀନ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ବିଜୁ ବାବୁଙ୍କ ଏହି ସର୍ବଶ୍ରେଷ୍ଠ ସ୍ମୃତି ତଥା ସନ୍ତକ ଆଜିଠାରୁ ବିଜୁ ଭୁବନେଶ୍ୱର ବିମାନ ବନ୍ଦରରେ ରହିବ। ସାଧାରଣ ଜନତାଙ୍କ ପାଇଁ ଏହା ପ୍ରଦର୍ଶିତ ହେବ।

‘ଡାକୋଟା’ର ବଭିନ୍ନ ଅଂଶକୁ ୩ଟି ଟ୍ରଲରରେ ଲୋଡ୍‌ କରାଯାଇ ଭୁବନେଶ୍ୱର ଅଣାଯାଇଛି। ଏଆର୍‌ଡିସିର ୧୦ ଜଣିଆ ଟିମ୍‌ ୧୨ ଦିନ ଧରି ବିମାନ ଖୋଲିବା କାମରେ ନିୟୋଜିତ ହୋଇଥିଲେ। ବିମାନଟିକୁ ସୁରକ୍ଷାର ସହିତ ସୀମା ପାର୍‌ କରାଇବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା। ଶେଷରେ ଏହା ଭୁବନେଶ୍ୱରରେ ପହଞ୍ଚିଛି।

ସୂଚନାଯୋଗ୍ୟ, ବିଜୁ ପଟ୍ଟନାୟକ କଳିଙ୍ଗ ଏୟାରଲାଇନ୍ସର ପ୍ରତିଷ୍ଠା କରିଥିବା ବେଳେ ସେଥିରେ ୧୮ଟି ‘ଡାକୋଟା’ ବିମାନ ଥିଲା। ବିମାନଗୁଡ଼ିକ କୋଲକାତାରୁ ବିଭିନ୍ନ ସ୍ଥାନକୁ ସେବା ଯୋଗାଉଥିଲା। ଗୋଟିଏ ବିମାନକୁ ବିଜୁ ବାବୁ ବ୍ୟବହାର କରୁଥିଲେ। ଯାହାକି ‘ଡାକୋଟା’(ଡିସି-୩) ଭିଟି-ଏୟୁଆଇ ଥିଲା। ଉକ୍ତ ବିମାନର ଲମ୍ବ ୬୪ ଫୁଟ ୮ ଇଞ୍ଚ।


Enter your email to get our daily news in your inbox.

All Right Reserved By Dharitri.Com

ଡବଲ ଡୋଜ୍‌ ଭାକ୍ସିନ ପରେ ବି ହୋଇପାରେ କରୋନା

ଭୁବନେଶ୍ୱର,୧୯।୬(ବ୍ୟୁରୋ): ‘ଡବଲ ଡୋଜ୍‌ ଭାକ୍ସିନ ନେବା ପରେ ମଧ୍ୟ ହୋଇପାରେ କରୋନା। ତେଣୁ କୋଭିଡ ଗାଇଡ୍‌ଲାଇନକୁ ଠିକ ଭାବେ ପାଳନ କରନ୍ତୁ।’ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ...

ବସ୍‌ ଧକ୍କାରେ ଛାତ୍ରଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ୨୬ ନଂ. ଜାତୀୟ ରାଜପଥ ଅବରୋଧ

ଜୁନାଗଡ,୨।୯(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ମଥୁରା ଛକ ୨୬ ନଂ. ଜାତୀୟ ରାଜପଥରେ ରବିବାର ସକାଳେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଅଷ୍ଟମ...

ଭିଜିଲାନ୍ସ ଜାଲରେ ବାଲିଅନ୍ତା ତହସିଲର ଡାଟା ଏଣ୍ଟ୍ରି ଅପରେଟର, ତହସିଲଦାର ଅଟକ

ଭୁବନେଶ୍ୱର,୪।୬(ବ୍ୟୁରୋ): ଭିଜିଲାନ୍ସ ଜାଲରେ ବାଲିଅନ୍ତା ତହସିଲର ଡାଟାଏଣ୍ଟ୍ରି ଅପରେଟର ଧନେଶ୍ୱର ସାହୁ। ଏକ ଜମିଜମା ମାମଲା ପାଇଁ ଧନେଶ୍ୱର ୧ ଲକ୍ଷ ୨୦ହଜାର ଟଙ୍କା ନେଉଥିଲେ।...

ଗଡ଼ିବ ନୂଆ ମେମୁ ଟ୍ରେନ୍‌

ଭୁବନେଶ୍ୱର,୨୪।୩: ଭୁବନେଶ୍ୱର ଓ କେନ୍ଦୁଝରଗଡ଼ ଏବଂ ପୁରୀ ଓ ଅନୁଗୋଳ ମଧ୍ୟରେ ମେମୁ ଟ୍ରେନ୍‌ ଚଳାଚଳ ନେଇ ନିଷ୍ପତ୍ତି ହୋଇଛି। ସେହିଭଳି ବିଶାଖାପାଟଣା-ଜଗଦଳପୁର ବିଶେଷ ଟ୍ରେନ୍‌...

ମାସ୍କ ଯୋଗାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୬ା୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମସ୍ତେ ମାସ୍କ ପିନ୍ଧିବା ପାଇଁ ରବିବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି। ଫଳରେ ରାଜ୍ୟ...

ରାଜଧାନୀ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୩।୪ (ବ୍ୟୁରୋ): ଆଜି ରାଜଧାନୀ ଭୁବନେଶ୍ୱରର ୭୪ ତମ ପ୍ରତିଷ୍ଠା ଦିବସ। ୧୯୪୮ରେ ଏପ୍ରିଲ ୧୩ରେ ମନ୍ଦିର ମାଳିନୀ ସହର ଭୁବନେଶ୍ବର ଓଡ଼ିଶାର ରାଜଧାନୀ...

ଭୁବନେଶ୍ୱରରୁ ଆଜି ପୁଣି ୩୪ ପଜିିଟିଭ୍‌ ଚିହ୍ନଟ: ୪୩ ସୁସ୍ଥ

ଭୁବନେଶ୍ୱର,୫।୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଶନିବାର ଆଉ ୩୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୬ ଜଣ ରହିଥିବା ବେଳେ ଲୋକାଲ କେସ୍‌...

ଉତ୍ତମ ବ୍ୟବହାର, ସେବା ମନୋଭାବ ରଖ: ଏସ୍‌ପି

ପୁରୀ ଅଫିସ୍‌,୬।୧୨: ଓଡ଼ିଶା ପୋଲିସର ଅବିଚ୍ଛେଦ୍ୟ ଅଙ୍ଗ ହେଉଛନ୍ତି ଗୃହରକ୍ଷୀ। ପୁରୀରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ, ରଥଯାତ୍ରା ସମୟରେ ଟ୍ରାଫିକ୍‌ ନିୟନ୍ତ୍ରଣ ଆଦି ବିଭିନ୍ନ କାର୍ଯ୍ୟକ୍ରମରେ...

Advertisement
Archives

Model This Week